"ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
 
==ସଂସଦୀୟ ଶାସନ(Parliamentary form of Government)==
ପାର୍ଲିଆମେଣ୍ଟଙ୍କ ନିକତରେନିକଟରେ ଦାୟୀ ହେଉଥିବା ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ଗଠିତ ମନ୍ତ୍ରୀମଣ୍ଡଳ ଶାସନକୁ ସଂସଦୀୟ ଶାସନ କୁହାଯାଏ । ରାଷ୍ଟ୍ରମୁଖ୍ୟ କେବଳ ଅଳଙ୍କାର ପରି କ୍ଷମତାଶୂନ୍ୟ ହୋଇ ମନ୍ତ୍ରୀପରିଷଦର ପରାମର୍ଶରେ ପରିଚାଳିତ ହୋଇଥାନ୍ତି । ବିଲାତରେ ଏହିପରି ସରକାର ପ୍ରତିଷ୍ଠିତ । ବିଲାତର ଢାଞ୍ଚାରେ ଭାରତରେ ସଂସଦୀୟ ଶାସନ ବା ମନ୍ତ୍ରୀଶାସନ ପ୍ରବର୍ତ୍ତିତ ହୋଇଛି ।
 
୧୯୩୫ ମସିହା ଆଇନରେ ପ୍ରଦେଶର ଦାୟିତ୍ୱମୂଳକ ସରକାର ପ୍ରତିଷ୍ଠିତ ହୋଇଥିଲା । ସେ ସମ୍ବନ୍ଧରେ ଭାରତୀୟ ନେତାମାନଙ୍କର ଊଣାଅଧିକେ ଅଭିଜ୍ଞତା ଥିଲା । ସମ୍ବିଧାନରେ ବିଲାତର ଏହି ଅନୁଷ୍ଠାନ ସଂସଦୀୟ ଶାସନ ପ୍ରବର୍ତ୍ତିତ ହୋଇଅଛି । ମନ୍ତ୍ରୀମାନେ ପ୍ରକୃତ ଶାସନ କ୍ଷମତା ପ୍ରୟୋଗ କରନ୍ତି । ପାର୍ଲିଆମେଣ୍ଟ ନିକଟରେ ସେମାନେ ବ୍ୟକ୍ତିଗତ ଓ ମିଳିତ ଭାବେ ଦାୟୀ ଅଟନ୍ତି । ରାଷ୍ଟ୍ରପତି ରାଷ୍ଟ୍ରର ମୁଖ୍ୟ ହିସାବରେ ମନ୍ତ୍ରୀମାନଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରନ୍ତି । ପାର୍ଲିଆମେଣ୍ଟ ଦେଶର ଅର୍ଥନୈତିକ, ରାଜନୈତିକ, ସାମରିକ, ବୈଦେଶିକ ଆଦି ସବୁ ବିଷୟରେ ସର୍ବେସର୍ବା । ପାର୍ଲିଆମେଣ୍ଟ ଦ୍ୱାରା ମନ୍ତ୍ରୀମାନେ ବିତାଡ଼ିତ ହୋଇପାରିବେ । ପାର୍ଲିଆମେଣ୍ଟର ବିଶ୍ୱାସଭାଜନ ହୋଇଥିବା ପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳ କ୍ଷମତା ପ୍ରୟୋଗ କରିପାରିବ । କିନ୍ତୁ ବିଶ୍ୱାସ ହରାଇଲେ କ୍ଷମତାରୁ ଅପସରି ଯିବାକୁ ବାଧ୍ୟ । ପାର୍ଲିଆମେଣ୍ଟର ପ୍ରାଧାନ୍ୟ ଯୋଗୁଁ ଏହି
୧୯୭

ଗୋଟି ସମ୍ପାଦନା