"ନେଲସନ ମଣ୍ଡେଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ରୋବେନ ଦ୍ୱୀପ:୧୯୬୨-୧୯୮୨; ସଜାଣି ଓ ସଂଶୋଧନ
→‎କାରାବାସ ସମାପ୍ତ: , ଉପକ୍ରମରେ ଅଧିକା ତଥ୍ୟ ଯୋଡ଼ାଗଲା ଓ ବିଷୟସୂଚୀ ସଂପୂର୍ଣ୍ଣ ହେଲା
୭ କ ଧାଡ଼ି:
|term_end = ୧୪ ଜୁନ ୧୯୯୯
|predecessor = ଫେଡ଼୍ରିକ ୱିଲିଅମ ଦେ କ୍ଲର୍କ
|successor = ଥାବୋ ମ୍ବେକିମବେକି
|birth_date = {{Birth date and age|1918|07|18|df=yes}}
|birth_place = ମ୍ୱେଜୋ, ସଂଯୁକ୍ତ ଦକ୍ଷିଣ ଆଫ୍ରିକା
୨୩ କ ଧାଡ଼ି:
|website = {{url|www.nelsonmandela.org/}}
}}
'''ନେଲସନ ରୋଲିହ୍ହଲ୍ଲା ମଣ୍ଡେଲା'''(ଜନ୍ମ - ୧୮ ଜୁଲାଇ ୧୯୧୮) [[ଦକ୍ଷିଣ ଆଫ୍ରିକା]] ର ପୂର୍ବତନ ରାଷ୍ଟ୍ରମୁଖ୍ୟ(୧୯୯୪-୧୯୯୯) ଅଟନ୍ତି । ସେ ଦକ୍ଷିଣ ଆଫ୍ରିକାର ପ୍ରଥମ ଅଣ ଶ୍ୱେତାଙ୍ଗ ବା କୃଷ୍ଣକାୟ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ଶାସନକାଳ ମଧ୍ୟରେ ଅପାର୍ଥିଡ଼ ନୀତିର ପତନ ହୋଇଥିଲା ତଥା ଚାଲିଆସୁଥିବା ରଙ୍ଗଭେଦ, ଦାରିଦ୍ର୍ୟ, ସାମାଜିକ ଅସମାନତାକୁ ଦୂର କରିବାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥିଲା । ରାଜନୈତିକ ଭାବେ ସେ ଗଣତାନ୍ତ୍ରିକ ସମାଜବାଦୀ ଚିନ୍ତାଧାରାରେ ବିଶ୍ୱାସ ରଖିଥିଲେ ଏବଂ ଆଫ୍ରିକୀୟ ଜାତୀୟ କଂଗ୍ରେସର ସଭାପରି ଭାବେ ୧୯୯୧ରୁ ୧୯୯୭ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଅନ୍ତର୍ଜାତୀୟ ପଦବୀ ଭାବେ "ନନ-ଆଲାଇନଡ ମୁଭମେଣ୍ଟ"ର ମହା ସଚିବ ଭାବେ ୧୯୯୮-୧୯୯୯ କାର୍ଯ୍ୟରତ ଥିଲେ ।
 
ଯୋସା ସଂପ୍ରଦାୟର ଥେମ୍ବୁ ରାଜପରିବାରରେ ଜନ୍ମ ଗ୍ରହଣ କରି ମଣ୍ଡେଲା ଫୋର୍ଟ ହାରେ ବିଶ୍ୱ ବିଦ୍ୟାଳୟ ଓ ୱିଟୱାଟର୍ସରାଣ୍ଡ ବିଶ୍ୱବିଦ୍ୟାଳୟରେ ଆଇନ ଶିକ୍ଷା କରିଥିଲେ । ଜୋହାନ୍ସବର୍ଗରେ ରହିବା ସମୟରେ ଔପନିବେଶ ବିରୋଧୀ ରାଜନୀତିରେ ଅଂଶଗ୍ରହଣ କରି ଆଫ୍ରିକୀୟ ଜାତୀୟ କଂଗ୍ରେସରେ ଯୋଗଦେଇଥିଲେ ଓ ଏହାର ଯୁବ ସଂଘର ପ୍ରତିଷ୍ଠାତା ସଭ୍ୟ ଥିଲେ । ୧୯୪୮ରେ ନ୍ୟାସନାଲ ପାର୍ଟିର "ଆଫ୍ରିକାନ" ଜାତୀୟତାବାଦୀ ମାନେ ସରକାର ଗଠନ କରି କ୍ଷମତାକୁ ଆସିବା ପରେ ଅପାର୍ଥିଡ଼କୁ ନୀତିକୁ ପ୍ରାଧାନ୍ୟ ଦେଇଥିଲେ, ଏବଂ ସେହି ସମୟରେ ମଣ୍ଡେଲା ଜାତୀୟ କଂଗ୍ରେସ ଦ୍ୱାରା ୧୯୫୨ରେ ହୋଇଥିବା ଅସହଯୋଗ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରି ଟ୍ରାନ୍ସଭାଲ କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ ଏବଂ ୧୯୫୫ରେ "ପିପୁଲ ଅଫ କଂଗ୍ରେସ"କୁ ଉଦବୋଧନ ଦେଇଥିଲେ । ଜଣେ ଓକିଲ ଭାବେ କାର୍ଯ୍ୟ କରୁଥିବା ସମୟରେ ସନ୍ଦେହଜନକ କାର୍ଯ୍ୟକଳାପ ପାଇଁ ଓ ଜାତୀୟ କଂଗ୍ରେସ ନେତା ଭାବେ ୧୯୫୫ରୁ ୧୯୬୧ ଯାଏଁ ଦେଶଦ୍ରୋହ ପାଇଁ ଅଭିଯୁକ୍ତ ହୋଇଥିଲେ ମଧ୍ୟ ଶେଷରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ । ଯଦିଓ ଆନ୍ଦୋଳନ ଆରମ୍ଭରେ ସେ ଅହିଂସା ନୀତିରେ ବିଶ୍ୱାସ ରଖିଥିଲେ; କିନ୍ତୁ ସାଉଥ ଆଫ୍ରିକାନ କମ୍ୟୁନିଷ୍ଟ ପାର୍ଟି ସହ ମିଶି ୧୯୬୧ ରେ "ଉମଖୋଂତ ୱେ ସିଜୱେ" ନାମରେ ଏକ ସଶସ୍ତ୍ର ବାହିନୀ ଗଠନ କରି, ସରକାର ବିରୁଦ୍ଧରେ ବହୁ ବୋମାମାଡ଼ର ନେତୃତ୍ୱ ନେଇଥିଲେ । ୧୯୬୨ ମସିହାରେ ଗଣସଂହାର ଓ ଅନ୍ତର୍ଘାତୀ କାର୍ଯ୍ୟପାଇଁ ଦୋଷୀ ସାବ୍ୟସ୍ତ ହୋଇ ରିଭିନିଆ ଶୁଣାଣୀରେ ଆଜୀବନ କାରାବାସ ପାଇଁ ଦଣ୍ଡ ପାଇଥିଲେ ।
'''ନେଲସନ ରୋଲିହ୍ହଲ୍ଲା ମଣ୍ଡେଲା'''(ଜନ୍ମ - ୧୮ ଜୁଲାଇ ୧୯୧୮) [[ଦକ୍ଷିଣ ଆଫ୍ରିକା]] ର ପୂର୍ବତନ ରାଷ୍ଟ୍ରମୁଖ୍ୟ ଅଟନ୍ତି । ସେ ଦକ୍ଷିଣ ଆଫ୍ରିକାର ପ୍ରଥମ ଅଣ ଶ୍ୱେତାଙ୍ଗ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ରାଷ୍ଟ୍ରପତି ହେବା ପୂର୍ବରୁ ସେ ଦକ୍ଷିଣ ଆଫ୍ରିକାରେ ଦୀର୍ଘ କାଳରୁ ଚାଲି ଆସୁଥିବା "ଅପାର୍ଥିଡ଼"ର ପ୍ରମୁଖ ବିରୋଧୀ "ଆଫ୍ରିକୀୟ ଜାତୀୟ କଂଗ୍ରେସ" ଏବଂ ଏହାର ସଶସ୍ତ୍ର ଗୋଠ "ଉମଖୋଂତୋ ୱେ ସିଜୱେ"ର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ଅସ୍ପୃଶ୍ୟତା ବିରୋଧରେ ଲଢ଼ି ସେ ନିଜ ଜୀବନକାଳର ୨୭ ବର୍ଷ ରୋବେନ ଦ୍ୱୀପର କାରାଗାରରେ କଟାଇଥିଲେ । ଦକ୍ଷିଣ ଆଫ୍ରିକା ଓ ସମଗ୍ର ବିଶ୍ୱରେ ରଙ୍ଗଭେଦ ନୀତିର ବିରୋଧରେ ଲଢ଼େଇ କରି ଶ୍ରୀ ମଣ୍ଡେଲା ସ୍ୱତନ୍ତ୍ରତା ଓ ସମାନତା ର ପ୍ରତୀକ ରୂପେ ଗଣମାନ୍ୟ ହୁଅନ୍ତି ।
 
ରଙ୍ଗଭେଦ ନୀତି ଓ ଅପାର୍ଥିଡ଼ ବିରୋଧରେ ଲଢ଼ି ସେ ନିଜ ଜୀବନକାଳର ୨୭ ବର୍ଷ କାଳ ରୋବେନ ଦ୍ୱୀପର କାରାଗାର, ପୋଲ୍ସମୁର କାରାଗାର ଓ ଭିକ୍ଟର ଭର୍ଷ୍ଟର କାରାଗାରରେ କଟାଇଥିଲେ । ତାଙ୍କୁ ମୁକ୍ତ କରିବା ପାଇଁ ଆନ୍ତର୍ଜାତିକ ଚାପ ବଢ଼ିବାରୁ ୧୯୯୦ରେ ଛାଡ଼ ପାଇଥିଲେ । ଜାତୀୟ କଂଗ୍ରେସର ସଭାପତି ଥିବା ସମୟରେ ମଣ୍ଡେଲା ନିଜର ଆତ୍ମଜୀବନୀ ପ୍ରକାଶ କରିଥିଲେ ଓ ତତକାଳୀନ ରାଷ୍ଟ୍ରପତି ଏଫ.ଡବଲ୍ୟୁ. ଦେ କ୍ଲାର୍କଙ୍କ ସହିତ ଅପାର୍ଥିଡ଼ର ଅନ୍ତ ପାଇଁ ବୁଝାମଣା କରିଥିଲେ । ସେ ରାଷ୍ଟ୍ରପତି ଥିବା ସମୟରେ ନୂତନ ସମ୍ବିଧାନ ପ୍ରଣୟନ କରିଥିଲେ ଓ ବିତି ଯାଇଥିବା ମାନବଧିକାର ଉଲ୍ଲଙ୍ଘନର ତଦନ୍ତ ପାଇଁ "ଟ୍ରୁଥ ଏଣ୍ଡ ରିକୋନସିଲିଏସନ କମିଶନ"ର ଗଠନ କରିଥିଲେ । ପୂର୍ବ ସରକାରଙ୍କ ଉଦାରବାଦୀ ଅର୍ଥନୈତିକ ନୀତିକୁ ଅନୁସରଣ କରି ଜମି ସୁଧାର ନିୟମକୁ ପ୍ରୋତ୍ସାହନ, ଦାରିଦ୍ର୍ୟ ଦୂରୀକରଣ ଓ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତୀକରଣ ପାଇଁ ଧ୍ୟାନ ଦେଇଥିଲେ । ଅନ୍ତର୍ଜାତୀୟ ସ୍ତରରେ ଲିବ୍ୟା ଓ ସଂଯୁକ୍ତ ରାଜ୍ୟଗୋଷ୍ଠୀର "ପ୍ୟାନ ଆମ ଫ୍ଲାଇଟ ୧୦୩ ବମ୍ବିଙ୍ଗ ଟ୍ରାଏଲ" ବୁଝାମଣାରେ ମଧ୍ୟସ୍ଥି ଭାବେ ଓ ଲେସୋଥୋରେ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନର ସମାଧାନ କରିଥିଲେ । ରାଷ୍ଟ୍ରପତି ପଦ ପାଇଁ ଦ୍ୱିତୀୟ ବାର ନିର୍ବାଚନ ନ ଲଢ଼ି, ନେଲସନ ମଣ୍ଡେଲା ଫାଉଣ୍ଡେସନ ଦ୍ୱାରା ଦାରିଦ୍ର୍ୟ ତଥା ଏଚ.ଆଇ.ଭି./ଏଡ଼ସ ଦୂରୀକରଣ ପାଇଁ ଅନେକ ସମାଜସେବା କାର୍ଯ୍ୟରେ ପ୍ରମୁଖ ଭୂମିକା ନେଇଥିଲେ ।
 
ସାରା ଜୀବନ ସେ ଏକ ବିତର୍କିତ ବ୍ୟକ୍ତିତ୍ୱ ଭାବେ ପରିଚିତ, ଏପରିକି ଉଗ୍ରବାଦୀ ମାନେ ତାଙ୍କୁ ଆତଙ୍କବାଦୀ ଓ ସାମ୍ୟବାଦର ଚାକର ବୋଲି ଆଖ୍ୟା ଦେଇଥିଲେ । ଏସବୁ ସତ୍ତ୍ୱେ ମଧ୍ୟ ଔପନିବେଶ ବିରୋଧୀ ଆନ୍ଦୋଳନ ଓ ଅଣ-ଅପାର୍ଥିଡ଼ ନୀତି ପାଇଁ ତାଙ୍କୁ ଅନେକ ଆନ୍ତର୍ଜାତିକ ପ୍ରତିଷ୍ଠା ମିଳିଛି । ୧୯୯୩ରେ ନୋବେଲ ଶାନ୍ତି ପୁରସ୍କାର, [[ଯୁକ୍ତରାଷ୍ଟ୍ର ଆମେରିକା]] ର ସର୍ବୋଚ୍ଚ ବେସାମରିକ "ପ୍ରେସିଡ଼େଣ୍ଟସିଆଲ ମେଡ଼ାଲ ଅଫ ଫ୍ରିଡ଼ମ", [[ଋଷିଆ]] ର ସର୍ବୋଚ୍ଚ ବେସାମରିକ ସମ୍ମାନ "ଅର୍ଡର ଅଫ ଲେନିନ", [[ଭାରତ]] ର ସର୍ବୋଚ୍ଚ ବେସାମରିକ ସମ୍ମାନ " [[ଭାରତ ରତ୍ନ]] " ସହିତ ୨୫୦ରୁ ଉର୍ଦ୍ଧ୍ୱ ସମ୍ମାନ ଓ ପୁରସ୍କାରରେ ମଣ୍ଡେଲା ସମ୍ମାନିତ ହୋଇଛନ୍ତି । ଦକ୍ଷିଣ ଆଫ୍ରିକାରେ ମଣ୍ଡେଲା ବହୁ ସମ୍ମାନାଷ୍ପଦ ବ୍ୟକ୍ତିତ୍ୱ ଏବଂ ନିଜର ଯୋସା ନାମ "ମାଦିବା" ବା "ତାତା", ଯାହାର ଆକ୍ଷରିକ ଅର୍ଥ ପିତା, ସେ "ଜାତିର ପିତା" ଓ "ଦକ୍ଷିଣ ଆଫ୍ରିକାର ଗାନ୍ଧୀ" ଭାବେ ପରିଚିତ ।
 
==ପ୍ରାରମ୍ଭିକ ଜୀବନ==
Line ୩୫ ⟶ ୪୦:
 
ନେଲସଙ୍କ ମାଆ ତାଙ୍କୁ ମାକହେକେଜ୍ୱନି ସ୍ଥିତ "ଗ୍ରେଟ ପ୍ୟାଲେସ"କୁ ନେଇ ଯାଇଥିଲେ, ଏବଂ ସେଠାରେ ଜୋଙ୍ଗିନ୍ତାବା ଡାଲିନ୍ଦ୍ୟେବୋଙ୍କ ତତ୍ତ୍ୱାବଧାନରେ ଛାଡ଼ିଆସିଥିଲେ । ମାଆଙ୍କୁ ବହୁବର୍ଷ ପର୍ଯ୍ୟନ୍ତ ନ ଦେଖିବା ସତ୍ତ୍ୱେ ନେଲସନ ଅନୁଭବ କରିଥିଲେ ଯେ ଜୋଙ୍ଗିନ୍ତାବା ଓ ତାଙ୍କ ପତ୍ନୀ ନୋଏଙ୍ଗଲାଣ୍ଡ ତାଙ୍କୁ ନିଜ ସନ୍ତାନ ଭାବେ ଦେଖୁଥିଲେ; ଓ ତାଙ୍କ ନିଜ ପୁତ୍ର ଜଷ୍ଟିସ ତଥା ଝିଅ ନୋମାଫୁଙ୍କ ପରି ସମାନ ଅଧିକାର ଦେଇଥିଲେ ।<ref>{{harvnb|Mandela|1994|pp=22–25}}; {{harvnb|Sampson|2011|pp=7–9}}; {{harvnb|Smith|2010|pp=26–27}}.</ref> ସେ ପ୍ରତି ରବିବାର ଚର୍ଚ୍ଚର କାର୍ଯ୍ୟକ୍ରମରେ ଭାଗ ନେଉଥିଲେ ଓ ତାଙ୍କ ଜୀବନରେ ଖ୍ରୀଷ୍ଟିଆନ ଧର୍ମ ଏକ ପ୍ରମୁଖ ଅଂଶ ହୋଇ ଯାଇଥିଲା ।<ref>{{harvnb|Mandela|1994|pp=27–29}}.</ref> ପ୍ୟାଲେସ ନିକଟସ୍ଥ ଏକ ମେଥୋଡିଷ୍ଟ ମିଶନ ବିଦ୍ୟାଳୟରେ ସେ ଇଂରାଜୀ, ଯୋହା ଓ ଭୂଗୋଳ ଅଧ୍ୟୟନ କରୁଥିଲେ ।<ref>{{harvnb|Mandela|1994|p=25}}; {{harvnb|Smith|2010|p=27}}.</ref> ପ୍ୟାଲେସକୁ ଆସୁଥିବା ବୁଦ୍ଧିଜୀବୀଙ୍କ ଭାଷଣରେ ପ୍ରଭାବିତ ହୋଇ ଆଫ୍ରିକୀୟ ଇତିହାସ ପ୍ରତି ତାଙ୍କର ଆଗ୍ରହ ବଢ଼ିଥିଲା ।<ref>{{harvnb|Mandela|1994|pp=31–34}}; {{harvnb|Smith|2010|p=18}}.</ref> ତାଙ୍କୁ ୧୬ ବର୍ଷ ହୋଇଥିବା ସମୟରେ ସେ ଜଷ୍ଟିସ ତଥା ଅନ୍ୟ ବାଳକମାନଙ୍କ ସହ ମିଶି ତ୍ୱକଛେଦନ ସମାରୋହରେ(circumcision ritual) ଅଂଶ ଗ୍ରହଣ କରିବାକୁ ଟାଇହାଲାର୍ହା ଗସ୍ତ କରିଥିଲେ, ଓ ଏହାପରେ ତାଙ୍କ ନାମ "ଡାଲିବୁଙ୍ଗା" ହୋଇଥିଲା ।<ref>{{harvnb|Mandela|1994|pp=36–42}}; {{harvnb|Sampson|2011|p=14}}; {{harvnb|Smith|2010|pp=29–31}}.</ref>
 
===କ୍ଲାର୍କବରୀ,ହିଲ୍ଡଟାଉନ ଓ ଫୋର୍ଟ ହାରେ: ୧୯୩୬-୧୯୪୦===
[[File:Young Mandela.jpg|thumb|right|upright|ମଣ୍ଡେଲା,୧୯୩୭]]
Line ୮୩ ⟶ ୮୭:
 
ଫେବ୍ରୁଆରୀ ୧୯୬୨ରେ [[ଇଥିଓପିଆ]]ର ଆଦ୍ଦିସ ଆବାବାରେ ହେବାକୁ ଥିବା ପ୍ୟାନ-ଆଫ୍ରିକାନ ଫ୍ରିଡ଼ମ ମୁଭମେଣ୍ଟ ଫର ଇଷ୍ଟ, ସେଣ୍ଟ୍ରାଲ ଏଣ୍ଡ ସଦର୍ଣ୍ଣ ଆଫ୍ରିକା ସମାବେଶରେ ଯୋଗ ଦେବାକୁ ଜାତୀୟ କଂଗ୍ରେସ ମଣ୍ଡେଲାଙ୍କୁ ମନୋନୀତ କରିଥିଲା ।<ref>{{harvnb|Mandela|1994|pp=418–425}}; {{harvnb|Sampson|2011|pp=160–162}}; {{harvnb|Smith|2010|pp=251–254}}.</ref> ସେ ସେଠାକୁ ଗୋପନରେ ଯାଇ ସମ୍ରାଟ ହାଇଲେ ସେଲାସି-୧ଙ୍କୁ ଭେଟି ତାଙ୍କ ପରେ ନିଜ ଭାଷଣ ଦେଇଥିଲେ ।<ref>{{harvnb|Mandela|1994|pp=427–432}}; {{harvnb|Sampson|2011|pp=163–165}}; {{harvnb|Smith|2010|pp=255–256}}.</ref> ସମାବେଶ ପରେ ସେ କାଇରୋ, [[ଇଜିପ୍ଟ]] ଯାତ୍ରା କରିଥିଲେ ଓ ତତକାଳୀନ ରାଷ୍ଟ୍ରପତି ଗମାଲ ଅବ୍ଦେଲ ନାସେରଙ୍କୁ ପ୍ରସଂଶା କରିଥିଲେ; ଏହା ପରେ ଟ୍ୟୁନିସିଆର ଟ୍ୟୁନିସ ଯାତ୍ରା କରି ସେଠାରେ ରାଷ୍ଟ୍ରପତି ହବିବ ବୌରଗୁଇବାଙ୍କୁ ଭେଟି ଅସ୍ତ୍ରଶସ୍ତ୍ର ପାଇଁ ୫୦୦୦ ପାଉଣ୍ଡର ଆର୍ଥିକ ସହାୟତା ପାଇଥିଲେ । ଏହା ପରେ ମରୋକ୍କୋ, ମାଲି, ଗୁଏନିଆ, ସିଏରା ଲିଓନ, ଲିବେରିଆ ଓ ସେନେଗାଲ ଗସ୍ତ କରିଥିଲେ ଏବଂ ଲିବେରିଆର ରାଷ୍ଟ୍ରପତି ୱିଲିଅମ ଟ୍ୟୁବମ୍ୟାନ,ଗୁଏନିଆର ରାଷ୍ଟ୍ରପତି ଅହମଦ ସେକୌ ଟୌରେଙ୍କ ଠାରୁ ଆର୍ଥିକ ସହାୟତା ପାଇଥିଲେ ।<ref>{{harvnb|Mandela|1994|pp=432–440}}; {{harvnb|Sampson|2011|pp=165–167}}; {{harvnb|Smith|2010|pp=256–259}}.</ref> ଆଫ୍ରିକା ଛାଡ଼ି ସେ ଲଣ୍ଡନ ଯାଇ ଅଣ-ଅପାର୍ଥିଡ଼ କାର୍ଯ୍ୟକର୍ତ୍ତା,ଗଣମାଧ୍ୟମର କାର୍ଯ୍ୟକର୍ତ୍ତା ତଥା ଅନ୍ୟ ବାମପନ୍ଥୀ ନେତାଙ୍କ ସହ ଭେଟ ହୋଇଥିଲେ ।<ref>{{harvnb|Mandela|1994|pp=441–443}}; {{harvnb|Sampson|2011|pp=167–169}}; {{harvnb|Smith|2010|pp=259–261}}.</ref> ଇଥିଓପିଆକୁ ଫେରିବା ପରେ ସ୍ୱତନ୍ତ୍ର ଭାବେ ଛଅ ମାସ ଗରିଲା ଯୁଦ୍ଧ କୌଶଳ ଶିଖିବାକୁ ଚାହିଁଥିଲେ ମଧ୍ୟ ଦୁଇ ମାସ ପରେ ଦକ୍ଷିଣ ଆଫ୍ରିକାରୁ ଡାକରା ଆସିବା ଫଳରେ ଫେରିଯାଇଥିଲେ ।<ref>{{harvnb|Mandela|1994|pp=443–445}}; {{harvnb|Sampson|2011|pp=169–170}}; {{harvnb|Smith|2010|pp=261–262}}.</ref>
 
==କାରାବାସ==
===ଗିରଫ ଓ ରିଭୋନିଆରେ ଚାଲାଣ:୧୯୬୨-୧୯୬୪===
Line ୧୦୨ ⟶ ୧୦୭:
୧୯୬୭ ପରଠାରୁ କାରାଗାରର ଅବସ୍ଥାରେ କିଛି ଉନ୍ନତି ଆସିଥିଲା ଯଦ୍ୱାରା କୃଷ୍ଣକାୟ ବନ୍ଦୀମାନଙ୍କୁ ହାଫପ୍ୟାଣ୍ଟ ବଦଳରେ ଟ୍ରାଉଜର, ଖେଳାଖେଳି କରିବାକୁ ଅନୁମତି, ଏବଂ ଖାଦ୍ୟପେୟରେ ଉନ୍ନତି ଇତ୍ୟାଦି ହୋଇଥିଲା ।<ref>{{harvnb|Sampson|2011|pp=222, 235}}; {{harvnb|Meredith|2010|p=301}}.</ref> ୧୯୬୯ରେ ଗର୍ଡନ ବୁସଙ୍କ ସହାୟତାରେ କାରାଗାରରୁ ଖସିଯିବାକୁ ଏକ ଯୋଜନା ହୋଇଥିଲେ ମଧ୍ୟ, "ସାଉଥ ଆଫ୍ରିକାନ ବ୍ୟୁରୋ ଅଫ ଷ୍ଟେଟ ସିକ୍ୟୁରିଟି"ର ଜଣେ କର୍ମକର୍ତ୍ତାଙ୍କଠାରୁ ଖବର ପାଇଁ ଏହା ମଣ୍ଡେଲା ରଦ୍ଦ କରିଦେଥିଲେ; କାରଣ ସେ ଖସିଯିବା ସମୟରେ ତାଙ୍କୁ ଗୁଳିମାରି ଦିଆଯିବାର ଯୋଜନା ଥିଲା ।<ref>{{harvnb|Sampson|2011|p=231}}.</ref> ୧୯୭୦ରେ କମାଣ୍ଡର ପିଟ ବାଡେନହୋଷ୍ଟ କମାଣ୍ଡିଙ୍ଗ ଅଫିସର ଭାବେ ନିଯୁକ୍ତି ପାଇଥିଲେ । କାରାଗାରେ ବନ୍ଦୀମାନଙ୍କ ବିରୁଦ୍ଧରେ ହେଉଥିବା ଶାରିରୀକ ଓ ମାସସିକ ଅତ୍ୟାଚାର ବଢ଼ିବା ଦେଖି, ବାଡେନହୋଷ୍ଟଙ୍କ ଦ୍ୱାରା ପୁଣି ନିଯୁକ୍ତ ହୋଇଥିବା ବିଚାରପତିଙ୍କ ଆଗରେ ଏହା ବିରୁଦ୍ଧରେ ମଣ୍ଡେଲା ଅଭିଯୋଗ କରିଥିଲେ ।<ref>{{harvnb|Sampson|2011|pp=223–225}}; {{harvnb|Meredith|2010|pp=308–310}}.</ref> ଏହାପରେ କମାଣ୍ଡର ୱିଲି ୱିଲେମସେ ବାଡେନହୋଷ୍ଟଙ୍କ ଯାଗାରେ ନିଯୁକ୍ତି ପାଇଥିଲେ ଓ ମଣ୍ଡେଲାଙ୍କୁ ସହଯୋଗ କରି କାରାଗାରର ଅବସ୍ଥାରେ ଆହୁରି ଉନ୍ନତି ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ ।<ref>{{harvnb|Sampson|2011|pp=226–227}}.</ref> ୧୯୭୫ ସୁଦ୍ଧା ମଣ୍ଡେଲା କ ବିଭାଗ ବନ୍ଦୀକୁ ପଦନ୍ନୋତି ପାଇଯାଇଥିଲେ<ref>{{harvnb|Sampson|2011|p=228}}.</ref>, ଫଳରେ ଅନେକ ଲୋକଙ୍କୁ ଦେଖାସାକ୍ଷାତ କରିପାରିବା ସହ ଅଧିକ ଚିଠିପତ୍ରର ଆଦାନ ପ୍ରଦାନ କରିପାରୁଥିଲେ; ସେହି ସମୟରେ ଅଣ-ଅପାର୍ଥିଡ଼ ଆନ୍ଦୋଳନର ସକ୍ରିୟ କର୍ମକର୍ତ୍ତା ମାଙ୍ଗୋସୁଥୁ ବୁଥେଲେଜି, ଡେସମଣ୍ଡ ଟୁଟୁଙ୍କ ସହିତ ଯୋଗାଯୋଗ କରିଥିଲେ ।<ref>{{harvnb|Sampson|2011|pp=314–315}}.</ref> ସେହିବର୍ଷ ସେ ନିଜର ଆତ୍ମଜୀବନୀ ଲେଖିବା ଆରମ୍ଭ କରିଥିଲେ, ଯାହା ଲଣ୍ଡନକୁ ଚୋରାରେ ଚାଲାଣ ହୋଇଥିଲା ଓ ପ୍ରକାଶିତ ହୋଇନଥିଲା, କିନ୍ତୁ କାରାଗାର ଅଧିକାରୀ ମାନେ କିଛି ପୃଷ୍ଠା ଜବତ କରିନେଇଥିବାରୁ ମଣ୍ଡେଲାଙ୍କୁ ପରବର୍ତ୍ତୀ ୪ ବର୍ଷ ପର୍ଯ୍ୟନ୍ତ ପଢ଼ାପଢ଼ି କରିବାକୁ ସଂପୂର୍ଣ୍ଣ ନିଷେଧାଦେଶ ମିଳିଥିଲା ।<ref>{{harvnb|Sampson|2011|pp=242–243}}; {{harvnb|Meredith|2010|p=317}}.</ref> ଏହି ସମୟରେ ସେ କାରାଗାର ପରିସରେ ବୃକ୍ଷରୋପଣ ଓ ତା’ର ରକ୍ଷଣାବେକ୍ଷଣରେ ମନଦେଇଥିଲେ ଓ ୧୯୮୦ରୁ ପୁଣି ନିଜ ଅସମାପ୍ତ ଆଇନ ଶିକ୍ଷା ଆରମ୍ଭ କରିଥିଲେ ।<ref>{{harvnb|Sampson|2011|pp=285–286}}.</ref>
 
୧୯୬୦ର ଶେଷଭାଗ ପର୍ଯ୍ୟନ୍ତ ଷ୍ଟିଭ ବିକୋ ଓ ବ୍ଲାକ କନସିଅସନେସ ମୁଭମେଣ୍ଟ ପାଇଁ ମଣ୍ଡେଲାଙ୍କ ଯଶ ଲୋକଲୋଚନକୁ ଆସି ପାରିନଥିଲା । ଜାତୀୟ କଂଗ୍ରେସର ଅକ୍ଷମତା ଦେଖି ବ୍ଲାକ କନସିଅସନେସ ମୁଭମେଣ୍ଟ ସାମରିକ ସଂଗ୍ରାମ ପାଇଁ ଆହ୍ୱାନ ଦେଇଥିଲା, କିନ୍ତୁ ପରେ ୧୯୭୬ରେ ସୱେଟୋଙ୍କ ବଢ଼ୁଥିବା ପ୍ରଭାବ ଫଳରେ ଅନେକ ବ୍ଲାକ କନସିଅସନେସ ମୁଭମେଣ୍ଟର ସଦସ୍ୟ ରୋବେନ ଦ୍ୱୀପରେ ବନ୍ଦୀଭାବେ ରଖାଯାଇଥିଲେ ।<ref>{{harvnb|Sampson|2011|pp=259–276}}; {{harvnb|Meredith|2010|pp=324–327}}.</ref> ସେମାନଙ୍କ ରଙ୍ଗଭେଦ ନୀତି ଓ ଅଣ-ଅପାର୍ଥିଡ଼ ବିରୋଧୀ କାର୍ଯ୍ୟକଳାପକୁ ମଣ୍ଡେଲା ସମାଲୋଚନା କରୁଥିଲେ ମଧ୍ୟ ତାଙ୍କ ସହିତ ସଂପର୍କ ବଢ଼ାଇବାକୁ ଆଗ୍ରହୀ ହୋଇଥିଲେ ।<ref>{{harvnb|Sampson|2011|pp=277–283}}; {{harvnb|Meredith|2010|pp=327–328}}.</ref> ଜୁଲାଇ ୧୯୭୮ରେ ନିଜର ୬୦ତମ ଜନ୍ମବାର୍ଷିକୀ ପାଳନ କରିବା ସମୟରେ ମଣ୍ଡେଲାଙ୍କୁ ନୂଆ ଭାବେନୂଆକରି ପ୍ରଥମ ଭାବେ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ମିଳିଥିଲା ।<ref>{{harvnb|Sampson|2011|p=296}}.</ref> ଲେସେଥୋରେ ତାଙ୍କୁ ସମ୍ମାନଜନକ ଡକ୍ଟରେଟ, [[ଭାରତ]] ରେ ୧୯୭୯ରେ ଅନ୍ତର୍ଜାତୀୟ ବୁଝାମଣା ପାଇଁ ଜବାହରଲାଲ ନେହେରୁ ପୁରସ୍କାର, ୧୯୮୧ରେ ଗ୍ଲାସଗୋ, ସ୍କଟଲ୍ୟାଣ୍ଡରେ "ଫ୍ରିଡ଼ମ ଅଫ ଦି ସିଟି" ଆଦି ପୁରସ୍କାର ମିଳିଥିଲା ।<ref>{{harvnb|Sampson|2011|pp=315–316}}.</ref><ref>{{cite web|title=List of the Recipients of the Jawaharlal Nehru Award|url=http://www.iccrindia.net/jnawardlist.html|publisher=ICCR|accessdate=29 June 2013}}</ref><ref>{{cite web|last=Reddy|first=ES|title=Free Nelson Mandela – an account of the Campaign to Free Nelson Mandela and all other Political Prisoners in South Africa|url=http://www.anc.org.za/show.php?id=43|date=July 1988|publisher=ANC|accessdate=29 June 2013|quote=In August 1981, the City of Glasgow awarded the Freedom of the City to Nelson Mandela.}}</ref> ମାର୍ଚ ୧୯୮୦ରେ ପତ୍ରକାର ପର୍ସି କୋବୋଜାଙ୍କ ଦ୍ୱାରା "ଫ୍ରି ମଣ୍ଡେଲା" (ମଣ୍ଡେଲାଙ୍କୁ ଛାଡ଼ କର) ସ୍ଲୋଗାନ ଅନ୍ତର୍ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା, ଫଳରେ ସଂଯୁକ୍ତ ରାଷ୍ଟ୍ରସଂଘର ସୁରକ୍ଷା ପରିଷଦ ତରଫରୁ ମଣ୍ଡେଲାଙ୍କୁ ଛାଡ଼ କରିଦେବାକୁ କୁହାଯାଇଥିଲା ।<ref>{{harvnb|Sampson|2011|pp=319–320}}; {{harvnb|Meredith|2010|pp=338–339}}.</ref> ବୃଦ୍ଧି ପାଉଥିବା ଆନ୍ତର୍ଜାତିକ ଚାପ ସତ୍ତ୍ୱେ, [[ଋଷିଆ]] ବିରୁଦ୍ଧରେ ଚାଲିଥିବା ଶୀତଳ ଯୁଦ୍ଧରେ ଶକ୍ତିଶାଳୀ ସହଯୋଗୀ ଥିବା ସଂଯୁକ୍ତ ରାଜ୍ୟ ଆମେରିକାର ରାଷ୍ଟ୍ରପତି [[ରୋନାଲଡ ରିଗାନ]] ଓ ସଂଯୁକ୍ତ ରାଜ୍ୟଗୋଷ୍ଠୀ(ୟୁନାଇଟେଡ଼ କିଙ୍ଗଡମ)ର ପ୍ରଧାନମନ୍ତ୍ରୀ [[ମାର୍ଗାରେଟ ଥାଚର]] ଉପରେ ବିଶ୍ୱାସ ରଖି, ସରକାର କୌଣସି ପଦକ୍ଷେପ ନେଇ ନଥିଲେ; ମାର୍ଗାରେଟ ଥାଚର ଆଫ୍ରିକୀୟ ଜାତୀୟ କଂଗ୍ରେସର ଅପ୍ରଚାରକୁଅପପ୍ରଚାରକୁ ସମର୍ଥନ କରି ମଣ୍ଡେଲାଙ୍କୁ ଆତଙ୍କବାଦୀରସାମ୍ୟବାଦର ଆତଙ୍କବାଦୀ ଆଖ୍ୟା ଦେଇଥିଲେ ।<ref>{{harvnb|Sampson|2011|p=321}}.</ref>
===ପୋଲ୍ସମୁର କାରାଗାର:୧୯୮୨-୧୯୮୮===
ଏପ୍ରିଲ ୧୯୮୨ରେ ମଣ୍ଡେଲାଙ୍କୁ ବରିଷ୍ଠ ଜାତୀୟ କଂଗ୍ରେସ ନେତା ୱାଲଟର ସିସୁଲୁ, ଆଣ୍ଡ୍ରିଉ ମଲାନଜେନି, ଅହମଦ କାଥ୍ରାଡ଼ା ରେମଣ୍ଡ ମହଲାବାଙ୍କ ସହିତ ଟୋକାଇ, କେପ ଟାଉନରେ ଥିବା ପୋଲ୍ସମୁର କାରାଗାରକୁ ସ୍ଥାନାନ୍ତରିତ କରାଯାଇଥିଲା; ଏହି ବିଶ୍ୱାସରେ ଯେ ଯୁବ ସଂଗ୍ରାମୀ ମାନଙ୍କ ଉପରେ ତାଙ୍କର କମ ପ୍ରଭାବ ରହିବ ।<ref>{{harvnb|Sampson|2011|pp=324–325}}; {{harvnb|Meredith|2010|p=340}}.</ref> ପୋଲ୍ସମୁରରେ ରୋବେନ କାରାଗାର ଅପେକ୍ଷା ଅଧିକା ସୁବିଧାସୁଯୋଗ ଥିବା ସତ୍ତ୍ୱେ ମଣ୍ଡେଲା ରୋବେନର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଝୁରି ହୋଇଥିଲେ ।<ref>{{harvnb|Sampson|2011|pp=324–325}}; {{harvnb|Meredith|2010|pp=346–347}}.</ref> ପୋଲ୍ସମୁରର କମାଣ୍ଡିଙ୍ଗ ଅଫିସର ବ୍ରିଗେଡ଼ିଅର ମୁନରୋଙ୍କ୍ ସହିତ ଭଲ ପଡ଼ିବାରୁ, ମଣ୍ଡେଲାଙ୍କୁ ଛାତ ଉଦ୍ୟାନ<ref>{{harvnb|Sampson|2011|p=326}}; {{harvnb|Meredith|2010|p=347}}.</ref> ତିଆରି କରିବାର ସୁଯୋଗ, ଅଧିକ ପଢ଼ାପଢ଼ି ଓ ବର୍ଷକୁ ୫୨ଟି ଚିଠି ଲେଖିବାର ଅନୁମତି ଦିଆଯାଇଥିଲା ।<ref>{{harvnb|Sampson|2011|pp=329}}.</ref> ତତକାଳୀନ ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ରପତି ପି.ଡବଲ୍ୟୁ. ବୋଥାଙ୍କ ଦ୍ୱାରା ଅଣାଯାଇଥିବା ପରିବର୍ତ୍ତନ ସମୁହର ବିରୋଧ ପାଇଁ ଗଠିତ ହୋଇଥିବା ବହୁ-ବର୍ଣ୍ଣ ସଂଘ "ୟୁନାଇଟେଡ଼ ଡେମୋକ୍ରାଟିକ ଫ୍ରଣ୍ଟ"ର ଆବାହକ ଭାବେ ମଣ୍ଡେଲା ନିଯୁକ୍ତି ପାଇଥିଲେ । ବୋଥାଙ୍କ ନ୍ୟାସନାଲ ପାର୍ଟି ସରକାର ଶ୍ୱେତକାୟ ଓ ଭାରତୀୟ ମାନଙ୍କୁ ନିଜ ସଂସଦର ନିର୍ବାଚନ ପାଇଁ ମତଦାନର ଅଧିକାର ଦେଇଥିଲେ, ଯେଉଁଠାରେ କି କୃଷ୍ଣକାୟ ଆଫ୍ରିକୀୟ ମାନେ ଏଥିରୁ ବଞ୍ଚିତ ହୋଇଥିଲେ; ଏହା ମଣ୍ଡେଲା ଓ ୟୁନାଇଟେଡ଼ ଡେମୋକ୍ରାଟିକ ଫ୍ରଣ୍ଟ ମତ ଅନୁସାରେ ଅଣ-ଅପାର୍ଥିଡ଼ ଆନ୍ଦୋଳନକୁ ରଙ୍ଗଭେଦ ଅନୁସାରେ ବିଭକ୍ତ କରିବାର ଚକ୍ରାନ୍ତ ଥିଲା ।<ref>{{harvnb|Sampson|2011|pp=335–336}}; {{harvnb|Meredith|2010|pp=341–346}}.</ref>
===ଭିକ୍ଟର ଭର୍ଷ୍ଟର କାରାଗାର ଓ ଛାଡ଼:୧୯୮୮-୧୯୯୦===
 
ଦେଶବ୍ୟାପୀ ହିଂସାତ୍ମକ କାର୍ଯ୍ୟକଳାପ ବଢ଼ିଚାଲିଥିଲା ଓ ଗୃହଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଥିଲା । ଅନ୍ତର୍ଜାତୀୟ ଚାପ ପାଇଁ ବିଦେଶୀ ବ୍ୟାଙ୍କ ମାନେ ଦକ୍ଷିଣ ଆଫ୍ରିକାରେ ନିବେଶ କରିବା ବନ୍ଦ କରିଦେଲେ, ଫଳରେ ଅଥନୈତିକ ଅଚଳାବସ୍ଥା ସୃଷ୍ଟି ହେଲା । ଥାଚର ଓ ବ୍ୟାଙ୍କମାନଙ୍କ ତରଫରୁ ମଣ୍ଡେଲାଙ୍କୁ ଛାଡ଼କରିବା ପାଇଁ ବୋଥାଙ୍କୁ ପରାମର୍ଶ ଦିଆଯାଇଥିଲା, ଯେଉଁ ସମୟରେ ମଣ୍ଡେଲା ଆନ୍ତର୍ଜାତିକ ଖ୍ୟାତିର ଶୀର୍ଷରେ ଥିଲେ; ଯାହା ଫଳରେ ହିଂସା ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିଥାନ୍ତା ।<ref>{{harvnb|Sampson|2011|pp=338–342}}; {{harvnb|Meredith|2010|pp=249–256}}.</ref> ଯଦିଓ ବୋଥା ମଣ୍ଡେଲାଙ୍କୁ ଏକ ସଙ୍କଟକାରୀ "ଆର୍ଚ-ମାର୍କସିଷ୍ଟ"<ref>{{harvnb|Meredith|2010|p=340}}.</ref> ମନେକରୁଥିଲେ, ଫେବ୍ରୁଆରୀ ୧୯୮୫ରେ ତାଙ୍କୁ ସର୍ତ୍ତମୂଳକ ଭାବେ କାରାଗାରରୁ ଛାଡ଼ିବାକୁ ରାଜି ହେଲେ ଓ ସର୍ତ୍ତ ଥିଲା - ନିଃସର୍ତ୍ତମୂଳକ ଭାବେ ହିଂସାକୁ ରାଜନୈତିକ ଅସ୍ତ୍ର ଭାବେ ତ୍ୟାଗ କରିବାକୁ ହେବ । ମଣ୍ଡେଲା ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ନିଜ ଝିଅ ଜିଣ୍ଡିଙ୍କ ମାଧ୍ୟମରେ ଏହା ଜଣାଇଥିଲେ - ଜନସାଧାରଣଙ୍କ ଜାତୀୟ କଂଗ୍ରେସ ନିଷେଧାଦେଶରେ ଥିବା ସମୟରେ ସେ କିପରି ଭାବେ ସ୍ୱାଧୀନତା ପାଇ ପାରିବେ ? କେବଳ ସ୍ୱତନ୍ତ୍ର ବ୍ୟକ୍ତିମାନେ ବୁଝାମଣା କରିପାରନ୍ତି । ବନ୍ଦୀମାନଙ୍କର ଚୁକ୍ତି କରିବାର କୌଣସି ଅଧିକାର ନାହିଁ ।<ref>{{harvnb|Sampson|2011|pp=330–332}}; {{harvnb|Meredith|2010|pp=351–352}}; {{cite web|url=http://www.anc.org.za/ancdocs/history/mandela/64-90/jabulani.html|title=Mandela's response to being offered freedom|publisher=ANC|accessdate=28 October 2008 |archiveurl = http://web.archive.org/web/20080622004124/http://www.anc.org.za/ancdocs/history/mandela/64-90/jabulani.html <!-- Bot retrieved archive --> |archivedate = 22 June 2008}}</ref>
 
କାରାଗାରର ତଳ ମହଲାକୁ ସ୍ଥାନାନ୍ତରିତ ହେବା ପୂର୍ବରୁ ୧୯୮୫ରେ ମଣ୍ଡେଲାଙ୍କର ଏକ ଅସ୍ତ୍ରୋପଚାର ହୋଇଥିଲା ।<ref>{{harvnb|Sampson|2011|pp=343–345}}; {{harvnb|Meredith|2010|p=358}}.</ref> ପରେ ସାତ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ଗଠିତ ଏକ ଦଳ ମଣ୍ଡେଲାଙ୍କ ସହ ବୁଝାମଣା କରିଥିଲେ ମଧ୍ୟ ବୋଥାଙ୍କ ସରକାର କୌଣସି ପ୍ରକାର ସହଯୋଗ ନ କରି ଜୁନ ମାସରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲା । ତେଣୁ ଅଣ-ଅପାର୍ଥିଡ଼ ଆନ୍ଦୋଳନ ବହୁ ଜୋରରେ ତେଜି ଉଠି, ଜାତୀୟ କଂଗ୍ରେସ ୧୯୮୬ରେ ରେ ୨୩୧ଟି ଓ ୧୯୮୭ରେ ୨୩୫ଟି ଆକ୍ରମଣ କରିଥିଲା । ସୈନ୍ୟବାହିନୀ ଓ ଉଗ୍ରବାଦୀଙ୍କ ଅର୍ଦ୍ଧ-ସାମରିକ ବାହିନୀ ସହାୟତାରେ ସରକାର ଗୋପନରେ ଜୁଲୁ ସଂଗ୍ରାମ ଇଙ୍କାଥାକୁ ସାହାଯ୍ୟ ଦେଇ ଜାତୀୟ କଂଗ୍ରେସର ସଦସ୍ୟଙ୍କ ଉପରେ ଆକ୍ରମଣ କରି ହିଂସାତ୍ମକ କାର୍ଯ୍ୟକଳାପକୁ ଆହୁରି ବଢ଼ାଇ ଦେଇଥିଲେ ।<ref>{{harvnb|Sampson|2011|pp=347–355}}; {{harvnb|Meredith|2010|pp=359–360}}.</ref> ମଣ୍ଡେଲା ବୋଥାଙ୍କ ସହିତ କଥାବାର୍ତ୍ତା କରିବାକୁ ଅନୁରୋଧ କରିଥିଲେ ମଧ୍ୟ ବୋଥା ମନା କରିଦେଇଥିଲେ ଓ ମଣ୍ଡେଲା ଗୋପନରେ ଆଇନ ମନ୍ତ୍ରୀ କୋବୋ କୋଏଷ୍ଟିଙ୍କୁ ୧୯୮୭ରେ ଭେଟିଥିଲେ ଏବଂ ପରବର୍ତ୍ତୀ ୩ ବର୍ଷ ମଧ୍ୟରେ ୧୧ଥର ଦେଖାସାକ୍ଷାତ ହୋଇଥିଲା । ମେ ୧୯୮୮ରେ କୋଏଷ୍ଟିଙ୍କ ଉଦ୍ୟମରେ ୪ ଜଣ ସରକାରୀ ଅଧିକାରୀ ଏବଂ ମଣ୍ଡେଲାଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା ଏବଂ ସରକାର ଏହି ସର୍ତ୍ତରେ ରାଜି ହେଲେଯେ - ଯଦି ଜାତୀୟ କଂଗ୍ରେସ କମ୍ୟୁନିଷ୍ଟ ଦଳରୁ ବିଚ୍ଛିନ୍ନ ହୋଇ ହିଂସାତ୍ମକ କାର୍ଯ୍ୟକଳାପ ସଂପୂର୍ଣ୍ଣ ରୂପେ ବନ୍ଦ କରିବ, ତେବେ ସମସ୍ତ ରାଜନୈତିକ ବନ୍ଦୀଙ୍କୁ ମୁକ୍ତ କରାଯିବ ଓ ଜାତୀୟ କଂଗ୍ରେସ ବୈଧ ହେବ । କିନ୍ତୁ ମଣ୍ଡେଲା ଏହି ସର୍ତ୍ତଗୁଡ଼ିକରେ ରାଜି ନ ହୋଇ କହିଲେ; ଯେ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଆକ୍ରମଣ ସଂପୂର୍ଣ୍ଣ ବନ୍ଦ ନ ହୋଇଛି ଜାତୀୟ କଂଗ୍ରେସର ସଶସ୍ତ୍ର ସଂଗ୍ରାମ ବନ୍ଦ ହେବନାହିଁ ।<ref>{{harvnb|Sampson|2011|pp=363–378}}; {{harvnb|Meredith|2010|pp=362–368}}.</ref>
 
ଜୁଲାଇ ୧୯୮୮ରେ ମଣ୍ଡେଲାଙ୍କ ୭୦ତମ ଜନ୍ମ ଦିବସଟି ବିଶେଷ ଆନ୍ତର୍ଜାତିକ ଦୃଷ୍ଟି ଆକର୍ଷଣ କରିଥିଲା, କାରଣ ବ୍ରିଟିଶ ବ୍ରୋଡକାଷ୍ଟିଙ୍ଗ କର୍ପୋରେସନ(ବି.ବି.ସି.) ଦ୍ୱାରା ଲଣ୍ଡନର ୱେମ୍ବଲେ ଷ୍ଟାଡ଼ିୟମଠାରେ "ନେଲସନ ମଣ୍ଡେଲା ୭୦ତମ ଜନ୍ମଦିବସ ଶ୍ରଦ୍ଧାଞ୍ଜଳି" ସଙ୍ଗୀତ ସମାରୋହ ଆରମ୍ଭ ହୋଇଥିଲା ।<ref>{{harvnb|Sampson|2011|p=368}}; {{cite web |url=http://www.anc.org.za/ancdocs/history/mandela/awards/wembley88.html |title=The Mandela Concert, Wembley 1988 |last=Ketchum |first=Mike |publisher=African National Congress |accessdate=23 December 2008 |archiveurl = http://web.archive.org/web/20080709063908/http://www.anc.org.za/ancdocs/history/mandela/awards/wembley88.html <!-- Bot retrieved archive --> |archivedate = 9 July 2008}}</ref> ସମଗ୍ର ବିଶ୍ୱରେ ସେ ଜଣେ ରାଷ୍ଟ୍ରନାୟକ ଭାବେ ପରିଚିତ ହେଉଥିବା ସମୟରେ, ଜାତୀୟ କଂଗ୍ରେସ ମଧ୍ୟରେ ବ୍ୟକ୍ତିଗତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । କଂଗ୍ରେସ ନେତାମାନେ ମଣ୍ଡେଲାଙ୍କ୍ ଏହା ଜଣାଇଥିଲେ ଯେ - ୱିନି "ମଣ୍ଡେଲା ୟୁନାଇଟେଡ଼ ଫୁଟବଲ କ୍ଲବ" ନାମକ ଏକ ଅପରାଧୀ ସଂସ୍ଥାର ମୁଖ୍ୟ ହୋଇଯାଇଛନ୍ତି ଏବଂ ସୋୱେଟୋରେ ବିରୋଧୀମାନଙ୍କୁ ଶିଶୁମାନଙ୍କ ସହିତ ନିର୍ଯ୍ୟାତନା ଦେଇ ମାରି ଦେଉଛନ୍ତି । କିଛି ଲୋକ ଛାଡ଼ପତ୍ର ଦେବାକୁ ପରାମର୍ଶ ଦେଇଥିଲେ ମଧ୍ୟ, ମଣ୍ଡେଲା ନିଷ୍ପତି ନେଇଥିଲେ ଯେ ବିଚାରାଳୟରେ ୱିନି ଦୋଷୀ ସାବ୍ୟସ୍ତ ନ ହେବା ଯାଏଁ ସେ ସ୍ତ୍ରୀଙ୍କ ପ୍ରତି ବିଶ୍ୱସ୍ତ ରହିବେ ।<ref>{{harvnb|Sampson|2011|pp=373–380}}; {{harvnb|Meredith|2010|pp=371–383}}.</ref>
===ଭିକ୍ଟର ଭର୍ଷ୍ଟର କାରାଗାର ଓ ଛାଡ଼ମୁକ୍ତି:୧୯୮୮-୧୯୯୦===
[[File:Soviet Union stamp 1988 CPA 5971.jpg|thumb|upright|୧୯୮୮ରେ ସୋଭିଏତ ସଂଘ ପକ୍ଷରୁ ମଣ୍ଡେଲାଙ୍କ ସମ୍ମାନରେ ଷ୍ଟାମ୍ପ]]
ଓଦା ପ୍ରକୋଷ୍ଠରେ ରହୁଥିବା ହେତୁ [[ଯକ୍ଷ୍ମା]] ରେ ପିଡ଼ୀତ ହୋଇ ଭଲ ହେବାପରେ ଡିସେମ୍ବର ୧୯୮୮ରେ ମଣ୍ଡେଲାଙ୍କୁ ପାର୍ଲ ନିକଟସ୍ଥ ଭିକ୍ଟର ଭର୍ଷ୍ଟର କାରାଗାରକୁ ବଦଳି କରିଦିଆଯାଇଥିଲା ।<ref>{{harvnb|Sampson|2011|pp=369–370}}; {{harvnb|Meredith|2010|p=369}}.</ref> ଏଠାରେ ବ୍ୟକ୍ତିଗତ ରୋଷେଇଆ ସହିତ ଅଧିକ ସ୍ୱାଛନ୍ଦରେ ରହିବାର ସୁବିଧା ଥିଲା, ଫଳରେ ମଣ୍ଡେଲା ନିଜ ସମୟକୁ ଆଇନରେ ସ୍ନାତକ ଶିକ୍ଷା ସମାପ୍ତ କରିବାରେ ଲଗାଇଦେଇଥିଲେ ।<ref>{{harvnb|Sampson|2011|p=381}}; {{harvnb|Meredith|2010|pp=369–370}}.</ref> ଅଧିକ ବ୍ୟକ୍ତିଙ୍କ ସହିତ ଦେଖାକରିବାର ସୁଯୋଗ ଥିବାରୁ ସେ ପରଦେଶରେ ଥିବା ଜାତୀୟ କଂଗ୍ରେସ ନେତା ଅଲିଭର ଟାମ୍ବୋଙ୍କ ସହିତ ଗୋପନ ସଂପର୍କ ସ୍ଥାପନ କରିବାରେ ସମର୍ଥ ହୋଇଥିଲେ ।<ref>{{harvnb|Sampson|2011|pp=384–385, 392–393}}; {{cite news |url=http://www.nytimes.com/1988/12/08/world/mandela-moved-to-house-at-prison-farm.html |title=Mandela Moved to House at Prison Farm |author=Christopher S. Wren |date=8 December 1988 |work=The New York Times |accessdate=13 February 2013 |archivedate=13 February 2013 |archiveurl=http://www.webcitation.org/6EQXYZIzp |deadurl=no}}</ref> ୧୯୮୯ରେ ବୋଥାଙ୍କୁ ହୃଦାଘାତ ହେବାଦ୍ୱାରା ସେ ନ୍ୟାସନାଲ ପାର୍ଟିର ନେତୃତ୍ୱରୁ ଓହରି ଯାଇଥିଲେ ଓ ଏଫ.ଡବଲ୍ୟୁ. ଦେ କ୍ଲାର୍କ ତାଙ୍କ ସ୍ଥାନରେ ନିଯୁକ୍ତ ହେଲେ ।<ref>{{harvnb|Sampson|2011|p=386}}; {{harvnb|Meredith|2010|p=388}}.</ref> ଆଶ୍ଚର୍ଯ୍ୟଜନକ ଭାବେ ବୋଥା ମଣ୍ଡେଲାଙ୍କୁ ଜୁଲାଇ ୧୯୮୯ରେ ଏକ ଚା ପାନ ପାଇଁ ନିମନ୍ତ୍ରଣ ଦେଇଥିଲେ ।<ref>{{harvnb|Sampson|2011|pp=390–392}}; {{harvnb|Meredith|2010|pp=387–388}}.</ref> ଏହାର ୬ ସପ୍ତାହ ପରେ ଦେ କ୍ଲାର୍କ ରାଷ୍ଟ୍ରପତି ପଦଭାର ଗ୍ରହଣ କଲେ, ଏବଂ ସେ ବିଶ୍ୱାସ କରୁଥିଲେ ଯେ ଅପାର୍ଥିଡ଼ର ସ୍ଥିତି ଅମୂଳକ ଓ ମଣ୍ଡେଲାଙ୍କ ବ୍ୟତୀତ ଅନ୍ୟ ସମସ୍ତ ଜାତୀୟ କଂଗ୍ରେସ ନେତାଙ୍କୁ ମୁକ୍ତ କରିଦେଇଥିଲେ ।<ref>{{harvnb|Sampson|2011|pp=392–397}}.</ref> ନଭେମ୍ବର ୧୯୮୯ରେ "ବର୍ଲିନ ୱାଲ"ର ପତନ ହେବା ପରେ ଦେ କ୍ଲାର୍କ କ୍ୟାବିନେଟ ବୈଠକ ଡାକି ଜାତୀୟ କଂଗ୍ରେସକୁ ବୈଧ ଘୋଷଣା କରିବା ଓ ମଣ୍ଡେଲାଙ୍କ ମୁକ୍ତି ସଂପର୍କରେ ଆଲୋଚନା କରିଥିଲେ । କିଛିଜଣ ଏହାର ଦୃଢ଼ ବିରୋଧ କରିବା ସତ୍ତ୍ୱେ ଦେ କ୍ଲାର୍କ ଡିସେମ୍ବର ମାସରେ ମଣ୍ଡେଲାଙ୍କୁ ଭେଟି ପରିସ୍ଥିତି ସଂପର୍କରେ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ; ଏବଂ ଶେଷରେ ମଣ୍ଡେଲାଙ୍କୁ ନିଃସର୍ତ୍ତମୂଳକ ଭାବେ ସଂପୂର୍ଣ୍ଣ ମୁକ୍ତି ମିଳିବା ପୂର୍ବରୁ ୨ ଫେବ୍ରୁଆରୀ ୧୯୯୦ରେ ନିଷିଦ୍ଧ ଘୋଷିତ ହୋଇଥିବା ସମସ୍ତ ରାଜନୈତିକ ଦଳକୁ ପୁଣି ଥରେ ମାନ୍ୟତା ଦିଆଯାଇଥିଲା ।<ref>{{harvnb|Sampson|2011|pp=399–402}}; {{harvnb|Meredith|2010|pp=369–397}}; {{cite news|url=http://news.bbc.co.uk/onthisday/hi/dates/stories/february/11/newsid_2539000/2539947.stm|title=1990: Freedom for Nelson Mandela|date=11 February 1990|publisher=BBC |accessdate=28 October 2008|archivedate=26 February 2013 |archiveurl=http://www.webcitation.org/6EilzLNPU |deadurl=no}}</ref> ସରକାରଙ୍କ ପକ୍ଷରୁ ମଣ୍ଡେଲା ଓ ଦେ କ୍ଲାର୍କଙ୍କ କେପ ଟାଉନରେ ହୋଇଥିବା ମିଳନର ଏକ ଛବି ସର୍ବସାଧାରଣରେ ପ୍ରକାଶିତ କରାଯାଇଥିଲା, ଯାହାକି ୨୦ ବର୍ଷ ମଧ୍ୟରେ ମଣ୍ଡେଲାଙ୍କ ପ୍ରଥମ ପ୍ରକାଶିତ ଛବି ଥିଲା ।<ref>{{cite news|last=Burns|first=John F.|title=South Africa's new era; Mandela to go free today; De Klerk proclaims ending of 'chapter' after 27 years|url=http://www.nytimes.com/1990/02/11/world/south-africa-s-new-era-mandela-go-free-today-de-klerk-proclaims-ending-chapter.html|accessdate=30 June 2013|newspaper=The New York Times|date=11 February 1990|quote=ordinary South Africans have not heard his voice in a generation. Until tonight, when the Government released a photograph of him meeting on Friday with Mr. de Klerk, they had not even seen what Mr. Mandela looked like since the last published photograph was taken in a prison garden in 1968.}}</ref><ref>{{cite news|last=Kraft|first=Scott|title=S. Africa to Free Black Leader Mandela Today : Apartheid: Activist has been in prison for 27 years. De Klerk's action is the latest step to lure black anti-apartheid leaders to the negotiating table.|url=http://articles.latimes.com/1990-02-11/news/mn-1023_1_south-africa|accessdate=30 June 2013|newspaper=Los Angeles Times|date=11 February 1990|quote=The government also released the first photograph of Mandela in 27 years. It showed a smiling, trim Mandela, dressed in a gray suit, standing beside De Klerk in the presidential offices in Cape Town.}}</ref><ref>{{cite web|title=FW de Klerk & Nelson Mandela – first meeting 1990|url=http://www.fwdeklerk.org/cause_data/images/2137/FW_de_Klerk_&_Nelson_Mandela_-_first_meeting_1990.jpg|publisher=FW de Klerk Foundation|accessdate=30 June 2013}}</ref>
 
ଅନ୍ତରେ ୧୧ ଫେବ୍ରୁଆରୀ ୧୯୯୦ରେ ମଣ୍ଡେଲାଙ୍କୁ କାରାବାସରୁ ମୁକ୍ତ କରାଯାଇଥିଲା ଓ ଭିକ୍ଟର ଭର୍ଷ୍ଟରରୁ ଯିବା ସମୟରେ, ମଣ୍ଡେଲା ୱିନିଙ୍କ ହାତ ଧରି ଗଣମାଧ୍ୟମ ଓ ସର୍ବସାଧାରଣକୁ ଦେଖା କରିଥିଲେ, ଏବଂ ଏହା ସମଗ୍ର ବିଶ୍ୱରେ ସିଧା ପ୍ରସାରଣ ହୋଇଥିଲା ।<ref>{{harvnb|Sampson|2011|p=407}}; {{harvnb|Meredith|2010|pp=399–402}}; {{cite news|url=http://century.guardian.co.uk/1990-1999/Story/0,,112389,00.html|title=Mandela free after 27 years|last= Ormond|first=Roger |date=12 February 1990|work=The Guardian|accessdate=28 October 2008 | location=London|archivedate=26 February 2013 |archiveurl=http://www.webcitation.org/6EilzkcH7 |deadurl=no}}</ref> ସର୍ବସାଧାରଣଙ୍କ ଗହଣରେ ମଣ୍ଡେଲା କେପ ଟାଉନର ସିଟି ହଲ ପହଞ୍ଚି ଥିଲେ, ଏବଂ ସେଠାରେ ନିଜ ଅଭିଭାଷଣରେ ଶାନ୍ତି ରକ୍ଷା କରିବାକୁ ପ୍ରତିଶ୍ରୁତି ଦେବା ସହ ଶ୍ୱେତକାୟଙ୍କ ସହିତ ବୁଝାମଣା କରିବାକୁ କହିଥିଲେ; ଏହା ସହିତ କହିଥିଲେ ଯେ - ଜାତୀୟ କଂଗ୍ରେସର ଅସ୍ତ୍ର ସଂଗ୍ରାମ ଶେଷ ହୋଇନାହିଁ, କିନ୍ତୁ ହିଂସାତ୍ମକ ଅପାର୍ଥିଡ଼ ବିରୁଦ୍ଧରେ ଏହା ଏକ ରକ୍ଷଣାତ୍ମକ ଅସ୍ତ୍ର ଭାବେ କାର୍ଯ୍ୟ କରିବ । ଆହୁରି ମଧ୍ୟ ସେ ଆଶାବ୍ୟକ୍ତ କରିଥିଲେ ଯେ ସରକାର ବୁଝାମଣାରେ ରାଜି ହୋଇଗଲେ, ଆଇ ଅସ୍ତ୍ର ସଂଗ୍ରାମର ଆବଶ୍ୟକତା ରହିବ ନାହିଁ, ଏବଂ ମଣ୍ଡେଲାଙ୍କ ମୁଖ୍ୟ ଉଦ୍ଦେଶ୍ୟ କୃଷ୍ଣକାୟ ସମାଜରେ ଶାନ୍ତି ପ୍ରତିଷ୍ଠା ସହିତ ତାଙ୍କ ପାଇଁ ଆଞ୍ଚଳିକ ଓ ଜାତୀୟ ସ୍ତରରେ ମତଦାନର ଅଧିକାର ପାଇଁ ଲଢ଼ିବା ।<ref>{{harvnb|Sampson|2011|pp=408–409}}; {{harvnb|Meredith|2010|pp=400–402}}; The text of Mandela's speech can be found at {{cite web|url=http://www.anc.org.za/ancdocs/history/mandela/1990/release.html|title=Nelson Mandela's address to Rally in Cape Town on his Release from Prison|date=11 February 1990|publisher=ANC|accessdate=28 October 2008 |archiveurl = http://web.archive.org/web/20080728021713/http://www.anc.org.za/ancdocs/history/mandela/1990/release.html <!-- Bot retrieved archive --> |archivedate = 28 July 2008}}</ref> ଡେସମଣ୍ଡ ଟୁଟୁଙ୍କ ଘରେ ରହିବା ସମୟରେ ପରବର୍ତ୍ତୀ ଦିନ ଗୁଡ଼ିକରେ ମଣ୍ଡେଲା ବନ୍ଧୁବାନ୍ଧବ, ସାମାଜିକ କାର୍ଯ୍ୟକର୍ତ୍ତା ଓ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଭେଟିଥିଲେ; ଏବଂ ଜୋହାନ୍ସବର୍ଗର "ସକ୍କର ସିଟି"ରେ ୧,୦୦,୦୦୦ ଲୋକଙ୍କୁ ଉଦବୋଧନ ଦେଇଥିଲେ ।<ref>{{harvnb|Sampson|2011|pp=409–410}}; {{harvnb|Meredith|2010|pp=403–405}}.</ref>
 
==ଅପାର୍ଥିଡ଼ର ଅନ୍ତ==
===ପ୍ରାରମ୍ଭିକ ବୁଝାମଣା:୧୯୯୦-୧୯୯୧===
===କୋଡ଼େସା(CODESA)କଥାବାର୍ତ୍ତା:୧୯୯୧-୧୯୯୨===
===ସାଧାରଣ ନିର୍ବାଚନ:୧୯୯୪===
 
==ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତିତ୍ୱ:୧୯୯୪-୧୯୯୯==
===ଜାତୀୟ ବୁଝାମଣା===
===ଘରୋଇ ଉନ୍ନୟନ ଯୋଜନା===
===ବୈଦେଶିକ ବ୍ୟାପାର===
===ରାଜନୀତିରୁ ଅବସର===
 
==ଅବସର==
===ସାମାଜିକ କାର୍ଯ୍ୟକଳାପ:୧୯୯୯-୨୦୦୪===
===ସଂପୂର୍ଣ୍ଣ ଅବସର:୨୦୦୪-ବର୍ତ୍ତମାନ===
====ସ୍ୱାସ୍ଥ୍ୟ ଅବସ୍ଥା====
 
==ବ୍ୟକ୍ତିଗତ ଓ ସାମାଜିକ ଜୀବନ==
===ଭାବମୂର୍ତ୍ତି===
===ରାଜନୈତିକ ଚିନ୍ତାଧାରା===
===ପରିବାର===
 
==ପ୍ରଭାବ==
===ସମ୍ମାନ ଓ ସ୍ମୃତି ସ୍ମାରକୀ===
===କଳାକାରଙ୍କ ଶ୍ରଦ୍ଧାଞ୍ଜଳି===
===ଚଳଚ୍ଚିତ୍ର ଓ ଦୂରଦର୍ଶନ===
 
==ଆଧାର==
{{ଆଧାର|2}}