"ଶୁଚିତ୍ୱ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଶୁଚିତ୍ତ୍ଵ ବିଷୟ ଲେଖାଗଲା
(କିଛି ବଦଳିନାହିଁ)

୧୧:୨୦, ୨୦ ସେପ୍ଟେମ୍ବର ୨୦୧୩ ଅନୁସାରେ କରାଯାଇଥିବା ବଦଳ

ସ୍ଵାସ୍ଥ୍ୟକର ଉନ୍ନତି ସାଧନ ଓ ଘରୁ ପରିତ୍ୟକ୍ତ ବିଭିନ୍ନ ବିପଦ ଜନକ ପଦାର୍ଥର ଦୂରୀକରଣକୁ ଶୁଚିତ୍ତ୍ଵ ବା ସାନିଟେସନ (Sanitation) କହନ୍ତି । ଶାରୀରିକ, ଅଣୁଜୈବିକରାସାୟନିକ ପଦାର୍ଥ ବିପଦଜନକ ହୋଇପାରେ । ମନୁଷ୍ୟ ଓ ପଶୁଜାତ ମଳ, କଠିନ ବର୍ଜ୍ୟ ବସ୍ତୁ ଘରୋଇ ବର୍ଜ୍ୟ ଜଳ, କାରଖାନା ବର୍ଜ୍ୟ ପଦାର୍ଥକୃଷି ବର୍ଜ୍ୟ ପଦାର୍ଥ ସ୍ଵାସ୍ଥ୍ୟ ହାନୀକାରକ ହୁଏ । ସ୍ଵାସ୍ଥ୍ୟହାନୀକର ବିପଦରୁ ରକ୍ଷା ପାଇବା ନିମନ୍ତେ ଯନ୍ତ୍ରୀ ସାହାଯ୍ୟ (ନାଳ, ଭୂତଳ ନାଳ ଓ ବର୍ଜ୍ୟ ଜଳ ପରିସ୍କାର କର୍ମ), ସାଧାରଣ ଯାନ୍ତ୍ରିକ ନିପୁଣତା (ପାଇଖାନା ଓ ସେପ୍ଟିକ ଟାଙ୍କି ତିଆରି) ଓ ବ୍ୟକ୍ତିଗତ ସ୍ଵାସ୍ଥ୍ୟରକ୍ଷା ଅଭ୍ୟାସ (ସାବୁନ ଦ୍ଵାରା ହାତ ଧୋଇବା) ଆବଶ୍ୟକ ।
ଡବ୍ଲ୍ୟୁ.ଏଚ.ଓ. ଅନୁସାରେ

ଇ କୋଲାଇ ଜୀବାଣୁ ବଡ଼ ଆକାରରେ
ଶୁଚିତ୍ତ୍ଵ କହିଲେ ସାଧାରଣତଃ ମନୁଷ୍ୟ ମଳ ମୂତ୍ରର ନିରାପଦ ଦୁରୀକରଣ ବ୍ୟବସ୍ଥାକୁ ବୁଝାଏ । ସାରା ପୃଥିବୀରେ ନିଅଣ୍ଟିଆ ଶୁଚିତ୍ତ୍ଵ ଯୋଗୁ ରୋଗ ହୁଏ । ଉନ୍ନତ ଶୁଚିତ୍ତ୍ଵ ଯୋଗୁ ଘରେ ତଥା ଗୋଷ୍ଠୀରେ ଉଲ୍ଲେଖନୀୟ ପ୍ରଭାବ ପଡ଼ୁଥିବା ଦେଖାଯାଉଛି । ରନ୍ଧନଶାଳାର ବର୍ଜ୍ୟ ପଦାର୍ଥ ଓ ଦୂଷିତ ଜଳର ଦୂରୀକରଣ ଦ୍ଵାରା ଶୁଚିତ୍ତ୍ଵର ରକ୍ଷଣାବେକ୍ଷଣ ହୁଏ ।

ଅନେକ ଗୁଡ଼ିଏ ବିଷ‌ୟ ଶୁଚିତ୍ତ୍ଵ ପରିସରକୁ ଆସେ[୧]

  • ଉନ୍ନତ ଶୁଚିତ୍ତ୍ଵ - ଏହା ଘରେ ମନୁଷ୍ୟ ମଳ ଦୂର କରିବା ପରିଚାଳନାକୁ ବୁଝାଏ ।
  • ଯଥା ସ୍ଥାନ ଶୁଚିତ୍ତ୍ଵ - ବର୍ଜ୍ୟ ବସ୍ତୁ ସଂଗ୍ରହ କରି ଯେଉଁଠାରେ ନିଷ୍କାସନ କରାଯାଏ, ସେହିଠାରେ ଏହାକୁ ନଷ୍ଟ କରାଯାଏ ।
  • ଖାଦ୍ୟ ଶୁଚିତ୍ତ୍ଵ - ଖାଦ୍ୟ ନିରାପତ୍ତା ନିମନ୍ତେ ସ୍ଵାସ୍ଥ୍ୟପ୍ରଦ ପ୍ରକ୍ରିୟା ।
  • ପରିବେଶ ଶୁଚିତ୍ତ୍ଵ - ପରିବେଶ ଦ୍ଵାରା ସଂକ୍ରମିତ ରୋଗ ନ ହେବା ନିମନ୍ତେ ପରିଚାଳନା । ବର୍ଜ୍ୟ ଜଳ, କାରଖାନା ବର୍ଜ୍ୟ ବସ୍ତୁ ଓ ଶବ୍ଦ ପ୍ରଦୂଶଣ ରୋକିବା ପରିଚାଳନା ।
  • ପରିସ୍ଥିତି ଶୁଚିତ୍ତ୍ଵ - ବର୍ଜ୍ୟ ବସ୍ତୁକୁ ପ୍ରକ୍ରିୟାକରଣ ମାଧ୍ୟମରେ ବ୍ୟବହାର ଉପଯୋଗୀ ପଦାର୍ଥକୁ ପରିବର୍ତ୍ତନ ।

ଆଧାର