"ଛତୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
atleast one wikilink requied
୤=।
୧ କ ଧାଡ଼ି:
'''ଛତୁ'''କୁ ଖାଦ୍ୟରୂପେ ବ୍ୟବହାର କରାଯାଏ କାହାର ଛତୁ ରୋଷେଇ ହେଉଥିଲେ, ତରକାରୀର ମହକରେ ପାଟିରୁ ଅଲକ୍ଷ୍ୟରେ ଲାଳ ଗଡିପଡେ୤ଗଡିପଡେ। ସାରାବିଶ୍ୱରେ ପ୍ରାୟ ୪୦୦ପ୍ରକାର ଛତୁ ଦେଖାଯାଏ; ତନ୍ମଧ୍ୟରୁ ଅନ୍ୟୁନ ୨୦୦ପ୍ରଜାତିର ଛତୁ ଅଧୁନା ଅବଲୁପ୍ତପ୍ରାୟ ଛତୁ ମଧ୍ୟରେ [[ବାଲି ଛତୁ]], ବୁଢ଼ାବୁଢ଼ୀ ଛତୁ, ନାଡ ଛତୁ, ହୁଙ୍କା ଛତୁ, ପାଳ ଛତୁର ବେଶ୍ ଆଦର ରହିଛି ଛତୁକୁ ତରକାରୀ ଛଡା ଭାଜି ଓ ନିଆଁରେ ପୋଡି ଖିଆଯାଏ ତେବେ ବାଲି ଛତୁର ସ୍ୱାଦ ଅତୀବ ରୁଚିକର, ତେବେ ମଧ୍ୟ ବୁଢାବୁଢୀ ଓ ହୁଙ୍କା ଛତୁର ମଧ୍ୟ ବେଶ୍ ଆଦର ରହିଛି ୤ଏହି।ଏହି ଛତୁସବୁ ବର୍ଷାଋତୁରେ ଫୁଟିଥାଏ ବର୍ଷା ହେଲେ ଗ୍ରାମରେ ବସବାସ କରୁଥିବା ଲୋକମାନେ ଛତୁ ତୋଳିବା ପାଇଁ ସକାଳୁ ଉଠି ପଡ଼ିଆ, ବଣ, ବିଲ ଆଦି ଅଞ୍ଚଳରେ ଘୁରିବୁଲନ୍ତି ମାତ୍ର ବିଗତ ୨୦ବର୍ଷ ହେବ ଅଧିକାଂଶ ଛତୁ ଆଉ ଦେଖିବାକୁ ମିଳୁନାହିଁ
 
==ଫୁଟୁଥିବା ସ୍ଥାନ==
ଦେଶୀଛତୁ ମଧ୍ୟରେ ବୁଢାବୁଢୀ ଛତୁ ଓ ବାଲି ଛତୁ ଖୋଲା ପଡ଼ିଆରେ ଫୁଟୁଥିବା ବେଳେ ନାଡ ଛତୁ ବଣବୁଦା ତଥା ସନ୍ତସନ୍ତିଆ ସ୍ଥାନମାନଙ୍କରେ ଫୁଟେ ହୁଙ୍କା ଛତୁ ମାଟିକାନ୍ଥ କିମ୍ବା ଉଇହୁଙ୍କାରେ ଫୁଟୁଥିବାସ୍ଥଳେ ପାଳଛତୁ ପଚାସଢ଼ା ଗଛପତ୍ର, ନଡା କିମ୍ବା ପାଳଗଦାରେ ଫୁଟିଥାଏ ବାଲିଛତୁ ଛୋଟ ଓ ବଡ ଆକାରରେ ଫୁଟୁଥିବା ବେଳେ ହୁଙ୍କାଛତୁ ଅତି ଛୋଟଛୋଟ ଆକାରରେ ଫୁଟୁଥିବାର ଦେଖାଯାଏ ତେଣୁ ସେଗୁଡିକୁ ତୋଳିବାକୁ ବହୁତ ସମୟ ଲାଗେ ଏହା ବ୍ୟତୀତ ନାଡଛତୁର ଉପର ଅଂଶ ଛୋଟ ଏବଂ ନିମ୍ନଅଂଶ ପ୍ରାୟ ୬ରୁ ୮ଇଞ୍ଚ ପର୍ଯ୍ୟନ୍ତ ମାଟି ଭିତରକୁ ଯାଇଥିବା ଯୋଗୁଁ ତା’କୁ ଏପରି ନାମ ଦିଆଯାଇଛି୤ଦିଆଯାଇଛି। କିନ୍ତୁ ପାଳଛତୁ ଅନ୍ୟ ପ୍ରଜାତିର ଛତୁ ଅପେକ୍ଷା ଆକାରରେ ବଡ଼ ଓ ତୋଳିବାକୁ ସହଜ କିନ୍ତୁ ବୁଢାବୁଢୀ ଛତୁ କେବଳ ଖୋଲା ପଡ଼ିଆରେ ମେଞ୍ଚାମେଞ୍ଚା ହୋଇ ଫୁଟୁଥିବାର ଦେଖାଯାଏ ଏବଂ ଅଧିକାଂଶ ଘାସ ମଧ୍ୟରେ ଲୁକ୍କାୟିତ ଅବସ୍ଥାରେ ରହିଯାଉଥିବାରୁ, ସେଗୁଡିକୁ ଖୋଜି ତୋଳିବା ଟିକେ କଷ୍ଟକର ହୋଇଥାଏ
==ଫାର୍ମ ଛତୁ==
ପାଣିପାଗ ଓ ପରିବେଶର ପରିବର୍ତ୍ତନ ଯୋଗୁଁ ପ୍ରାକୃତିକ ଉପାୟରେ ଉତ୍ପନ ହେଉଥିବା ଦେଶୀଛତୁ ବହୁଳ ପରିମାଣରେ ହ୍ରାସ ଘଟିଛି ଅନ୍ୟ ପକ୍ଷରେ ଜନସଂଖ୍ୟା ଦୃତ ଗତିରେ ବୃଦ୍ଧି ଘଟିବାରୁ ଛତୁର ଚାହିଦାକୁ ଦୃଷ୍ଟିରେ ରଖି ବୈଜ୍ଞାନିକ ପଦ୍ଧତିରେ ଏବେ ଛତୁଚାଷ କରାଯାଉଛି ସେଥି ମଧ୍ୟରେ ଧିଙ୍ଗିରି, ପାଳ ଏବଂ ଦୁଧଛତୁ ଅନ୍ୟତମ ପାଳଛତୁ ଉଭୟ ଖରା ଓ ବର୍ଷା ଋତୁରେ ଚାଷ କରାଯାଉଥିବାବେଳେ ଧିଙ୍ଗିରି ଛତୁ କେବଳ ଶୀତଋତୁରେ ଚାଷ କରାଯାଇ ଥାଏ ସେହିପରି ଦୁଧ ଛତୁ ନାତିଶୀତୋଷ୍ଣ ଜଳବାୟୁରେ ଚାଷ କରାଯାଏ କାଶ୍ମୀର, ହିମାଚଳ ପ୍ରଦେଶ, ହରିଆଣା, ରାଜସ୍ଥାନ ଆଦି ଅଞ୍ଚଳରେ ବହୁଳ ଭାବରେ ଉତ୍ପାଦନ କରାଯାଏ <ref>ପ୍ରତାପ କେଶରୀ ପାତ୍ର, ରବିବାର ସମାଜ, ପୃଷ୍ଠା-୩, ୨୦-୨୬.୧୦.୨୦୧୩ </ref>
==ଆଧାର==
{{ଆଧାର}}
"https://or.wikipedia.org/wiki/ଛତୁ"ରୁ ଅଣାଯାଇଅଛି