"ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୬୮ କ ଧାଡ଼ି:
ଏହିସବୁ ସ୍ତମ୍ଭ ସରକାରଙ୍କ ଅଙ୍ଗ ହେଲେ ମଧ୍ୟ ନୀତିନିୟମର ମଙ୍ଗ ଧରି ସମ୍ବିଧାନକୁ ସୁସ୍ଥ ଓ ସବଳ କରି ବଞ୍ଚାଇଛନ୍ତି ।
==ସମ୍ବିଧାନ ସଂଶୋଧନ ପଦ୍ଧତି(Amendment Procedure)==
ସମ୍ବିଧାନ ସଂଶୋଧନ ପଦ୍ଧତି ୩୬୮ ଧାରାରେ ବର୍ଣ୍ଣିତ ହୋଇଅଛି । ସମ୍ବିଧାନ ସଂଶୋଧନ କ୍ଷମତା ପାର୍ଲିଆମେଣ୍ଟକୁ ଦିଆଯାଇଛି । ସଂଶୋଧନ ପାଇଁ ଚିଠା ଆଇନ ପାର୍ଲିଆମେଣ୍ଟରେ ପେଶ କରାଯାଏ । ରାଜ୍ୟସଭା ବା ଲୋକସଭାରେ ଏହା ପ୍ରଥମେ ଆଲୋଚନା କରାଯାଇପାରେ । ମୌଳିକ ଅଧିକାର ସମେତ ଯେ କୌଣସି ଅବସ୍ଥାକୁ ସଂଶୋଧନ କରିବା ପାଇଁ ପାର୍ଲିଆମେଣ୍ଟର କ୍ଷମତା ରହିଛି । କିନ୍ତୁ ସଂଘଶାସନ ଓ ନ୍ୟାୟାଳୟ କ୍ଷମତା ସଂପର୍କୀୟ ବ୍ୟବସ୍ଥାମାନ ସଂଶୋଧନ କରିବା ସମୟରେ ରାଜ୍ୟ ବିଧାନମଣ୍ଡଳର ଅନୁମୋଦନ ଆବଶ୍ୟକ ହୋଇଥାଏ । ମିନର୍ଭା କାରଖାନା ମୋକଦ୍ଦମାରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ସମ୍ବିଧାନର ମୌଳିକ ବ୍ୟବସ୍ଥାସବୁ ସଂଶୋଧନ କରିବାର କ୍ଷମତା ପାର୍ଲିଆମେଣ୍ଟର ନାହିଁ ।
===ସମ୍ବିଧାନ ସଂଶୋଧନର ତିନୋଟି ପଦ୍ଧତି===
ସମ୍ବିଧାନ ସଂଶୋଧନ କରିବା ପାଇଁ ୩ଟି ପଦ୍ଧତି ରହିଛି ।
:୧. କେତେକ ବ୍ୟବସ୍ଥା ଧାରା ପାର୍ଲିଆମେଣ୍ଟର ଉପସ୍ଥିତ ସଦସ୍ୟମାନଙ୍କର ସଂଖ୍ୟାଗରିଷ୍ଠ ମତରେ ସଂଶୋଧିତ କରାଯାଇପାରିବ । ଯଥା:
:* ନୂଆ ରାଜ୍ୟଗଠନ, ନାମ ଓ ସୀମା ନିର୍ଦ୍ଧାରଣ; ସଂପୃକ୍ତ ରାଜ୍ୟ ବିଧାନମଣ୍ଡଳର ସମ୍ମତି ନେଇ ସଂଶୋଧନ କରାଯାଇପାରେ । ସମ୍ବିଧାନର ତୃତୀୟ ଧାରା ଏହି ପରିସରର ଅନ୍ତର୍ଭୁକ୍ତ ।
:* ବିଧାନ ମଣ୍ଡଳର ଦ୍ୱିତୀୟ ସଦନ ଉଚ୍ଛେଦ କରିବା ପାଇଁ ୧୬୯ ଧାରା ଅନୁସାରେ ସଂଶୋଧନ ପ୍ରସ୍ତାବ ।
:* ନାଗରିକତା ଏବଂ ତାଲିକାଭୁକ୍ତ ଅଞ୍ଚଳ ବା ଉପଜାତିମାନଙ୍କ ବିଷୟରେ ସଂଶୋଧନ କରିବାକୁ ହେଲେ ସାଧାରଣ ଆଇନ ପରି ଉପସ୍ଥିତ ସଂଖ୍ୟାଗରିଷ୍ଠ ଭୋଟରେ ସଂଶୋଧନ କରାଯାଇପାରେ ।
:୨. ବିଶିଷ୍ଟ ସଂଖ୍ୟାଗରିଷ୍ଠତା ବା କଷ୍ଟକର ପ୍ରଣାଳୀ ଦ୍ୱାରା ସମ୍ବିଧାନର କେତେକ ଅଂଶ ସଂଶୋଧିତ ହୋଇପାରିବ । ସଦନର ଲୋକସଭା ଓ ରାଜ୍ୟସଭାର ସଭ୍ୟମାନଙ୍କର ଅର୍ଦ୍ଧାଧିକ ଏବଂ ପ୍ରତ୍ୟେକ ସଦନର ଉପସ୍ଥିତ ସଭ୍ୟମାନଙ୍କର ଦୁଇ-ତୃତୀୟାଂଶ ଓ ତତୋଧିକ ଭୋଟରେ ଗୃହୀତ ହୋଇଥିବା ଦରକାର । ଉଭୟ ସଦନରେ ଏହି ପ୍ରଣାଳୀ ପ୍ରବର୍ତ୍ତିତ ହୋଇଥାଏ । ତା’ ପରେ ରାଷ୍ଟ୍ରପତିଙ୍କ ନିକଟରେ ଅନୁମୋଦନ ପାଇଁ ଉପସ୍ଥିତ କରାଯାଏ । ଚତୁର୍ବିଂଶ ସମ୍ବିଧାନ ସଂଶୋଧନରେ ରାଷ୍ଟ୍ରପତି ଉକ୍ତ ପ୍ରସ୍ତାବକୁ ଗ୍ରହଣ କରିବାକୁ ବାଧ୍ୟ ବୋଲି ବ୍ୟବସ୍ଥା ରହିଅଛି । ଏହି ଧାରା ଅନୁସାରେ ସାଧାରଣତଃ ବିଧାନ ମଣ୍ଡଳର ସମ୍ମତି ଦରକାର ହୁଏ ନାହିଁ ।
:୩. ତୃତୀୟ ପଦ୍ଧତି ଅନୁସାରେ ସମ୍ବିଧାନ ସଂଶୋଧନ ଅତ୍ୟନ୍ତ କଷ୍ଟକର । ଏହି ପଦ୍ଧତି ଅନୁସାରେ ପ୍ରଥମେ ପାର୍ଲିଆମେଣ୍ଟର ପ୍ରତ୍ୟେକ ସଦନରେ ସଦସ୍ୟ ସଂଖ୍ୟାର ଅର୍ଦ୍ଧାଧିକ ସମ୍ମତିଲାଭ କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସଦସ୍ୟ ସଂଖ୍ୟାର ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସମ୍ମତି ଲାଭ କରିଥିବା ଦରକାର ଏବଂ ରାଜ୍ୟମାନଙ୍କ ସଂଖ୍ୟାର ଅର୍ଦ୍ଧାଧିକ ବିଧାନ ମଣ୍ଡଳ ଦ୍ୱାରା ସାଧାରଣ ସଂଖ୍ୟାଗରିଷ୍ଠ ମତରେ ସମର୍ଥିତ ହେବା ଦରକାର । ତାହାପରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ଏହା ଉପସ୍ଥାପିତ କରାଯାଏ । ଏହି କଷ୍ଟକର ପଦ୍ଧତି ନିମ୍ନଲିଖିତ ବ୍ୟବସ୍ଥାର ସଂଶୋଧନ ପାଇଁ ପ୍ରୟୋଗ କରାଯାଏ ।
:: ୫୪(କ) ଧାରା ଅନୁସାରେ ରାଷ୍ଟ୍ରପତି ନିର୍ବାଚନ, ୫୫ ଧାରା ଅନୁସାରେ ରାଷ୍ଟ୍ରପତି ନିର୍ବାଚନର ପଦ୍ଧତି, ୭୩ ଧାରା ଅନୁସାରେ କେନ୍ଦ୍ର ସରକାରଙ୍କ କ୍ଷମତା, ୧୬୨ ଧାରା ଅନୁସାରେ ରାଜ୍ୟମାନଙ୍କ କ୍ଷମତା, ୨୦୧ ଧାରା ଅନୁସାରେ କେନ୍ଦ୍ରଶାସିତ ଅଞ୍ଚଳର ଉଚ୍ଚ ନ୍ୟାୟାଳୟ ପ୍ରତିଷ୍ଠା, ପଞ୍ଚମ ପରିଚ୍ଛେଦର ସୁପ୍ରିମକୋର୍ଟ କ୍ଷମତା, ଷଷ୍ଠ ପରିଚ୍ଛେଦର ରାଜ୍ୟର ଉଚ୍ଚ ନ୍ୟାୟାଳୟ କ୍ଷମତା, ଏକାଦଶ ପରିଚ୍ଛେଦର କେନ୍ଦ୍ର-ରାଜ୍ୟ ସଂପର୍କ, ସପ୍ତମ ତାଲିକାର ଅଧିକାର ତାଲିକାକ୍ରୟ, ପାର୍ଲିଆମେଣ୍ଟରେ ରାଜ୍ୟମାନଙ୍କ ପ୍ରତିନିଧିତ୍ୱ ଏବଂ ୩୬୮ ଧାରାରେ ସମ୍ବିଧାନ ସଂଶୋଧନ ପଦ୍ଧତି ପ୍ରଣାଳୀ ଆଦି ବିଷୟବସ୍ତୁ ଏହି ତୃତୀୟ ପଦ୍ଧତିର ପରିସରଭୁକ୍ତ ।
===ଦୁଇ ସଦନ ମଧ୍ୟରେ ମତଭେଦ===
ଯଦି ସମ୍ବିଧାନ ସଂଶୋଧନ ସମୟରେ ଦୁଇ ସଦନ ମଧ୍ୟରେ ମତଭେଦ ହୁଏ, ତେବେ ଉକ୍ତ ସଂଶୋଧନ କିମ୍ବା ତା’ର କୌଣସି ଅଂଶ ବାତିଲ ହୋଇଯାଏ । ୧୯୭୮ ମସିହାରେ ୪୪ତମ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ବେଳେ ଏହିପରି ଅବସ୍ଥା ହୋଇଥିଲା । ନିର୍ଦ୍ଦେଶାତ୍ମକ ନିୟମ ମୌଳିକ ଅଧିକାର ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଜବତ କରିବା ପାଇଁ ଯାଇଥିବା ପ୍ରସ୍ତାବ ବାତିଲ ହୋଇଥିଲା । ଶିକ୍ଷାକୁ ଉଭୟ କେନ୍ଦ୍ର ଓ ରାଜ୍ୟ କ୍ଷମତା ପରିସର ଭିତରେ ରଖାଯିବା ବ୍ୟବସ୍ଥାକୁ ନାକଚ କରିବା ପାଇଁ ସଂଶୋଧନ ପ୍ରସ୍ତାବକୁ ବାତିଲ କରାଯାଇଥିଲା । କଂଗ୍ରେସ ଦଳ ରାଜ୍ୟସଭାରେ ଜନତା ସରକାରଙ୍କ ଏହି ପ୍ରସ୍ତାବ ଅଗ୍ରାହ୍ୟ କରିଥିଲେ ।
===ସମ୍ବିଧାନ ସଂଶୋଧନର ଅଗ୍ରଗତି===
ଅବସ୍ଥାର ପରିବର୍ତ୍ତନ ସହ ତାଳଦେଇ ଚାଲିବାକୁ ସମ୍ବିଧାନ ସଂଶୋଧନ କରିବାକୁ ହୋଇଥାଏ । ସମ୍ବିଧାନ ସଂଶୋଧନ କରିବା ବା ନ କରିବା ସମୟ ପାର୍ଲିଆମେଣ୍ଟ ସ୍ଥିର କରିବା ଆବଶ୍ୟକ । କେଉଁ ଅଂଶ କିପରି ଭାବରେ ସଂଶୋଧିତ ହେବ ତାହା ଲୋକ-ପ୍ରତିନିଧିମାନେ ନିଷ୍ପତି କରିବା ଦରକାର । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ସମ୍ବିଧାନର ମୌଳିକ ଅଙ୍ଗକୁ ପରିବର୍ତ୍ତନ କରିବା ଠିକ ନୁହେଁ । କିନ୍ତୁ ସମ୍ବିଧାନକୁ ଅତି ଆବଶ୍ୟକ ସମୟରେ ସଂଶୋଧନ କରିବା ପାର୍ଲିଆମେଣ୍ଟର ଏକ କର୍ତ୍ତବ୍ୟ ଅଟେ ।
 
==ଅନ୍ୟାନ୍ୟ ବୈଶିଷ୍ଟ୍ୟ==