"ବାଲେଶ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୬୯ କ ଧାଡ଼ି:
* [[କ୍ଷୀରଚୋରା ଗୋପୀନାଥ ମନ୍ଦିର]]
=='''ସଂଗଠନ'''==
"ନେସ୍କୋ ଶକ୍ତି କର୍ମଚାରୀ ସଂଘ"
 
"NESCO SHAKTI KARMACHARI SANGHA"
 
ଏହି ସହରରେ ବିଭିନ୍ନ ପ୍ରକାର କଳକାରଖାନା ଏବଂ ଅନ୍ୟାନ୍ୟ କାର୍ଯ୍ୟ କ୍ଷେତ୍ରରେ ବିଭିନ୍ନ ପ୍ରକାର ଶ୍ରମିକ /କର୍ମଚାରୀ ମାନଙ୍କର ସଂଗଠନ ରହିଛି | ସେଥି ମଧ୍ୟରୁ ବିଦ୍ୟୁତ୍ ବିଭାଗ ରେ ନେସ୍କୋ ଶକ୍ତି କର୍ମଚାରୀ ସଂଘ ଅନ୍ୟତମ ୤| ଏହି ସଂଘର ମୂଖ୍ୟ କାର୍ଯ୍ୟାଳୟ ୫ଟି ଜିଲ୍ଲାକୁ ନେଇ ଥରମାଲ କଲୋନୀ,ଶୋଭାରାମ ପୁର,କଲ୍ୟାଣେଶ୍ୱର ମହାଦେବ ମନ୍ଦିର ନିକଟ ରେ ଅବସ୍ଥିତ | କେତେ ଜଣ ସଂଘ ପ୍ରେମୀ , ଉତ୍ସାହୀ ବ୍ୟକ୍ତିତ୍ୱଙ୍କ ଉଦ୍ଦ୍ୟମ,ପ୍ରଚେଷ୍ଟା ଓ ମାନସ ମନ୍ଥନ ଫଳରେ , ନେସ୍କୋରେ କାର୍ଯ୍ୟରତ ସ୍ଥାୟୀ ଓ ଅସ୍ଥାୟୀ ଶ୍ରମିକ ଓ କର୍ମଚାରୀଙ୍କର ସ୍ୱାର୍ଥ ରକ୍ଷା ପାଇଁ ୨୦୦୩ ମସିହା ନଭେମ୍ବର ୩ତାରିଖ ଦିନ ଜନ୍ମ ନେଲା ନେସ୍କୋ ଶକ୍ତି କର୍ମଚାରୀ ସଂଘ | ୨୦୦୪ ମସିହା ଜାନୁଆରୀ ୨ତାରିଖ ଦିନ ଏହା ପଞ୍ଜିକୃତ ହୋଇଥିଲା , ଯାହାର ପଞ୍ଜିକରଣ ନଂ୭୯୯ କଟକ ୤ ନେସ୍କୋରେ କାର୍ଯ୍ୟରତ ସ୍ଥାୟୀ ଓ ଠିକା ଶ୍ରମିକ ଓ କର୍ମଚାରୀ ମାନଙ୍କୁ ସୁରକ୍ଷା ଦେବା ସହିତ ସେମାନଙ୍କର ଅଧିକାର ଓ ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ସଂଘ ପଞ୍ଜିକରଣ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଅବିରତ ସଂଗ୍ରାମ କରିଚାଲିଛି | ନେସ୍କୋରେ ହେଉଥିବା ଅନ୍ୟାୟ ,ଭ୍ରଷ୍ଟାଚାର,ଦୂର୍ନିତୀ ତଥା ନେସ୍କୋ କର୍ତ୍ତୃପକ୍ଷଙ୍କର କର୍ମଚାରୀ ମାରଣ ନିତୀ ବିରୁଦ୍ଧରେ ଏହି ସଂଘ ନିର୍ଭିକ ଭାବରେ ସ୍ୱର ଉତ୍ତୋଳନ କରିଆସିଛି ଓ କରିବାକୁ ପ୍ରତିଶୃତି ବଦ୍ଧ ୤ |
 
ସଂଘର ପ୍ରଥମ ସଭାପତି , ବରିଷ୍ଠ ଶ୍ରମିକ ନେତା ୰କେଳୁଚରଣ ଦାସଙ୍କ ଅଧକ୍ଷତାରେ , ସଂଘର ମୂଖ୍ୟ ଉପଦେଷ୍ଟା ଓ ଦିଗ୍‌ଦର୍ଶକ ବିଧାୟକ ପ୍ରତାପ ଚନ୍ଦ୍ର ଷଢଙ୍ଗୀଙ୍କ ମାର୍ଗ ଦର୍ଶନରେ , ଶକ୍ତି କର୍ମଚାରୀ ସଂଘ ଅନେକ ଘାତ ପ୍ରତିଘାତ ଓ ପ୍ରତିକୂଳ ପରିସ୍ଥିତିରେ ସଂଗ୍ରାମ ଜାରି ରଖି କାର୍ଯ୍ୟରତ ସ୍ଥାୟୀ ଓ ଠିକା ଶ୍ରମିକ ଓ କର୍ମଚାରୀ ମାନଙ୍କୁ ନ୍ୟାୟ ଦେବାରେ ସମର୍ଥ ହୋଇପାରିଛି | ୤ ୧୭.୩.୨୦୦୪ ମସିହାରେ ଭାରତୀୟ ମଜଦୁର ସଂଘ ଓ ୨୮.୪.୨୦୦୪ରେ ନିଖିଳ ଓଡିଶା ବିଦ୍ୟୁତ୍ ମଜଦୁର ମହାସଂଘ ସହିତ ସହ ବନ୍ଧିତ ହେଲାପରେ ଏହି ସଂଘକୁ ଏକ ନୂତନ ଆର୍ଦଶ ଓ ଦିଗ୍‌ଦର୍ଶନ ମିଳିବା ସଙ୍ଗେ ସଙ୍ଗେ ସଂଘ ନିଜକୁ ରାଜ୍ୟ ତଥା କେନ୍ଦ୍ରିୟ ସଂଗଠନ ସହିତ ସାମିଲ କରି ନିଜ ସଂଗ୍ରାମକୁ ବ୍ୟାପକ ଲୋକାଭିମୂଖି କରାଇ ପାରିଛି | ୤ ନେସ୍କୋରେ କାର୍ଯ୍ୟରତ ଠିକା ଶ୍ରମିକ ଓ କର୍ମଚାରୀଙ୍କୁ ସ୍ଥାୟୀ କରିବା ଓ ଅନ୍ୟାନ୍ୟ ଦାବି ନେଇ ନେସ୍କୋ ଶକ୍ତି କର୍ମଚାରୀ ସଂଘ ତାର ପ୍ରଥମ ଦାବିପତ୍ର ୧୬.୧୨.୨୦୦୩ ତାରିଖରେ ନେସ୍କୋ କର୍ତ୍ତୃପକ୍ଷଙ୍କୁ ଦେଇଥିଲା ୤ | ନେସ୍କୋ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱ ନଦେବାରୁ ପ୍ରଥମ ପଦକ୍ଷେପ ସ୍ୱରୁପ ସଂଘ ୧୨.୬.୨୦୦୪ ତାରିଖ ରେ ସଂଘର ମୂଖ୍ୟ ଉପଦେଷ୍ଟା ତଥା ବିଧାୟକ ପ୍ରତାପଚନ୍ଦ୍ର ଷଢଙ୍ଗୀ ଓ ସଂଘର ବଳିଷ୍ଠ କାର୍ଯ୍ୟକର୍ତ୍ତା ଙ୍କ ନେତୃତ୍ତ୍ୱରେ ଦାବି ପୁରଣ ପାଇଁ ତାର ପ୍ରଥମ ଆନ୍ଦୋଳନ ଡାକରା ଦେଇଥିଲା ଓ ଏଥିରେ ନେସ୍କୋର ଶତାଧିକ ଶ୍ରମିକ ଓ କର୍ମଚାରୀ ଯୋଗ ଦେଇଥିଲେ | ୤ ଶେଷରେ ନେସ୍କୋ କର୍ତ୍ତୃପକ୍ଷ ସଂଘର ଦାବିକୁ ମାନିନେଇ ଠିକା ଶ୍ରମିକ ଓ କର୍ମଚାରୀ ମାନଙ୍କୁ ସ୍ଥାୟୀ କରିବା ପାଇଁ ପ୍ରତିଶୃତି ଦେବା ସହିତ ଲିଖିତ ଚୁକ୍ତି ସ୍ୱାକ୍ଷର କରିଥିଲେ ୤ ପରବର୍ତ୍ତୀ ସମୟରେ ନେସ୍କୋ କର୍ତ୍ତୃପକ୍ଷ ଏହି ଦାବି ଗୁଡିକୁ ପୁରଣ ନକରିବାରୁ ସଂଘ ଅନେକ ଲଢେଇ କରିଥିଲା ଓ ଏହାକୁ ଜିଲ୍ଲା ପ୍ରଶାସନ ର ଦୃଷ୍ଟିକୁ ନେଇଥିଲା | ୤ ବାଲେଶ୍ୱର ଶ୍ରମ ବିଭାଗ ଓ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ଏକ ତ୍ରିପାକ୍ଷିକ ବୈଠକ ଡକାଇ ଥିଲେ ୤ ଯେଉଁ ବୈଠକରେ ସେତେବେଳର ଜିଲ୍ଲାପାଳ ଅଲେଖଚନ୍ଦ୍ର ପଢିଆରୀ , ନେସ୍କୋର ପ୍ରତିନିଧି ଓ ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା | ୤ ନେସ୍କୋ କର୍ତ୍ତୃପକ୍ଷ ସଂଘର ଦାବି ଗୁଡିକୁ ପୁରଣ କରିବା ପାଇଁ ସହମତି ପ୍ରକାଶ କରି ଏହି ତ୍ରୀପାକ୍ଷିକ ଚୁକ୍ତି ଉପରେ ସ୍ୱାକ୍ଷର କରିଥିଲେ ୤ | ଏହି ଚୁକ୍ତି ନାମା ପରେ ସଂଘର ଦାବିଗୁଡିକ ମଧ୍ୟରୁ ଅବସର ନେଉଥିବା କର୍ମଚାରୀ ମାନଙ୍କୁ ତୁରନ୍ତ ପେନସନ ପ୍ରଦାନ କରିବା , କର୍ମଚାରୀ ମାନଙ୍କ ଦରମା ୭ତାରିଖ ମଧ୍ୟରେ ମାସିକ ଦରମା ଦେବା , କନିଷ୍ଠ ହିସାବ ରକ୍ଷକ ପଦବୀ ପୂରଣରେ ବିଭାଗୀୟ ଯୋଗ୍ୟ କର୍ମଚାରୀଙ୍କ ପାଇଁ ପଚାଶ ପ୍ରତିଶତ ପଦବୀ ସଂରକ୍ଷିତ ରଖିବା ଓ ଠିକାଦାର ମାନଙ୍କ ପାଖରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ମନଇଚ୍ଛା ଛଟେଇ କରାନଯିବା ଆଦି କେତେକ ଦାବୀକୁ ନେସ୍କୋ କର୍ତ୍ତୃପକ୍ଷ କାର୍ଯକାରୀ କରିଥିଲେ | ୤ ଏହା ଥିଲା ଶକ୍ତି କର୍ମଚାରୀ ସଂଘର ପ୍ରଥମ ବିଜୟ ୤ | କିନ୍ତୁ ନେସ୍କୋ କର୍ତ୍ତୃପକ୍ଷ ନେସ୍କୋରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଠିକା ଶ୍ରମିକ ଆଇ.ଟି.ଆଇ. ତାଲିମ ପ୍ରାପ୍ତ ଓ ଅଣ ତାଲିମ ପ୍ରାପ୍ତ ଅସ୍ଥାୟୀ କର୍ମଚାରୀ ଙ୍କୁ ସ୍ଥାୟୀ କରିବା ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ନିଜ ପ୍ରତିଶୃତିରୁ ଓହରି ଯାଇଥିଲେ ୤ ତେଣୁ ସଂଘ ଏହା ବିରୁଦ୍ଧରେ ସଂଗ୍ରାମ ଜାରୀ ରଖିଲା ଏହି ଦାବି ହାସଲ ପାଇଁ ସଂଘକୁ ବରମ୍ବାର ଆନ୍ଦୋଳନ,ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବାକୁ ପଡିଛି ୤ ସଂଘ ଏ ବିଷୟ ଜିଲ୍ଲା ଶ୍ରମ ବିଭାଗ ଠାରୁ ଆରମ୍ଭ କରି ଶ୍ରମ କମିଶନର , ରାଜ୍ୟ ପ୍ରଶାସନର ଶ୍ରମମନ୍ତ୍ରୀ , ଶକ୍ତିମନ୍ତ୍ରୀ , ଶକ୍ତିସଚୀବ ଏପରିକି ବିଧାନସଭାରେ ବାଚସ୍ପତି ଙ୍କ ଦୃଷ୍ଟିକୁ ମଧ୍ୟ ନେଇଥିଲା ୤ ଶକ୍ତିମନ୍ତ୍ରୀଙ୍କ ମଧ୍ୟସ୍ଥତାରେ ରାଜ୍ୟ ସଚିବାଳୟରେ ନେସ୍କୋ କର୍ତ୍ତୃପକ୍ଷ ଓ ସଂଘ ମଧ୍ୟରେ ଏକ ତ୍ରିପାକ୍ଷିକ ଆଲୋଚନା ମଧ୍ୟ ହୋଇଥିଲା ୤ ନେସ୍କୋ କର୍ତ୍ତୃପକ୍ଷ ଆଇ.ଟି.ଆଇ. ପିଲାଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ରାଜିହୋଇ ଚୁକ୍ତି ପତ୍ର ସ୍ୱାକ୍ଷର କରିଥିଲେ | ୤ ପରେ ସାକ୍ଷାତକାର ମାଧ୍ୟମରେ ସେମାନଙ୍କ ମଧ୍ୟରୁ ୭୮ଜଣ ଆଇ.ଟି.ଆଇ. ତାଲିମ ପ୍ରାପ୍ତ ପିଲାଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଥିଲା | ୤ ଏହାଥିଲା ସଂଘର ଦ୍ୱୀତିୟ ବୃହତ ବିଜୟ ୤ କିନ୍ତୁ ଦୀର୍ଘ ଦିନ ଧରି ନେସ୍କୋରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ଅବଶିଷ୍ଟି ଆଇ.ଟି.ଆଇ. ତାଲିମ ପ୍ରାପ୍ତ ଓ ଅଣ ତାଲିମ ପ୍ରାପ୍ତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ନମିଳିବାରୁ ପୁଣି ସଂଗ୍ରାମ ଜାରି ରଖିଲା ୤ ଏଥିପାଇଁ ଅନେକ ଝଡଝଞ୍ଜା ଓ ପ୍ରତିକୁଳ ପରିସ୍ଥିତି ଦେଇ ସଂଘକୁ ଗତି କରିବାକୁ ହୋଇଛି ୤ ନେସ୍କୋ କର୍ତ୍ତୃପକ୍ଷ ସଂଘର ଏଭଳି ସଂଗ୍ରାମି ପଦକ୍ଷେପରେ ଅସହିଷ୍ଣୁ ଓ ପ୍ରତିହିଂସା ପରାୟଣ ହୋଇ ସଂଘର ସଦସ୍ୟ ଓ ସାଧାରଣ ସଂପାଦକଙ୍କ ନାମରେ ଅନେକ ମିଥ୍ୟା ମକଦମା କରିଛି ୤ ସାଧାରଣ ସଂପାଦକଙ୍କୁ ଆକ୍ରୋଶ ମୂଳକ ଭାବେ ଦୁଇ ଦୁଇ ଥର ନିଲମ୍ବିତ କରାଯାଇଛି ୤ | ଏପରିକି ନିଲମ୍ବିତ ଅବସ୍ଥାରେ ତାଙ୍କୁ ଚାକିରୀରୁ ଅବସର ନେବାକୁ ପଡିଛି | ୤ ଅବସର ପରେ ଦୀର୍ଘ ୩ବର୍ଷ ଧରି ଅବସର କାଳିନ ପ୍ରାପ୍ୟ ଦେଇ ନାହାନ୍ତି | ୤ ଆକ୍ରୋଶ ମୂଳକ ଭାବେ ସଂଘର କାର୍ଯ୍ୟକର୍ତ୍ତାଙ୍କ ବିରୁଦ୍ଧରେ ମିଥ୍ୟା ମକଦମା ରେ ଜଡିତ କରି ତାଙ୍କୁ ଚାକିରୀରୁ ବହିସ୍କାର କରାଯାଇଛି ୤ କର୍ତ୍ତୃପକ୍ଷଙ୍କର ଏତାଦୃଶ ଅନ୍ୟାୟ ଓ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ସଂଘ ୨୫ଦଫା ଦାବି ନେଇ ଦୀର୍ଘ ୩ବର୍ଷ ଧରି ନିରବିଚ୍ଛିନ୍ନ ଭାବେ ନେସ୍କୋର ମୂଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଦିବାରାତ୍ରୀ ଧାରଣାରେ ବସିରହିଲା | ୤ ଯାହାକି ଶ୍ରମ ଆନ୍ଦୋଳନ ଇତିହାସରେ ଏକ ମାଇଲ୍ ଖୁଣ୍ଟ ହୋଇ ରହିବ | ୤ ସଂଘର ଏହି ଦାବି ପୂରଣ ପାଇଁ ସଂଘର ଉପଦେଷ୍ଟା ତଥା ବିଧାୟକ ଶ୍ରୀ ଷଡଙ୍ଗୀ ଥରେ ନେସ୍କୋ ମୂଖ୍ୟ କାର୍ଯ୍ୟାଳୟ ବାଲେଶ୍ୱର ଓ ଆଉଥରେ ନେସ୍କୋ,ୱେସ୍କୋ,ସାଉଥକୋ ର ମୂଖ୍ୟ ପରିଚାଳନା ନିର୍ଦ୍ଦେଶକ ଙ୍କ କାର୍ଯ୍ୟାଳୟ ଭୁବନେଶ୍ୱର ଠାରେ ଆମରଣ ଅନଶନ କରିଛନ୍ତି | ୤ ଶ୍ରମିକ ମାନଙ୍କ ପାଇଁ ସେ ବିଧାନସଭାରେ ଧାରଣା ମଧ୍ୟ ଦେଇଛନ୍ତି | ୤
ଯାହା ହେଉ ପରିଶେଷରେ ନେସ୍କୋ ଦ୍ୱାରା ଛଟେଇ ହୋଇଥିବା ୬୫ଜଣ ଅସ୍ଥାୟୀ କର୍ମଚାରୀ ପୁନଃ ନିଯୁକ୍ତି ପାଇପାରିଛନ୍ତି ୤ |
"https://or.wikipedia.org/wiki/ବାଲେଶ୍ୱର"ରୁ ଅଣାଯାଇଅଛି