"ଦାରିଦ୍ର୍ୟ ରୋଗ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ମାନବିକ ଦକ୍ଷତା: ବିଷୟ ଲେଖାଗଲା ।
→‎ମାନବିକ ଦକ୍ଷତା: ସର୍ବସାଧାରଣଙ୍କ ନିମନ୍ତେ ନୀତି- ନୂଆ ଶିରୋନାମା
୬୮ କ ଧାଡ଼ି:
ମହିଳାମାନେ ସଂକ୍ରମିତ ଉପକରଣ ଓ ଛୁଞ୍ଚି ସଂସ୍ପର୍ଶରେ ଅଧିକ ଆସନ୍ତି । ଗର୍ଭାବସ୍ଥା ଓ ଅନ୍ୟ ସ୍ଵାସ୍ଥ୍ୟ ସମସ୍ୟା ସମୟରେ ଅଣ-ବିଶୋଧିତ ଛୁଞ୍ଚିରେ ଇଞ୍ଜେକସନ ନିଅନ୍ତି । ପରିସଂଖ୍ୟାନ ଅନୁଯାୟୀ ଛୁଞ୍ଚି ଯୋଗୁ ୫ ରୁ ୧୦% ଏଚ୍.ଆଇ.ଭି. ହେଉଥିବା ଜଣା ପଡିଲେ ମଧ୍ୟ ତାହା ଠାରୁ ବହୁତ ଅଧିକ ହେବା ସମ୍ଭାବନା ଅଛି<ref>{{cite journal |author=Drucker E, Alcabes PG, Marx PA |title=The injection century: massive unsterile injections and the emergence of human pathogens |journal=Lancet |volume=358 |issue=9297 |pages=1989–92 |year=2001 |month=December |pmid=11747942 |doi=10.1016/S0140-6736(01)06967-7 |url=http://linkinghub.elsevier.com/retrieve/pii/S0140-6736(01)06967-7}}</ref> । ଏଚ୍.ଆଇ.ଭି ପଜିଟିଭ ମହିଳା ମାନଙ୍କର ସ୍ଵାମୀଙ୍କୁ ପରୀକ୍ଷା କଲାବେଳେ ଜଣା ପଡିଛି ପ୍ରାୟ ଅର୍ଧେକ ମହିଳା ମାନଙ୍କର ସ୍ଵାମୀ ଏଚ୍.ଆଇ.ଭି. ନେଗେଟିଭ ଅଛନ୍ତି<ref name=Gisselquist07>{{cite journal |author=Gisselquist, David; Potterat, John J.; Salerno, Lilian |title=Injured and Insulted: Women in Africa Suffer from Incomplete Messages about HIV Risks |journal=Horn of Africa Journal of AIDS |volume=4 |issue=1 |pages=15–8 |year=2007 |doi= |url=}}</ref> । ଏଥିରୁ ଜଣାଯାଏ ଯୌନ ସମ୍ପର୍କ ବ୍ୟତିରେକ ଅନ୍ୟ ମାଧ୍ୟମ ଦ୍ଵାରା ରୋଗ ସଂକ୍ରମିତ ହୁଏ । କିନ୍ତୁ ଏହି ମହିଳାମାନେ ଦୋଚାରୁଣୀ ଦୋଷରେ ପରିବାର ଓ ଗୋଷ୍ଠୀ ଦ୍ଵାରା ଦଣ୍ଡିତ ହୁଅନ୍ତି ।<br />
=== ମାନବିକ ଦକ୍ଷତା ===
ଏଚ୍.ଆଇ.ବି. ସଂକ୍ରମିତ ହେଲେ ମାନବିକ କର୍ମ ଦକ୍ଷତା ହ୍ରାସ ପାଏ, ତେଣୁ ରୋଜଗାର କମିଯାଏ<ref>Hsu, Jean W-C., Paul B. Pencharz, Dereck Macallan, and Andrew Tomkins. 2005 "Macronutrients and HIV/AIDS: A Review of Current Evidence." Presented April 2005 for the Consultation on Nutrition and HIV/AIDS in Africa: Evidence, lessons and recommendations for action.</ref> । ରୋଜଗାର କମିଲେ ଖାଦ୍ୟ କମିଯାଏ ଓ ପୁଷ୍ଟିହାନୀ ହୁଏ । ପିଲାମାନେ ପରୋକ୍ଷରେ କ୍ଷତିଗ୍ରସ୍ତ ହୁଅନ୍ତି । ପିତା ମାତା ମରିଗଲେ ପିଲାମାନଙ୍କ ରକ୍ଷଣାବେକ୍ଷଣ ହୋଇପାରେ ନାହିଁ । ଏହି କାରଣ ଯୋଗୁ ସେମାନେ ଅପପୁଷ୍ଟିର ଶିକାର ହୁଅନ୍ତି ।<br />
== ସର୍ବସାଧାରଣଙ୍କ ନିମନ୍ତେ ନୀତି ==
ଦେଶ ଭିତରେ ଓ ବିଭିନ୍ନ ଦେଶ ମଧ୍ୟରେ ଗରିବୀ ଓ ଦାରିଦ୍ର୍ୟ ରୋଗ ଦୂର କରିବା ନିମନ୍ତେ ଅନେକ ଗୁଡିଏ ପ୍ରସ୍ତାବ ବିଚାରାଧୀନ ଅଛି । ଡବ୍ଲ୍ୟୁ.ଏଚ୍.ଓ. ଏହି ବିଭେଦ ଦୂର କରିବା ନିମନ୍ତେ ଚେଷ୍ଟିତ । ପ୍ରଥମତଃ ଦୈନନ୍ଦିନ ଜୀବନଚର୍ଯ୍ୟା ଉନ୍ନତି ବିଧାନ ଆବଶ୍ୟକ । କନ୍ୟା ଓ ମହିଳାମାନଙ୍କର ଉନ୍ନତି ହେଲେ ଶିଶୁଙ୍କର ବିକାଶ ହେବ ଓ ସେମାନଙ୍କର ସ୍ଵାସ୍ଥ୍ୟର ଉନ୍ନତି ହେଲେ ଦାରିଦ୍ର୍ୟ ରୋଗ ଅପସରି ଯିବ । ଦ୍ଵିତୀୟତଃ ଅର୍ଥ, ଶକ୍ତି ଓ ରିସୋର୍ସେସ୍ ଗୁଡିକର ସମୀକରଣ ହେବ । ତୃତୀୟତଃ ଅସୁବିଧାର ମୂଲ୍ୟାୟନ ଓ କାର୍ଯ୍ୟକ୍ରମ ଗୁଡିକର ଉପକାରୀତାର ମୂଲ୍ୟାୟନ କରାଯିବ ।
 
== ଆଧାର ==