"ସାରଳା ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ପୂର୍ଣ୍ଣଚ୍ଛେଦ
୬୦ କ ଧାଡ଼ି:
 
ସମଗ୍ର ଓଡିଶାରେ ଅଷ୍ଟକୀଳା ବା ଅଷ୍ଟଚଣ୍ଡୀଙ୍କ ଆରାଧନା କଥା କହାଯାଇଥାଏ । ସେହିଭଳି ପ୍ରତି ତନ୍ତ୍ର କ୍ଷେତ୍ରରେ ଅଷ୍ଟଦେବୀ ବିରାଜମାନା କରିଥାନ୍ତି। ଶାରଳାଙ୍କ ପୀଠର ଚତୁର୍ଦ୍ଦିଗରେ ଆଉ ସାତ ବା ଆଠଟି ଦେବୀପୀଠର ସନ୍ଧାନ ମିଳେ। ଯେତେବେଳେ ପୀଠଗୁଡିକ ଗଢିଉଠିଥିଲା, ସେତେବେଳେ ତନ୍ତ୍ରର ଯେଉଁ ରାଜତ୍ୱ ଚାଲିଥିଲା ତାପରେ ଦେଶର ରାଜା ବିମୁଖ ହେବା ଫଳରେ ବହୁ ତନ୍ତ୍ରପୀଠ ବିଲୟ ଲଭିଲାଣି। କେତେକ ମଧ୍ୟ ଅର୍ଦ୍ଦମୃତ ଅବସ୍ଥାରେ ପଡିରହିଛି। ସେହିଭଳି ଶାରଳାପୀଠର ଅବସ୍ଥା ସପ୍ତମ ଅଷ୍ଟମ ଶତାବ୍ଦୀ ତନ୍ତ୍ରର ସ୍ୱର୍ଣ୍ଣଯୁଗ ଥିଲା। ସେହି ସମୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ତନ୍ତ୍ରପୀଠ ଗଢ଼ିଉଠିଥିବା ଜଣାଯାଏ। ତାପରେ ପ୍ରାୟ ଦ୍ୱାଦଶ ଶତାବ୍ଦୀ ବେଳକୁ ଆସିଥିଲା ବୈଷ୍ଣବମାନଙ୍କ ଯୁଗ । ସେ ସମୟରେ ମଦ୍ୟ-ମାଂସ-ମତ୍ସ୍ୟ-ମୁଦ୍ରା-ମୈଥୁନରେ ଉପାସିତା ଦେବୀମାନେ ବୈଷ୍ଣବ ମତରେ ଆରାଧିତା ହେଲେ । ସେଥିପାଇଁ ସାରଳାଦାସ ତାଙ୍କ ଗ୍ରନ୍ଥର ବିଭିନ୍ନ ସ୍ଥାନରେ ଶାରଳାଙ୍କୁ ପରମ ବୈଷ୍ଣବୀ ବୋଲି କହିଛନ୍ତି। ତାହା ସତ୍ତ୍ୱେ ତାଙ୍କ ଲିଖିତ ମହାଭାରତର ବହୁ ସ୍ଥାନରେ ସେ ଶାରଳାଙ୍କୁ ମଦ ମାଂସରେ ତୃପ୍ତି ବା ଶୋଣିତ ଦର୍ଶନେ ତୃପ୍ତି ବୋଲି ଲେଖିଛନ୍ତି। ସାରଳାଦାସଙ୍କ ସମୟକୁ ଓଡ଼ିଶାର ରାଜା କପିଳେଶ୍ୱର ବା କପିଳେନ୍ଦ୍ର ଶକ୍ତିଙ୍କ ମହାତ୍ମ୍ୟ ଉପଲବ୍ଧି କରିଥିବା ଇତିହାସରୁ ଦେଖାଯାଏ। ସେଥିପାଇଁ କବି ସାରଳା ଦେବୀ ଶାରଳାଙ୍କ ଅନୁଗ୍ରହରୁ ଶକ୍ତିକୁ ମୂଳ କରି ଗ୍ରନ୍ଥ ରଚନା କରିଗଲେ। ମାତ୍ର ତାଙ୍କର କିଛି ବର୍ଷ ପରେ ଚୈତନ୍ୟଙ୍କ ଆଗମନ ଫଳରେ ଶକ୍ତିକୁ ମୂଳ କରି ତନ୍ତ୍ରୋପାସନା ପୁଣି ପଛେଇଗଲା। ଭାରତର ମୂଳ ତନ୍ତ୍ରଭୂମି ଓଡ଼ିଶା ହୋଇଥିଲେ ମଧ୍ୟ ଲୋକେ ତାହା ଭୁଲିଗଲେ। ଶେଷ ତନ୍ତ୍ରଭୂମି କାମରୂପ [[ଓଡ଼ିଆ]]ଙ୍କ ପାଖରେ ସର୍ବଶ୍ରେଷ୍ଠ ବୋଲି ଧାରଣା ହେଲା। ତନ୍ତ୍ରପୀଠମାନଙ୍କରେ ତନ୍ତ୍ରାଚାର୍ଯ୍ୟଙ୍କ ବଂଶଧର ଯେଉଁ ରାଉଳ, ଭୋପା, ମାଳିମାନେ ତନ୍ତ୍ରଦେବୀଙ୍କୁ ପୂଜା କରୁଥିଲେ, ସେମାନେ ବିପଥଗାମୀ ହୋଇ ସାଧନାକୁ ଭୁଲିଗଲେ। ତନ୍ତ୍ରପୋଥିଗୁଡ଼ିକ ମଧ୍ୟ କୀଟଦଂଷ୍ଟ୍ର ହୋଇ ନଷ୍ଟ ହୋଇଗଲା। କେବଳ ରହିଲା କେତେକଙ୍କ ପାଖରେ କିଛି ଟୁଣୁକାଟୁଣୁକ ମନ୍ତ୍ର। ତାହା ମଧ୍ୟ ସାଙ୍କର୍ଯ୍ୟ ଦୋଷରେ ନିଷ୍ଫଳ ହେବାକୁ ଲାଗିଲା । ଶିକ୍ଷାୟତନ, ଆଚାର୍ଯ୍ୟ ନ ରହିଲେ ବିଦ୍ୟାର ଅବସ୍ଥା ଯାହାହୁଏ ଆଜି ଓଡ଼ିଶାରେ ତନ୍ତ୍ରର ଅବସ୍ଥା ସେହିଭଳି ହୋଇଛି। କେବଳ ବୈଷ୍ଣବ ପରମ୍ପରା ଛଡ଼ା ଶୈବ, ଶାକ୍ତାଦି ପରମ୍ପରା ଆଉ ନାହିଁ। କେବଳ ଅସୁବିଧାରେ ପଡ଼ି ବିଶ୍ୱାସ ନେଇ ଲୋକେ ଶକ୍ତି ମନ୍ଦିରକୁ ଯାଉଛନ୍ତି ତାହାହିଁ ଶାରଳାପୀଠର ଅବସ୍ଥା <ref>ଶ୍ରୀଯୁକ୍ତ ଗଣେଶ ପ୍ରସାଦ ପରିଜା, ଓଡିଶାର ତନ୍ତ୍ର ସଂସ୍କୃତି, ପୃଷ୍ଠା- ୧୭୨- ୧୮୩, ISBN- 81- 7586- 019-7 </ref>
==ମା ଶାରଳାଙ୍କ ପୀଠର ବିଶେଷତ୍ଵ==
ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କ ଠାରେ ବୈଷ୍ଣବ ଓ ଶାକ୍ତ ସଂସ୍କୃତିର ସମନ୍ୱୟ ଦେଖିବାକୁ ମିଳେ ୤ ଏହି ମନ୍ଦିରରେ ମା’ଙ୍କ ପୂଜାରେ ବେଲପତ୍ର ଓ ତୁଳସୀ ପତ୍ର ବ୍ୟବହୃତ ହୁଏ, ଯାହା କି ଅନ୍ୟ କୌଣସି ମନ୍ଦିରରେ ଦେଖିବାକୁ ମିଳେନାହିଁ , କାରଣ ବେଲପତ୍ର ଓ ତୁଳସୀ ପତ୍ର ହିନ୍ଦୁଧର୍ମରେ ଦୁଇଟି ଭିନ୍ନ ସଂସ୍କୃତିର ପ୍ରତୀକ ଅଟନ୍ତି ୤ ଦେବୀଙ୍କ ପ୍ରତିମା ଗଠନକୁ ଦେଖିଲେ , ମନେହୁଏ ବୌଦ୍ଧ ତାନ୍ତ୍ରିକ ପ୍ରତିମୂର୍ତ୍ତି ହୋଇଥାଇ ପାରେ ୤ କାରଣ ଦେବୀ ହାତରେ ବୀଣା ଓ ଘଣ୍ଟି ଧରିଛନ୍ତି; ଯାହାକି ମହାଯାନର ପ୍ରତୀକ ରୂପେ ବିଦିତ ୤ ଚୀନ ପରିବ୍ରାଜକ ହୁଏନ୍‌ସାଂ ଓଡ଼ିଶା ପରିଦର୍ଶନ କରିଥିଲେ, ଚେଲିତାଲେ ବନ୍ଦରରୁ ଏକ ଜାହାଜ ନେଇ ଶ୍ରୀଲଙ୍କା ଯାଇଥିଲେ ଯାହାକୁ ଐତିହାସିକମାନେ ବର୍ତ୍ତମାନର ତିର୍ତ୍ତୋଲ ବୋଲି ଅଭିହିତ କରନ୍ତି ୤ ସମ୍ଭବତଃ ଏହା ହୋଇପାରେ, ଭୌଗଳିକ ଅବସ୍ଥିତି ଅନୁସାରେ ପାରାଦ୍ୱୀପ ଏକ ଦ୍ୱୀପ ଥିଲା ଏବଂ ଅଞ୍ଚଳଟି ଭିତର ଓ କୁଜଙ୍ଗ ଚାରିପାଖ ସମୁଦ୍ର/ନଦୀ ଜଳରେ ବୁଡି ରହିଥିଲା ୤ ଭୌଗଳିକ ତଥ୍ୟ ଏହାକୁ ସମର୍ଥନ କରେ ୤ ନିଶ୍ଚିତ ରୂପେ କୁହାଯାଇ ପାରେ, ମା’ଶାରଳା ଶିବ-ଶକ୍ତି ଉପାସନାକୁ ପ୍ରତିପାଦିତ କରନ୍ତି ଯାହା ଶୈବ ଓ ଶାକ୍ତ ଧର୍ମର ସମ୍ମିଶ୍ରଣରୁ ଆନୀତ କିମ୍ବା ଆଉ ତନ୍ତ୍ର ରୂପରେ ୤ ମା’ଶାରଳାଙ୍କୁ ବାକ୍ ଦେବୀ କୁହାଯାଏ, ଯିଏ ବିଦ୍ୟା ଓ ବୁଦ୍ଧିର ଦେବୀ ୤ ବର୍ଣ୍ଣିତ ଅଛି ଯେ, ସିଦ୍ଧେଶ୍ୱର ପରିଡା ଜଣେ ସାମାନ୍ୟ କୃଷକ ଓ ସାମୟିକ ଭାବେ ଓଡିଆ ପାଇକ ମା’ଙ୍କର ପରମ ଭକ୍ତ ଥିଲେ; ତାଙ୍କରି ଆର୍ଶିବାଦ ଯୋଗୁଁ ସିଦ୍ଧେଶ୍ୱର ପରିଡା ସାରଳା ଦାସ ହେଲେ, ଯିଏ ଓଡିଆ ମହାଭାରତର ରଚୟିତା ୤ ଲୋକକଥା ଅନୁସାରେ, ହଜାର ହଜାର ବର୍ଷ ପୂର୍ବେ ପର୍ଶୁରାମଙ୍କ ସମୟର କଥା ୤ କୁହାଯାଏ, ଭଗବାନ୍ ପର୍ଶୁରାମ ତୀରମୁନରେ ଦେବୀଙ୍କୁ ଆଙ୍କିଥିଲେ ୤ ଏପରିକି ମନ୍ଦିରଟି କଳାଚାନ୍ଦ(କଳାପାହାଡ)ର ଧ୍ୱଂସ ସାଧନରୁ ବର୍ତ୍ତିଯାଇ ଥିଲା ୤ ନୂଆ ମନ୍ଦିରଟି ୫୦୦ବର୍ଷ ତଳର, ଯାହାକୁ ମଣିଜଙ୍ଗାର ରାଜାଙ୍କ ଦ୍ୱାରା ନିର୍ମିତ କରାଯାଇଛି ୤ ପୁରୁଣା ମନ୍ଦିରର ଅବଶେଷ ଆଉ ଦେଖିବାକୁ ମିଳେନାହିଁ; ଲୋକକଥା ଅନୁସାରେ ତାହା ବଡ଼ ସାରୋଳଠାରେ ଥିଲା, ଯେଉଁ ସ୍ଥାନରେ ଗଣେଶ ମନ୍ଦିର ସାକ୍ଷୀ ରୂପେ ଦଣ୍ଡାୟମାନ, ସେଠାରେ ଏକଦା ପୁରୁଣା ମନ୍ଦିରଟି ଥିଲା ୤ ଲୋକମାନେ ତାହାକୁ ନଣ୍ଡା ଦେଉଳ କହନ୍ତି, ତାହାକୁ ଏବେ ନବୀକରଣ କରାଯାଇଛି ୤ ମନ୍ଦିରରେ ଅନେକଗୁଡିଏ ଉତ୍ସବ ପାଳନ କରାଯାଏ, ମୁଖ୍ୟପର୍ବ ଗୁଡିକ ହେଲା: ପାର୍ବଣ, ଶାରଦୀୟ ଉତ୍ସବ, ପଣା ସଂକ୍ରାନ୍ତି, ଦୋଳ ପୂର୍ଣ୍ଣିମା ଆଉ ଚନ୍ଦନ ଯାତ୍ରା ୤ କେନ୍ଦ୍ରାପଡା, ଜଗତସିଂହପୁର ଓ କଟକର ଲୋକମାନଙ୍କର ମା’ଶାରଳା ଏତେ ଆଦରଣୀୟ ଯେ ଅନ୍ତତଃ ବର୍ଷକୁ ଥରେ ମନ୍ଦିର ଦର୍ଶନ କରିବାକୁ ମନ ବଳାଇ ଥାନ୍ତି ୤
 
== ଆଧାର ==
{{ଆଧାର}}