"ଭାରତର ରାଷ୍ଟ୍ରପତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୪୦ କ ଧାଡ଼ି:
ପାଞ୍ଚ ବର୍ଷ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ରାଷ୍ଟ୍ରପତି ଇଛା କଲେ, ଉପରାଷ୍ଟ୍ରପତିଙ୍କୁ ସମ୍ବୋଧନ କରି ନିଜର ଇସ୍ତଫା ଜରିଆରେ ନିଜ ପଦବୀରୁ ଅବ୍ୟାହତ ନେଇପାରିବେ ।
 
ଯଦି ମୃତ୍ୟୁ,ଇସ୍ତଫା ଓ ମହାଅଭିଯୋଗ କାରଣରୁ ରାଷ୍ଟ୍ରପତି ପଦ ଖାଲି ପଡେ,ତେବେ ଉପରାଷ୍ଟ୍ରପତି ସର୍ବାଧିକ ଛଅ ମାସ ପାଇଁ ଅସ୍ଥାୟୀ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରନ୍ତି ଏହି ଛଅ ମାସ ମଧ୍ୟରେ ନୂତନ ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି । ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ପାଞ୍ଚ ବର୍ଷରୁ ଅଧିକ ସମୟ ବୃଦ୍ଧି କରାଯାଇପାରିବ ନାହିଁ ।
 
* ପଦଚ୍ୟୁତି ବା ମହାଭିଯୋଗ ପ୍ରସ୍ତାବ :
ମହାଭିଯୋଗ ପ୍ରସ୍ତାବ ମାଧ୍ୟମରେ ସମ୍ଭିଧାନ ଉଲ୍ଲଂଘନ ଅଭିଯୋଗ ପାଇଁ ରାଷ୍ଟ୍ରପତି ପଦଚ୍ୟୁତ ହୁଅନ୍ତି । ଏହି ମହାଭିଯୋଗ ପ୍ରସ୍ତାବ ସଂସଦର ଯେ କୈଣସି ଗୃହରେ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଆଗତ କରାଯାଇଥାଏ । ମହାଭିଯୋଗ ପ୍ରସ୍ତାବଟି ସଂସଦର ପ୍ରତି ସଦନରେ ସର୍ବମୋଟ ସଭ୍ୟସଂଖ୍ୟାର ଦୁଇ-ତୃତୀୟାଂଶ ସମର୍ଥନ ପାଇ ଗୃହିତ ହେଲେ,ରାଷ୍ଟ୍ରପତି ପଦଚ୍ୟୁତ ହୁଅନ୍ତି ।
* ଶପଥ ପାଠ :
ନବ-ନିର୍ବାଚିତ ରାଷ୍ଟ୍ରପତି ଈଶ୍ଵରଙ୍କ ନାମରେ ବା ଦୃଢ଼ ସଂକଳ୍ପ କରି ସମ୍ବିଧାନକୁ ମାନି ଚଳିବାକୁ ଓ ସମ୍ବିଧାନର ସୁରକ୍ଷା ପାଇଁ ଭାରତର ମୂଖ୍ୟ ବିଚାରପତିଙ୍କ ନିକଟରେ ଶପଥ ପାଠ କରିବା ପୂର୍ବକ ନୂତନ ଦାୟିତ୍ଵ ଗ୍ରହଣ କରନ୍ତି ।
== କ୍ଷମତା ==
ରାଷ୍ଟ୍ରପତିଙ୍କୁ ସାମ୍ବିଧାନିକ ସ୍ଵୀକୃତି ମିଳିଥିବା ପାଞ୍ଚଟି କ୍ଷମତାଗୁଡିକ ହେଲା :
=== କାର୍ଯ୍ୟପାଳିକା କ୍ଷମତା ===
କେନ୍ଦ୍ରସରକାର ସମସ୍ତ କାର୍ଯ୍ୟପାଳିକା ଦାୟିତ୍ଵ ରାଷ୍ଟ୍ରପତିଙ୍କ ହାତରେ ସମ୍ବିଧାନ ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ପରିଷଦର ଅନ୍ୟ ମନ୍ତ୍ରୀ ମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରନ୍ତି । ଲୋକ ସଭାରେ ସଂଖ୍ୟା ଗରିଷ୍ଠ ଆସନ ପାଇଥିବା ଦଳର ନେତାଙ୍କୁ ରାଷ୍ଟ୍ରପତି ପ୍ରଥମେ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ କରନ୍ତି । ପରେ ପରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ମନ୍ତ୍ରୀପରିଷଦରେ ଥିବା ତିନି ଶ୍ରେଣୀର ମନ୍ତ୍ରୀ, ଯଥା: କ୍ୟାବିନେଟ ପାହ୍ୟା ମନ୍ତ୍ରୀ ,ରାଷ୍ଟ୍ରମନ୍ତ୍ରୀ ଓ ଉପମନ୍ତ୍ରୀଙ୍କୁ ସେ ନିଯୁକ୍ତ ପ୍ରଦାନ କରନ୍ତି ଓ ସମସ୍ତଙ୍କ ପଦ ଓ ଗୋପନୀୟତାର ଶପଥ ଦିଅନ୍ତି । ସେହିପରି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ସେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରନ୍ତି । ମନ୍ତ୍ରୀପରିଷଦ ରାଷ୍ଟ୍ରପତିଙ୍କ ଇଛାଅନୁସାରେ ସେମାନଙ୍କର ପଦବୀରେ ରହିବାର ସାମ୍ବିଧାନିକ ବ୍ୟବସ୍ଥା ରହିଛି; ମାତ୍ର ବାସ୍ତବତା ହେଲା ଲୋକ ସଭାର ଇଛା ହିଁ ରାଷ୍ଟ୍ରପତିଙ୍କ ଇଛା । କୌଣସି ପ୍ରକାର ଅସ୍ଵାଭାବିକ ପରିସ୍ଥିତିରେ ଯଦି କୈଣସି ଦଳ ଲୋକସଭାରେ ସଂଖ୍ୟାଗରିଷ୍ଠ ଆସନ ପାଇନଥାନ୍ତି ଓ ଗୋଟିଏ '''ଝୁଲା ସଂସଦ''' ସୃଷ୍ଟି ହୋଇଥାଏ, ତେବେ ସେ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଚୟନ ଏକ କଷ୍ଟକର ବ୍ୟାପାର ହୋଇଥାଏ । କିନ୍ତୁ ନିଜର ଅଭିଜ୍ଞତା, ନିରପେକ୍ଷ ବିଚାରଶକ୍ତି ଓ ବିବେକାନୁସାରେ ରାଷ୍ଟ୍ରପତି ଏପରି ଏକ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତି କରନ୍ତି ଯେ କି ତାଙ୍କ (ରାଷ୍ଟ୍ରପତି) ମତରେ , ଦେଶରେ ଏକ ସୁସ୍ଥ ଓ ସୁଦୃଢ଼ ଶାସନ ପ୍ରତିଷ୍ଠା କରିପାରିବେ । ତେବେ ନବନିଯୁକ୍ତ ପ୍ରଧାନମନ୍ତ୍ରୀଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଲୋକସଭାରେ ଆସ୍ଥା ଭୋଟ୍ ଲୋଡିବାକୁ ହୁଏ ।
 
ସଂସଦରେ ପ୍ରଧାନମନ୍ତ୍ରୀ ସଂଖ୍ୟାଗରିଷ୍ଠ ସମର୍ଥନ ହରାଇଲେ, ସେ ଇସ୍ତଫା ପ୍ରଦାନ କରିବା ବାଧ୍ୟ । ଯଦି ପ୍ରଧାନମନ୍ତ୍ରୀ ସ୍ଵତଃ ଇସ୍ତଫା ନଦିଅନ୍ତି, ତେବେ ରାଷ୍ଟ୍ରପତି ତାଙ୍କୁ ବରଖାସ୍ତ କରିପାରିବେ ।
=== ବ୍ୟବ୍ସ୍ଥାପିକା ବା ବୈଧାନିକ କ୍ଷମତା ===
===ଆର୍ଥିକ କ୍ଷମା===
=== ନ୍ୟାୟପାଳିକ କ୍ଷମତା ===
===ଜରୁରୀକାଳୀନ କ୍ଷମତା===