"ନେଲସନ ମଣ୍ଡେଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

(କଂଗ୍ରେସ ଅଫ ଦି ପିପୁଲ ଓ ଦେଶଦ୍ରୋହ ଅଭିଯୋଗ:୧୯୫୫-୧୯୬୧)
 
 
===ଉମଖୋଂତ ୱେ ସିଜୱେ ଏବଂ ଆଫ୍ରିକା ଗସ୍ତ:୧୯୬୧-୧୯୬୨===
୨୯ ମେ’ରେ ହେବାକୁ ଥିବା ପ୍ରତିରୋଧ ପାଇଁ ମଣ୍ଡେଲା ସାରା ଦେଶ ଅଜ୍ଞାତ ରୂପେ ଗସ୍ତ କରିଥିଲେ ଓ ପୋଲିସ ତାଙ୍କ ବିରୁଦ୍ଧରେ ୱାରାଣ୍ଟ ଜାରୀ କରିଥିଲା ।<ref>{{harvnb|Mandela|1994|pp=283–287}}; {{harvnb|Sampson|2011|pp=144–146, 154}}; {{harvnb|Smith|2010|pp=186–188, 193}}.</ref> ମଣ୍ଡେଲା ଅନ୍ୟ ସମ୍ୱାଦଦାତାଙ୍କ ସହିତ ଗୋପନରେ ସାକ୍ଷାତ କରି ଏହା ଜଣେଇଦେଇଥିଲେ ଯେ ପ୍ୟାନ-ଆଫ୍ରିକାନ-କଂଗ୍ରେସର ପୋକୋ ଗୋଠସହ ମିଶି ଅଣ-ଅପାର୍ଥିଡ଼ ମାନେ ଏକ ବଡ଼ ବିପ୍ଳବ କରିବେ ।<ref>{{harvnb|Mandela|1994|pp=289–291}}; {{harvnb|Sampson|2011|pp=147–149}}; {{harvnb|Smith|2010|pp=188–189}}.</ref> ସେ ଅହୁରି ମଧ୍ୟ ବିଶ୍ୱାସ କରୁଥିଲେ ଯେ ଜାତୀୟ କଂଗ୍ରେସ ଏକ ସଶସ୍ତ୍ର ବାହିନୀ ଗଠନ କରିବା ଉଚିତ ଏବଂ ଅହିଂସାରେ ବିଶ୍ୱାସ ରଖୁଥିବା ଜାତୀୟ କଂଗ୍ରେସ ନେତା ଆଲବର୍ଟ ଲୁଥୁଲିଙ୍କୁ ମନାଇବାରେ ସଫଳ ହୋଇଥିଲେ ।<ref>{{harvnb|Mandela|1994|pp=393–396}}; {{harvnb|Sampson|2011|pp=150–151}}; {{harvnb|Smith|2010|pp=206–210}}.</ref>
 
[[କ୍ୟୁବା]]ର [[ଫିଡ଼େଲ କାଷ୍ଟ୍ରୋ]]ଙ୍କ "୨୬ ଜୁଲାଇ ବିପ୍ଳବ"ରେ ଅନୁପ୍ରାଣିତ ହୋଇ ୧୯୬୧ରେ ମଣ୍ଡେଲା, ସିସୁଲୁ ଏବଂ ଜୋଏ ସ୍ଲୋଭୋଙ୍କ ସହ "ଉମଖୋଂତ ୱେ ସିଜୱେ" (ଏମ.କେ.) ଗଠନ କରିଥିଲେ ।<ref>{{harvnb|Mandela|1994|pp=397–398}}; {{harvnb|Sampson|2011|pp=151–154}}; {{harvnb|Smith|2010|pp=209–214}}.</ref> ସଶସ୍ତ୍ରବାହିନୀର ମୁଖ୍ୟ ଅଧିକାରୀ ଭାବେ ସେ ଅନୈତିକ ଭାବେ ମାଓ ଏବଂ [[ଚେ ଗୁଏଭରା]]ଙ୍କ ଗରିଲା ଯୁଦ୍ଧ କୌଶଳ ଶିକ୍ଷା କରିଥିଲେ । ଜାତୀୟ କଂଗ୍ରେସରୁ ବିଛିନ୍ନ ହେବାପରେ ଏମ.କେ. ଏକ ଶକ୍ତିଶାଳୀ ସଶସ୍ତ୍ର ବାହିନୀ ଭାବେ ଉଭା ହେଲା । ପରେ ରେମଣ୍ଡ ମହଲ୍ଲାବା, ସ୍ଲୋଭୋ ଓ ବାର୍ଣ୍ଣେଷ୍ଟାଇନଙ୍କ ସହ ମିଶି ଏମ.କେ.ର ସମ୍ବିଧାନ ପ୍ରଣୟନ କରିଥିଲେ ।<ref>{{harvnb|Mandela|1994|pp=397–409}}; {{harvnb|Sampson|2011|pp=154–156}}; {{harvnb|Smith|2010|pp=191, 222–229}}.</ref> ଛୋଟ ଛୋଟ ଗୋଠରେ କାର୍ଯ୍ୟ କରୁଥିବା ଦଳ ନେଇ ସରକାରୀ ଅଫିସ ଗୃହ, ସାମରିକ ପ୍ରତିଷ୍ଠାନ, ବିଜୁଳି, ଟେଲିଫୋନ ଓ ଗମନାଗମନ ବ୍ୟବସ୍ଥାକୁ ରାତିରେ ବୋମାମାଡ଼ କରି ଅଚଳ କରିଦେବାକୁ ନିର୍ଣ୍ଣୟ ନିଆଯାଇଥିଲା । ସେଥିରେ ଅସଫଳ ହେଲେ ଗରିଲା ଯୁଦ୍ଧ କରିବାକୁ ପରାମର୍ଶ ଦିଆଯାଇଥିଲା ।<ref>{{harvnb|Mandela|1994|pp=411–412}}.</ref> ଜାତୀୟ କଂଗ୍ରେସର ନେତା ଲୁଥୁଲିଙ୍କୁ ନୋବେଲେ ଶାନ୍ତି ସମ୍ମାନ ମିଳିବା ପରେ ପରେ ୧୬ ଡିସେମ୍ବର ୧୯୬୧ରେ ଏମ.କେ. ୫୭ଟି ବୋମାମାଡ଼ ସହ ସର୍ବସାଧାରଣଙ୍କୁ ନିଜର ଅବସ୍ଥିତି ସଂପର୍କରେ ଜଣାଇ ଦେଇଥିଲା ।<ref>{{harvnb|Mandela|1994|pp=413–415}}; {{harvnb|Sampson|2011|pp=158–159}}; {{harvnb|Smith|2010|pp=239–246}}.</ref>
 
ଫେବ୍ରୁଆରୀ ୧୯୬୨ରେ [[ଇଥିଓପିଆ]]ର ଆଦ୍ଦିସ ଆବାବାରେ ହେବାକୁ ଥିବା ପ୍ୟାନ-ଆଫ୍ରିକାନ ଫ୍ରିଡ଼ମ ମୁଭମେଣ୍ଟ ଫର ଇଷ୍ଟ, ସେଣ୍ଟ୍ରାଲ ଏଣ୍ଡ ସଦର୍ଣ୍ଣ ଆଫ୍ରିକା ସମାବେଶରେ ଯୋଗ ଦେବାକୁ ଜାତୀୟ କଂଗ୍ରେସ ମଣ୍ଡେଲାଙ୍କୁ ମନୋନୀତ କରିଥିଲା ।<ref>{{harvnb|Mandela|1994|pp=418–425}}; {{harvnb|Sampson|2011|pp=160–162}}; {{harvnb|Smith|2010|pp=251–254}}.</ref> ସେ ସେଠାକୁ ଗୋପନରେ ଯାଇ ସମ୍ରାଟ ହାଇଲେ ସେଲାସି-୧ଙ୍କୁ ଭେଟି ତାଙ୍କ ପରେ ନିଜ ଭାଷଣ ଦେଇଥିଲେ ।<ref>{{harvnb|Mandela|1994|pp=427–432}}; {{harvnb|Sampson|2011|pp=163–165}}; {{harvnb|Smith|2010|pp=255–256}}.</ref> ସମାବେଶ ପରେ ସେ କାଇରୋ, [[ଇଜିପ୍ଟ]] ଯାତ୍ରା କରିଥିଲେ ଓ ତତକାଳୀନ ରାଷ୍ଟ୍ରପତି ଗମାଲ ଅବ୍ଦେଲ ନାସେରଙ୍କୁ ପ୍ରସଂଶା କରିଥିଲେ; ଏହା ପରେ ଟ୍ୟୁନିସିଆର ଟ୍ୟୁନିସ ଯାତ୍ରା କରି ସେଠାରେ ରାଷ୍ଟ୍ରପତି ହବିବ ବୌରଗୁଇବାଙ୍କୁ ଭେଟି ଅସ୍ତ୍ରଶସ୍ତ୍ର ପାଇଁ ୫୦୦୦ ପାଉଣ୍ଡର ଆର୍ଥିକ ସହାୟତା ପାଇଥିଲେ । ଏହା ପରେ ମରୋକ୍କୋ, ମାଲି, ଗୁଏନିଆ, ସିଏରା ଲିଓନ, ଲିବେରିଆ ଓ ସେନେଗାଲ ଗସ୍ତ କରିଥିଲେ ଏବଂ ଲିବେରିଆର ରାଷ୍ଟ୍ରପତି ୱିଲିଅମ ଟ୍ୟୁବମ୍ୟାନ,ଗୁଏନିଆର ରାଷ୍ଟ୍ରପତି ଅହମଦ ସେକୌ ଟୌରେଙ୍କ ଠାରୁ ଆର୍ଥିକ ସହାୟତା ପାଇଥିଲେ ।<ref>{{harvnb|Mandela|1994|pp=432–440}}; {{harvnb|Sampson|2011|pp=165–167}}; {{harvnb|Smith|2010|pp=256–259}}.</ref> ଆଫ୍ରିକା ଛାଡ଼ି ସେ ଲଣ୍ଡନ ଯାଇ ଅଣ-ଅପାର୍ଥିଡ଼ କାର୍ଯ୍ୟକର୍ତ୍ତା,ଗଣମାଧ୍ୟମର କାର୍ଯ୍ୟକର୍ତ୍ତା ତଥା ଅନ୍ୟ ବାମପନ୍ଥୀ ନେତାଙ୍କ ସହ ଭେଟ ହୋଇଥିଲେ ।<ref>{{harvnb|Mandela|1994|pp=441–443}}; {{harvnb|Sampson|2011|pp=167–169}}; {{harvnb|Smith|2010|pp=259–261}}.</ref> ଇଥିଓପିଆକୁ ଫେରିବା ପରେ ସ୍ୱତନ୍ତ୍ର ଭାବେ ଛଅ ମାସ ଗରିଲା ଯୁଦ୍ଧ କୌଶଳ ଶିଖିବାକୁ ଚାହିଁଥିଲେ ମଧ୍ୟ ଦୁଇ ମାସ ପରେ ଦକ୍ଷିଣ ଆଫ୍ରିକାରୁ ଡାକରା ଆସିବା ଫଳରେ ଫେରିଯାଇଥିଲେ ।<ref>{{harvnb|Mandela|1994|pp=443–445}}; {{harvnb|Sampson|2011|pp=169–170}}; {{harvnb|Smith|2010|pp=261–262}}.</ref>
 
==କାରାବାସ==
୧୯୭

ଗୋଟି ସମ୍ପାଦନା