"ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

 
==ରାଷ୍ଟ୍ରୀୟ ନୀତି-ନିର୍ଦ୍ଦେଶାତ୍ମକ ତତ୍ତ୍ୱ(Directive Principles of State Policy)==
ସମ୍ବିଧାନର ୪ର୍ଥ ପରିଚ୍ଛେଦରେ ରାଷ୍ଟ୍ରୀୟ ନୀତିନିୟାମକ ବା ନିର୍ଦ୍ଦେଶକ ତତ୍ତ୍ୱ ସନ୍ନିବେଶିତ ହୋଇରହିଛି । ଏହା କେବଳ ନିର୍ଦ୍ଦେଶାତ୍ମକ ନୀତି; ଆଇନ ନୁହେଁ । କୋର୍ଟକଚେରୀ ମୋକଦ୍ଦମା କରି ଏ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇପାରିବ ନାହିଁ । ଦେଶର ଶାସନ ପାଇଁ ଏହା ମୌଳିକ ନୀତି ରୂପେ ଘୋଷଣା କରାଯାଇଛି । ଆଇନ ପ୍ରଣୟନ ସମୟରେ ଅଥବା ନୀତି ନିର୍ଦ୍ଧାରଣ କଲାବେଳେ ଏହି ନିର୍ଦ୍ଦେଶାବଳୀକୁ ବିଚାରକୁ ନେବା ପାଇଁ ସମ୍ବିଧାନର ପ୍ରଣେତାମାନେ ବ୍ୟବସ୍ଥା କରିଛନ୍ତି । ସମ୍ବିଧାନର ୩୬ ଧାରାରୁ ଆରମ୍ଭ ହୋଇ ୫୧ ଧାରା ପର୍ଯ୍ୟନ୍ତ ନିର୍ଦ୍ଦେଶାବଳୀ ଲିପିବଦ୍ଧ ରହିଛି । ୧୬ଟି ଧାରାରେ ୭ଟି ବିଶିଷ୍ଟ ନିର୍ଦ୍ଦେଶ ରହିଛି ।
:୧. '''ଜନମଙ୍ଗଳ ରାଷ୍ଟ୍ର ପ୍ରତିଷ୍ଠା''' (Establishment of Welfare State) : ଦେଶରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟପ୍ରତିଷ୍ଠା କରାଯିବ ।
:୨. '''ସମାଜବାଦ ନୀତି ପ୍ରବର୍ତ୍ତିତ ହେବ''' :
:* ପ୍ରତ୍ୟେକଙ୍କୁ ଯଥେଷ୍ଟ ଜୀବନଧାରଣର ପନ୍ଥା ମିଳିବାର ବ୍ୟବସ୍ଥା କରାଯିବ ।
:* ଜନସାଧାରନଙ୍କ ମଙ୍ଗଳ ପାଇଁ ଦେଶର ପ୍ରାକୃତିକ ସଂପତ୍ତି ବ୍ୟବହାର କରାଯିବ ।
:* ଏପରି ଅର୍ଥନୀତି ପ୍ରବର୍ତ୍ତିତ ହେବ ଯଦ୍ୱାରା ଧନ କେତେଜଣ ମୁଷ୍ଟିମେୟ ଲୋକଙ୍କ ହାତରେ ଠୁଳ ନ ରହେ ।
:* ସ୍ତ୍ରୀ ପୁରୁଷ ଉଭୟେ ସମାନ କାମ ପାଇଁ ସମାନ ମଜୁରୀ ପାଇବେ ।
:* ଶ୍ରମିକମାନଙ୍କର ସ୍ୱାସ୍ଥ୍ୟଭଙ୍ଗ ନେ ହେବାର ବ୍ୟବସ୍ଥା ରହିବ । ବଳ ଅନୁପାତରେ ସେମାନେ ଯେପରି ଶ୍ରମ କରନ୍ତି, ତା’ର ବ୍ୟବସ୍ଥା ରହିବ ।
:* ପିଲାମାନଙ୍କୁ ଶୋଷଣରୁ ଓ ଅନାଥ ଅବସ୍ଥାରୁ ରକ୍ଷା କରାଯିବ ।
:୩. '''ଗାନ୍ଧିନୀତି କାର୍ଯ୍ୟକାରିତା''' :
:* ପଞ୍ଚାୟତ ପ୍ରତିଷ୍ଠା କରାଯିବ ।
:* ନିଶା ନିବାରଣ କରାଯିବ ।
:* ସମସ୍ତଙ୍କୁ ସୁଷମ ଖାଦ୍ୟ ମିଳିବାର ବ୍ୟବସ୍ଥା କରାଯିବ ।
:* କୁଟୀରଶିଳ୍ପ ପ୍ରତିଷ୍ଠା କରାଯିବ ।
:* ସମବାୟ ସମିତିକୁ ଉତ୍ସାହ ଦିଆଯିବ ।
:* ହରିଜନ ଓ ଗିରିଜନଙ୍କ ମଙ୍ଗଳ ପାଇଁ ବ୍ୟବସ୍ଥା କରାଯିବ ।
:୪. '''ସାମାଜିକ ନିରାପତ୍ତା ପ୍ରବର୍ତ୍ତନ''' (Introduction of Social Security Measures) :
:* କର୍ମସଂସ୍ଥାନର ଅଧିକାର
:* ଶିକ୍ଷା ପାଇବା ପାଇଁ ଅଧିକାର
:* ବେକାରୀ, ବାର୍ଦ୍ଧକ୍ୟ, ରୋଗ, ଅକର୍ମଣ୍ୟ, ମାତୃମଙ୍ଗଳ ଇତ୍ୟାଦି ପାଇଁ ଭତ୍ତାର ବ୍ୟବସ୍ଥା
:* ଶ୍ରମିକମାନଙ୍କୁ ଉପଯୁକ୍ତ ମଜୁରୀ, ଉଚିତ ଜୀବନଧାରଣ ମାନ, ବିଶ୍ରାମ ନେବାର ଓ ସାମାଜିକ ତଥା ସାଂସ୍କୃତିକ ସୁବିଧା ମିଳିବା ପାଇଁ ବ୍ୟବସ୍ଥା
:୫. '''ସାମାଜିକ ସଂହତି ପ୍ରତିଷ୍ଠା''' (Social Intregration) : ଭାରତରେ ସାମାଜିକ ତଥା ସମ୍ପତ୍ତିଗତ ସଂହତି ଓ ସମାନତା ସକାଶେ ଗୋଟିଏ "ସିଭିଲ୍‌ କୋଡ଼" ପ୍ରବର୍ତ୍ତିତ ହେବ ।
:୬. '''ବୈଦେଶିକ ନୀତି''' : ଭାରତର ବୈଦେଶିକ ନୀତି କିପରି ନିର୍ଦ୍ଧାରିତ ହେବ, ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି ।
:* ଭାରତ ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ଚେଷ୍ଟା କରିବ ।
:* ରାଷ୍ଟ୍ରମାନଙ୍କ ମଧ୍ୟରେ ନ୍ୟାୟ ଓ ସମ୍ମାନଜନକ ସଂପର୍କ ପ୍ରତିଷ୍ଠା ପାଇଁ ଚେଷ୍ଟା କରିବ ।
:* ଆନ୍ତର୍ଜାତିକ ଆଇନ ଓ ଚୁକ୍ତିନାମା ପ୍ରତି ସମ୍ମାନ ପ୍ରଦର୍ଶନ କରିବ ।
:* ମଧ୍ୟସ୍ଥ ଜରିଆରେ ଆନ୍ତର୍ଜାତିକ ବିବାଦର ସମାଧାନ କରିବାକୁ ଚେଷ୍ଟା କରିବ ।
:୭. '''ଅନ୍ୟାନ୍ୟ ନୀତି''' :
:* ବୈଜ୍ଞାନିକ ଓ ଆଧୁନିକ ନୀତିରେ କୃଷି, ପଶୁ-ପାଳନ କାର୍ଯ୍ୟ ପରିଚାଳିତ ହେବ ।
:* ଜାତୀୟ କାରୁକାର୍ଯ୍ୟ ଆଦିର ସଂରକ୍ଷଣ କରାଯିବ ।
 
ଏହି ସପ୍ତନିୟାମକର ଗୁରୁତ୍ୱ ଉପରେ ଅନେକ ଆଲୋଚନା ହୋଇଛି । ସରକାର ଏ ନିର୍ଦ୍ଦେଶ ମାନି ଆଇନ ପ୍ରଣୟନ କଲାବେଳେ କୋର୍ଟକଚେରୀ ଦ୍ୱାରା ବାଧା ପ୍ରାପ୍ତ ହୋଇଥିବାରୁ ସମ୍ବିଧାନ ସଂଶୋଧନ କରାଯାଇ ୩୧(ଗ) ଧାରା ଅଧିକା ଯୋଡ଼ା ଯାଇଛି । ଫଳରେ ମୌଳିକ ଅଧିକାର ପରିଚ୍ଛେଦରେ ଥିବା ୧୪ ଓ ୧୯ ଧାରା ଖିଲାପ ହେଲେ ମଧ୍ୟ ନିର୍ଦ୍ଦେଶାବଳୀର ୩୯ ଧାରାକୁ (ସମାଜବାଦ ନୀତି) କାର୍ଯ୍ୟକାରୀ କରିବା ପାଇଁ ଯଦି ଆଇନ ପ୍ରଣୟନ ହୁଏ, ତେବେ କୋର୍ଟର ବିଚାର କ୍ଷମତା ସେସବୁ ଉପରେ ଲାଗୁ ହେବ ନାହିଁ । ଏହି ବ୍ୟବସ୍ଥା ପଞ୍ଚବିଂଶ ସଂଶୋଧନ (୧୯୭୧) ଦ୍ୱାରା କରାଯାଇ ଭାରତକୁ ସାମ୍ୟବାଦ ନୀତିରେ ପ୍ରଗତି ହାସଲ ପାଇଁ ସୁବିଧା ଦିଆଯାଇଛି । ଏହି ନିର୍ଦ୍ଦେଶାବଳୀ ଉପରେ ମତ ଦେବାକୁ ଯାଇ ଜେନିଙ୍ଗସ୍‌ କହିଥିଲେ - "ଏହା ଏକ କାଳ୍ପନିକ ବାସନାର ନିଦର୍ଶନ ।" କେ.ସି. ହୁଏର ମଧ୍ୟ କହିଥିଲେ ଯେ, "ଏହା ଦ୍ୱାରା ସମ୍ବିଧାନର କିଛି ଲାଭ ହେବନାହିଁ । ବରଂ ସମ୍ବିଧାନର ବଦନାମ ହେବ ।" ଭାରତର ସୁପ୍ରିମକୋର୍ଟ କହିଥିଲେ. "ଏହା କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ ।" ସାର୍‌ ବି.ଏନ. ରାଓଙ୍କ ମତରେ, "ରାଷ୍ଟ୍ର ପରିଚାଳକ-ମାନଙ୍କ ପାଇଁ ଏହା କେବଳ ନୈତିକ ଆଦେଶ । ଏହାର ଶିକ୍ଷାଗତ ମୂଲ୍ୟ ରହିଛି । ସାମାଜିକ ଓ ଅର୍ଥନୈତିକ ବିପ୍ଳବର ଲକ୍ଷ୍ୟ ହାସଲ ପାଇଁ ଏହା ପ୍ରେରଣା ଦେବ ।" ଏସବୁ ସମାଲୋଚନା ପଞ୍ଚବିଂଶ ସଂଶୋଧନ ଦ୍ୱାରା ନାକଚ ହୋଇଯାଇଛି । ସ୍ୱରଣ ସିଂ କମିଟି ସୁପାରିଶ କରିଛନ୍ତି ଯେ ୩୧(ଗ) ଧାରାର ପରିସର ବିସ୍ତାର କରାଯାଇ କେବଳ ୩୯ ଧାରାକୁ ସୀମିତ ନ ରଖି ୪ର୍ଥ ପରିଚ୍ଛେଦର ଯେ କୌଣସି ନିର୍ଦ୍ଦେଶ ଉପରେ ଆଇନ ପ୍ରଣୟନ ହେଲେ ତାହା କୋର୍ଟକଚେରୀର ବିଚାର ବହିର୍ଭୂତ ଆଇନ ହୋଇ ରହିବ । ଫଳରେ ସାମ୍ୟବାଦୀ ଭାରତର ପ୍ରକୃତ ନିୟାମକ ହିସାବରେ ଏହି ୪ର୍ଥ ପରିଚ୍ଛେଦ କାର୍ଯ୍ୟ କରିବ ।
 
==ସ୍ୱାଧୀନ ଓ ନିରପେକ୍ଷ ବିଚାର ସଂସ୍ଥା==
==ସାର୍ବଜନୀନ ଭୋଟକ୍ଷମତା(Universal Suffrage)==
୧୯୭

ଗୋଟି ସମ୍ପାଦନା