"ନେଲସନ ମଣ୍ଡେଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୩୮ କ ଧାଡ଼ି:
ଜୁନ ୧୯୯୩ରେ "ଆଫ୍ରିକାନର ୱିରଷ୍ଟାଣ୍ଡସବେୱେଗିଙ୍ଗ" "କନସର୍ଣ୍ଣଡ ସାଉଥ ଆଫ୍ରିକାନ ଗ୍ରୁପ" ଇଙ୍କାଥା ସମର୍ଥକମାନଙ୍କ ସହିତ ମିଶି "କେମ୍ପଟନ ପାର୍କ ୱାର୍ଲଡ଼ ଟ୍ରେଡ଼ ସେଣ୍ଟର" ଉପରେ ଆକ୍ରମଣ କରି ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଧକ୍କା ପହଞ୍ଚାଇଥିଲେ ।<ref>{{harvnb|Sampson|2011|pp=466, 470–471}}; {{harvnb|Meredith|2010|pp=449–450, 488}}.</ref> ଜାତୀୟ କଂଗ୍ରେସ ନେତା କ୍ରିସ ହାନିଙ୍କୁ ହତ୍ୟା କରାଯିବା ପରେ ମଣ୍ଡେଲା ସର୍ବସାଧାରଣଙ୍କୁ ଦଙ୍ଗା ଶାନ୍ତ କରିବାକୁ ଏକ ଭାଷଣ ଦେଇଥିଲେ ।<ref>{{harvnb|Sampson|2011|pp=468–469}}; {{harvnb|Meredith|2010|pp=476–480}}.</ref> ଜୁଲାଇ ୧୯୯୩ରେ ମଣ୍ଡେଲା ଓ ଦେ କ୍ଲାର୍କ ଆମେରିକା ଗସ୍ତ କରିଥିଲେ ଓ ପୃଥକ ଭାବେ [[ବିଲ କ୍ଲିଣ୍ଟନ]] ଙ୍କୁ ଭେଟି ଉଭୟ "ଲିବର୍ଟି ମେଡ଼ାଲ" ପାଇଥିଲେ ।<ref>{{harvnb|Sampson|2011|p=471}}.</ref> ଏହାର ଅଳ୍ପକିଛି ଦିନ ପରେ ଉଭୟଙ୍କୁ ନରୱେଠାରେ ଶାନ୍ତି ପାଇଁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।<ref>{{harvnb|Sampson|2011|p=474}}; {{harvnb|Meredith|2010|p=494}}.</ref> ଯୁବ ଜାତୀୟ କଂଗ୍ରେସ ନେତା ଥାବୋ ମବେକିଙ୍କ ଦ୍ୱାରା ପ୍ରଭାବିତ ହୋଇ ମଣ୍ଡେଲା ବଡ଼ ବୈବସାୟିକ ବ୍ୟକ୍ତିତ୍ୱ ମାନଙ୍କୁ ଭେଟିବା ଆରମ୍ଭ କଲେ, ଏବଂ ଦେଶର ବିକାଶ ପାଇଁ ବିଦେଶୀ ପୁଞ୍ଜି-ନିବେଶରେ ବିଶେଷ ସହାୟକ ହୋଇଥିଲେ । ସମାଜବାଦୀ ଜାତୀୟ କଂଗ୍ରେସ କର୍ମୀଙ୍କ ଦ୍ୱାରା ସମାଲୋଚିତ ହୋଇ ମଧ୍ୟ ୧୯୯୨ରେ [[ସ୍ୱିଜରଲାଣ୍ଡ]] ରେ ହୋଇଥିବା "ୱାର୍ଲଡ଼ ଇକୋନୋମିକ ଫୋରମ"ରେ [[ଚୀନ]] ଓ [[ଭିଏତନାମ]] ରୁ ଆସିଥିବା କମ୍ୟୁନିଷ୍ଟ ଦଳର ବେସରକାରୀ ସଂସ୍ଥାମାନଙ୍କ ସହ ଆଲୋଚନା କରିଥିଲେ ।<ref>{{harvnb|Sampson|2011|pp=434–445, 473}}; {{harvnb|Meredith|2010|p=497}}.</ref> ୧୯୯୨ ରେ ନିର୍ମିତ ଚଲଚ୍ଚିତ୍ର "ମାଲକମ ଏକ୍ସ"ରେ ସେ ଜଣେ ସ୍କୁଲ ଶିକ୍ଷକ ଭାବେ ଏକ ଛୋଟ ଚରିତ୍ରରେ ମଧ୍ୟ ଅଭିନୟ କରିଥିଲେ ।<ref name="Guardian">{{cite news |url=http://www.guardian.co.uk/film/2004/jun/03/features.matthewcunningham |title=Creme cameos |last=Cunningham |first=Matthew |date=3 June 2004 |work=The Guardian |accessdate=26 October 2008 | location=London |archivedate=14 February 2013 |archiveurl=http://www.webcitation.org/6EQYHaQvk |deadurl=no}}</ref>
===ସାଧାରଣ ନିର୍ବାଚନ:୧୯୯୪===
[[File:Mandela voting in 1994.jpg|thumb|right|upright|୧୯୯୪ ନିର୍ବାଚନରେ ମଣ୍ଡେଲା ନିଜ ମତଦାନ କରୁଥିବାର ଛବି]]
୨୭ ଏପ୍ରିଲ ୧୯୯୪ରେ ସାଧାରଣ ନିର୍ବାଚନ ହେବାକୁ ସ୍ଥିର ହେଲାପରେ, ଜାତୀୟ କଂଗ୍ରେସ ୧୦୦ଟି ନିର୍ବାଚନ ଅଫିସ ଓ "ଷ୍ଟାନଲେ ଗ୍ରୀନବର୍ଗ"ଙ୍କୁ ପରାମର୍ଶଦାତା ଭାବେ ନେଇ ନିର୍ବାଚନ ପ୍ରସାର ଆରମ୍ଭ କରିଥିଲା । ମଣ୍ଡେଲା ଯେଉଁ ଯେଉଁ ସାଧାରଣ ସଭାରେ ଯୋଗ ଦେବାର ଥିଲା ସେଥିପାଇଁ ଗ୍ରୀନବର୍ଗ ଭାଷଣ ଲେଖିବାରେ ସହାୟତା କରିଥିଲେ ଯେହେତୁ ମଣ୍ଡେଲା ଭଲଭାବେ ବକ୍ତୃତା ଦେଇ ପାରୁନଥିଲେ; କିନ୍ତୁ କୃଷ୍ଣକାୟ ଆଫ୍ରିକୀୟ ମାନଙ୍କ ମଧ୍ୟରେ ବହୁ ଲୋକପ୍ରିୟ ଥିଲେ ।<ref>{{harvnb|Sampson|2011|pp=467–477}}; {{harvnb|Meredith|2010|p=495}}.</ref> ଜାତୀୟ କଂଗ୍ରେସ ଏକ "ରିକନଷ୍ଟ୍ରକସନ ଏଣ୍ଡ ଡେଭେଲପମେଣ୍ଟ ପ୍ରୋଗ୍ରାମ"(ଆର.ଡି.ସି.)ଜରିଆରେ ପ୍ରଚାର ଆରମ୍ଭ କରିଥିଲା ଯେଉଁଥିରେ ୫ ବର୍ଷ ମଧ୍ୟରେ ୧୦ଲକ୍ଷ ବାସଗୃହ, ମୁକ୍ତ ଶିକ୍ଷା, ବିଦ୍ୟୁତ ଓ ଜଳଯୋଗାଣ ପାଇଁ ସୁବିଧା କରାଯିବାର ପ୍ରତିଶ୍ରୁତି ଥିଲା । ଦଳର ସ୍ଲୋଗାନ ଥିଲା "ସମସ୍ତଙ୍କ ପାଇଁ ଏକ ଉନ୍ନତ ଜୀବନ", କିନ୍ତୁ ଏହି କାମପାଇଁ ଆର୍ଥିକ ସହାୟତା କେଉଁଠାରୁ ଆସିବ କିଛି ଉଲ୍ଲେଖ ନଥିଲା ।<ref>{{harvnb|Sampson|2011|p=478}}; {{harvnb|Meredith|2010|pp=495–496}}.</ref> "ୱିକଲି ମେଲ" ଓ "ନ୍ୟୁ ନେସନ" ପତ୍ରିକାକୁ ଛାଡ଼ି ଦେଶର ଅନ୍ୟସବୁ ଗଣମାଧ୍ୟମ ମଣ୍ଡେଲାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିଥିଲେ ଏବଂ ଆଶଙ୍କା କରିଥିଲେ ଯେ ସାମ୍ପ୍ରଦାୟିକ ହିଂସାର ପରିସମାପ୍ତି ହେବ ନାହିଁ ।<ref>{{harvnb|Sampson|2011|p=479}}.</ref> ମଣ୍ଡେଲା ଜାତୀୟ କଂଗ୍ରେସର ପାଣ୍ଠି ଯୋଗାଡ଼ ପାଇଁ ଅଧିକ ସମୟ ବ୍ୟୟକରି ଉତ୍ତର ଆମେରିକା, ୟୁରୋପ ଏବଂ ଏସିଆର ବିତ୍ତଶାଳୀ ଦେଶମାନଙ୍କୁ ଗସ୍ତ କରିଥିଲେ; ଏବଂ ପୂର୍ବରୁ ଅପାର୍ଥିଡ଼ର ସମର୍ଥକ ମାନଙ୍କୁ ମଧ୍ୟ ଭେଟିଥିଲେ ।<ref>{{harvnb|Sampson|2011|pp=479–480}}.</ref> ମଣ୍ଡେଲା ମତଦାନର ବୟସସୀମା ୧୮ରୁ ୧୪ ବର୍ଷକୁ କମାଇ ଦେବା ଲାଗି ଦାବୀ କରିଥିଲେ ଓ ପରେ ଏହି ନୀତି ଉପହାସର ପାତ୍ର ହୋଇଥିଲା ଏବଂ ଶେଷରେ ଜାତୀୟ କଂଗ୍ରେସ ଦ୍ୱାରା ଏହି ଦାବୀ ପ୍ରତ୍ୟାଖ୍ୟାନ କରିଦିଆ ଯାଇଥିଲା ।<ref>{{harvnb|Sampson|2011|pp=477–478}}; {{harvnb|Meredith|2010|p=484}}.</ref>
 
ବପ ଯୁଦ୍ଧ ଓ ସେଲ ହାଉସ ଗଣସଂହାର ପରେ "କନସର୍ଣ୍ଣଡ ସାଉଥ ଆଫ୍ରିକାନ ଗ୍ରୁପ" ଦ୍ୱାରା ନିର୍ବାଚନରେ ବାଧା ସୃଷ୍ଟି କରିବା ଆଶଙ୍କା କରି ମଣ୍ଡେଲା ଆଫ୍ରିକାନର ରାଜନୀତିଜ୍ଞ ଓ ଜେନେରାଲ, ପି.ଡବଲ୍ୟୁ. ବୋଥା, ପିକ ବୋଥା ଓ କନଷ୍ଟାଣ୍ଡ ଭିଲଯୋଏନ ଇତ୍ୟାଦିଙ୍କୁ ଭେଟ କରି ଗଣତାନ୍ତ୍ରିକ ବ୍ୟବସ୍ଥାରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ଏବଂ ଅନ୍ୟପକ୍ଷରେ ଦେ କ୍ଲାର୍କ ଇଙ୍କାଥାର ନେତା ବୁଥେଲେଜିଙ୍କୁ ଯୁଦ୍ଧ ଛାଡ଼ି ନିର୍ବାଚନ ଲଢ଼ିବାକୁ ରାଜି କରାଇଥିଲେ ।<ref>{{harvnb|Sampson|2011|pp=480–489}}; {{harvnb|Meredith|2010|pp=488–489; 504–510}}</ref> ଦୁଇ ବିପକ୍ଷ ଦଳର ନେତା ଭାବେ ଦେ କ୍ଲାର୍କ ଓ ମଣ୍ଡେଲା ଏକ ଦୂରଦର୍ଶନ ବିତର୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ; ଦେ କ୍ଳାର୍କ ମଣ୍ଡେଲାଙ୍କ ଠାରୁ ଭଲ ବକ୍ତା ଥିଲେ ମଧ୍ୟ, ମଣ୍ଡେଲା ମଞ୍ଚ ଉପରେ ଦେ କ୍ଲାର୍କଙ୍କ ସହ ହାତ ମିଳାଇ ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ଓ ଅନେକ ବ୍ୟକ୍ତି ଏହାକୁ ମଣ୍ଡେଲାଙ୍କ ବିଜୟ ବୋଲି ମତ ଦେଇଥିଲେ ।<ref>{{harvnb|Sampson|2011|p=488}}; {{harvnb|Meredith|2010|pp=500–501}}.</ref> ଏକ ବୋମା ବିସ୍ଫୋରଣରେ ୨୦ ଜଣଙ୍କ ମୃତ୍ୟୁ ଓ ଅନ୍ୟ ଛୋଟମୋଟ ହିଂସା ସତ୍ତ୍ୱେ ନିର୍ବାଚନ ଠିକ ଭାବେ ଅନୁଷ୍ଠିତ ହୋଇଥିଲା । ଡର୍ବାନର "ଓହଲାଙ୍ଗେ ଉଚ୍ଚ ବିଦ୍ୟାଳୟ"ରେ ମଣ୍ଡେଲା ନିଜର ମତଦାନ କରିଥିଲେ, ଏବଂ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ ମଧ୍ୟ ସର୍ବସାଧାରଣରେ ବହୁ ଅନିୟମିତା ହୋଇଥିବା ସ୍ୱୀକାର କରିଥିଲେ ।<ref>{{harvnb|Sampson|2011|p=490}}; {{harvnb|Meredith|2010|pp=510–512}}; {{cite web |url=http://www.history.com/this-day-in-history/south-africa-holds-first-multiracial-elections |title=This Day in History: April 27, 1994: South Africa holds first multiracial elections |publisher=History |accessdate=26 February 2013 |archivedate=26 February 2013 |archiveurl=http://www.webcitation.org/6EimSsBID |deadurl=no}}</ref> ଜାତୀୟ ମତଦାନର ୬୨% ପାଇ, ଜାତୀୟ କଂଗ୍ରେସ ଦୁଇ-ତୃତୀୟାଂଶ ଗରିଷ୍ଠତାରୁ କିଛି ସଂଖ୍ୟା କମ ପଡ଼ିଯାଇଥିଲା; ଏବଂ ଏପରି ହୋଇଥିଲେ ଏକକ ସାମ୍ବିଧାନିକ ପରିବର୍ତ୍ତନର କ୍ଷମତା ମିଳିଯାଇଥାନ୍ତା । ଜାତୀୟ କଂଗ୍ରେସ ୯ଟିରୁ ୭ଟି ରାଜ୍ୟରେ ବିଜୟ ହାସଲ କରିଥିଲା, ଏବଂ ଇଙ୍କାଥା ଓ ନ୍ୟାସନାଲ ପାର୍ଟି ଗୋଟିଏ ଗୋଟିଏ ରାଜ୍ୟରେ ବିଜୟ ପାଇଥିଲେ ।<ref>{{harvnb|Sampson|2011|p=491}}; {{harvnb|Meredith|2010|p=512}}; {{cite news |url=http://www.time.com/time/specials/packages/article/0,28804,2024558_2024522_2024462,00.html |title=Top 10 Political Prisoners |author=Glen Levy |date=15 November 2010 |work=Time |accessdate=25 March 2013 |archivedate=25 March 2013 |archiveurl=http://www.webcitation.org/6FNwiR3bn |deadurl=no}}</ref>
 
==ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତିତ୍ୱ:୧୯୯୪-୧୯୯୯==