"ପ୍ରିୟମ୍ବଦା ମହାନ୍ତି ହେଜମାଦି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
କିଛି ଲିଙ୍କ ଦିଆଗଲା
୨ କ ଧାଡ଼ି:
(ଏହା ଏକ ଆତ୍ମକଥାର ଅଂଶ ବିଶେଷ)

ଲେଖିକାଙ୍କ ପୁରା ନାମ - ପ୍ରିୟମ୍ବଦା ମହାନ୍ତି ହେଜମାଦି

ମୋତେ ଆଶ୍ଚର୍ଯ୍ୟ ଲାଗୁଛି, କେବେ ମୁଁ ଭାବିଥିଲି କି ମୁଁ ଜଣେ ବୈଜ୍ଞାନିକ ହୋଇ ଅଜଣା ଅନୁସନ୍ଧାନ କରିବି, ଜୀବନ୍ତ ପ୍ରାଣୀ ତଥା ସାଧାରଣ ଅଣ୍ଡା ଭଳି ପଦାର୍ଥ ପଛରେ ଥିବା ଗୁଢ଼ ରହସ୍ୟ ଭେଦ କରିବାକୁ କାମ କରିବି ! ପ୍ରାକ୍‌ସ୍ଵାଧୀନତା କାଳରେ ଜନ୍ମ ଗ୍ରହଣ କରି ସ୍ଵାଧୀନତା ପରର ଆନନ୍ଦ ମଧ୍ୟରେ ବଢ଼ିଲି । ଅଚିନ୍ତନୀୟ ଭାବରେ ପୃଥିବୀର ଦ୍ଵାର ଖୋଲିଗଲା । ମୋର ପିତା ଇଂରାଜୀ ସରକାର ଅଧିନରେ କରିଥିବା ଲୋଭନୀୟ ଇଞ୍ଜିନିୟର ଚାକିରୀ ତ୍ୟାଗ କରିଦେଲେ ଓ କଣ୍ଟ୍ରାକ୍ଟର କାମ କରି [[ସ୍ଵାଧୀନତା ଆନ୍ଦୋଳନକୁଆନ୍ଦୋଳନ]]କୁ ଆର୍ଥିକ ସହାୟତା ପ୍ରଦାନ କଲେ । ମୋର ମାଆ ସ୍ଵାଧୀନତା ସଂଗ୍ରାମୀ ହେଲେ । ଏହି ଭଳି ଏକ ପରିବେଶ ସେଠାରେ ଥିଲା ଯେଉଁଠି ମହିଳାମାନେ ଆଶା ବହିର୍ଭୁତ କାମ କରିବାକୁ ଆଗେଇ ଆସିଥିଲେ ।

ଶିକ୍ଷା ସେତେବେଳେ ଏକ ସାଧାରଣ ଧରାବନ୍ଧା ରୁଟିନ୍ ଥିଲା । ମୋର ପିତା ଏକ ନିକାଞ୍ଚନ ସ୍ଥାନରେ ନିଜ ଘର କଲେ । ସେଠାକୁ ରାସ୍ତା ନ ଥିବାରୁ ମୋର ଶିକ୍ଷା ଘରେ ହେଉଥିଲା । ରାସ୍ତା ତିଆରି ହେବା ପରେ ବସରେ ବସି [[ରେଭେନ୍ସା ବାଳିକା ବିଦ୍ୟାଳୟରେବିଦ୍ୟାଳୟ]]ରେ ଶିକ୍ଷା ଲାଭ କଲି । ବାଳିକା ବିଦ୍ୟାଳୟରେ ଗୋଟିଏ ସ୍ଵାଧୀନ ଆବହାଵା ଥିଲା ଓ କୌଣସି କଟକଣା ନ ଥିବାରୁ ଏକ ଅଙ୍କାବଙ୍କା ବୃତ୍ତି ପଥରେ ଆଗେଇଥିଲୁ । ସ୍କୁଲରେ ସଙ୍ଗୀତକୁ[[ସଙ୍ଗୀତ]]କୁ ମୁଁ ଇଚ୍ଛାଧୀନ ବିଷୟ ଭାବରେ ନେଇ ପଢ଼ିଥିଲି ଓ କଲେଜରେ [[ବିଜ୍ଞାନ]] ନେଇ ପାଠ କଲି । ଅନିନ୍ଦ୍ୟ ରେଭେନ୍ସା କଲେଜରେ ସହଶିକ୍ଷା ଲାଭ କରିବା ଏକ ନିଆରା ପରିବର୍ତ୍ତନ ଥିଲା । କଲେଜର ଉଲ୍ଲେଖନୀୟ ସୌନ୍ଦର୍ଯ୍ୟ, ଚାରିକୋଣିଆ ସୁନ୍ଦର ଲନ୍ ଓ ଋତୁ ଅନୁଯାୟୀ ଫୁଲ ମନକୁ ବିଚଳିତ କରିଦେଉଥିଲା । ବିଜ୍ଞାନ ସଂସାର ଅତି ଆକର୍ଷଣୀୟ ଥିଲା ଓ ମୁଁ ସେଠାରେ ପରୀକ୍ଷା ଅତି ଆଗ୍ରହ ସହକାରେ କରୁଥିଲି । ସେତେବେଳକାର ଅନ୍ୟାନ୍ୟ ଝିଅମାନଙ୍କ ଭଳି ମୁଁ ଡାକ୍ତରୀ ବିଦ୍ୟା ଶିକ୍ଷା କରିବାକୁ ଚାହୁଁଥିଲି, କିନ୍ତୁ କମ ବୟସ ହେତୁ ପ୍ରବେଶ ମିଳିଲା ନାହିଁ ଓ ମୁଁ ବି.ଏସ ସି ପାଠ୍ୟକ୍ରମରେ ନାମ ଲେଖାଇଲି । ଜୀବଜନ୍ତୁଙ୍କ ପ୍ରତି ଆକର୍ଶଣ ଯୋଗୁ ମୁଁ ଜୀବ ବିଜ୍ଞାନ (Zoology) ଅନର୍ସ ନେଲି । ଏହା ପରେ ମେଡିକାଲ ସ୍କୁଲରେ ନ ପଢ଼ି ଲକ୍ଷ୍ନୌ ୟୁନିଭରସିଟିରେ ମାସ୍ଟର ଡିଗ୍ରୀ ନିମନ୍ତେ ଗଲି ଓ ସେ ସ୍ଥାନ ମୋ ନିମନ୍ତେ ଏକ ଆଡଭେଞ୍ଚର ଥିଲା ।

ଏମ୍.ଏସ୍.ସି. ଶିକ୍ଷା ଲାଭ ପରେ [[ଓଡ଼ିଶା]]କୁ ଫେରି [[ଉତ୍କଳ ଯୁନିଭର୍ସିଟିରେଯୁନିଭର୍ସିଟି]]ରେ ଶିକ୍ଷକ ହୋଇ ଯୋଗଦାନ କଲି । ଲାଇବ୍ରେରୀକୁ ଆସୁଥିବା ଅଳ୍ପ କେତେକ ପତ୍ରିକା ନେଇ ଗବେଷଣା କରିବାକୁ ହେଉଥିଲା । ବିଭିନ୍ନ ପଥ ଖୋଜିଲା ସମୟାରେ ମୋତେ ମିଶିଗାନ ୟୁନିଭର୍ସିଟିରେ ଫୁଲ୍‌ବ୍ରାଇଟ ଟ୍ରାଭେଲ୍ ଗ୍ରାଣ୍ଟ ସହ ବାର୍ବୋର ଫେଲୋସିପ୍ ମିଳିଲା । ସୌନ୍ଦର୍ଯ୍ୟମୟୀ ଆନ୍ ଆର୍ବର (Ann Arbor) ସହରରେ ଥିବା [[ମିଶିଗାନ ୟୁନିଭରସିଟିରୟୁନିଭରସିଟି]]ର [[ପ୍ରାଣୀ ବିଜ୍ଞାନ]] ବିଭାଗରେ ଯୋଗ ଦାନ କଲି ।

ମୋର ପୂର୍ବ ପାଠ୍ୟକ୍ରମରେ ବହି ପାଠ, ଜିଆ, ଗିନିପିଗ ଇତ୍ୟାଦି ହାତରେ ଡିସେକ୍ସନ, ଓ ସାଉତା ହୋଇଥିବା ଜୀବଜନ୍ତୁଙ୍କ ଶବ ସହ ଶିକ୍ଷା ଲାଭ ହେଉଥିଲା । ମିସିଗାନରେ ବେଙ୍ଗ ଅଣ୍ଡା ନିଷିକ୍ତ କରିବା, କୁକୁଡା ଅଣ୍ଡାରେ ଜୀବନ୍ତ ତନ୍ତୁ ଗ୍ରାଫ୍ଟ କରିବା ଇତ୍ୟାଦି ବିସ୍ମୟଜନକ ଥିଲା । ଶରୀରତତ୍ତ୍ଵ, କୋଷ ଜୀବ ବିଜ୍ଞାନ ଓ ଜେନେଟିକ ଓ ପୋଷ୍ଟ- ଜେନେଟିକ କୋଡ ଆବିଷ୍କାର କରିବା ସହ ଜୀବ ବିଜ୍ଞାନ ଉନ୍ନତ ହେଉଥିଲା । ଗର୍ଭାଧାନ ବିସ୍ମୟ, ଅଣ୍ଡାର ଗୈଋକ ବିଭାଜନ ଆଦିର [[ଜେନେଟିକ ପ୍ରୋଗ୍ରାମିଙ୍ଗ]] ଆଦି ଦେଖି ମୁଁ ଡେଭଲପମେଣ୍ଟାଲ ବିଜ୍ଞାନ ପ୍ରତି ଆକର୍ଷିତ ହେଲି । ମୋର ପି.ଏଚ. ଡି. ବିଷୟ ଥିଲା ଆମେରିକାନ ଲିୟପର୍ଡ ଫ୍ରଗ ରାନା ପିପିଏନ୍ସ ରେ ମ୍ୟାଟେର୍ନାଲ ସେରମ ପ୍ରୋଟିନ ଟ୍ରାନ୍ସଫରର ରୋଲ ।
ଉତ୍କଳ ୟୁନିଭରସିଟିକୁ ଫେରିବା ପରେ ମୁଁ ଉଭୟଚର ଓ ବିପଦଗ୍ରସ୍ତ ସରୀସୃପଙ୍କ[[ସରୀସୃପ]]ଙ୍କ ଗବେଷଣା ନିମନ୍ତେ ଏକ ଲାବୋରେଟରୀ ସ୍ଥାପନ କଲି । ବେଙ୍ଗଫୁଲାର ଲାଞ୍ଜ [[ଭିଟାମିନ କ]] ସମସ୍ପର୍ଶରେସଂସ୍ପର୍ଶରେ (ଆଇ. ଏ. ନିଆଜିଙ୍କ ଦ୍ଵାରା ପ୍ରଥମେ ଆବିଷ୍କୃତ) ଆଣି ଗୋଡରେ ପରିବର୍ତ୍ତିତ କଲି । ମୋର ଏହି ଗବେଷଣା ପ୍ରସୂତ [[‘ହୋମିଓଟିକ ଟ୍ରାନସଫରମେସନ’]] [[ନେଚର]] ପତ୍ରିକାରେ ୧୯୯୨ ମସିହାରେ ବାହାରିଲା । ଏହା ଦ୍ଵାରା ମୋର ଲାବୋରେଟୋରୀ ଆନ୍ତର୍ଜାତୀୟ ଆକର୍ଷଣ ଲାଭ କଲା ।

ଆଦୃତି ବିଭିନ୍ନ ଭାବରେ ମୋ ପାଖରେ ପହଞ୍ଚିଲା । [[ପଦ୍ମଶ୍ରୀ]] ୧୯୯୮ ମସିହାରେ ଗ୍ରହଣ କଲି । [[ଇଣ୍ଡିଆନ ଡେଭଲପମେଣ୍ଟାଲ ବାୟୋଲୋଜିରବାୟୋଲୋଜି]]ର ମୁଁ ପ୍ରଥମ ମହିଳା ପ୍ରେସିଡେଣ୍ଟ ହେଲି । [[ସମ୍ବଲପୁର ୟୁନିଭରସିଟିରୟୁନିଭରସିଟି]]ର ପ୍ରଥମ ମହିଳା ଭାଇସ ଚାନସେଲର ହେଲି (୧୯୯୫ ରୁ ୧୯୯୮)। ଅବସର ଗ୍ରହଣ କରିବା ପରେ ବିଭିନ୍ନ ସଂସ୍ଥାର ସଭ୍ୟ ହୋଇ ବିଜ୍ଞାନ ସମ୍ପର୍କୀୟ ଲେଖା ପ୍ରକାଶ କଲି ।

ଅଗଣିତ ସୁଯୋଗର ବିଜ୍ଞାନ ଏକ ଝରକା । ଲାବୋରେଟୋରୀରେ ପ୍ରବେଶ କରି କାମ କଲେ ଗୋଟିଏ ସାହସିକ କାମ କରିବା ସୁଯୋଗ ମିଳେ । ସଫଳ ବା ବିଫଳ ଯାହା ହେଉ ପରୀକ୍ଷା ସର୍ବଦା ଜୀବନକୁ ଉନ୍ନତି ପଥରେ ଆଗେଇ ନିଏ । ଅବଶେଷରେ ବିଜ୍ଞାନ ଏକ କଳା ଯେଉଁଠି ଜୀବନ ତାହାକୁ ସ୍ପର୍ଶ କରିବା ଓ ଜୀବନ୍ତ କରିବା ସୁଯୋଗ ଦିଏ । କଳା ସମାଲୋଚକ ଚାର୍ଲ୍ସ ଫାବ୍ରିଙ୍କ ମତ ଅନୁସାରେ ନାଚର ଖ୍ୟାତି ପୂର୍ଣ୍ଣ ଦୁନିଆରେ ମୁଁ ନାମ, ଖ୍ୟାତି ଓ ଧାନ ଉପାର୍ଜନ କରିପାରିଥାନ୍ତି କିନ୍ତୁ ବିଜ୍ଞାନକୁ ମୁଁ ଅଗ୍ରାଧିକାର ଦେଲି କାରଣ ଏହା ନିଜସ୍ଵ ଧାରାରେ ଏକ ବୃତ୍ତିକୁ ଆଗେଇ ନେଇ ପାରିବ । ବିଜ୍ଞାନ ମୋ ନିମନ୍ତେ ଏକ ଅଜଣା ପୃଥିବୀର ଦ୍ଵାର ଖୋଲିଦେଲା ଯେଉଁଠି ମୋର ଅନେକ ବିଖ୍ୟାତ ବୈଜ୍ଞାନିକ, କଳାକାର ଓ ନୀତି ପ୍ରଶାସକଙ୍କ ସହ ମତ ବିନିମୟ ହୋଇଥିଲା – ଏହା ଏକ ଆବିସ୍ମରଣୀୟ ଜୀବନ ଯାହା ଗ୍ରହଣ କରି ମୁଁ କେବେ ପଶ୍ଚାତାପ କରିବି ନାହିଁ ।
== ଆଧାର ==