"ନେଲସନ ମଣ୍ଡେଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

(→‎କାରାବାସ ସମାପ୍ତ: , ଉପକ୍ରମରେ ଅଧିକା ତଥ୍ୟ ଯୋଡ଼ାଗଲା ଓ ବିଷୟସୂଚୀ ସଂପୂର୍ଣ୍ଣ ହେଲା)
==ଅପାର୍ଥିଡ଼ର ଅନ୍ତ==
===ପ୍ରାରମ୍ଭିକ ବୁଝାମଣା:୧୯୯୦-୧୯୯୧===
[[File:Luthuli House.jpg|thumb|right|୧୯୯୧ରେ ଜାତୀୟ କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟ ହୋଇଥିବା ଜୋହାନ୍ସବର୍ଗ ସ୍ଥିତ "ସେଲ ହାଉସ"]]
ମଣ୍ଡେଲା ନିଜର ଆଫ୍ରିକା ଗସ୍ତ ଜାରି ରଖି ଜାମ୍ବିଆ, ଜିମ୍ଭାୱେ, ନାମିବିଆ, ଲିବ୍ୟା ଓ ଆଲଜେରିଆରେ ସମର୍ଥକ ଓ ରାଜନୀତିଜ୍ଞ ମାନଙ୍କ ସହିତ ମିଶିଥିଲେ; ଏବଂ ପରେ ସ୍ୱିଡ଼େନ ଯାଇ ଟାମ୍ବୋଙ୍କ ସହ ମିଳିତ ହେଲେ । ଏହା ପରେ ଲଣ୍ଡନର ୱେମ୍ବଲି ଷ୍ଟାଡ଼ିୟମରେ ହେଉଥିବା "ନେଲସନ ମଣ୍ଡେଲା - ଆନ ଇଣ୍ଟରନେସନାଲ ଟ୍ରିବ୍ୟୁଟ ଫର ଏ ଫ୍ରି ସାଉଥ ଆଫ୍ରିକା" କନସର୍ଟରେ ଯୋଗ ଦେଇଥିଲେ ।<ref>{{harvnb|Sampson|2011|pp=412–414}}; {{harvnb|Meredith|2010|pp=409–410}}; {{cite web|url=http://www.itnsource.com/shotlist//ITN/1990/04/16/CR2216/?s |title=ITN Source website: "...Mandela onto stage..." |publisher=Itnsource.com |date=16 April 1990 |accessdate=2012-12-27 |archivedate=14 February 2013 |archiveurl=http://www.webcitation.org/6EQZu7LIZ |deadurl=no}}</ref> ଅପାର୍ଥିଡ଼ ସରକାର ବିରୁଦ୍ଧରେ ଆର୍ଥିକ ସହାୟତା ପାଇଁ ସେ ବିଭିନ୍ନ ବିଦେଶୀ ରାଷ୍ଟ୍ରଙ୍କୁ ଉତ୍ସାହିତ କରୁଥିଲେ ଓ [[ଫ୍ରାନ୍ସ]] ର ରାଷ୍ଟ୍ରପତି ଫ୍ରାଙ୍କୋଇସ ମିତ୍ତେରାଣ୍ଡ, [[ଭାଟିକାନ ସିଟି]] ରେ ପୋପ ଜନ ପଲ-୨ ତଥା ଲଣ୍ଡନରେ ମାର୍ଗାରେଟ ଥାଚରଙ୍କ ଦ୍ୱାରା ସ୍ୱାଗତ ହୋଇଥିଲେ । ଯୁକ୍ତ ରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ଜର୍ଜ ଏଚ.ଡବଲ୍ୟୁ. ବୁଶଙ୍କୁ ଭେଟି କଂଗ୍ରେସର ଉଭୟ ସଦନକୁ ଉଦବୋଧନ ଦେଇଥିଲେ ଏବଂ ଆଠଟି ସହରକୁ ଗସ୍ତ କରିଥିଲେ; ଓ ବିଶେଷ ଭାବରେ ଆଫ୍ରୋ-ଆମେରିକୀୟ ସଂପ୍ରଦାୟ ମଧ୍ୟରେ ଲୋକପ୍ରିୟ ହୋଇଥିଲେ ।<ref>{{harvnb|Sampson|2011|pp=415–418}}.</ref> କ୍ୟୁବାରେ ରାଷ୍ଟ୍ରପତି ଫିଡ଼େଲ କାଷ୍ଟ୍ରୋଙ୍କ ସହ ଭେଟ କରି ବନ୍ଧୁତା ସ୍ଥାପନ କରିଥିଲେ ।<ref>{{harvnb|Sampson|2011|p=420}}; ; {{harvnb|Meredith|2010|p=410}}.</ref> ଏସିଆ ମହାଦେଶରେ ଭାରତର ରାଷ୍ଟ୍ରପତି [[ଆର. ଭେଙ୍କଟରମଣ]] , [[ଇଣ୍ଡୋନେସିଆ]] ର ରାଷ୍ଟ୍ରପତି ସୁହାର୍ତ୍ତୋ ଓ [[ମାଲେସିଆ]] ର ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦଙ୍କୁ ଭେଟିସାରି ଜାପାନ ଓ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ; କିନ୍ତୁ ଆଫ୍ରିକୀୟ ଜାତୀୟ କଂଗ୍ରେସର ବହୁ ପୂର୍ବରୁ ସମର୍ଥକ ରହି ଆସିଥିବା ସୋଭିଏତ ସଂଘ ଗସ୍ତ କରିନଥିଲେ ।<ref>{{harvnb|Sampson|2011|pp=418–420}}.</ref>
 
ମେ ୧୯୯୦ରେ, ମଣ୍ଡେଲା ଏକ ବହୁ-ବର୍ଣ୍ଣ ଦଳର ନେତୃତ୍ୱ ନେଇ ୧୧ ଆଫ୍ରିକାନ ସଭ୍ୟ ବିଷିଷ୍ଟ ସରକାରୀ ଦଳ ସହିତ ପ୍ରାରମ୍ଭିକ କଥାବାର୍ତ୍ତା ଆରମ୍ଭ କରିଥିଲେ । ସରକାରୀ ଦଳ ମଣ୍ଡେଲା ଆଫ୍ରିକାନ ଇତିହାସ ବିଷୟରେ ଆଲୋଚନା ଶୁଣି ପ୍ରଭାବିତ ହୋଇଥିଲେ ଓ "ଗ୍ରୁଟ ସ୍କୁର ବୁଝାମଣା"ର ଫଳ ସ୍ୱରୂପ ସରକାର ଜରୁରୀକାଳୀନ ଅବସ୍ଥାକୁ ପ୍ରତ୍ୟାହାର କରିନେଇଥିଲେ । ଜାତୀୟ କଂଗ୍ରେସର ସାମରିକ ହିଂସାର ଅପରିଣାମକୁ ଲକ୍ଷ୍ୟ କରି ଅଗଷ୍ଟ ମାସରେ ମଣ୍ଡେଲା ଅସ୍ତ୍ରବିରତି ପାଇଁ ପ୍ରସ୍ତାବ ଦେଇଥିଲେ; ଏବଂ ଏମ.କେ. କର୍ମକର୍ତ୍ତାଙ୍କ ଦ୍ୱାରା ବହୁ ସମାଲୋଚିତ ହୋଇଥିଲେ ।<ref>{{harvnb|Sampson|2011|pp=424–427}}; {{harvnb|Meredith|2010|pp=412–413}}.</ref> ଜୋହାନ୍ସବର୍ଗରେ ଡିସେମ୍ବରରେ ହୋଇଥିବା କଂଗ୍ରେସ ସମ୍ମିଳନୀରେ ପ୍ରାୟ ୧୬୦୦ ସଭ୍ୟଙ୍କୁ ଭେଟି ଜାତୀୟ କଂଗ୍ରେସକୁ ସୁଦୃଢ଼ କରିବାକୁ ମତ ଦେଇଥିଲେ ।<ref>{{harvnb|Sampson|2011|pp=428–429}}; {{harvnb|Meredith|2010|p=439}}.</ref> ଜୁଲାଇ ୧୯୯୧ ରେ ଡର୍ବାନରେ ଜାତୀୟ କଂଗ୍ରେସର ଜାତୀୟ ସମ୍ମିଳନୀରେ ମଣ୍ଡେଲା ନିଜର ଭୁଲ ସବୁ ସ୍ୱୀକାର କରିଥିଲେ ଓ ସଂଖ୍ୟା ଗରିଷ୍ଠତା ପାଇଁ ଏକ "ସୁଦୃଢ଼ ଓ ବୁଦ୍ଧିଜୀବୀ ଟାସ୍କଫୋର୍ସ" ଗଠନ କରିବାକୁ ମତ ଦେଇଥିଲେ । ସେହି ସମ୍ମିଳନୀରେ ଅସୁସ୍ଥ ଟାମ୍ବୋଙ୍କ ସ୍ଥାନରେ ମଣ୍ଡେଲା ଜାତୀୟ କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ ଏବଂ ୫୦ ବଳିଷ୍ଟ ବ୍ୟକ୍ତିତ୍ୱ ଥିବା ସଭ୍ୟ ବିଶିଷ୍ଟ ଏକ ବହୁବର୍ଣ୍ଣ କାର୍ଯ୍ୟକାରିଣୀ ପରିଷଦ ଗଠିତ କରିଥିଲେ ।<ref>{{harvnb|Sampson|2011|pp=429–430}}; {{harvnb|Meredith|2010|pp=439–440}}.</ref>
 
ୱିନିଙ୍କ ସହିତ ସୋୱେଟୋସ୍ଥିତ ବାସଭବନ ଯିବା ସମୟରେ, କେନ୍ଦ୍ରୀୟ ଜୋହାନ୍ସବର୍ଗରେ ନୂତନ ଭାବେ କିଣା ଯାଇଥିବା ଜାତୀୟ କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟ "ସେଲ ହାଉସ"ରେ ମଣ୍ଡେଲାଙ୍କୁ ଏକ କାର୍ଯାଳୟ ଦିଆଯାଇଥିଲା ।<ref>{{harvnb|Sampson|2011|pp=431, 448}}; {{harvnb|Meredith|2010|p=409}}.</ref> ଡାଲି ମପୋଫୁଙ୍କ ସହିତ ୱିନିଙ୍ଗ ସଂପର୍କ ଜାଣିବା ପାରେ ତାଙ୍କ ବୈବାହିକ ଜୀବନରେ ତିକ୍ତତା ସୃଷ୍ଟି ହୋଇଥିଲେ ମଧ୍ୟ ମଣ୍ଡେଲା ୱିନିଙ୍କୁ କୋର୍ଟରେ ଅପହରଣ ଓ ନିର୍ଯ୍ୟାତନା ଶୁଣାଣୀ ଚାଲିଥିବା ସମୟରେ ସମର୍ଥନ କରିଥିଲେ । ୱିନିଙ୍କ ଶୁଣାଣୀ ପାଇଁ "ଇଣ୍ଟରନ୍ୟାସନାଲ ଡିଫେନ୍ସ ଏଣ୍ଡ ଏଡ଼ ଫଣ୍ଡ ଫର ସାଉଥ ଆଫ୍ରିକା" ଓ ଲିବ୍ୟାର ନେତା ମୁଆମ୍ମର ଗଦ୍ଦାଫିଙ୍କ ଠାରୁ ଆର୍ଥିକ ସହାୟତା ପାଉଥିଲେ ମଧ୍ୟ, ଜୁନ ୧୯୯୧ରେ ୱିନି ଦୋଷୀ ସାବ୍ୟସ୍ତ ହୋଇ ୬ ବର୍ଷ କାରାବାସ ପାଇଁ ଦଣ୍ଡ ପାଇଥିଲେ; ଯାହା ପରବର୍ତ୍ତୀ ଅପିଲ ଦ୍ୱାରା ୨ ବର୍ଷକୁ କମାଇ ଦିଆଯାଇଥିଲା । ୧୩ ଏପ୍ରିଲ ୧୯୯୨, ମଣ୍ଡେଲା ୱିନିଙ୍କ ଠାରୁ ଅଲଗା ହୋଇ ରହିବା ପାଇଁ ସର୍ବସାଧାରଣରେ ଘୋଷଣା କରିଥିଲେ, ଜାତୀୟ କଂଗ୍ରେସ ଦଳୀୟ ଅର୍ଥକୁ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରିଥିବା ଅଭିଯୋଗ ଆଣି କାର୍ଯ୍ୟକାରିଣୀ ପରିଷଦରୁ ମଣ୍ଡେଲାଙ୍କୁ ବହିଷ୍କାର ଦାବୀ କରିଥିଲା ।<ref>{{harvnb|Sampson|2011|pp=431, 448}}; {{harvnb|Meredith|2010|pp=429–436, 435–460}}</ref> କ୍ୱାଜୁଲୁ-ନାଟାଲରେ କୃଷ୍ଣକାୟଙ୍କ ନିଜ ନିଜ ମଧ୍ୟରେ ସଂଗ୍ରାମ, ବିଶେଷ କରି ଜାତୀୟ କଂଗ୍ରେସ ଓ ଇଙ୍କାଥା ସମର୍ଥକଙ୍କ ମଧ୍ୟରେ ହିଂସା ଫଳରେ ହଜାରେରୁ ଉର୍ଦ୍ଧ୍ୱ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ ଓ ମଣ୍ଡେଲାଙ୍କ ସମ୍ମାନ ବହୁମାତ୍ରାରେ କ୍ଷୁର୍ଣ୍ଣ ହୋଇଥିଲା । ଇଙ୍କାଥାର ନେତା ବୁଥେଲେଜିଙ୍କ ସହିତ ମଣ୍ଡେଲା ଦେଖାକରିଥିଲେ ମଧ୍ୟ ଜାତୀୟ କଂଗ୍ରେସ କୌଣସି କଥାବାର୍ତ୍ତା କରିବାକୁ ମନା କରିଦେଇଥିଲା । ମଣ୍ଡେଲାଙ୍କୁ ବୁଝାପଡ଼ିଯାଇଥିଲା ଯେ ଦେଶ ମଧ୍ୟରେ ହିଂସାକୁ ପ୍ରୋତ୍ସାହନ ଦେବାପାଇଁ ଏକ "ତୃତୀୟ ଶକ୍ତି" କାର୍ଯ୍ୟରତ ଓ ସେଥିପାଇଁ ସେ ଦେ କ୍ଲାର୍କଙ୍କୁ ସେବୋକେଙ୍ଗ ଗଣସଂହାର ପାଇଁ ସିଧାସଳଖ ଦାୟୀ କରିଥିଲେ ।<ref>{{harvnb|Sampson|2011|pp=436–442}}; {{harvnb|Meredith|2010|pp=418–424}}.</ref> ସେପ୍ଟେମ୍ବର ୧୯୯୧ରେ ଜୋହାନ୍ସବର୍ଗରେ ଜାତୀୟ ଶାନ୍ତି ସଭା ଅନୁଷ୍ଠିତ ହୋଇଥିଲା, ଏବଂ ମଣ୍ଡେଲା, ବୁଥେଲେଜି ତଥା ଦେ କ୍ଲାର୍କଙ୍କ ମଧ୍ୟରେ ଶାନ୍ତି ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ହିଂସାତ୍ମକ କାର୍ଯ୍ୟକଳାପ ଜାରି ରହିଥିଲା ।<ref>{{harvnb|Sampson|2011|p=444}}; {{harvnb|Meredith|2010|pp=425–426}}.</ref>
===କୋଡ଼େସା(CODESA)କଥାବାର୍ତ୍ତା:୧୯୯୧-୧୯୯୨===
ଡିସେମ୍ବର ୧୯୯୧ରେ ଜୋହାନ୍ସବର୍ଗ ୱାର୍ଲଡ ଟ୍ରେଡ଼ ସେଣ୍ଟରରେ "କନଭେନସନ ଫର ଏ ଡେମୋକ୍ରାଟିକ ସାଉଥ ଆଫ୍ରିକା" (କୋଡ଼େସା) ଆରମ୍ଭ ହୋଇଥିଲା ଏବଂ ୧୯ଟି ରାଜନୈତିକ ଦଳର ୨୨୮ଜଣ ସଦସ୍ୟ ଏଥିରେ ଯୋଗ ଦେଇଥିଲେ । ସିରିଲ ରାମାଫୋସା ଜାତୀୟ କଂଗ୍ରେସର ନେତୃତ୍ୱ ନେଇଥିଲେ ମଧ୍ୟ ମଣ୍ଡେଲା ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ଥିଲେ, କାରଣ ଦେ କ୍ଲାର୍କଙ୍କ ଅନ୍ତିମ ଅଭିଭାଷଣ ପରେ, ମଣ୍ଡେଲା ମଞ୍ଚ ଉପରେ ତାଙ୍କୁ ଜଣେ "ଅନୈତିକ ସଂଖ୍ୟାଲଘୁ ବ୍ୟକ୍ତି" ବୋଲି ଅଭିହିତ କରିଥିଲେ । ନ୍ୟାସନାଲ ପାର୍ଟି ଓ ଜାତୀୟ କଂଗ୍ରେସ ଏହି ସମ୍ମିଳନୀରେ ପ୍ରଭାବଶାଳୀ ଥିଲେ ମଧ୍ୟ ଅତି କମ ବୁଝାମଣା ସମ୍ଭବ ହୋଇଥିଲା ।<ref>{{harvnb|Sampson|2011|pp=456–459}}; {{harvnb|Meredith|2010|pp=443–446}}.</ref> ମେ ୧୯୯୨ରେ କୋଡ଼େସା-୨ ଅନୁଷ୍ଠିତ ହୋଇଥିଲା ଓ ଦେ କ୍ଲାରକ ମତ ଦେଇଥିଲେ ଯେ ଦକ୍ଷିଣ ଆଫ୍ରିକାରେ "ଫେଡ଼େରାଲ ନୀତି" ପ୍ରଣୟନ କରି କୌଳିକ ସଂଖ୍ୟାଲଘୁଙ୍କ ଅଧିକାରକୁ ସୁରକ୍ଷା ଦେବାପାଇଁ ନିମନ୍ତେ ରାଷ୍ଟ୍ରପତି ନିର୍ବାଚନ କରିବା କରିବା ଉଚିତ; କିନ୍ତୁ ମଣ୍ଡେଲା ଏହାର ଦୃଢ଼ ବିରୋଧ କରି ସଂଖ୍ୟାଗରିଷ୍ଠତାରେ ଏକକ ସରକାର ଗଠନ ପାଇଁ ଦାବୀ କରିଥିଲେ ।<ref>{{harvnb|Sampson|2011|p=460}}; {{harvnb|Meredith|2010|pp=448, 452}}.</ref> ସରକାରୀ ସହାୟତା ପାଉଥିବା ଇଙ୍କାଥା ଉଗ୍ରବାଦୀଙ୍କ ଦ୍ୱାରା ଜାତୀୟ କଂଗ୍ରେସ ସଭ୍ୟମାନଙ୍କ ବୋଇପାଟୋଙ୍ଗ ଗଣସଂହାର ପରେ, ମଣ୍ଡେଲା ସବୁ ବୁଝାମଣା ଓ କଥାବାର୍ତ୍ତାରୁ ଓହରି ଯାଇଥିଲେ । ଏହା ପୂର୍ବରୁ ସେନେଗାଲରେ ହୋଇଥିବା "ଅର୍ଗାନାଇଜେସନ ଅଫ ଆଫ୍ରିକାନ ୟୁନିଟି"ର ଏକ ସଭାରେ ଯୋଗଦେଇ ସଂଯୁକ୍ତ ରାଷ୍ଟ୍ରସଂଘ ସୁରକ୍ଷା ପରିଷଦର ଏକ ବିଶେଷ ବୈଠକ ଡ଼କାଇଥିଲେ ଓ ମତ ଦେଇଥିଲେ ଯେ ଦକ୍ଷିଣ ଆଫ୍ରିକାରେ ଚାଲିଥିବା "ଗୃହ ଆତଙ୍କବାଦ"ର ନିୟନ୍ତ୍ରଣ ପାଇଁ ସଂଯୁକ୍ତ ରାଷ୍ଟ୍ରସଂଘର ଶାନ୍ତିସେନା ମୁତୟନ ହେବା ଦରକାର । ଏବଂ ପରେ, ସଂଯୁକ୍ତ ରାଷ୍ଟ୍ରସଂଘ ପକ୍ଷରୁ ସାଇରସ ଭାନ୍ସଙ୍କୁ ବିଶେଷ ଦୂତ ଭାବେ ବୁଝାମଣା କରିବାକୁ ପଠା ଯାଇଥିଲା ।<ref>{{harvnb|Sampson|2011|pp=461–462}}; {{harvnb|Meredith|2010|pp=462–463}}.</ref> ଅଗଷ୍ଟ ୧୯୯୨ ଜାତୀୟ କଂଗ୍ରେସ ଦ୍ୱାରା ଦକ୍ଷିଣ ଆଫ୍ରିକୀୟ ଇତିହାସର ସବୁଠାରୁ ବିଶାଳ ଅନଶନର ଡ଼ାକରା ଦିଆଯାଇଥିଲା ଓ ଏହାର ସମର୍ଥକ ମାନେ ପ୍ରୋଟୋରିଆରେ ଶୋଭାଯାତ୍ରାରେ ବାହାରିଥିଲେ ।<ref>{{harvnb|Sampson|2011|pp=462–463}}; {{harvnb|Meredith|2010|pp=466–467}}.</ref>
 
[[File:Frederik de Klerk with Nelson Mandela - World Economic Forum Annual Meeting Davos 1992.jpg|thumb|left|ୱାର୍ଲଡ଼ ଇକୋନୋମିକ ଫୋରମ, ୧୯୯୨ରେ ଦେ କ୍ଲାର୍କ ଓ ମଣ୍ଡେଲା ହାତ ମିଳାଉଥିବାର ଦୃଶ୍ୟ]]
ସିସ୍କେଇ ସୁରକ୍ଷା ବଳ ଦ୍ୱାରା ହୋଇଥିବା ବିଶୋ ଗଣସଂହାରରେ ୨୮ଜଣ ଜାତୀୟ କଂଗ୍ରେସ କର୍ମୀ ଓ ଜଣେ ସୈନିକଙ୍କ ମୃତ୍ୟୁ ହେବାପରେ ମଣ୍ଡେଲା ଏକ ଶୋଭାଯାତ୍ରାରେ ଅନୁଭବ କରିଥିଲେ ଯେ ସାମୂହିକ କାର୍ଯ୍ୟକଳାପ ପାଇଁ ହିଂସା ବୃଦ୍ଧିପାଉଛି, ଓ ସେ ପୁଣି ସେପ୍ଟେମ୍ବରରେ ବୁଝାମଣା ପାଇଁ ଆଗ୍ରହୀ ହୋଇଥିଲେ । ବୁଝାମଣା ପାଇଁ ସେ ସର୍ତ୍ତ ରଖିଥିଲେ ଯେ - ସମସ୍ତ ରାଜନୈତିକ ବନ୍ଦୀଙ୍କ ମୁକ୍ତି, ଜୁଲୁ ପାରମ୍ପାରିକ ଅସ୍ତ୍ର ବ୍ୟବହାରର ନିଷେଧାଦେଶ ଓ ଜୁଲୁ ଛାତ୍ରାବାସ ଗୁଡ଼ିକୁ ଘେରାବନ୍ଦୀ କରି ରଖିବାକୁ; ଦେ କ୍ଲାର୍କ ଅତ୍ୟଧିକ ଚାପ କାରଣରୁ ଅନିଚ୍ଛା ସତ୍ତ୍ୱେ ଏହି ସବୁ ସର୍ତ୍ତ ମାନି ନେଇଥିଲେ । ବୁଝାମଣାରେ ଏହା ନିର୍ଣ୍ଣୟ କରାଗଲା ଯେ ବହୁବର୍ଣ୍ଣ ବ୍ୟବସ୍ଥାରେ ୫ ବର୍ଷିଆ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ଓ ଫଳସ୍ୱରୂପ ଏକ ୫ ବର୍ଷିଆ ଗଠବନ୍ଧନ ସରକାର ତଥା ସାମ୍ବିଧାନିକ ବିଧାନ ହେଲା ଏବଂ ନ୍ୟାସନାଲ ପାର୍ଟିର ପ୍ରଭାବ ବୃଦ୍ଧି ପାଇଲା । ଜାତୀୟ କଂଗ୍ରେସ ଶ୍ୱେତକାୟମାନଙ୍କ ନିଯୁକ୍ତିକୁ ସୁରକ୍ଷା ଦେଇଥିବାରୁ ଆଭ୍ୟନ୍ତରୀଣ ସମାଲୋଚନାର ଶିକାର ହୋଇଥିଲା ।<ref>{{harvnb|Sampson|2011|pp=463–467}}; {{harvnb|Meredith|2010|pp=467–471}}.</ref> ଦୁଇ ଦଳ ଏକ ମଧ୍ୟବର୍ତ୍ତୀ ସମ୍ବିଧାନ ପାଇଁ ରାଜି ହୋଇ କ୍ଷମତାର ବିକେନ୍ଦ୍ରୀକରଣ,ଏକ ସାମ୍ବିଧାନିକ ବିଚାରାଳୟ, ଆମେରିକୀୟ ପଦ୍ଧତିରେ "ବିଲ ଅଫ ରାଇଟ୍ସ" ସହିତ ଦେଶକୁ ନଅଟି ରାଜ୍ୟରେ ଭାଗରେ ବିଭକ୍ତ କରିଥିଲେ; ଏବଂ ପ୍ରତି ରାଜ୍ୟର ନିଜ ପ୍ରଶାସନ ପଦ୍ଧତି ରହିବାକୁ ସ୍ଥିର ହୋଇଥିଲା । ଏହା ଦେ କ୍ଲାର୍କଙ୍କ "ଫେଡ଼େରାଲିଜିମ" ଓ ମଣ୍ଡେଲାଙ୍କ "ଏକକ ସରକାର" ର ଏକ ମଧ୍ୟବର୍ତ୍ତୀ ବ୍ୟବସ୍ଥା ଥିଲା ।<ref>{{harvnb|Sampson|2011|p=472}}; {{harvnb|Meredith|2010|pp=489–491}}.</ref>
 
ଜୁନ ୧୯୯୩ରେ "ଆଫ୍ରିକାନର ୱିରଷ୍ଟାଣ୍ଡସବେୱେଗିଙ୍ଗ" "କନସର୍ଣ୍ଣଡ ସାଉଥ ଆଫ୍ରିକାନ ଗ୍ରୁପ" ଇଙ୍କାଥା ସମର୍ଥକମାନଙ୍କ ସହିତ ମିଶି "କେମ୍ପଟନ ପାର୍କ ୱାର୍ଲଡ଼ ଟ୍ରେଡ଼ ସେଣ୍ଟର" ଉପରେ ଆକ୍ରମଣ କରି ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଧକ୍କା ପହଞ୍ଚାଇଥିଲେ ।<ref>{{harvnb|Sampson|2011|pp=466, 470–471}}; {{harvnb|Meredith|2010|pp=449–450, 488}}.</ref> ଜାତୀୟ କଂଗ୍ରେସ ନେତା କ୍ରିସ ହାନିଙ୍କୁ ହତ୍ୟା କରାଯିବା ପରେ ମଣ୍ଡେଲା ସର୍ବସାଧାରଣଙ୍କୁ ଦଙ୍ଗା ଶାନ୍ତ କରିବାକୁ ଏକ ଭାଷଣ ଦେଇଥିଲେ ।<ref>{{harvnb|Sampson|2011|pp=468–469}}; {{harvnb|Meredith|2010|pp=476–480}}.</ref> ଜୁଲାଇ ୧୯୯୩ରେ ମଣ୍ଡେଲା ଓ ଦେ କ୍ଲାର୍କ ଆମେରିକା ଗସ୍ତ କରିଥିଲେ ଓ ପୃଥକ ଭାବେ [[ବିଲ କ୍ଲିଣ୍ଟନ]] ଙ୍କୁ ଭେଟି ଉଭୟ "ଲିବର୍ଟି ମେଡ଼ାଲ" ପାଇଥିଲେ ।<ref>{{harvnb|Sampson|2011|p=471}}.</ref> ଏହାର ଅଳ୍ପକିଛି ଦିନ ପରେ ଉଭୟଙ୍କୁ ନରୱେଠାରେ ଶାନ୍ତି ପାଇଁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।<ref>{{harvnb|Sampson|2011|p=474}}; {{harvnb|Meredith|2010|p=494}}.</ref> ଯୁବ ଜାତୀୟ କଂଗ୍ରେସ ନେତା ଥାବୋ ମବେକିଙ୍କ ଦ୍ୱାରା ପ୍ରଭାବିତ ହୋଇ ମଣ୍ଡେଲା ବଡ଼ ବୈବସାୟିକ ବ୍ୟକ୍ତିତ୍ୱ ମାନଙ୍କୁ ଭେଟିବା ଆରମ୍ଭ କଲେ, ଏବଂ ଦେଶର ବିକାଶ ପାଇଁ ବିଦେଶୀ ପୁଞ୍ଜି-ନିବେଶରେ ବିଶେଷ ସହାୟକ ହୋଇଥିଲେ । ସମାଜବାଦୀ ଜାତୀୟ କଂଗ୍ରେସ କର୍ମୀଙ୍କ ଦ୍ୱାରା ସମାଲୋଚିତ ହୋଇ ମଧ୍ୟ ୧୯୯୨ରେ [[ସ୍ୱିଜରଲାଣ୍ଡ]] ରେ ହୋଇଥିବା "ୱାର୍ଲଡ଼ ଇକୋନୋମିକ ଫୋରମ"ରେ [[ଚୀନ]] ଓ [[ଭିଏତନାମ]] ରୁ ଆସିଥିବା କମ୍ୟୁନିଷ୍ଟ ଦଳର ବେସରକାରୀ ସଂସ୍ଥାମାନଙ୍କ ସହ ଆଲୋଚନା କରିଥିଲେ ।<ref>{{harvnb|Sampson|2011|pp=434–445, 473}}; {{harvnb|Meredith|2010|p=497}}.</ref> ୧୯୯୨ ରେ ନିର୍ମିତ ଚଲଚ୍ଚିତ୍ର "ମାଲକମ ଏକ୍ସ"ରେ ସେ ଜଣେ ସ୍କୁଲ ଶିକ୍ଷକ ଭାବେ ଏକ ଛୋଟ ଚରିତ୍ରରେ ମଧ୍ୟ ଅଭିନୟ କରିଥିଲେ ।<ref name="Guardian">{{cite news |url=http://www.guardian.co.uk/film/2004/jun/03/features.matthewcunningham |title=Creme cameos |last=Cunningham |first=Matthew |date=3 June 2004 |work=The Guardian |accessdate=26 October 2008 | location=London |archivedate=14 February 2013 |archiveurl=http://www.webcitation.org/6EQYHaQvk |deadurl=no}}</ref>
===ସାଧାରଣ ନିର୍ବାଚନ:୧୯୯୪===
 
୧୯୭

ଗୋଟି ସମ୍ପାଦନା