"ସାରଳା ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୫୭ କ ଧାଡ଼ି:
 
 
ଓଡ଼ିଶାର ତନ୍ତ୍ରପୀଠଗୁଡ଼ିକୁ ଦେଖିଲେ ମନେହୁଏ, ବଜ୍ରଯାନୀମାନେ ଯେଉଁଠି ଆସନପାତି ତନ୍ତ୍ରଦ୍ୱାରା ଲୋକସମାଜର ଉପକାର କରୁଥିଲେ, ସେଇଠି ହିନ୍ଦୁତାନ୍ତ୍ରିକମାନେ ମଧ୍ୟ ନିଜର ଆସନ ଦୃଢ଼ କରୁଥିଲେ । ଏ ବିଷୟରେ [[ପୁରୀ ଜିଲ୍ଲା]]ର [[ବାଣପୁର]] ଓ ଭଗବତୀଙ୍କୁ ନିଆଯାଇପାରେ । ସେହିଭଳି [[ପ୍ରାଚୀନଦୀ]] ଅବବାହିକାରେ ଥିବା ମୋତିଆଦି ଗ୍ରାମରେ ପୂଜା ପାଉଥିବା ଦୁର୍ଗାଙ୍କୁ ଗ୍ରହଣ କରାଯାଇପାରେ । ସେସବୁ ଅଞ୍ଚଳରେ ବୌଦ୍ଧପୀଠର ଯେଉଁଭଳି ନିଦର୍ଶନ ରହିଛି ରହିଛି ସେହିଭଳି ଏବେ ହିନ୍ଦୁତନ୍ତ୍ର ଦେବତାଙ୍କ ମନ୍ଦିର ପରିଦୃଷ୍ଟ ହୁଏ । ଝଙ୍କଡ଼ ପ୍ରଗଣାକୁ ଲାଗି ରହିଥିବା ତିରଣ ପ୍ରଗନାର ଗରାମ ଗ୍ରାମରେ ଯେଉଁ ଭଗବତୀଙ୍କ ମନ୍ଦିର ଅଛି ସେହି ମନ୍ଦିର ସମ୍ମୁଖରେ ପଦ୍ମପାଣି ବୁଦ୍ଧଙ୍କର ଏକ ମୂର୍ତ୍ତି ଅଛି। ତାଙ୍କ ହାତରେ ବୁଦ୍ଧମୁଦ୍ରା,ପଦ୍ମ, ବରମୁଦ୍ରା ଆଦି ରହିଛି। କେବଳ ଏତିକି ନୁହେଁ ଭଗବତୀଙ୍କ ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ଏକ ଷଡ଼ଭୁଜ ତାରାଙ୍କ ମୂର୍ତ୍ତି ଥିବା ଦେଖାଯାଏ । ତାଙ୍କ ହସ୍ତରେ ଖଡ୍ଗ, [[ତ୍ରିଶୂଳ]], [[ପଦ୍ମଫୁଲପଦ୍ମ ଫୁଲ]], ଢାଲ, ଧନୁ ଓ ଭୂମିସ୍ପର୍ଶମୁଦ୍ରା ଥିବା ଦେଖାଯାଏ । ତାହା ଯେ ଏକ ବୌଦ୍ଧପୀଠ ଥିଲା ବୋଲି ଏହା ଧାରଣା କରିବା ସ୍ୱାଭାବିକ । ତେନ୍ତୁଳିପଦାର ବିଲ-ଶାରଳାଙ୍କ ମନ୍ଦିରରେ ଗୋଟିଏ ମନସାଦେବୀଙ୍କର ମୂର୍ତ୍ତି ରହିଛି। [[ବିବାହ]] ବ୍ରତରେ ଏହି ଅଞ୍ଚଳର କେତେକ ସମ୍ପ୍ରଦାୟ ତାଙ୍କୁ ସ୍ନାନ ମାର୍ଜନା କରିଥାଆନ୍ତି । ମନସା ସର୍ପଙ୍କ ଦେବୀ ତାଙ୍କ ମୁଣ୍ଡ ଉପରେ ସାପ ଫଣାଟେକି ରହିଛି । ଦେବୀଙ୍କ ହାତରେ ଅମୃତ କଳସ। ଏହିଭଳି ମନସା ମୂର୍ତ୍ତି ନିମାପଡାର କୁଶଭଦ୍ରା ନଦୀକୂଳରେ ନାରାୟଣୀ ନାମରେ ଉପାସିତା । [[ବୈତରଣୀ ନଦୀ|ବୈତରଣୀ]]ର ଉତ୍ତରକୁ ଆଖୁଆପଦାରେ ମଧ୍ୟ ମନସାଦେବୀଙ୍କ ମୂର୍ତ୍ତି ପୂଜାପାଉଥିବା ଦେଖିବାକୁ ମିଳେ। ସାଧାରଣତଃ ନଦୀକୂଳ ଅଞ୍ଚଳ ବା ସର୍ପ ଉପଦ୍ରବ ଅଞ୍ଚଳରେ ମନସାଦେବୀଙ୍କ ମୂର୍ତ୍ତି ଉପାସିତା । ତନ୍ତ୍ରଗ୍ରନ୍ଥମାନଙ୍କରେ ମନସାଙ୍କ ମନ୍ତ୍ର ତଥା ଉପାସନା ପ୍ରଣାଳୀ ଲେଖା ଅଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ମନସାଙ୍କର ଦ୍ୱିଭୁଜା, ଚତୁର୍ଭୁଜା ଆଦି ମୂର୍ତ୍ତି ଦେଖିବାକୁ ମିଳେ। ଶାରଳାଙ୍କ ମନ୍ଦିର ବର୍ତ୍ତମାନ ଯେଉଁ ଗ୍ରାମରେ ଅଛି ସେ ଗ୍ରାମକୁ କନକପୁର କୁହାଯାଏ। ତାହାର ଅନତି ଦୂରରେ ଅରଡଙ୍ଗ ଗ୍ରାମରେ ଗୋଟିଏ ଅଷ୍ଟଭୁଜା ଚାମୁଣ୍ଡା ମୂର୍ତ୍ତି ଗ୍ରାମଦେବତୀ ରୂପେ ପୂଜାପାଉଛନ୍ତି । ଡଃ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ବିରଜା ବକ୍ତୃତାମାଳା-୧ରେ ଓ ବିଭିନ୍ନ ସ୍ଥାନରେ କହିଛନ୍ତି ଚାମୁଣ୍ଡା ବୌଦ୍ଧଦେବୀ । Budhist Iconographyରେ ଚର୍ଚ୍ଚିକା ଠିକ ଚାମୁଣ୍ଡାଙ୍କ ଭଳି। ଓଡ଼ିଶାର ବହୁ ତନ୍ତ୍ରପୀଠରେ ଚାମୁଣ୍ଡା ପୀଠଦେବୀ ରୂପେ ଆରାଧିତା। ଅସ୍ଥି କଙ୍କାଳସାର ଉପବାସୀ ବୁଦ୍ଧଙ୍କ ସ୍ତ୍ରୀ ରୂପ ଚାମୁଣ୍ଡା। ସାଧାରଣତଃ ଚାମୁଣ୍ଡାଙ୍କ ହସ୍ତରେ ଖଡ୍ଗ, ନରମୁଣ୍ଡ, ଜପମାଳା, ବରମୁଦ୍ରା, ତ୍ରିଶୂଳ, ପାନପାତ୍ର, ଢାଲ, ଅଭୟମୁଦ୍ରା ରହିଥାଏ। ଅରଡଙ୍ଗରେ ଥିବା ଚାମୁଣ୍ଡା ମୂର୍ତ୍ତି ଠିକ୍ ସେହିଭଳି, ସେ ଶବ ଉପରେ ବସିଛନ୍ତି ଓ ଦକ୍ଷିଣ ହସ୍ତରୁ ଝରୁଥିବା ରକ୍ତକୁ ଶିବା ପାନ କରୁଛି। ତାଙ୍କ ଗଳଦେଶରେ ନରମୁଣ୍ଡ ମାଳ। ଶାରଳାଙ୍କ ଠାରୁ ୪/୫ ମାଇଲ ଦୂରରେ କୋଷ୍ଠି ମଲ୍ଲିକାପୁର ଗ୍ରାମ। ଏହି ଗ୍ରାମରେ ଇଶାଣେଶ୍ୱର ମହାଦେବଙ୍କ ମନ୍ଦିର। ଐତିହାସିକ କେଦାରନାଥ ମହାପାତ୍ର ଏହି ମନ୍ଦିରର ମୁଖଶାଳାରେ ଲେଖାହୋଇଥିବା ଶିଳାଲେଖଟିକୁ ପାଠକରି କହନ୍ତି। ଏହା କପିଳେଶ୍ୱର ଦେବଙ୍କ ଶିଳାଲେଖ। ବର୍ତ୍ତମାନ ମନ୍ଦିର ମଧ୍ୟରେ ଶିବଲିଙ୍ଗଟି ନାହିଁ । [[ଶକ୍ତିପୀଠ]]ର ମଧ୍ୟଦେଶରେ ଲିଙ୍ଗ ଥିବାର ପ୍ରମାଣ ରହିଛି। ଖୁବ ସମ୍ଭବତଃ ସପ୍ତଦଶ ଶତାବ୍ଦୀରେ ଧର୍ମାନ୍ଧମାନେ ଲିଙ୍ଗଟିକୁ ଶକ୍ତିଠାରୁ ଭିନ୍ନ କରି ଦେଇଛନ୍ତି । ଏହିଭଳି ଅବସ୍ଥା ବହୁ ଶୈବପୀଠରେ ଦେଖିବାକୁ ମିଳେ। [[ଫୁଲନଖରା]] ଛକ ନିକଟରେ ଲକ୍ଷେଶ୍ୱର ମହାଦେବ ଏ ଅବସ୍ଥାରୁ ରକ୍ଷା ପାଇନାହାନ୍ତି । ଏହି ଇଶାଣେଶ୍ୱର ମନ୍ଦିର ନିକଟରେ ଚାମୁଣ୍ଡାଙ୍କର ଏକ ମୂର୍ତ୍ତି ସହିତ ଶବ ଉପରେ ଦଣ୍ଡାୟମାନ ଖଡ୍ଗ, ପଦ୍ମ, ପାନପାତ୍ର ଓ ଛିନ୍ନଶିର ଧାରଣ କରିଥିବା ଗୋଟିଏ ଭୈରବମୂର୍ତ୍ତି ରହିଛି । ତାଛଡା ଶିବ [[ପାର୍ବତୀ]]ଙ୍କର ଗୋଟିଏ ମୂର୍ତ୍ତି ଏଠାରେ ଉପାସିତା ।
 
 
ସମଗ୍ର ଓଡ଼ିଶାରେ ଅଷ୍ଟକୀଳାଅଷ୍ଟକାଳୀ ବା ଅଷ୍ଟଚଣ୍ଡୀଙ୍କ ଆରାଧନା କଥା କହାଯାଇଥାଏକୁହାଯାଇଥାଏ । ସେହିଭଳି ପ୍ରତି ତନ୍ତ୍ର କ୍ଷେତ୍ରରେ ଅଷ୍ଟଦେବୀ ବିରାଜମାନା କରିଥାନ୍ତି। ଶାରଳାଙ୍କ ପୀଠର ଚତୁର୍ଦ୍ଦିଗରେ ଆଉ ସାତ ବା ଆଠଟି ଦେବୀପୀଠର ସନ୍ଧାନ ମିଳେ। ଯେତେବେଳେ ପୀଠଗୁଡ଼ିକ ଗଢିଉଠିଥିଲା, ସେତେବେଳେ ତନ୍ତ୍ରର ଯେଉଁ ରାଜତ୍ୱ ଚାଲିଥିଲା ତାପରେ ଦେଶର ରାଜା ବିମୁଖ ହେବା ଫଳରେ ବହୁ ତନ୍ତ୍ରପୀଠ ବିଲୟ ଲଭିଲାଣି। କେତେକ ମଧ୍ୟ ଅର୍ଦ୍ଦମୃତ ଅବସ୍ଥାରେ ପଡ଼ିରହିଛି । ସେହିଭଳି ଶାରଳାପୀଠର ଅବସ୍ଥା ସପ୍ତମ ଅଷ୍ଟମ ଶତାବ୍ଦୀ ତନ୍ତ୍ରର ସ୍ୱର୍ଣ୍ଣଯୁଗ ଥିଲା। ସେହି ସମୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ତନ୍ତ୍ରପୀଠ ଗଢ଼ିଉଠିଥିବା ଜଣାଯାଏ। ତାପରେ ପ୍ରାୟ ଦ୍ୱାଦଶ ଶତାବ୍ଦୀ ବେଳକୁ ଆସିଥିଲା ବୈଷ୍ଣବମାନଙ୍କ ଯୁଗ । ସେ ସମୟରେ ମଦ୍ୟ-ମାଂସ-ମତ୍ସ୍ୟମତ୍ସ୍ଯ-ମୁଦ୍ରା-ମୈଥୁନରେ ଉପାସିତା ଦେବୀମାନେ ବୈଷ୍ଣବ ମତରେ ଆରାଧିତା ହେଲେ । ସେଥିପାଇଁ ସାରଳାଦାସ ତାଙ୍କ ଗ୍ରନ୍ଥର ବିଭିନ୍ନ ସ୍ଥାନରେ ଶାରଳାଙ୍କୁ ପରମ ବୈଷ୍ଣବୀ ବୋଲି କହିଛନ୍ତି। ତାହା ସତ୍ତ୍ୱେ ତାଙ୍କ ଲିଖିତ ମହାଭାରତର[[ମହାଭାରତ]]ର ବହୁ ସ୍ଥାନରେ ସେ ଶାରଳାଙ୍କୁ ମଦ ମାଂସରେ ତୃପ୍ତି ବା ଶୋଣିତ ଦର୍ଶନେ ତୃପ୍ତି ବୋଲି ଲେଖିଛନ୍ତି। ସାରଳାଦାସଙ୍କ ସମୟକୁ ଓଡ଼ିଶାର ରାଜା କପିଳେଶ୍ୱର ବା କପିଳେନ୍ଦ୍ର ଶକ୍ତିଙ୍କ ମହାତ୍ମ୍ୟ ଉପଲବ୍ଧି କରିଥିବା ଇତିହାସରୁ ଦେଖାଯାଏ। ସେଥିପାଇଁ କବି ସାରଳା ଦେବୀ ଶାରଳାଙ୍କ ଅନୁଗ୍ରହରୁ ଶକ୍ତିକୁ ମୂଳ କରି ଗ୍ରନ୍ଥ ରଚନା କରିଗଲେ। ମାତ୍ର ତାଙ୍କର କିଛି ବର୍ଷ ପରେ ଚୈତନ୍ୟଙ୍କ ଆଗମନ ଫଳରେ ଶକ୍ତିକୁ ମୂଳ କରି ତନ୍ତ୍ରୋପାସନା ପୁଣି ପଛେଇଗଲା। ଭାରତର ମୂଳ ତନ୍ତ୍ରଭୂମି ଓଡ଼ିଶା ହୋଇଥିଲେ ମଧ୍ୟ ଲୋକେ ତାହା ଭୁଲିଗଲେ। ଶେଷ ତନ୍ତ୍ରଭୂମି କାମରୂପ [[ଓଡ଼ିଆ]]ଙ୍କ ପାଖରେ ସର୍ବଶ୍ରେଷ୍ଠ ବୋଲି ଧାରଣା ହେଲା। ତନ୍ତ୍ରପୀଠମାନଙ୍କରେ ତନ୍ତ୍ରାଚାର୍ଯ୍ୟଙ୍କ ବଂଶଧର ଯେଉଁ ରାଉଳ, ଭୋପା, ମାଳିମାନେ ତନ୍ତ୍ରଦେବୀଙ୍କୁ ପୂଜା କରୁଥିଲେ, ସେମାନେ ବିପଥଗାମୀ ହୋଇ ସାଧନାକୁ ଭୁଲିଗଲେ। ତନ୍ତ୍ରପୋଥିଗୁଡ଼ିକ ମଧ୍ୟ କୀଟଦଂଷ୍ଟ୍ର ହୋଇ ନଷ୍ଟ ହୋଇଗଲା। କେବଳ ରହିଲା କେତେକଙ୍କ ପାଖରେ କିଛି ଟୁଣୁକାଟୁଣୁକ ମନ୍ତ୍ର। ତାହା ମଧ୍ୟ ସାଙ୍କର୍ଯ୍ୟ ଦୋଷରେ ନିଷ୍ଫଳ ହେବାକୁ ଲାଗିଲା । ଶିକ୍ଷାୟତନ, ଆଚାର୍ଯ୍ୟ ନ ରହିଲେ ବିଦ୍ୟାର ଅବସ୍ଥା ଯାହାହୁଏ ଆଜି ଓଡ଼ିଶାରେ ତନ୍ତ୍ରର ଅବସ୍ଥା ସେହିଭଳି ହୋଇଛି। କେବଳ ବୈଷ୍ଣବ ପରମ୍ପରା ଛଡ଼ା ଶୈବ, ଶାକ୍ତାଦି ପରମ୍ପରା ଆଉ ନାହିଁ। କେବଳ ଅସୁବିଧାରେ ପଡ଼ି ବିଶ୍ୱାସ ନେଇ ଲୋକେ ଶକ୍ତି ମନ୍ଦିରକୁ ଯାଉଛନ୍ତି ତାହାହିଁ ଶାରଳାପୀଠର ଅବସ୍ଥା <ref>ଶ୍ରୀଯୁକ୍ତ ଗଣେଶ ପ୍ରସାଦ ପରିଜା, ଓଡ଼ିଶାର ତନ୍ତ୍ର ସଂସ୍କୃତି, ପୃଷ୍ଠା- ୧୭୨- ୧୮୩, ISBN- 81- 7586- 019-7 </ref>
 
==ମା ଶାରଳାଙ୍କ ପୀଠର ବିଶେଷତ୍ଵ==