"ସାରଳା ମନ୍ଦିର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
→କିମ୍ବଦନ୍ତୀ: ଅଧିକ ତଥ୍ୟ |
Psubhashish (ଆଲୋଚନା | ଅବଦାନ) ଟିକେ →କିମ୍ବଦନ୍ତୀ |
||
୬୪ କ ଧାଡ଼ି:
ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କ ଠାରେ ବୈଷ୍ଣବ ଓ ଶାକ୍ତ ସଂସ୍କୃତିର ସମନ୍ୱୟ ଦେଖିବାକୁ ମିଳେ । ଏହି ମନ୍ଦିରରେ ମା’ଙ୍କ ପୂଜାରେ ବେଲପତ୍ର ଓ ତୁଳସୀ ପତ୍ର ବ୍ୟବହୃତ ହୁଏ, ଯାହା କି ଅନ୍ୟ କୌଣସି ମନ୍ଦିରରେ ଦେଖିବାକୁ ମିଳେନାହିଁ , କାରଣ ବେଲପତ୍ର ଓ ତୁଳସୀ ପତ୍ର ହିନ୍ଦୁଧର୍ମରେ ଦୁଇଟି ଭିନ୍ନ ସଂସ୍କୃତିର ପ୍ରତୀକ ଅଟନ୍ତି । ଦେବୀଙ୍କ ପ୍ରତିମା ଗଠନକୁ ଦେଖିଲେ, ମନେହୁଏ ବୌଦ୍ଧ ତାନ୍ତ୍ରିକ ପ୍ରତିମୂର୍ତ୍ତି ହୋଇଥାଇ ପାରେ । କାରଣ ଦେବୀ ହାତରେ ବୀଣା ଓ ଘଣ୍ଟି ଧରିଛନ୍ତି; ଯାହାକି ମହାଯାନର ପ୍ରତୀକ ରୂପେ ବିଦିତ । ଚୀନ ପରିବ୍ରାଜକ ହୁଏନ୍ସାଂ ଓଡ଼ିଶା ଆସିଥିଲେ, ଚେଲିତାଲେ ବନ୍ଦରରୁ ଏକ ଜାହାଜ ନେଇ ଶ୍ରୀଲଙ୍କା ଯାଇଥିଲେ ଯାହାକୁ ଐତିହାସିକମାନେ ବର୍ତ୍ତମାନର ତିର୍ତ୍ତୋଲ ବୋଲି ଅଭିହିତ କରନ୍ତି । ସମ୍ଭବତଃ ଏହା ହୋଇପାରେ, ଭୌଗଳିକ ଅବସ୍ଥିତି ଅନୁସାରେ ପାରାଦ୍ୱୀପ ଏକ ଦ୍ୱୀପ ଥିଲା ଏବଂ ଅଞ୍ଚଳଟି ଭିତର ଓ କୁଜଙ୍ଗ ଚାରିପାଖ ସମୁଦ୍ର/ନଦୀ ଜଳରେ ବୁଡି ରହିଥିଲା । ଭୌଗଳିକ ତଥ୍ୟ ଏହାକୁ ସମର୍ଥନ କରେ । ନିଶ୍ଚିତ ରୂପେ କୁହାଯାଇ ପାରେ, ମା’ଶାରଳା ଶିବ-ଶକ୍ତି ଉପାସନାକୁ ପ୍ରତିପାଦିତ କରନ୍ତି ଯାହା ଶୈବ ଓ ଶାକ୍ତ ଧର୍ମର ସମ୍ମିଶ୍ରଣରୁ ଆନୀତ କିମ୍ବା ଆଉ ତନ୍ତ୍ର ରୂପରେ । ମା’ଶାରଳାଙ୍କୁ ବାକ୍ ଦେବୀ କୁହାଯାଏ, ଯିଏ ବିଦ୍ୟା ଓ ବୁଦ୍ଧିର ଦେବୀ । ବର୍ଣ୍ଣିତ ଅଛି ଯେ, ସିଦ୍ଧେଶ୍ୱର ପରିଡା ଜଣେ ସାମାନ୍ୟ କୃଷକ ଓ ସାମୟିକ ଭାବେ ଓଡିଆ ପାଇକ ମା’ଙ୍କର ପରମ ଭକ୍ତ ଥିଲେ; ତାଙ୍କରି ଆର୍ଶିବାଦ ଯୋଗୁଁ ସିଦ୍ଧେଶ୍ୱର ପରିଡା ସାରଳା ଦାସ ହେଲେ, ଯିଏ ଓଡିଆ ମହାଭାରତର ରଚୟିତା । ଲୋକକଥା ଅନୁସାରେ, ହଜାର ହଜାର ବର୍ଷ ପୂର୍ବେ ପର୍ଶୁରାମଙ୍କ ସମୟର କଥା । କୁହାଯାଏ, ଭଗବାନ୍ ପର୍ଶୁରାମ ତୀରମୁନରେ ଦେବୀଙ୍କୁ ଆଙ୍କିଥିଲେ । ଏପରିକି ମନ୍ଦିରଟି କଳାଚାନ୍ଦ(କଳାପାହାଡ)ର ଧ୍ୱଂସ ସାଧନରୁ ବର୍ତ୍ତିଯାଇ ଥିଲା । ନୂଆ ମନ୍ଦିରଟି ୫୦୦ବର୍ଷ ତଳର, ଯାହାକୁ ମଣିଜଙ୍ଗାର ରାଜାଙ୍କ ଦ୍ୱାରା ନିର୍ମିତ କରାଯାଇଛି । ପୁରୁଣା ମନ୍ଦିରର ଅବଶେଷ ଆଉ ଦେଖିବାକୁ ମିଳେନାହିଁ; ଲୋକକଥା ଅନୁସାରେ ତାହା ବଡ଼ ସାରୋଳଠାରେ ଥିଲା, ଯେଉଁ ସ୍ଥାନରେ ଗଣେଶ ମନ୍ଦିର ସାକ୍ଷୀ ରୂପେ ଦଣ୍ଡାୟମାନ, ସେଠାରେ ଏକଦା ପୁରୁଣା ମନ୍ଦିରଟି ଥିଲା । ଲୋକମାନେ ତାହାକୁ ନଣ୍ଡା ଦେଉଳ କହନ୍ତି, ତାହାକୁ ଏବେ ନବୀକରଣ କରାଯାଇଛି । ମନ୍ଦିରରେ ଅନେକଗୁଡିଏ ଉତ୍ସବ ପାଳନ କରାଯାଏ, ମୁଖ୍ୟପର୍ବ ଗୁଡିକ ହେଲା: ପାର୍ବଣ, ଶାରଦୀୟ ଉତ୍ସବ, ପଣା ସଂକ୍ରାନ୍ତି, ଦୋଳ ପୂର୍ଣ୍ଣିମା ଆଉ ଚନ୍ଦନ ଯାତ୍ରା । କେନ୍ଦ୍ରାପଡା, ଜଗତସିଂହପୁର ଓ କଟକର ଲୋକମାନଙ୍କର ମା’ଶାରଳା ଏତେ ଆଦରଣୀୟ ଯେ ଅନ୍ତତଃ ବର୍ଷକୁ ଥରେ ମନ୍ଦିର ଦର୍ଶନ କରିବାକୁ ମନ ବଳାଇ ଥାନ୍ତି । ଐତିହାସିକ ତଥ୍ୟ ଅନୁଯାୟୀ, ବିଶ୍ୱାସ କରାଯାଏ ଯେ ଏହି ପ୍ରସିଦ୍ଧ ସାରୋଳା ଚଣ୍ଡିବାସ ମନ୍ଦିର ଅଷ୍ଟମ ଶତାବ୍ଦୀରେ ଭୌମବଂଶର ରାଜତ୍ୱ କାଳରେ ସାରୋଳ ଗ୍ରାମରେ ନିର୍ମିତ ହୋଇଥିଲା । ୧୫୬୮ ଖ୍ରୀଷ୍ଟାବ୍ଦର ଶେଷ ହିନ୍ଦୁ ଶାସନ ପର୍ଯ୍ୟନ୍ତ ମା’ଶାରଳା ଏହି ମନ୍ଦିରରେ ପୂଜା ପାଉଥିଲେ । ଇତିହାସ, ସଂସ୍କୃତି, କିମ୍ବଦନ୍ତୀ ଓ ସାହିତ୍ୟ ସାରୋଳା ଗ୍ରାମରେ ସାରୋଳା ଚଣ୍ଡୀ ରହିଥିବାର ମୁକସାକ୍ଷୀ ଥିଲେ । ଭାଙ୍ଗିଯାଇ ଥିବା ମନ୍ଦିର ପାଖରେ ଏକ ବୃହତ ପୁଷ୍କରଣୀ ଥିଲା ଓ ଏହାର ଚାରିପାଖରେ ସମସ୍ତ ପ୍ରକାର ପୂଜକ(ପୂଜାପଣ୍ଡା, ନିୟୋଗୀ, ରାଉଳ, ସେବକ ଓ ମାଳି ଇତ୍ୟାଦି) ବାସ କରୁଥିଲେ । ଆଉମଧ୍ୟ ସେଠାରେ ଗୋଟିଏ ବୃହତ ବରଗଛ ଥିଲା, ଓଡ଼ିଆ ମହାଭାରତରେ ‘ନୀଳକଳ୍ପବଟ’ ରୂପେ ବର୍ଣ୍ଣିତ ହୋଇଛି, ତାହା ୧୯୯୯ ମସିହା ମହାବାତ୍ୟାରେ ଉପୁଡି ପଡିଲା । ଅଷ୍ଟମ ଶତାବ୍ଦୀର ଭୌମବଂଶର ଶାସନ ସମୟରେ ମନ୍ଦିରଟି ସ୍ଥାପିତ ହୋଇଥିଲା; ୧୫୬୮ ଖ୍ରୀଷ୍ଟାବ୍ଦୀର ଶେଷ ହିନ୍ଦୁଶାସନ ପର୍ଯ୍ୟନ୍ତ ସମୃଦ୍ଧିଲାଭ କରିଥିଲା । କିମ୍ବଦନ୍ତୀ ରୂପେ ଯାହାକୁ ଐତିହାସିକ ତଥ୍ୟ ସମର୍ଥନ କରେ, ୧୫୬୮ ଖ୍ରୀଷ୍ଟାବ୍ଦରେ, ବଙ୍ଗଦେଶ ସୁଲତାନ ସୁଲେମାଙ୍କରନିଙ୍କର ସେନାପତି କଳାପାହାଡ ମୁସଲମାନ ସୈନ୍ୟମାନଙ୍କ ସହିତ ସାରୋଳା ଗ୍ରାମରେ ଥିବା ସାରୋଳା ଚଣ୍ଡୀଙ୍କ ଆଦିପୀଠକୁ ଆକ୍ରମଣ କଲେ, ଏହାର ଅତି ପ୍ରସିଦ୍ଧ ଶକ୍ତିପୀଠକୁ ଆଂଶିକଭାବେ ନଷ୍ଟ କରିଦେଲେ । ଠିକ୍ ଶହେବର୍ଷ ପରେ, ମୋଗଲ ଶାସକ ଔରାଙ୍ଗଜେବଙ୍କ ଶାସନ ସମୟରେ ସାରୋଳା ଗ୍ରାମରେ ଥିବା ପୁରୁଣା ମନ୍ଦିରକୁ ନଷ୍ଟକରି ଦିଆଯାଇଥିଲା ଏବଂ ମନ୍ଦିରର ପଶ୍ଚିମ ପଟକୁ କିଛି ମିଟର ଦୂରରେ ଏକ ମସଜିଦ ନିର୍ମିତ କରାଯାଇ ଥିଲା । ବର୍ତ୍ତମାନ ନଷ୍ଟହୋଇ ଯାଇଥିବା ମନ୍ଦିରରେ ଶାରଳା ମନ୍ଦିର ଟ୍ରଷ୍ଟର ପୃଷ୍ଟପୋଷକତାରେ ଗଣେଶଙ୍କୁ ଦେବୀଙ୍କ ମୂଖ୍ୟପୂଜକଙ୍କ ପୂଜା କରାଯାଉଛି । ଉକ୍ତ ମନ୍ଦିରକୁ ୧୯୮୨ ମସିହାରେ ନୂତନଭାବେ ନିର୍ମାଣ କରାଯାଇଛି । ବିଧି ସମ୍ବଳିତ କିଛି ପ୍ରମୁଖ ଉତ୍ସବଗୁଡିକ ମଧ୍ୟ ପୁରୁଣା ପୀଠରେ ବର୍ଷକୁ ତିନିଥର ପାଳନ କରାଯାଏ । ପ୍ରାଚୀନ ବିଧିକୁ ଉଜ୍ଜିବିତ କରିବା ଉଦ୍ଦେଶ୍ୟରେ ଶାରଳାଙ୍କ ଚଳନ୍ତିବିଗ୍ରହକୁ ସୁସଜ୍ଜିତ ପାଲିଙ୍କିରେ ବର୍ତ୍ତମାନର ମନ୍ଦିରରୁ ସାରୋଳା ଗ୍ରାମକୁ ବର୍ଷକୁ ସାତଥର ଅଣାଯାଏ । ଦେବୀପ୍ରତିମାଙ୍କୁ ବିଧିପୂର୍ବକ ଭାବେ ପୁରୁଣା ବେଦୀ ଉପରେ ସ୍ଥାପିତ କରାଯାଏ, ଯେଉଁଠାରେ ସେ ଶତାବ୍ଦୀ ଶତାବ୍ଦୀ ଧରି ପୂଜା ପାଇ ଆସୁଥିଲେ । ଦଶହରା ଉତ୍ସବର ଅନ୍ତିମ ବିଧି ହୋଇଥିବା ଯୋଗୁଁ ସେଠାରେ ଏକ ବୋଦାକୁ ପଞ୍ଚଉପଚାର ପୂଜା ମାଧ୍ୟମରେ ପାରମ୍ପରିକଭାବେ ବଳିଦିଆଯାଏ । ମହାବିଷୁବ ପଣା ସଂକ୍ରାନ୍ତି ମଧ୍ୟାହ୍ନରେ ମହାନ ଉତ୍ସବ ଝାମୁଯାତ୍ରା ହୁଏ; ରାଉଳମାନେ ନିଆଁ ଉପରେ ଚାଲନ୍ତି ଆଉ ପଣ୍ଡା ପୂଜକଙ୍କ ଦ୍ୱାରା ଦେବୀଙ୍କୁ ପଇଡ ଅର୍ପଣ କରାଯାଏ । ଦୋଳପୂର୍ଣ୍ଣିମାର ଭୋର ସମୟରେ ସୁସଜ୍ଜିତ ବିମାନଗୁଡିକରେ ବିଗ୍ରହଗୁଡିକ ଆଖପାଖ ଅଞ୍ଚଳରୁ ଆସି ଦେବୀଙ୍କ ସହ ସମ୍ମିଳିତ ହୁଅନ୍ତି । ଏହି ଚିତାକର୍ଷକ ଉତ୍ସବ ବଡ ଧୁମଧାମରେ ପାଳନ କରାଯାଏ । ଏହି ନିର୍ଦ୍ଦିଷ୍ଟ ଉତ୍ସବରେ, ଯେତେବେଳେ ଦେବୀ ଶାରଳାଙ୍କୁ ଅନ୍ୟ ବିଗ୍ରହମାନଙ୍କ ସହିତ ପୂଜା କରାଯାଏ, ମା ଶାରଳାଙ୍କୁ ସୂଚିତ ହୁଅନ୍ତି ଯେ ସେ ବୈଦିକ,ତାନ୍ତ୍ରିକ ବିଧିର ସମ୍ମିଶ୍ରଣ ଓ ପରମ ବୈଷ୍ଣବୀ । ବର୍ତ୍ତମାନର ମନ୍ଦିରଟି ମରହଟ୍ଟା ଶାସନ କାଳରେ ୧୭୫୩ ଓ ୧୮୦୩ ମସିହା ମଧ୍ୟରେ ନିର୍ମିତ ହୋଇଥିଲା । ମରହଟ୍ଟା ସୁବେଦାରମାନେ ବର୍ତ୍ତମାନର ମନ୍ଦିର ନିର୍ମାଣ ପାଇଁ ପଦକ୍ଷେପ/ନେତୃତ୍ୱ ନେଇଥିଲେ ଏବଂ କୁଜଙ୍ଗ, କନିକା, ବେନପୁର ଓ ହରିଶପୁରମାନଙ୍କର ସ୍ଥାନୀୟ ରାଜାମାନଙ୍କୁ ଏଥିପାଇଁ ସାହାଯ୍ୟ କରିଥିଲେ । ବର୍ତ୍ତମାନର ମନ୍ଦିରଟି କନକପୁର ଗ୍ରାମର ଝଙ୍କଡ ପ୍ରଗଣା (କନକବାଟି ପାଟଣା)ରେ ଅବସ୍ଥିତ ।
==କିମ୍ବଦନ୍ତୀ==
ତ୍ରେତୟା ଯୁଗରେ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମ ତୀର୍ଥ ପର୍ଯ୍ୟଟନରେ ବାହାରିଲେ, ଉଦ୍ଦେଶ୍ୟ ଥିଲା ଯିବାବାଟରେ ମାତୃତୀର୍ଥ ସ୍ଥାପନ କରିବା
==ଦେବୀପୀଠରେ ତନ୍ତ୍ର ସଂସ୍କୃତି==
ଓଡ଼ିଆ ମହାଭାରତରେ ବର୍ଣ୍ଣନା କରାଯାଇଛି ଯେ ଦେବୀ ଶାରଳା ସାରୋଳ ଚଣ୍ଡୀ ରୂପରେ ୧୫୦୦ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରସିଦ୍ଧ ଥିଲେ ଚଣ୍ଡୀ ବା ସପ୍ତସତୀ ମାର୍କଣ୍ଡେୟ ପୁରାଣରେ ବ୍ରାହ୍ମଣ ସମ୍ପ୍ରଦାୟଙ୍କ ଶାକ୍ତ ତନ୍ତ୍ରବିଦ୍ୟା ବୋଲି ବର୍ଣ୍ଣିତ ଅଛି ବିଦ୍ୟମାନତା ଓ ଦେବୀ ଶାରଳାଙ୍କର ସଂସ୍କୃତି ମାର୍କଣ୍ଡେୟ ଋଷିଙ୍କ ରଚିତ ସପ୍ତସତୀ ଚଣ୍ଡୀରୁ ଆସିଛି ଗ୍ରନ୍ଥର ବର୍ଣ୍ଣନା ଅନୁସାରେ ଦେବୀ ଲାଭ କରିଛନ୍ତି ଶିବଙ୍କ ତ୍ରିଶୂଳ, ବିଷ୍ଣୁଙ୍କ ଚକ୍ର, ବାୟୁଙ୍କ ଧନୁ, ସୂର୍ଯ୍ୟଙ୍କ ତୀର, ବିଶ୍ୱକର୍ମାଙ୍କ କୁରାଢ଼ୀ, ଇନ୍ଦ୍ରଙ୍କ ବଜ୍ର, ଐରାବରର ଘଣ୍ଟି ଓ ହିମବାନଙ୍କ ସିଂହ ଦେବୀ ଶାରଳାଙ୍କ ପ୍ରତିମାଙ୍କର ଏହାକୁ ମୁଖ୍ୟ ଉତ୍ସ ରୂପେ ଗ୍ରହଣ କରାଯାଏ ମନ୍ଦିର ଭିତରେ ଶ୍ରୀଚଣ୍ଡୀଙ୍କର ପବିତ୍ର ଶ୍ଳୋକ ପାଠ କରିବା ଏକ ଅତ୍ୟନ୍ତ ପବିତ୍ର କର୍ମ ଅଟେ ମା’ଙ୍କ ପାଖରେ ସବୁଦିନ ପବିତ୍ର ଶ୍ଳୋକ ପାଠ କରିବା କେବଳ ଏକ ମୁଖ୍ୟକର୍ମ ନୁହେଁ, ବରଂ ଏହା ଭକ୍ତମାନଙ୍କୁ ସୁରକ୍ଷା ପ୍ରଦାନ କରେ କେଉଁ ଆବାହମାନ କାଳରୁ ରୀତିନୀତିରେ ତନ୍ତ୍ରପାଠ ଚାଲିଆସୁଛି, ଯାହାକି ନିଃସନ୍ଦେହରେ ପ୍ରମାଣ କରେ ଏହା ଏକ ମହାନ ଶାକ୍ତ ତନ୍ତ୍ରପୀଠ ପଣ୍ଡା ପୂଜକଙ୍କ ଦ୍ୱାରା ପଞ୍ଚ ‘ମ’କାର ପୂଜା କର୍ମ ପ୍ରାତ୍ୟହିକ ପୂଜାକର୍ମରେ ଦେଖାଯାଏ, ଯେଉଁଥିରେ ନୈବେଦ୍ୟରେ ନଡ଼ିଆ ପାଣି, ବିରି ତିଆରି ପିଠା ଓ ବିଭିନ୍ନ ପ୍ରକାର ଅନ୍ନ ଅର୍ପଣ କରାଯାଏ ଏହି ପୂଜାକର୍ମଗୁଡ଼ିକ ତନ୍ତ୍ରର ପଞ୍ଚ ‘ମ’କାର ପ୍ରତିରୂପ ରାଉଳ (ମାଙ୍କର ଶୁଦ୍ରସେବକ )ଙ୍କ ଦ୍ୱାରା ପରିବେଷଣ କରାଯାଉ ଥିବା ଘଟନୃତ୍ୟ ଆଉଏକ ତନ୍ତ୍ରପୂଜା କର୍ମ ଅଟେ ରାଉଳକୁ ଓଡ଼ିଆ ମହାଭାରତରେ ‘ମହାଗୁଣିଆ’ ରୂପେ ବର୍ଣ୍ଣନା କରାଯାଇଛି ଏକ କାଠଦଣ୍ଡ ଉପରେ ଜଳପୂର୍ଣ୍ଣ ଘଟ ଫୁଲରେ ସଜ୍ଜିତ ହୋଇଥାଏ, ରାଉଳ ଶାଢ଼ୀ, ଖଡ଼ୁ, ପାହୁଡ, ସିନ୍ଦୂର, କଜ୍ଜଳ ଓ ବିଭିନ୍ନ ପ୍ରକାର ଅଳଙ୍କାରରେ ସଜେଇ ହୋଇଥାଏ ପୌରାଣିକ ବର୍ଣ୍ଣନା ଅନୁସାରେ , ନିଜକୁ ମନୋରମଭାବେ ସଜେଇ ହୋଇ ଘଟକୁ ମୁଣ୍ଡାଇ କୌଣସି ସହାୟତା ବିନା ସେ ଢଳି ଢଳି ନାଚ କରେ ରାଉଳର ନୃତ୍ୟଭଙ୍ଗୀ ଦେବୀଙ୍କର ଇଛାରେ ହୁଏ ବୋଲି ମନେକରାଯାଏ ଏହି ରୀତି ଶାକ୍ତତନ୍ତ୍ରର ଏକ ପ୍ରାଚୀନ ପ୍ରଥା ବୋଲି ଜଣାଯାଏ ଯାହାକୁ ବିଭିନ୍ନ ଶକ୍ତିପୀଠରେ ଆଦରି ନିଆଯାଇଛି ଦଶହରାର ମହାଷ୍ଟମୀ ସନ୍ଧି ପୂଜା ଉପଲକ୍ଷେ ପଶୁବଳି ଦିଆଯାଏ(ଯାହା ବହୁଦିନରୁ ବନ୍ଦ କରାଯାଇଛି), ଏହା ଏକ ଶାକ୍ତ ତନ୍ତ୍ରପୀଠ ବୋଲି ପ୍ରମାଣ ଦିଏ ଯଦିଓ ଏବେ ଆଉ ଏହା ପ୍ରଚଳିତ ରୀତିନିତିରେ ପରିଦୃଷ୍ଟ ହୁଏନାହିଁ ମୁଖ୍ୟ ବା ଧ୍ରୁବବିଗ୍ରହରୁ ସ୍ପଷ୍ଟଭାବେ ଜଣାପଡ଼େ ପ୍ରତିମା ମାତଙ୍ଗୀ ଓ ମହିଷାମର୍ଦ୍ଦିନୀର ସମ୍ମିଶ୍ରଣ
|