"ଲତା ମଙ୍ଗେସକର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
==ଲତା ମଙ୍ଗେସକର==
ଲତା ମଙ୍ଗେସକର ଭାରତୀୟ ସଙ୍ଗୀତ ଜଗତର ଜୀବନ୍ତ କିମ୍ବଦନ୍ତୀ । ସଙ୍ଗୀତ କ୍ଷେତ୍ରକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଭାରତର ସର୍ବୋଚ୍ଚ ପୁରସ୍କାର ଭାରତ ରତ୍ନ ରେ ସମ୍ମାନ କରାଯାଇଛି ।
==ଜୀବନ ଓ ପରିବାର==
Line ୫ ⟶ ୬:
 
==ସଙ୍ଗୀତ ଜୀବନ==
ପରିବାରର ଭରଣପୋଷଣ ନିମନ୍ତେ ସେ ଗୀତ ଗାଇବା ଆରମ୍ଭ କରିଥିଲେ । ଲତା ୧୯୪୨ ରି ୧୯୪୮ ମଧ୍ୟରେ ପାଖାପାଖି ଆଠୋଟି ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର କିଟ୍ଟି ହାସଲ ରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ମୁମ୍ବାଇରେ ଏକ ଲୋକାଲ୍ ଟ୍ରେନ୍ ରେ ଯାତ୍ରା କରୁଥିବା ସମୟରେ ତାଙ୍କୁ ଆପ୍ କି ସେବା ମେଁ ରେ ପ୍ରଛଦପଟ ଗାୟିକା ହେବାର ସୁଯୋଗ ମିଳିଥିଲା । ପରେ ତାଙ୍କୁ ମଜବୁର୍ ଓ ବେଦର୍ଦ୍ ନାମକ ଦୁଇଟି ଚଳଚ୍ଚିତ୍ରରେ ଗୀତ ଗାଇବାର ସୁଯୋଗ ମିଳିଲା । ଏହି ଦୁଇଟି ଚଳଚ୍ଚିତ୍ର ଦ୍ୱାରା ସେ ସଙ୍ଗୀତ ଜଗତରେ କିଛି ମାତ୍ରାରେ ପରିଚିତ ହେଲେ । କିନ୍ତୁ ପରେ ଅନ୍ଦାଜ୍ , ବରସାତ୍ ଓ ମହଲ୍ ଚଳଚ୍ଚିତ୍ର ଦ୍ୱାରା ସେ ସଙ୍ଗୀତ ମହଲରେ ପୁରାପୁରି ଭାବେ ଛାଇଗଲେ । ୧୯୬୩ ରେ ଭାରତ - ଚୀନ୍ ଯୁଦ୍ଧ ସମୟରେ ଲତାଙ୍କର ଦେଶାମ୍ତକବୋଧକ ଗୀତ ଏ ମେରେ ୱତନ୍ କେ ଲୋଗୋଁ ରେ ସେତେବେଳର ପ୍ରଧାନମନ୍ତ୍ରୀ ଜବାହର୍ ଲାଲ୍ ନେହେରୁ ଭାବ ବିହ୍ୱଳ ହୋଇଯାଇଥିଲେ । ତାଙ୍କୁ ଏହି ଗୀତ ପାଇଁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୧୯୭୦ ରୁ ୧୯୮୦ ମଧ୍ୟରେ ଲତା ତିନି ଜଣ ପ୍ରମୁଖ ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମିକାନ୍ତ ପ୍ୟାରେଲାଲ୍ , କଲ୍ୟାଣଜୀ ଆନନ୍ଦଜୀ ଓ ଆର ଡି ବର୍ମନ୍ ଙ୍କ ସହ କାମ କରିଥିଲେ । ସେ ହମ୍ ଆପକେ ହେ କୌନ୍ , ବୀରଜାରା ପରି ରୋମାଣ୍ଟିକ୍ ଚଳଚ୍ଚିତ୍ର ରେ ମଧ୍ୟ କଣ୍ଠଦାନ କରିଥିଲେ । ସେ ରେହେମାନ୍ ଙ୍କ ଭଳି ନୂଆ ନିର୍ଦ୍ଦେଶକଙ୍କ ସହ ମଧ୍ୟ କାମକରିଛନ୍ତି ।
ଲତା ତାଙ୍କର ସମଗ୍ର ଜୀବନକୁ ସଙ୍ଗୀତ ପାଇଁ ସମର୍ପିତ କରିଛନ୍ତି । ଏବେବି ସେ ରେକର୍ଡିଂ ପାଇଁ ଗଲେ ଷ୍ଚୁଡିଓ ବାହାରେ ଯୋତା ରଖିଥାନ୍ତି । ଗୁଲଜାର୍ ଙ୍କ ସେ ନିଜେ ଗାଇଥିବା ଏକ ଗୀତ ନାମ୍ ଗୁମ୍ ଯାଏଗା , ଚେହେରା ୟେ ବଦଲ୍ ଯାଏଗା , ମେରି ଆୱାଜ୍ ହି ମେରି ପେହେଚାନ୍ ହୈ.......... କେବଳ ଲତାଙ୍କ ପାଇଁ ଲେଖାଯାଇଛି ବୋଲି ତାଙ୍କର ଅଗଣିତ ପ୍ରଶଂସକ କୁହନ୍ତି ।
 
 
==ମାନ ସମ୍ମାନ==
 
୧୯୫୮ - ପ୍ରଥମ ଫିଲ୍ମ ଫେୟାର୍ ଆୱାର୍ଡ୍
୧୯୬୯ - ପଦ୍ମ ଭୂଷଣ
୧୯୬୯ - ଶ୍ରେଷ୍ଠ ପ୍ରଛଦପଟ୍ଟ ଗାୟିକା
୧୯୮୯ - ଦାଦା ସାହେବ୍ ଫାଲକେ ପୁରସ୍କାର
୧୯୯୩ - ଜୀବନ ବ୍ୟାପି ସାଧନା ପୁରସ୍କାର
୧୯୯୭ - ମହାରାଷ୍ଟ୍ର ଭୂଷଣ ପୁରସ୍କାର
୧୯୯୯ - ପଦ୍ମ ବିଭୂଷଣ
୨୦୦୧ - ଭାରତ ରତ୍ନ
୨୦୦୯ - ୩ ଟି ଜାତୀୟ ଚଳଚ୍ଚିତ୍ର ସମ୍ମାନ
୨୦୧୧ - ଗିନିଜ୍ ବୁକ୍ ଅଫ୍ ୱାଲର୍ଡ୍ ରେକର୍ଡ ରେ ସ୍ଥାନିତ