"ସ୍ତନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ପ୍ରକୃତ ଗଠନ: ଲେଖାଗଲା
୩୩ କ ଧାଡ଼ି:
ସ୍ତନ ମଧ୍ୟ ଭାଗରେ ଗୋଟିଏ ଗୋଲାକାର ଇଟା ରଙ୍ଗର ବା ଇଷତ ଲାଲ (Pink) ରଙ୍ଗର ସ୍ଥଳ [[ଏରିଓଲା]] Areola) ଦେଖାଯାଏ ଯାହାର ଠିକ ମଝିରେ [[ସ୍ତନାଗ୍ର]] ବା ନିପ୍ଲ (Nipple) ଥାଏ । ଏହି ସ୍ତନାଗ୍ରରୁ ଶିଶୁ ପିଇବା ନିମନ୍ତେ କ୍ଷୀର ଝରିଆସେ । ସ୍ତନ ଭିତରେ ଅନେକ ଗୁଡ଼ିଏ ଲୋବ୍ୟୁଲ ଥାଏ ଯାହା କ୍ଷୁଦ୍ର ନଳୀ ସ‌ହ (Duct) ସଂଯୁକ୍ତ ଥାଏ । ସ୍ତନ‌କୁ ମାମାରି ଗ୍ତନ୍ଥି ବା ମାମାରି ଗ୍ଲାଣ୍ଡ କ‌ହନ୍ତି ଓ ଏହା ଅପୋକ୍ରାଇନ (Apocrine) ଜାତୀୟ ଗ୍ରନ୍ଥି । ଏହି କ୍ଷୀର ପ୍ରସ୍ତୁତକାରୀ ସ୍ତନର କାର୍ଯ୍ୟକାରୀ ଏକକ ଥାଏ ଯାହାକୁ ଟି.ଡି.ଏଲ.ୟୁ. କହନ୍ତି । ସ୍ତନରେ ଚର୍ବି ମିଶା କ୍ଷୀର ପ୍ରସ୍ତୁତ ହୁଏ । ଏହି ମାମାରି ଗ୍ଲାଣ୍ଡ ସ୍ତନ ଭିତରେ ଭର୍ତ୍ତି ହୋଇଥାଏ । ନିପ୍ଲର ୨୦ ମି.ମି. ବ୍ୟାସାର୍ଧରେ କ୍ଷୀରବାହି ନଳୀ ଥଏ । ଶେଷ ନଳୀଗୁଦିକ ମିଶି ୪ ରୁ ୮ଟି ଲାକ୍ଟିଫେରସ ନଳୀ ହୋଇ ନିପ୍ଲକୁ କ୍ଷୀର ଆଣେ । ନାରୀର କ୍ଷୀର ବାହାରୁଥିବା ସ୍ତନରେ ଚର୍ବି ଓ କ୍ଷୀର ଗ୍ରନ୍ଥି ଅନୁପାତ ୧:୨ ଓ କ୍ଷୀର ନ ବାହାରୁଥିବା ନାରୀର ଚର୍ବି ଓ କ୍ଷୀର ଗ୍ରନ୍ଥି ଅନୁପାତ ୧:୧ । ସଯୋଗକାରୀ ତନ୍ତୁ (Connective tissue: Collagen and elastin), ଧଳା ଚର୍ବି ଓ ଝୁଲେଇ ରଖିବା ନିମନ୍ତେ କୁପର ଲିଗାମେଣ୍ଟ ଇତ୍ୟାଦି ସ୍ତନରେ ଥାଏ । ସ୍ତନକୁ ଛାତିର ଟି ୪, ଟି ୫ ଓ ଟି୬ ସ୍ନାୟୁ ସ୍ପର୍ଶ ଶକ୍ତି ଯୋଗାଏ । ନିପ୍ଲ ଓ ଏରିଓଲା ସ୍ଥାନ ଟି ୪ ସ୍ନାୟୁ ଦ୍ଵାରା ଯୋଗାଣ ହୁଏ ।<ref name="Tortora, Gerard J.">Introduction to the Human Body, Fifth Edition. John Wiley & Sons, Inc.: New York, 2001. '''560'''.</ref><ref name="Ramsay">{{cite journal |author=Ramsay DT, Kent JC, Hartmann RA, Hartmann PE |title=Anatomy of the Lactating Human Breast Redefined with Ultrasound Imaging |journal=Journal of Anatomy |volume=206 |issue=6 |pages=525–534 |year=2005 |month=June |pmid=15960763 |pmc=1571528 |doi=10.1111/j.1469-7580.2005.00417.x |url=}}</ref> <br />
=== ପ୍ରକୃତ ଗଠନ ===
ଛାତିରେ ଥିବା [[ପେକ୍ଟୋରାଲିସ୍ ମେଜର]] ମାଂସପେଶୀ ଉପରେ ସ୍ତନ ଥାଏ ଓ ଏହା ୨ୟ୍ ପଞ୍ଜରାଠାରୁ ୬ଷ୍ଠ [[ପଞ୍ଜରା]] ପର୍ଯ୍ୟନ୍ତ ବ୍ୟାପିଥାଏ । ସମ୍ମୁଖରେ [[କ୍ଲାଭିକ୍ଲ]] ଅସ୍ଥିଠାରୁ ତଳକୁ ମଝି ଅସ୍ଥିର ମଧ୍ୟ ଭାଗ ପର୍ଯ୍ୟନ୍ତ୍ ଲମ୍ବିଥାଏ ଓ ଓସାର ବାଗରେ ଏହା କାଖ ସିଧା ପର୍ଯ୍ୟନ୍ତ ଥାଏ । ସ୍ତନରେ ବିଭିନ୍ନ ପ୍ରକାରର ତନ୍ତୁ ଥାଏ, ମୂଖ୍ୟତଃ [[ଗ୍ଲାଣ୍ଡ]] ଓ [[ଚର୍ବି]] ଥାଏ । <br />
ସ୍ତନ ଏକ କୋନ ଭଳି ଦେଖାଯାଏ । ଓ ଏହା ଶିର୍ଷରେ ସ୍ତନାଗ୍ର ଥାଏ । ଚର୍ମ ତଳେ ଚର୍ବି ଆସ୍ତରଣ ଓ ତା ତଳେ ସୁପରଫିସିଆଲ୍ ଫାସା (Superficial fascia) ଥାଏ । ବୟଃପ୍ରାପ୍ତ ସ୍ତନରେ ୧୪ ରୁ ୧୮ ଟି ଲାକ୍ଟିଫେରସ୍ ଲୋବ ଥାଏ ଓ ତାହାକୁ ଘଞ୍ଚ ଫାସା ଘେରି ରହିଥାଏ, ଯାହା ଏହାକୁ ଟେକି ଧରେ । ସ୍ତନ ଗ୍ଲାଣ୍ଡ ଏସ୍ଟ୍ରୋଜେନ ଦ୍ଵାରା ସାହାଯ୍ୟ ପାଏ, ତେଣୁ ଋତୁ ବନ୍ଦ ପରେ ଏସ୍ଟ୍ରୋଜେନ କ୍ଷରଣ ନ ହେବାରୁ ଏହି ଗ୍ଲାଣ୍ଡ ଶୁଖିଯାଏ । ତା ପରେ ସ୍ତନରେ କେବଳ ଚର୍ବି, ଫାସା ଓ ଚର୍ମ ରହେ । <br />
ଆକାର ଅନୁସାରେ ସ୍ତନର ଓଜନ ଅଧ କିଲୋରୁ ଏକ କିଲୋ ପର୍ଯ୍ୟନ୍ତ ହୁଏ । ଚର୍ବି ଓ ଗ୍ଲାଣ୍ଡ ଅନୁପାତ ବୟସ ଅନୁସାରେ, ଗର୍ଭାବସ୍ଥାରେ ଓ ସ୍ତନ୍ୟ ପାନ ସମୟରେ ଭିନ୍ନ ଭିନ୍ନ ହୁଏ ।
 
== ଆଧାର ==
"https://or.wikipedia.org/wiki/ସ୍ତନ"ରୁ ଅଣାଯାଇଅଛି