"ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬୫ କ ଧାଡ଼ି:
 
==ମୌଳିକ ଅଧିକାର(Fundamental Rights)==
ସମ୍ବିଧାନର ତୃତୀୟ ପରିଚ୍ଛେଦରେ ପ୍ରତ୍ୟେକ ବ୍ୟକ୍ତିକୁ ମୌଳିକ ଅଧିକାର ପ୍ରଦାନ କରାଯଇଛି । ଆମେରିକା ସମ୍ବିଧାନ ପରି ଆମର ମୌଳିକ ଅଧିକାରସବୁ ସମ୍ବିଧାନରେ ଲିପିବଦ୍ଧ ହୋଇଛି । ଏହାକୁ ଛଅଭାଗରେ ବିଭକ୍ତ କରାଯାଇପାରେ:
#ସମତାର ଅଧିକାର
#ସପ୍ତ ସ୍ୱାଧୀନତାର ଅଧିକାର
#ଶୋଷଣ ବିରୋଧ ଅଧିକାର
#ସ୍ୱାଧୀନତାର ଅଧିକାର
#ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର
#ସାମ୍ବିଧାନିକ ପ୍ରତିକାରଗତ ଅଧିକାର
ସମ୍ପତ୍ତିଗତ ଅଧିକାର ମୌଳିକ ଅଧିକାର ଅନ୍ତର୍ଗତ ନୁହେଁ । ୪୪ତମ ସଂଶୋଧନ ବଳରେ ଏହାକୁ ଆଇନଗତ ଅଧିକାରଭୁକ୍ତ କରାଯାଇଛି । ତା ଅର୍ଥ ହେଉଛି ଯେ ବ୍ୟକ୍ତିର ସଂପତ୍ତି ରହିବ; କିନ୍ତୁ ସରକାର ଶାସନ କରି ସେ ସଂପତ୍ତି ଦଖଲ କଲେ ତା ବିରୁଦ୍ଧରେ ନ୍ୟାୟାଳୟରେ ଉକ୍ତ କାର୍ଯ୍ୟକୁ ସମ୍ବିଧାନବିରୋଧୀ ବୋଲି ମୋକଦ୍ଦମା କରି ହେବନାହିଁ ।
 
ସମ୍ବିଧାନରେ ସମତା ଅଧିକାର ୧୪ ଧାରା ଠାରୁ ୧୮ ଧାରାରେ ଲିପିବଦ୍ଧ ହୋଇଅଛି । ଆଇନ ଆଗରେ ସମସ୍ତେ ସମାନ ଓ ଆଇନ ଦ୍ୱାରା ସମଭାବରେ ସଂରକ୍ଷିତ । ସୁପ୍ରିମକୋର୍ଟ କହିଛନ୍ତି ଯେ ସମଅବସ୍ଥାରେ ସମତା ଲାଗୁହେବ । ରାଷ୍ଟ୍ର ବା ସରକାର ଆଇନ ଜରିଆରେ ଲୋକ ବା ଜିନିଷକୁ ଏକାଗୁଣବିଶିଷ୍ଟ ହୋଇଥିଲେ ବିଭକ୍ତିକରଣ କରିପାରିବେ । ଅର୍ଥାତ୍‌ ସମଗୁଣବିଶିଷ୍ଟ ବ୍ୟକ୍ତି, ଅନୁଷ୍ଠାନ ବା ଜିନିଷକୁ ଗୋଟିଏ ଗୋଟିଏ ଗୋଷ୍ଠୀ କରି ବା ଭାଗ କରି ସେହି ବିଭାଗରେ ଥିବା ସମସ୍ତଙ୍କୁ ସମତା ବିତରଣ କରିପାରିବେ । ରାଷ୍ଟ୍ର କୌଣସି ନାଗରିକ ବିରୋଧରେ କେବଳ ଧର୍ମ, ଜାତି, ବର୍ଣ୍ଣ, ଜନ୍ମସ୍ଥାନ ବା ସେମାନଙ୍କ ମଧ୍ୟରୁ କୌଣସି କାରଣରେ କୌଣସି ବିଭେଦ କରିପାରିବେ ନାହିଁ । ଅବଶ୍ୟ ସ୍ତ୍ରୀ, ପିଲା ବା ଅନୁନ୍ନତ ବ୍ୟକ୍ତିମାନଙ୍କ ପାଇଁ ରାଷ୍ଟ୍ର ବିଶେଷ ବ୍ୟବସ୍ଥା କରିପାରିବ । ସରକାରୀ ଚାକିରିକ୍ଷେତ୍ରରେ ସମସ୍ତ ନାଗରିକଙ୍କର ସମାନ ସୁଯୋଗ ରହିବ । ଅସ୍ପୃଶ୍ୟତା ଲୋପକରି ଏହାକୁ ଦଣ୍ଡନୀୟ ଅପରାଧ କରାଯାଇଛି । ସରକାର କାହାକୁ ବିଦ୍ୟାଗତ ବା ସାମରିକ ଉପାଧି ବ୍ୟତୀତ ଅନ୍ୟ ଉପାଧି ଦେଇ ପାରିବେ ନାହିଁ । ବର୍ତ୍ତମାନ ଯେଉଁ ଭାରତରତ୍ନ, ପଦ୍ମବିଭୂଷଣ, ପଦ୍ମଭୂଷଣ, ପଦ୍ମଶ୍ରୀ ପ୍ରଭୃତି ପଦବୀ ଦିଆଯାଉଛି ଏହା କେବଳ ସମ୍ମାନ ସୂଚକ ।
 
ସପ୍ତସ୍ୱାଧୀନତା ଅଧିକାର ସମ୍ବିଧାନର ୧୯ ଧାରାରେ ଦିଆଯାଇଛି:
#ବାକ୍‌ ସ୍ୱାଧୀନତା ଓ ଅଭିବ୍ୟକ୍ତିର ସ୍ୱାଧୀନତା
#ଶାନ୍ତିପୂର୍ବକ ତଥା ନିରସ୍ତ୍ର ସମ୍ମେଳନର ସ୍ୱାଧୀନତା
#ସଙ୍ଘ ବା ସମିତି ଗଠନର ସ୍ୱାଧୀନତା
#ଭାରତରେ ଅବାଧ ଗମନାଗମନ କରିବାର ସ୍ୱାଧୀନତା
#ଭାରତର ଯେ କୌଣସି ଅଂଶରେ ବସବାସ କରିବାର ସ୍ୱାଧୀନତା
#ସମ୍ପତ୍ତି ଉପାର୍ଜନ, ରକ୍ଷଣ ଓ ବିକ୍ରୟ ବା ଦାନ କରିବାର ସ୍ୱାଧୀନତା
#ବୃତ୍ତିଗତ ଜୀବିକା ବା କାରବାର କରିବାର ସ୍ୱାଧୀନତା ।
ଅବଶ୍ୟ ଏ ସବୁ ସ୍ୱାଧୀନତାର ଅଧିକାର ଉପରେ କଟକଣା ଜାରି କରିବାର ଅଧିକାର ସରକାରଙ୍କର ରହିଛି ।
 
ସମ୍ବିଧାନ ୨୦, ୨୧ ଓ ୨୨ ଧାରାରେ ବ୍ୟକ୍ତିଗତ ଅଧିକାର ପ୍ରଦାନ କରାଯାଇଛି । ଏ ସବୁ "ଆଇନ ଶାସନ" ସମ୍ବନ୍ଧୀୟ ଅଧିକାର । ଆଇନଭଙ୍ଗ ନ କଲେ ବ୍ୟକ୍ତି ଦଣ୍ଡିତ ହୋଇପାରିବ ନାହିଁ । ଏକା ଅପରାଧ ପାଇଁ ଏକାଧିକ ଥର ଦଣ୍ଡ ଦିଆଯାଇ ପାରିବ ନାହିଁ । ନିଜ ବିରୁଦ୍ଧରେ ସାକ୍ଷ୍ୟ ଦେବା ପାଇଁ କେହି କାହାକୁ ବାଧ୍ୟ କରିପାରିବେ ନାହିଁ । ୨୧ ଧାରାରେ ବ୍ୟକ୍ତିର ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତା ସଂରକ୍ଷିତ ହୋଇଛି । ୨୨ ଧାରାରେ ବନ୍ଧନ ଓ ହାଜତରେ ରଖିବା ବିରୁଦ୍ଧରେ କେତେକ ବ୍ୟବସ୍ଥା ରହିଛି । ୨୩ ଓ ୨୪ ଧାରାରେ ଶୋଷଣ ବିରୁଦ୍ଧରେ ଅଧିକାର ଦିଆଯାଇଛି । ବେଠି ବେଗାରୀ ଓ ପିଲାଙ୍କୁ କଠିନ କାମରେ ଲଗାଯାଇ ପାରିବ ନାହିଁ । ଧର୍ମସ୍ୱାଧୀନତା ବିଷୟରେ ୨୫ ଧାରା ଠାରୁ ୨୮ ଧାରା ପର୍ଯ୍ୟନ୍ତ ଅଧିକାର ଲିପିବଦ୍ଧ ହୋଇଛି । ସମସ୍ତେ ନିଜ ନିଜ ମୁତାବକ ଧର୍ମଗ୍ରହଣ, ପ୍ରଚାର ଓ ପ୍ରସାର କରିବାର କ୍ଷମତା ପାଇଛନ୍ତି । ରାଷ୍ଟ୍ର ବା ସରକାର କୌଣସି ଧର୍ମକୁ ସରକାରୀ ଧର୍ମ ରୂପେ ଘୋଷଣା କରିପାରିବେ ନାହିଁ କିମ୍ବା କୌଣସି ଧର୍ମ ଉପରେ ଜିଜିୟା କର ବସାଇ ପାରିବେ ନାହିଁ । କୌଣସି ସରକାରୀ ଅନୁଷ୍ଠାନରେ ଧର୍ମଶିକ୍ଷା ଦିଆଯାଇ ପାରିବ ନାହିଁ । ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର ସମ୍ବିଧାନର ୨୯ ଓ ୩୦ ଧାରାରେ ଉଲ୍ଲେଖ ରହିଛି । ପ୍ରତ୍ୟେକ ସଂଖ୍ୟାଲଘୁ ବା ସଂଖ୍ୟାଗୁରୁ ଗୋଷ୍ଠୀର ବ୍ୟକ୍ତି ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ପାରିବେ । ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ନିଜର ଭାଷା ଓ ସଂସ୍କୃତି ବଜାୟ ରଖିପାରିବେ ।
 
ସମ୍ପତ୍ତିଗତ ଅଧିକାର ମୌଳିକ ଅଧିକାର ପରିସରରୁ ବା ମୌଳିକ ଅଧିକାର ଅଧ୍ୟାୟରୁ ଉଠିଯାଇଛି । ୧୯୭୯ ଅଗଷ୍ଟ ୧ ତାରିଖରେ ହୋଇଥିବା ୪୪ତମ ସମ୍ବିଧାନ ସଂଶୋଧନ ବଳରେ ଏହାକୁ ଆଇନଗତ ଅଧିକାରଭୁକ୍ତ କରାଯାଇଛି । ସମସ୍ତଙ୍କ ସମ୍ପତ୍ତି ରଖିବା ଅଧିକାର ଆଇନ ଦ୍ୱାରା ନିର୍ଣ୍ଣିତ ହେବ । ସରକାର ସାଧାରଣ ହିତ ପାଇଁ ବ୍ୟକ୍ତିର ସମ୍ପତ୍ତି ନିଜ ହାତକୁ ନେଇ ପାରିବେ । ସମ୍ପତ୍ତିର ସୀମା ଧାର୍ଯ୍ୟ କରିପାରିବେ । ୯ମ ତାଲିକାରେ ସନ୍ନିବିଷ୍ଟ ଆଇନଗୁଡ଼ିକ ଭୂସଂସ୍କାର ପାଇଁ ଉଦ୍ଦିଷ୍ଟ । ରାଷ୍ଟ୍ରୀୟ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ପାଇଁ ସମ୍ପତ୍ତି ଉପରେ ଆଞ୍ଚ ଆଣିପାରିବେ । ସରକାର ଯେଉଁ ପରିମାଣରେ କ୍ଷତିପୂରଣ ଦେବେ, ତାହା କୋର୍ଟକଚେରୀ ବିଚାର ବହିର୍ଭୂତ ହେବ । ସରକାର ବ୍ୟକ୍ତିଗତ ସମ୍ପତ୍ତିକୁ ଦଖଲ କରିପାରିବା ପାଇଁ ଆଇନ ପ୍ରଣୟନ କରିପାରିବେ । ସେ ଆଇନକୁ ସମ୍ବିଧାନବିରୋଧୀ ବୋଲି କେହି ନ୍ୟାୟାଳୟରେ ଦାବୀ କରିପାରିବେ ନାହିଁ । ଅର୍ଥାତ ବିବାହ, ଚୁକ୍ତି, ଅପରାଧ, ଯାନବାହନ ସମ୍ବନ୍ଧୀୟ ଅଧିକାର ଯେପରି ଆଇନ ଦ୍ୱାରା ନିର୍ଦ୍ଧାରିତ ହେଉଛି; ସମ୍ପତ୍ତି ରଖିବା, ଭୋଗ କରିବା, ବିକ୍ରୟ କରିବା, ରୋଜଗାର କରିବା ଇତ୍ୟାଦି ଅଧିକାର ମଧ୍ୟ ଆଇନ ଦ୍ୱାରା ନିର୍ଦ୍ଧାରିତ ବା ନିୟନ୍ତ୍ରିତ ହୋଇପାରିବ । ଉକ୍ତ ଆଇନ ସମ୍ବିଧାନର ଅନ୍ୟାନ୍ୟ ମୌଳିକ ଅଧିକାର କ୍ଷୁଣ୍ଣ କରୁଥିଲେ ସମ୍ବିଧାନବିରୋଧୀ ବୋଲି କୁହାଯାଇପାରିବ । କିନ୍ତୁ ସମ୍ପତ୍ତିଗତ ଅଧିକାର ବିରୋଧାତ୍ମକ ବୋଲି ଯୁକ୍ତି କରାଯାଇ ପାରିବ ନାହିଁ ।
 
ସାମ୍ବିଧାନିକ ପ୍ରତିକାର ଅଧିକାର ୩୨ ଧାରାରେ ଉଲ୍ଲେଖ ଅଛି । ମୌଳିକ ଅଧିକାର ଉପରେ କେହି ଯଦି ଆଞ୍ଚ ଆଣନ୍ତି, ତେବେ ସେ ବ୍ୟକ୍ତି ସୁପ୍ରିମକୋର୍ଟରେ ମୋକଦ୍ଦମା କରି ନିଜର ଅଧିକାର ସାବ୍ୟସ୍ତ କରିପାରିବେ । ସୁପ୍ରିମକୋର୍ଟ ୫ଟି ରିଟ୍‌ ବା ଆଜ୍ଞାପତ୍ର ଦ୍ୱାରା ବ୍ୟକ୍ତିର ଅଧିକାର ସଂରକ୍ଷିତ କରିପାରିବେ । ରିଟ୍‌ଗୁଡ଼ିକ ହେଲା -
# '''ହେବିୟସ୍‌ କର୍ପସ''' ବା ପ୍ରତ୍ୟକ୍ଷୀକରଣ, ଅର୍ଥାତ ବନ୍ଦୀକୁ ବିଚାରାଳୟ ଆଗରେ ଉପସ୍ଥାପିତ କରିବାର ଆଦେଶ ।
# '''ମାଣ୍ଡମାସ୍‌''' ବା ପରମାଦେଶ ଆଜ୍ଞାପତ୍ର । ଏହା ଦ୍ୱାରା ଉଚ୍ଚ ନ୍ୟାୟାଳୟ ସରକାର ବା ନିମ୍ନ ନ୍ୟାୟାଳୟ ବା କର୍ମଚାରୀଙ୍କୁ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟପାଇଁ ନିର୍ଦ୍ଦେଶ ଦେଇଥାନ୍ତି ।
# '''ପ୍ରୋହିବିସନ୍‌''' ବା ପ୍ରତିଷେଧ ଆଜ୍ଞାପତ୍ର । ନିମ୍ନ ନ୍ୟାୟାଳୟର କୌଣସି କାର୍ଯ୍ୟକୁ ବା ବିଚାର କାର୍ଯ୍ୟକୁ ବନ୍ଦ କରିବା ପାଇଁ ଯେଉଁ ଆଦେଶ ଦିଆଯାଏ, ତାକୁ ନିଷେଧ ଆଜ୍ଞାପତ୍ର କୁହାଯାଏ ।
# '''କୋ-ୱାରେଣ୍ଟ''' ବା ଅଧିକାରପୃଷ୍ଠା ଆଜ୍ଞାପତ୍ର । କେଉଁ ଅଧିକାରରେ, ପଦବୀ ମାଲିକାନା ବା ସ୍ଥାନ ଦଖଲ କରାଯାଇଛି, ତାହା ଦର୍ଶାଇବା ପାଇଁ ଏହି ଆଦେଶ ଦିଆଯାଏ ।
# '''ସଟଓରାରୀ''' ବା ଉତ୍‌କ୍ଷେପଣ ଆଜ୍ଞାପତ୍ର । ଅହାକୁ ଅଭିଧାନ ଅନୁସାରେ "ସର୍ସିଓରାରୀ" ରୂପେ ମଧ୍ୟ ଉଚ୍ଚାରଣ କରାଯାଇଥାଏ । ଏହି ଆଦେଶ ବଳରେ ତଳ କୋର୍ଟ କ୍ଷମତା ପରିସର ଅଭାବରୁ ଉପର କୋର୍ଟକୁ କାଗଜପତ୍ର ସହିତ ମୋକଦ୍ଦମା ପ୍ରେରିତ ହୋଇଥାଏ ।
ଏହି ୫ଟି ଆଜ୍ଞାପତ୍ର ବା ଆଦେଶ ବଳରେ ସୁପ୍ରିମକୋର୍ଟ ବ୍ୟକ୍ତିର ମୌଳିକ ଅଧିକାରକୁ ସାବ୍ୟସ୍ତ କରିପାରିବେ । ଏହା କିନ୍ତୁ ସାମରିକ ଆଇନ ବା ୩୫୨ ଧାରା ଅନୁସାରେ ଜରୁରୀକାଳୀନ ଘୋଷଣା ପ୍ରବର୍ତ୍ତିତ ସମୟରେ କାର୍ଯ୍ୟକାରୀ ହୋଇ ନ ପାରେ । ସେନାବାହିନୀ ଓ ଆଇନଶୃଙ୍ଖଳା ରକ୍ଷାକରୁଥିବା କର୍ମଚାରୀଙ୍କୁ ଏହି ମୌଳିକ ଅଧିକାର ସବୁ ଲାଗୁ ହେବ ନାହିଁ । ପାର୍ଲିଆମେଣ୍ଟ ଆଇନ ପ୍ରଣୟନ କରି ସେ ସବୁ ବିଷୟ ନିୟନ୍ତ୍ରଣ କରିପାରିବ ।
 
ମୌଳିକ ଅଧିକାର ଯୋଗୁଁ ନ୍ୟାୟାଳୟମାନେ କ୍ଷମତା ପାଇଛନ୍ତି । ଆଇନସବୁ ବା ସରକାରୀ କାର୍ଯ୍ୟଦ୍ୱାରା ବ୍ୟକ୍ତିର ସ୍ୱାଧିକାର କ୍ଷୁଣ୍ଣ ହେଲେ ତାକୁ ଅକାମୀ କରିଦେବାକୁ ବ୍ୟକ୍ତି ନିଜ ଅଧିକାରକୁ ଉପଭୋଗ କରି ଜାତୀୟ ଜୀବନକୁ ପରିପୁଷ୍ଟ କରିପାରିବ ଓ ରାଷ୍ଟ୍ର ସରକାର ସୀମିତ ହୋଇ ବ୍ୟକ୍ତିର ସ୍ୱାତନ୍ତ୍ର୍ୟ ପ୍ରତି ସମ୍ମାନ ଦେବା ପାଇଁ ବାଧ୍ୟ ହେବ । ଏ ସବୁ ମୌଳିକ ଅଧିକାର ନିରଙ୍କୁଶ ଅଧିକାର ନୁହେଁ । ସମାଜର ସ୍ୱାର୍ଥବିରୋଧୀ କାର୍ଯ୍ୟ ପାଇଁ ବ୍ୟକ୍ତିର ଅଧିକାର ସଙ୍କୁଚିତ ହୋଇପାରିବ । ଅବଶ୍ୟ ଦାରିଦ୍ର୍ୟ ଲୋପ ପାଇଁ ସରକାରୀ ପ୍ରଚେଷ୍ଟାକୁ ଧନିକ ବ୍ୟକ୍ତିମାନେ ପଣ୍ଡ କରିବା ଉଦ୍ଦେଶ୍ୟରେ କୋର୍ଟ-କଚେରୀରେ ମୌଳିକ ଅଧିକାର ନାମରେ ମୋକଦ୍ଦମା କରିବାରେ ଲାଗିଛନ୍ତି । ସେଥିପାଇଁ ସ୍ୱରଣ ସିଂ କମିଟି (୧୯୭୬) ସୁପାରିଶ କରିଛନ୍ତି ଯେ ସାମ୍ୟବାଦୀ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ମୌଳିକ ଅଧିକାର ସଙ୍କୁଚିତ କରାଯାଉ । ଏପରି କି ଧନୀ ଓ ଶିକ୍ଷିତ ବ୍ୟକ୍ତିମାନେ ଅଧିକାରରେ ଉନ୍ନତ ହୋଇ କର୍ତ୍ତବ୍ୟ ବିସ୍ମୃତ ହୋଇଯାଉଛନ୍ତି । ତେଣୁ ବ୍ୟକ୍ତିର କର୍ତ୍ତବ୍ୟ ସମ୍ବଳିତ କେତେକ ଧାରା ସମ୍ବିଧାନରେ ଲିପିବଦ୍ଧ ହେବାପାଇଁ ସୁପାରିଶ କରାହୋଇଛି । ଏହା କାର୍ଯ୍ୟକାରୀ ହେଲେ ବିଶୃଙ୍ଖଳାର ଅବସାନ ହେବ ଓ ଦେଶର ମେରୁଦଣ୍ଡ ଦୃଢ଼ ହେବ ।
 
==ରାଷ୍ଟ୍ରୀୟ ନୀତି-ନିର୍ଦ୍ଦେଶାତ୍ମକ ତତ୍ତ୍ୱ(Directive Principles of State Policy)==
==ସ୍ୱାଧୀନ ଓ ନିରପେକ୍ଷ ବିଚାର ସଂସ୍ଥା==