"ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

 
==ଅନ୍ୟାନ୍ୟ ବୈଶିଷ୍ଟ୍ୟ==
ସମ୍ବିଧାନର ଅନେକ ଛୋଟ ଛୋଟ ଉପାଦାନ ମଧ୍ୟ ରହିଛି । ଯଥା - ଏକ ନାଗରିକତା, ଦ୍ୱିସଦନତା, ଜରୁରୀକାଳୀନ ବ୍ୟବସ୍ଥା, ସର୍ବଭାରତୀୟ ସେବା ସଂସ୍ଥା, କ୍ଷମତା ସ୍ୱତନ୍ତ୍ରୀକରଣ, ସଂଖ୍ୟାଲଘୁ ଗୋଷ୍ଠୀର ଭାଷା ଓ ସଂସ୍କୃତିର ସଂରକ୍ଷଣ, ଜାତୀୟ ଭାଷା ନିର୍ଦ୍ଧାରଣ, ସାମ୍ବିଧାନିକ ଆଚରଣ ପଦ୍ଧତି, ବୈଦେଶିକ ନୀତି ନିର୍ଦ୍ଧାରଣ, ସମ୍ବିଧାନ ସଂଶୋଧନ ବ୍ୟବସ୍ଥା, ତଫସିଲ ଜାତି ଓ ଉପଜାତିର ମଙ୍ଗଳ ବିଧାନ, ପ୍ରତ୍ୟେକ ରାଜ୍ୟର ଅଞ୍ଚଳ ନିର୍ଦ୍ଧାରଣ, ଅର୍ଥନୈତିକ କ୍ଷମତା ବିସ୍ତୃତିକରଣ, ବାଣିଜ୍ୟ ବ୍ୟବସାୟ ବ୍ୟବସ୍ଥା, ଜାମ୍ମୁ- କାଶ୍ମୀର, ଆନ୍ଧ୍ର ପ୍ରଦେଶ, ଗୁଜୁରାତ, ନାଗାଲାଣ୍ଡ, ସିକିମ, ମଣିପୁର, ଆସାମ ପ୍ରଭୃତି ରାଜ୍ୟଗୁଡ଼ିକ ବିଷୟରେ ବିଶେଷ ବ୍ୟବସ୍ଥା ମାନ ରହିଛି । ସର୍ବୋପରି ୪୨ତମ ସମ୍ବିଧାନ ସଂଶୋଧନରେ ଭାରତକୁ ସମାଜବାଦୀ ରାଷ୍ଟ୍ର ରୂପେ ଘୋଷଣା କରାଯାଇ ମୁଖବନ୍ଧର ସଂଶୋଧନ କରାଯାଇଛି । ୬୪ତମ ସମ୍ବିଧାନ ସଂଶୋଧନ ଦ୍ୱାରା ପଞ୍ଚାୟର ରାଜ୍ୟକୁ ସ୍ୱାତନ୍ତ୍ର୍ୟ, ମାନ୍ୟତା ଓ ଅର୍ଥନୈତିକ କ୍ଷମତା ଦିଆଯାଇଛି । ସମ୍ବିଧାନକୁ ସୂକ୍ଷ୍ମଭାବେ ଅନୁଧ୍ୟାନ କଲେ ଦେଖାଯାଏ ଏଥିରେ ନିମ୍ନଲିଖିତ ମୌଳିକ ଦର୍ଶନ ନୀତିମାନ ରହିଛି ।
*ଜନତାର ସାର୍ବଭୌମତ୍ୱ
*ସଂଘ ଶାସନ
*ବ୍ୟକ୍ତିର ମୌଳିକ ଅଧିକାର
*ରାଷ୍ଟ୍ରପତି ନିର୍ଦ୍ଦେଶ ଓ ଆଦେଶ
*ବିଚାରାଳୟର ଅଖଣ୍ଡ ସ୍ୱାଧୀନତା
*ସଂସଦୀୟ ଶାସନ
*ଜାତୀୟ ସଂହତି ଓ କେନ୍ଦ୍ର ସରକାରଙ୍କ ଆଧିପତ୍ୟ
ସ୍ୱରଣ ସିଂହ କମିଟିର ସୁପାରିଶ ଅନୁସାରେ ଆଉ ଗୋଟିଏ ଦର୍ଶନ ଯୋଡ଼ି ଦିଆଯାଇପାରେ । ତାହା ହେଉଛି - ସାମ୍ୟବାଦ ଓ ଧର୍ମନିରପେକ୍ଷତା । ସର୍ବୋପରି ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ - ପଞ୍ଚାୟତି ରାଜ ଓ ନଗର ସ୍ୱାୟତ୍ତ ଶାସନର ସାମ୍ବିଧାନିକ ମର୍ଯ୍ୟାଦା ଓ ଭିତ୍ତି । ଏହି ଆଦର୍ଶ ଓ ବାସ୍ତବତା, ବ୍ୟକ୍ତି ଓ ସମାଜ, ବ୍ୟକ୍ତିର ସମ୍ମାନ ଓ ଜାତିର ସଂହତି, ଏକନାୟକତ୍ୱ ଓ ଗଣତନ୍ତ୍ର, ଐକିକ ଓ ସଂଘଶାସନ କେନ୍ଦ୍ରୀକରଣ ଓ ବିକେନ୍ଦ୍ରୀକରଣ ଆଦି ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା ହୋଇଛି ।
 
==ଆଧାର==
{{ଆଧାର|2}}
୧୯୭

ଗୋଟି ସମ୍ପାଦନା