"ସୋମନାଥ ରଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ତଥ୍ୟ
ଅଧିକ ତଥ୍ୟ
୨୯ କ ଧାଡ଼ି:
}}
 
'''ସୋମନାଥ ରଥ ''' (୧୯୨୪-୨୦୧୩) [[ଗଞ୍ଜାମ ଜିଲ୍ଲା]]ର ସୋରଡା ବ୍ଳକ ଅନ୍ତର୍ଗତ ବଡ଼ଗଡ଼ରେବଡ଼ଗଡ଼ ଗ୍ରାମରେ ଜନ୍ମିତ ଜଣେ ପ୍ରଖ୍ୟାତ ଓକିଲ ଓ ରାଜନୈତିକ ନେତା ଥିଲେ। ସେ [[ଓଡ଼ିଶା ବିଧାନ ସଭା]]ର ବାଚସ୍ପତି ଭାବେ ୧୯୮୦ରୁ ୧୯୮୪ ପର୍ଯ୍ୟନ୍ତ ଦାୟିତ୍ଵ ନିର୍ବାହ କରିଥିଲେ । <ref>{{cite news|title= Former Odisha speaker Somnath Rath passes away|url=http://www.odishareporter.in/top_news/former-odisha-speaker-somnath-rath-passes-away|accessdate=9 October 2013|newspaper=ଓଡ଼ିଶା ରିପୋର୍ଟର}}</ref> ୨୦୧୩ ଅକ୍ଟୋବର ମାସ ୭ତାରିଖ ରାତି ୮ଟା ବେଳେ ବରିଷ୍ଠ କଂଗ୍ରେସ ନେତା, ବିଧାନସଭାର ପୂର୍ବତନ ବାଚସ୍ପତି ଓ ସାଂସଦ ସୋମନାଥ ରଥଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ପିତା କାଶୀନାଥ ରଥ ଓ ମାତା ସାବିତ୍ରୀ ଦେବୀ ଭଞ୍ଜନଗରରେ ଆସି ବାସ କରିବା ପରେ ସୋମନାଥ ତାଙ୍କର ସ୍କୁଲ ଜୀବନ ଭଞ୍ଜନଗରରେ ଆରମ୍ଭ କରିଥିଲେ । ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ହାଇସ୍କୁଲ ଓ ପରେ ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ଗ୍ରାଜୁଏସନ୍ ପରେ କଟକ ମଧୁସୂଦନ ଲ'କଲେଜରେ ଓକିଲାତି ଶିକ୍ଷାଲାଭ କରିଥିଲେ । ୧୯୫୧ରୁ ଓକିଲାତିକୁ ପେସା ଭାବେ ଗ୍ରହଣ କରିଥିଲେ । ଛାତ୍ରଜୀବନରୁ କଂଗ୍ରେସ ରାଜନୀତିରେ ସଂପୃକ୍ତ ସୋମନାଥ ପ୍ରଥମେ ଆର୍‌ସିଏମ୍ଏସ୍‌ର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । କଂଗ୍ରେସ ଦଳର ଅନେକ ସାଂଗଠନିକ ପଦ ପଦବୀରେ ରହି ସେ ପ୍ରଥମଥର ପାଇଁ ୧୯୭୧ରେ ଭଞ୍ଜନଗରର ବିଧାନସଭା ଆସନରୁ ବିଜୁ ପଟ୍ଟନାୟକଙ୍କୁ ପରାଜିତ କରି ନିର୍ବାଚିତ ହୋଇଥିଲେ । ପୁଣିଥରେ ସେ ୧୯୭୪ରେ ଭଞ୍ଜନଗର ଆସନରୁ ବିଜୁ ପଟ୍ଟନାୟକଙ୍କୁ ପରାଜିତ କରି ବିଧାନସଭାକୁ ନିର୍ବାଚିତ ହୋଇ ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରୀତ୍ଵ ସମୟରେ ରାଜ୍ୟର ସ୍ଵାସ୍ଥ୍ୟ ଓ ନଗର ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ୧୯୭୭ ନିର୍ବାଚନରେ କଂଗ୍ରେସର ପରାଜୟ ହୋଇଥିଲା । ସେ ମଧ୍ୟ ପରାଜିତ ହୋଇଥିଲେ । ତେବେ ୧୯୮୦ରେ ପୁନର୍ବାର ନିର୍ବାଚିତ ହୋଇ ୧୯୮୪ ପର୍ଯ୍ୟନ୍ତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ଵରେ ବିଧାନସଭାରେ ବାଚସ୍ପତି ଆସନ ଅଳଙ୍କୃତ କରିଥିଲେ । ପରବର୍ତ୍ତୀସେ ସମୟରେ୧୯୮୪ରୁ ୧୯୮୪ରେ୧୯୮୫ ପର୍ଯ୍ୟନ୍ତ ରାଜ୍ୟ କୃଷିମନ୍ତ୍ରୀ ଭାବେ ସେ ଦାୟିତ୍ଵ ନିର୍ବାହ କରିଥିଲେ । ୧୯୮୫ରେ ଆସିକା ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ଲୋକସଭାର ପେନାଲ୍ ବୋର୍ଡ ଚେୟାରମେନ୍ ମଧ୍ୟ ହୋଇଥିଲେ । ସେ ଥିଲେ ଭଞ୍ଜନଗର ସହରର ନବ ନିର୍ମାତା । ତାଙ୍କର ଶାସନ କାଳ ମଧ୍ୟରେ ସହରର ବିକାଶ ପାଇଁ ଅନେକ କାର୍ଯ୍ୟ କରିଯାଇଛନ୍ତି । ଭଞ୍ଜନଗରର ସାବିତ୍ରୀ ମହିଳା ମହାବିଦ୍ୟାଳୟ, ଦୂରଦର୍ଶନ କେନ୍ଦ୍ର ପ୍ରତିଷ୍ଠା କରାଇଥିଲେ । ସେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ତାଙ୍କରି ଉଦ୍ୟମ ଯୋଗୁଁ ଗଢି ଉଠିଥିଲା କେଏସୟୁବି କଲେଜର ପ୍ରତିଷ୍ଠାତା ସଦସ୍ୟ ଥିଲେ । ସେହିପରି ତାଙ୍କ ସମୟରେ ଆଇନ ମହାବିଦ୍ୟାଳୟ ଓ ପିଜି କ୍ଳାସ୍ ଆରମ୍ଭ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଏହି ଦୁଇଟି ମହାବିଦ୍ୟାଳୟ କିଛିବର୍ଷ ଚାଲିବା ପରେ ବନ୍ଦ ହୋଇଯାଇଥିଲା । ଭଞ୍ଜନଗର କୃଷିବିଜ୍ଞାନ କେନ୍ଦ୍ର, ଦମକଳ କେନ୍ଦ୍ର, ମତ୍ସ୍ୟ ଜାଆଁଳ କେନ୍ଦ୍ର, ଡହ ମଧ୍ୟମ ଜଳସେଚନ ଯୋଜନା, ଭିତିରି ବେଡିଗୋବା କ୍ଷୁଦ୍ର ଜଳପକଳ୍ପ, ସାହିତ୍ୟ ପରିଷଦ, କବିସମ୍ରାଟ ଷ୍ଟାଡିୟମ୍, ଭଞ୍ଜନଗରରେ ସିଭିଲ୍ କୋର୍ଟ, ଗାଲେରୀ ଠାରେ ଉନ୍ନୀତ ସ୍ଵାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ଦିଗରେ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା । ବାଚସ୍ପତି କାଳରେ ସେ ଏକ ଐତିହାସିକ ପଦକ୍ଷେପ ନେଇ ଓଡିଶା ସେକ୍ରେଟାରୀଏଟରୁ ବିଧାନସଭା ସେକ୍ରେଟାରୀଏଟକୁ ଅଲଗା କରିଦେଇଥିଲେ । ଯାହାକି ଦେଶର ପ୍ରଥମ ବିଧାନସଭା ସେକ୍ରେଟାରୀଏଟ ଭାବେ ପରିଚିତ ଲାଭ କରିଥିଲା । ସେ ଲୋକସଭାରେ ସଦସ୍ୟ ଥିଲାବେଳେ ଏକ ବେସରକାରୀ ବିଲ୍ ଜରିଆରେ ବ୍ରହ୍ମପୁରରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ସ୍ଵତନ୍ତ୍ର ବିଲ୍ ପାସ୍ କରାଇଥିଲେ । ସ୍ଵାସ୍ଥ୍ୟମନ୍ତ୍ରୀତ୍ଵ ସମୟରେ ପରିବାର ନିୟୋଜନ ଯୋଜନା ପ୍ରଣୟନରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ସର୍ବଭାରତୀୟସ୍ତରରେ ସେ କାରୱେ ଆୱାଡରେ ସମ୍ମାନିତ ହୋଇଥିଲେ । ସେ ଜଣେ ସ୍ଵନାମଧନ୍ୟ ଓକିଲ ଭାବେ ସାରା ରାଜ୍ୟରେ ପରିଚିତ ଥିଲେ । ଗତ ୨୦୧୨ ମସିହାରେ ତାଙ୍କୁ ଶ୍ରେଷ୍ଠ ଓକିଲ ଭାବରେ କଟକ ମଧୁଜ୍ୟୋତି ସମ୍ମାନ ପ୍ରଦାନ କରାଯାଇଥିଲା । <ref>ସମ୍ବାଦ, ପୃଷ୍ଠା-୭, ୮ ଅକ୍ଟୋବର ୨୦୧୩</ref> <ref>ଅନୁପମ ଭାରତ, ପୃଷ୍ଠା-୧, ମଙ୍ଗଳବାର, ୮ଅକ୍ଟୋବର, ୨୦୧୩</ref>
==ଆଧାର==
{{ଆଧାର}}