"ଛତୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ତଥ୍ୟ
 
atleast one wikilink requied
୧ କ ଧାଡ଼ି:
ଛତୁକୁ'''ଛତୁ'''କୁ ଖାଦ୍ୟରୂପେ ବ୍ୟବହାର କରାଯାଏ ୤ କାହାର ଛତୁ ରୋଷେଇ ହେଉଥିଲେ, ତରକାରୀର ମହକରେ ପାଟିରୁ ଅଲକ୍ଷ୍ୟରେ ଲାଳ ଗଡିପଡେ୤ ସାରାବିଶ୍ୱରେ ପ୍ରାୟ ୪୦୦ପ୍ରକାର ଛତୁ ଦେଖାଯାଏ; ତନ୍ମଧ୍ୟରୁ ଅନ୍ୟୁନ ୨୦୦ପ୍ରଜାତିର ଛତୁ ଅଧୁନା ଅବଲୁପ୍ତପ୍ରାୟ ୤ ଛତୁ ମଧ୍ୟରେ [[ବାଲି ଛତୁ]], ବୁଢ଼ାବୁଢ଼ୀ ଛତୁ, ନାଡ ଛତୁ, ହୁଙ୍କା ଛତୁ, ପାଳ ଛତୁର ବେଶ୍ ଆଦର ରହିଛି ୤ ଛତୁକୁ ତରକାରୀ ଛଡା ଭାଜି ଓ ନିଆଁରେ ପୋଡି ଖିଆଯାଏ ୤ ତେବେ ବାଲି ଛତୁର ସ୍ୱାଦ ଅତୀବ ରୁଚିକର, ତେବେ ମଧ୍ୟ ବୁଢାବୁଢୀ ଓ ହୁଙ୍କା ଛତୁର ମଧ୍ୟ ବେଶ୍ ଆଦର ରହିଛି ୤ଏହି ଛତୁସବୁ ବର୍ଷାଋତୁରେ ଫୁଟିଥାଏ ୤ ବର୍ଷା ହେଲେ ଗ୍ରାମରେ ବସବାସ କରୁଥିବା ଲୋକମାନେ ଛତୁ ତୋଳିବା ପାଇଁ ସକାଳୁ ଉଠି ପଡ଼ିଆ, ବଣ, ବିଲ ଆଦି ଅଞ୍ଚଳରେ ଘୁରିବୁଲନ୍ତି ୤ ମାତ୍ର ବିଗତ ୨୦ବର୍ଷ ହେବ ଅଧିକାଂଶ ଛତୁ ଆଉ ଦେଖିବାକୁ ମିଳୁନାହିଁ ୤

==ଫୁଟୁଥିବା ସ୍ଥାନ==
ଦେଶୀଛତୁ ମଧ୍ୟରେ ବୁଢାବୁଢୀ ଛତୁ ଓ ବାଲି ଛତୁ ଖୋଲା ପଡ଼ିଆରେ ଫୁଟୁଥିବା ବେଳେ ନାଡ ଛତୁ ବଣବୁଦା ତଥା ସନ୍ତସନ୍ତିଆ ସ୍ଥାନମାନଙ୍କରେ ଫୁଟେ ୤ ହୁଙ୍କା ଛତୁ ମାଟିକାନ୍ଥ କିମ୍ବା ଉଇହୁଙ୍କାରେ ଫୁଟୁଥିବାସ୍ଥଳେ ପାଳଛତୁ ପଚାସଢ଼ା ଗଛପତ୍ର, ନଡା କିମ୍ବା ପାଳଗଦାରେ ଫୁଟିଥାଏ ୤ ବାଲିଛତୁ ଛୋଟ ଓ ବଡ ଆକାରରେ ଫୁଟୁଥିବା ବେଳେ ହୁଙ୍କାଛତୁ ଅତି ଛୋଟଛୋଟ ଆକାରରେ ଫୁଟୁଥିବାର ଦେଖାଯାଏ ୤ ତେଣୁ ସେଗୁଡିକୁ ତୋଳିବାକୁ ବହୁତ ସମୟ ଲାଗେ ୤ ଏହା ବ୍ୟତୀତ ନାଡଛତୁର ଉପର ଅଂଶ ଛୋଟ ଏବଂ ନିମ୍ନଅଂଶ ପ୍ରାୟ ୬ରୁ ୮ଇଞ୍ଚ ପର୍ଯ୍ୟନ୍ତ ମାଟି ଭିତରକୁ ଯାଇଥିବା ଯୋଗୁଁ ତା’କୁ ଏପରି ନାମ ଦିଆଯାଇଛି୤ କିନ୍ତୁ ପାଳଛତୁ ଅନ୍ୟ ପ୍ରଜାତିର ଛତୁ ଅପେକ୍ଷା ଆକାରରେ ବଡ଼ ଓ ତୋଳିବାକୁ ସହଜ ୤ କିନ୍ତୁ ବୁଢାବୁଢୀ ଛତୁ କେବଳ ଖୋଲା ପଡ଼ିଆରେ ମେଞ୍ଚାମେଞ୍ଚା ହୋଇ ଫୁଟୁଥିବାର ଦେଖାଯାଏ ଏବଂ ଅଧିକାଂଶ ଘାସ ମଧ୍ୟରେ ଲୁକ୍କାୟିତ ଅବସ୍ଥାରେ ରହିଯାଉଥିବାରୁ, ସେଗୁଡିକୁ ଖୋଜି ତୋଳିବା ଟିକେ କଷ୍ଟକର ହୋଇଥାଏ ୤
==ଫାର୍ମ ଛତୁ==
"https://or.wikipedia.org/wiki/ଛତୁ"ରୁ ଅଣାଯାଇଅଛି