"ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୩୫ କ ଧାଡ଼ି:
 
==ସ୍ୱାଧୀନ ଓ ନିରପେକ୍ଷ ବିଚାର ସଂସ୍ଥା==
ସମ୍ବିଧାନରେ ଏକ ସୁଚିନ୍ତିତ ସ୍ୱାଧୀନ ଓ ନିରପେକ୍ଷ ବିଚାର ବ୍ୟବସ୍ଥା କରାଯାଇଛି । ନିମ୍ନ ନ୍ୟାୟାଳୟଠାରୁ ଆରମ୍ଭ କରି ସର୍ବୋଚ୍ଚ ନ୍ୟାୟାଳୟ ଗୋଟିଏ ସୂତାରେ ବନ୍ଧା । ସମ୍ବିଧାନ ହେଉଛି ଜାତିର ମୌଳିକ ଆଇନ । ସେହି ଆଦିବିଧାନର ତର୍ଜମା ଓ ଅର୍ଥଅର୍ଥାନ୍ତର କରନ୍ତି ବିଚାରପତି ମାନେ । ସମ୍ବିଧାନର ଅଭିଭାବକ ଓ ସଂରକ୍ଷକ ହିସାବରେ କ୍ଷମତାଧାରୀ ସଂସ୍ଥାକୁ ସୀମିତ କରି ସମ୍ବିଧାନର ସାର୍ବଭୌମତ୍ୱ ପ୍ରତିଷ୍ଠା କରିବା ହେଲା ସର୍ବୋଚ୍ଚ ନ୍ୟାୟାଳୟର ଧର୍ମ । କୌଣସି ଆଇନ ବା ହୁକୁମନାମା ସମ୍ବିଧାନର ବିରୁଦ୍ଧାଚରଣ କଲେ, ନ୍ୟାୟାଳୟମାନେ ତାକୁ ନାକଚ କରିଦେବାର କ୍ଷମତା ରହିଛି । ସମ୍ବିଧାନର ବ୍ୟବସ୍ଥାକୁ ମାପକାଠି ରୂପେ ବ୍ୟବହାର କରି ସର୍ବୋଚ୍ଚ ଓ ଉଚ୍ଚ ନ୍ୟାୟାଳୟମାନ ଆଇନ ବା ହୁକୁମନାମାକୁ ପୁନରାବଲୋକନ କରନ୍ତି ଓ ବିରୁଦ୍ଧାଚରଣ ହୋଇଥିଲେ ତାହା ନାକଚ ବା ରଦ୍ଦ କରିଦିଅନ୍ତି । ଏହି କ୍ଷମତାକୁ '''ଜୁଡ଼ିସିଆଲ ରିଭ୍ୟୁ''' ବା '''ନ୍ୟାୟାଳୟ ପୁନରାବଲୋକନ କ୍ଷମତା''' କୁହାଯାଏ । ବିଚାରପତିମାନଙ୍କ ଚାକିରି ଦରମା ଆଦି ସୁରକ୍ଷିତ । ତେଣୁ ସେମାନେ ନିର୍ଭୀକ ହୋଇପାରନ୍ତି । ଅବଶ୍ୟ ଚାକିରିରେ ଉନ୍ନତି ପାଇଁ ସେମାନେ ଜାତୀୟ ସରକାରଙ୍କ ନିଷ୍ପତି ଦ୍ୱାରା ପରିଚାଳିତ । ପାର୍ଲିଆମେଣ୍ଟ ସମ୍ବିଧାନର ସମସ୍ତ ଅଂଶ ସଂଶୋଧନ କରିବାର କ୍ଷମତା ହାସଲ କରିଛନ୍ତି । ତଥାପି ସୁପ୍ରିମକୋର୍ଟର ସମ୍ବିଧାନକୁ ତର୍ଜମା କରିବା, ସମ୍ବିଧାନବିରୋଧୀ ଆଇନ ଓ ହୁକୁମନାମାକୁ ରଦ୍ଦ କରିବାର କ୍ଷମତା ବଜାୟ ରହିଛି । ସଂଘଶାସନରେ ସୁପ୍ରିମକୋର୍ଟର ବିଶେଷ ଦାୟିତ୍ୱ ରହିଛି । ସାମ୍ୟବାଦୀ ନୀତିକୁ କାର୍ଯ୍ୟକାରୀ କରିବାରେ ସୁପ୍ରିମକୋର୍ଟ ଅନ୍ତରାୟ ନ ହେଲେ ମଧ୍ୟ, ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଧାରିତ ସାମ୍ବିଧାନିକ ବ୍ୟବସ୍ଥାକୁ ତର୍ଜମା କରିବାର କ୍ଷମତା ଥିବା ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଆଇନ ଶାସନର ପ୍ରହରୀ ରୂପେ ନିଶ୍ଚୟ କାର୍ଯ୍ୟ କରିବ ।
ପାର୍ଲିଆମେଣ୍ଟର ସାର୍ବଭୌମତ୍ୱ ଥିଲେ ମଧ୍ୟ, ଭାରତରେ ନ୍ୟାୟାଳୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
 
==ସାର୍ବଜନୀନ ଭୋଟକ୍ଷମତା(Universal Suffrage)==
ସମ୍ବିଧାନର ୩୨୬ ଧାରା ଅନୁସାରେ ପ୍ରତ୍ୟେକ ସାବାଳକ ଭୋଟ କ୍ଷମତା ପାଇଛନ୍ତି । ଏହିପାଇଁ ବିଶ୍ୱର ଅନେକ ସ୍ଥାନରେ ବହୁକାଳ ଆନ୍ଦୋଳନ ଓ ଅପେକ୍ଷା କରିବାକୁ ପଡ଼ିଛି । ଧନ, ଶିକ୍ଷା, ଲିଙ୍ଗ, ଧର୍ମ, ଜନ୍ମସ୍ଥାନ, ଜାତି ନିର୍ବିଶେଷରେ ପ୍ରତ୍ୟେକ ସାବାଳକ ଭୋଟ କ୍ଷମତା ପାଇଛନ୍ତି । ଏହା ଭାରତକୁ "ବୃହତ୍ତମ ଗଣତନ୍ତ୍ର" କରିଛି । ସମ୍ବିଧାନର ଏହି ପଦକ୍ଷେପକୁ ଏକ ସାହସିକ ପଦକ୍ଷେପ ରୂପେ ବର୍ଣ୍ଣନା କରାଯାଇଛି । ୬୨ତମ ସମ୍ବିଧାନ ସଂଶୋଧନ ଦ୍ୱାରା ବର୍ତ୍ତମାନ ୧୮ ବର୍ଷ ବୟସ୍କ ଲୋକଙ୍କୁ ଭୋଟଦାନ କ୍ଷମତା ଦିଆଯାଇଛି ।