"ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୫୦ କ ଧାଡ଼ି:
 
==ସଂଘ ଶାସନ ଓ ଐକିକ ପ୍ରବୃତ୍ତି(Federalism with Unitary Spirit)==
ଭାରତ ସମ୍ବିଧାନରେ ସଂଘ ଶାସନ ପ୍ରବର୍ତ୍ତିତ ହୋଇଅଛି । ସଂଘଶାସନରେ ଯେଉଁ ଯେଉଁ ଉପାଦାନ ଦରକାର, ତାହା ଭାରତ ସମ୍ବିଧାନରେ ଉଲ୍ଲେଖ ରହିଛି । ସଂଘଶାସନର ୪ଟି ଉପାଦାନ ଥାଏ ।
#ଲିଖିତ ଓ ଅନମନୀୟ ସମ୍ବିଧାନ
#କେନ୍ଦ୍ର ଓ ରାଜ୍ୟ ସ୍ତରରେ ସରକାର
#କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ କ୍ଷମତା ବଣ୍ଟନ
#ସ୍ୱାଧୀନ ଓ ନିରପେକ୍ଷ ସର୍ବୋଚ୍ଚ ନ୍ୟାୟାଳୟ
ଭାରତ ସମ୍ବିଧାନରେ ଏହି ଚାରୋଟି ଉପାଦାନ ଦେଖିବାକୁ ମିଳେ । ଭାରତ ସମ୍ବିଧାନରେ ରାଜ୍ୟମାନଙ୍କୁ ସଂଘଶାସନରୁ ଅଲଗା ହୋଇଯିବାକୁ ଅଧିକାର ଦିଆଯାଇନାହିଁ । ଫଳରେ ଭାରତ ଏକ '''ଅଚ୍ଛେଦ୍ୟ ଓ ଅବିନାଶୀ ସଂଘରାଷ୍ଟ୍ର''' ହିସାବରେ ବିଦ୍ୟମାନ । ପ୍ରଫେସର କେ.ସି. ହୁଏର ଭାରତର ସଂଘଶାସନକୁ '''ପ୍ରାୟକଳ୍ପ(Quasi) ସଂଘଶାସନ''' ରୂପେ ବର୍ଣ୍ଣନା କରିଛନ୍ତି । ତାଙ୍କ ମତରେ "ଭାରତରେ କାର୍ଯ୍ୟତଃ ଐକିକ ପ୍ରାଧାନ୍ୟ ସରକାର, ଗୌଣ ସଂଘୀୟ ଆବରଣରେ କାମ କରୁଛି । ସଂଘୀୟ ପ୍ରାଧାନ୍ୟ ଥାଇ ଐକିକ ଉପାଦାନସବୁ ଗୌଣ ହୋଇ ରହିବ ନାହିଁ ।"
 
ଅବଶ୍ୟ ଜାତୀୟ ଏକତା, ସଂହତି ଓ ପ୍ରତିରକ୍ଷା ପାଇଁ ଜରୁରୀକାଳୀନ ଅବସ୍ଥାରେ ଭାରତର ଐକିକ ଶାସନର ପ୍ରାଧାନ୍ୟ ରହିବା ପାଇଁ ବ୍ୟବସ୍ଥା ରହିଛି । ଜାତି ବଞ୍ଚିଲେ, ରାଜ୍ୟ ବଞ୍ଚିବ । ତେଣୁ ରାଜ୍ୟମାନଙ୍କ ସ୍ୱାତନ୍ତ୍ର୍ୟ ମଳିନ ହୋଇଥାଏ । କିନ୍ତୁ ସାଧାରଣ ସମୟରେ ମଧ୍ୟ ଐକିକ ଶାସନର ପ୍ରାଧାନ୍ୟ ଦେଖାଯାଏ । ରାଜ୍ୟପାଳମାନେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୁଅନ୍ତି । ସେମାନେ ସଂଘଶାସନର ସେତୁ, ପ୍ରହରୀ ଓ ପ୍ରତିନିଧିରୂପେ କାମ ନ କଲେ ସଂଘଶାସନ ଦୁର୍ବଳ ହୋଇଯିବ । କେନ୍ଦ୍ରଠାରୁ ଆର୍ଥିକ ସହାୟତା ପାଇଁ ରାଜ୍ୟମାନଙ୍କ ମଧ୍ୟରେ ପ୍ରବଳ
ପ୍ରତିଯୋଗିତା, କେନ୍ଦ୍ରର ଆର୍ଥିକ ସ୍ୱଚ୍ଛଳତା ଓ ରାଜ୍ୟମାନଙ୍କର ଆର୍ଥିକ ଦୁର୍ଗତି, ଯୋଜନା କମିଶନ, ଅତିମାନବ ମନ୍ତ୍ରୀପରିଷଦ ତଥା ରାଷ୍ଟ୍ରାଧିପତି ପରି କ୍ଷମତା ପ୍ରୟୋଗ କରି ଭାରତୀୟ ଯୋଜନା ନିୟନ୍ତ୍ରଣ କରୁଛନ୍ତି । ରାଜ୍ୟମାନେ କେନ୍ଦ୍ର ନିକଟରେ ସର୍ବଦା ଭିକାରୀ ରୂପେ କାର୍ଯ୍ୟ କରୁଥିବା ଲକ୍ଷ୍ୟ କରାଯାଉଛି । ଶିଳ୍ପ ପାଇଁ ଲାଇସେନ୍ସ, ବନ୍ୟା, ବାତ୍ୟା, ଯୋଜନା ପାଇଁ ସାଧାରଣ କାର୍ଯ୍ୟପାଇଁ ଆର୍ଥିକ ସାହାଯ୍ୟ ପ୍ରଭୃତି ଲାଗି ରାଜ୍ୟମାନେ କେନ୍ଦ୍ରର ଦ୍ୱାରସ୍ଥ ହେଉଛନ୍ତି । ସର୍ବଭାରତୀୟ ପ୍ରଶାସନିକ ସେବା, ସବୁ ବିଷୟରେ କେନ୍ଦ୍ରମନ୍ତ୍ରୀଙ୍କ ଅଧିନାୟକତ୍ୱରେ ରାଜ୍ୟମନ୍ତ୍ରୀମାନଙ୍କ ସଭା ଓ ଜାତୀୟ ନୀତିନିୟନ୍ତ୍ରଣ, ଜାତୀୟ ଉନ୍ନୟନ ପରିଷଦ, ରାଜ୍ୟପାଳ ସମ୍ମିଳନୀ, ବାଚସ୍ପତି ସମ୍ମିଳନୀ, ବିଭାଗୀୟ ମନ୍ତ୍ରୀ ସମ୍ମିଳନୀ, ଶାସନ ସଚିବ ତଥା ମୁଖ୍ୟ ସଚିବ ସମ୍ମିଳନୀ ଆଦି କେନ୍ଦ୍ରୀଭୂତ ପ୍ରବୃତ୍ତିର ନିଦର୍ଶନ । ଏହା ଦ୍ୱାରା କେନ୍ଦ୍ର ଦୃଢ଼ୀଭୂତ ହେଉଛି ଓ ହେବାର କଥା । ସମ୍ବିଧାନର ୩୫୬ ଧାରା ଅନୁସାରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ପ୍ରବର୍ତ୍ତିତ ହୋଇପାରିବ । କେନ୍ଦ୍ର ରାଜ୍ୟର ସୀମା ପରିବର୍ତ୍ତନ କରିପାରିବ, ରାଜ୍ୟକୁ ଭାଙ୍ଗି ୨ ବା ୩ ରାଜ୍ୟ କରିପାରିବ ବା ଲୋପ କରିଦେଇ ପାରିବ । ରାଜ୍ୟର ସମ୍ମତି ଦରକାର ନାହିଁ । ରାଜ୍ୟ ସରକାର ଯଦି କେନ୍ଦ୍ରର ନିର୍ଦ୍ଦେଶ ଅମାନ୍ୟ କରନ୍ତି ଅଥବା ଜାତୀୟ ଏକତା ଓ ସଂହତି ପ୍ରତି ବାଧା ଆଣନ୍ତି, ତେବେ ସାମ୍ବିଧାନିକ ପନ୍ଥାରେ ୩୫୬ ଧାରା ପ୍ରୟୋଗ କରି ମନ୍ତ୍ରୀମଣ୍ଡଳକୁ ବିଦାୟ ଦେଇ, ରାଷ୍ଟ୍ରପତି ଶାସନ ପ୍ରୟୋଗ କରାଯାଇ ପାରିବ । ରାଜ୍ୟମାନଙ୍କ ପକ୍ଷରୁ କେନ୍ଦ୍ରକୁ କାୟମନୋବାକ୍ୟରେ ଦୁର୍ବଳ କରିବାକୁ ଦିଆଯିବା ଉଚିତ ନୁହେଁ । ରାଜ୍ୟ ସ୍ୱାତନ୍ତ୍ର୍ୟ ନାମରେ ଜାତିକୁ ଦୁର୍ବଳ କରିବାକୁ ଦେବା ଠିକ୍‌ ହେବ ନାହିଁ । ଜାତୀୟ ସଂହତି, କେନ୍ଦ୍ରର ଦୃଢ଼ତା ଏବଂ ସ୍ୱାଧୀନତାର ନିରାପତ୍ତା, ଜାତୀୟ ସମ୍ମାନ ଓ ଜାତୀୟ ପ୍ରତିରକ୍ଷା, ଆର୍ଥନୀତିକ କଳକୁ କ୍ଷୁଣ୍ଣ କରିବାକୁ ଦିଆଯିବା ଉଚିତ ନୁହେଁ ।
 
ସେଥିପାଇଁ ସାର୍‌ ଆଇଭର ଜେନିଙ୍ଗସ୍‌ କହିଛନ୍ତି, "ସଂଘଶାସନ ହେଲେ ମଧ୍ୟ ଜାତୀୟ ସ୍ୱାର୍ଥର ପ୍ରାଧାନ୍ୟ ବଜାୟ ରଖିବାକୁ ହେବ ।" କେ. ସାନ୍ତନମ୍‌ଙ୍କ ମତରେ, "ଭାରତ ବାସ୍ତବରେ ଐକିକ ଶାସନ ହିସାବରେ ଚଳିଆସିଛି । ଅବଶ୍ୟ କେନ୍ଦ୍ର ଓ ରାଜ୍ୟମାନେ ଆଇନଗତ ହିସାବରେ ଓ ବାହ୍ୟ ବ୍ୟବହାରରେ ସଂଘରାଷ୍ଟ୍ରପରି କାର୍ଯ୍ୟ କରିଛନ୍ତି ।" ସମ୍ବିଧାନର ପ୍ରଣେତା ମାନେ ସଂଘଶାସନ ଓ ଐକିକ ଶାସନ ମଧ୍ୟରେ ସମନ୍ୱୟ ସୃଷ୍ଟିକରିବା ପାଇଁ ବ୍ୟବସ୍ଥା ରଖିଥିଲେ । ଡକ୍ଟର ଆମ୍ବେଦକର କହିଛନ୍ତି, " ଆମ ସମ୍ବିଧାନରେ ଏପରି ବ୍ୟବସ୍ଥା ରହିଛି ଯେ ଦରକାର ଅନୁଯାୟୀ ଏହା ସଂଘଶାସନ ଅଥବା ଐକିକ ଶାସନରେ ପରିଣତ ହୋଇପାରିବ ।"
 
ଭାରତରେ କେନ୍ଦ୍ରୀଭୂତ ସଂଘଶାସନ ପ୍ରବର୍ତ୍ତିତ ହୋଇଛି । ଏହା ଏକ "ଯୌଥ ସଂଘଶାସନ ।" କେନ୍ଦ୍ର ଉପରେ ରାଜ୍ୟମାନେ ଯେପରି ନିର୍ଭର କରୁଛନ୍ତି, ରାଜ୍ୟମାନଙ୍କ ଉପରେ କେନ୍ଦ୍ର ସରକାର ସେହିପରି ନିର୍ଭରଶୀଳ । ରାଜ୍ୟ ପୋଲିସ, କୋର୍ଟ କଚେରୀ, କର୍ମଚାରୀମାନଙ୍କ ସାହାଯ୍ୟରେ କେନ୍ଦ୍ରର ସଂପତ୍ତି, କାର୍ଯ୍ୟ ଆଦି ପରିଚାଳିତ । କେନ୍ଦ୍ରର ନିର୍ବାଚନ କାର୍ଯ୍ୟ ରାଜ୍ୟର କର୍ମଚାରୀ ପରିଚାଳନା କରନ୍ତି । କେନ୍ଦ୍ରର ରେଳ, ଡାକ-ତାର ସଂପତ୍ତି ସବୁ ରାଜ୍ୟ ପୋଲିସଙ୍କ ଦ୍ୱାରା ସଂରକ୍ଷିତ । କେନ୍ଦ୍ରର ସମାନ୍ତରାଳ ଥାନା, କଚେରୀ, ପ୍ରଶାସନିକ କର୍ମଚାରୀ ସବୁ ରାଜ୍ୟରେ ନାହିଁ । ତେଣୁ ରାଜ୍ୟମାନଙ୍କ ଉପରେ କେନ୍ଦ୍ର ନିର୍ଭର କରେ । ଫଳରେ ଭାରତରେ ଏକ "ଯୌଥ-ସଂଘଶାସନ" ପ୍ରବର୍ତ୍ତିତ ହୋଇଛି । ଯଦିଓ କେନ୍ଦ୍ରୀଭୂତ ଶାସନ ଓ ଐକିକ ପ୍ରବୃତ୍ତି ରହିଛି, ତଥାପି ଏହାଦ୍ୱାରା ସଂଘଶାସନ ଦୃଢ଼ୀଭୂତ ହୋଇଛି । ତା’ ନ ହୋଇଥିଲେ [[ୟୁରୋପ]] ପରି ଭାରତରେ ଅନେକ କ୍ଷୁଦ୍ର କ୍ଷୁଦ୍ର ରାଷ୍ଟ୍ର ପ୍ରତିଷ୍ଠିତ ହୋଇସାରନ୍ତାଣି । ସେଥିପାଇଁ କୁହାଯାଏ ଯେ ଭାରତରେ "ଅସୀମ ବିଭେଦ ଓ ଅନ୍ତର୍ଗତ ଐକ୍ୟର ସମନ୍ୱୟ ହୋଇଛି ।"
 
==ମୌଳିକ ଅଧିକାର(Fundamental Rights)==
==ରାଷ୍ଟ୍ରୀୟ ନୀତି-ନିର୍ଦ୍ଦେଶାତ୍ମକ ତତ୍ତ୍ୱ(Directive Principles of State Policy)==