"ରାଜେନ୍ଦ୍ର ନାରାୟଣ ସିଂହଦେଓ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Migrating 1 interwiki links, now provided by Wikidata on d:q5092831 (translate me) |
ଟିକେ ବଲାଙ୍ଗୀର (ବିଧାନସଭା ନିର୍ବାଚନମଣ୍ଡଳୀ) ପ୍ରସଙ୍ଗ ସହ ସଂଯୋଗ |
||
୮ କ ଧାଡ଼ି:
| death_date = {{death date and age|df=yes|1975|2|23|1912|3|31}}
| death_place =
| constituency = [[ବଲାଙ୍ଗୀର (ବିଧାନସଭା ନିର୍ବାଚନମଣ୍ଡଳୀ)|ବଲାଙ୍ଗୀର]]
| occupation = ରାଜନୀତି
| profession =
୪୫ କ ଧାଡ଼ି:
== ଶାସନ ==
=== ଶିକ୍ଷା ଓ ସାମାଜିକ ବିକାଶ ===
ରାଜା ହେବା ପରେ ତାଙ୍କର ମୁଖ୍ୟ କାମ ରାଜ୍ୟର ସମସ୍ତ ଜମିର ବନ୍ଦୋବସ୍ତ, ଶିକ୍ଷାର ଉନ୍ନତି ପାଇଁ ଗୁରୁତ୍ୱପ୍ରଦାନ ଓ ଅନେକ ପ୍ରାଥମିକ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ଥାପନ। ଟିଟିଲାଗଡ଼ ଉଚ୍ଚ ବିଦ୍ୟାଳୟ ଓ ୧୯୪୪ରେ ବଲାଙ୍ଗୀର ମହାବିଦ୍ୟାଳୟ ଯାହା ପରବର୍ତ୍ତୀ କାଳରେ ରାଜେନ୍ଦ୍ର କଲେଜ ନାମରେ ପରିଚିତ ହୋଇଛି ସେ ଗୁଡ଼ିକ ତାଙ୍କରି ପ୍ରଚେଷ୍ଟା
୧୯୪୬ରେ ବଲାଙ୍ଗୀରରେ ଶିକ୍ଷକ ତାଲିମ କେନ୍ଦ୍ର
=== ସଂସ୍କୃତିପ୍ରେମ ===
କଳାର ଅଭିବୃଦ୍ଧି ପାଇଁ ‘କୋଶଳ କଳାମଣ୍ଡଳ’ ନାମକ ସଂସ୍ଥା ଗଠନ କରିଥିଲେ । ‘ଚତୁରଙ୍ଗ’ ନାମକ ସାହିତ୍ୟ ପତ୍ରିକା ତାଙ୍କରି ପ୍ରଚ୍ଛନ୍ନ ଅନୁଦାନରୁ କଳାମଣ୍ଡଳର ମୁଖପତ୍ର ରୂପେ ପ୍ରକାଶ ପାଇଥିଲା। ଏହା ଛଡା ସେ ‘ଘୋଷଣା’ ନାମକ ପତ୍ରିକା ରାଜ ଦରବାର ତରଫରୁ ପ୍ରକାଶ କରିଥିଲେ। ତାଙ୍କ ରାଜ ଉଆସ ଭିତରେଥିଲା ଏକ ସମୃଦ୍ଧ ପୁସ୍ତକାଳୟ, ଯେଉଁଥିରେ ଭାରତୀୟ ଓ ବିଦେଶୀ ଭାଷାର ଅନେକ ପୁସ୍ତକ ରହିଥିଲା । ତାଙ୍କ ଅନ୍ତେ ରାଜେନ୍ଦ୍ର କଲେଜର ପୁସ୍ତକାଳୟକୁ ଏହି ପୁସ୍ତକଗୁଡ଼ିକ ପ୍ରଦାନ
ପୁରାତନ ଐତିହ୍ୟର ସୁରକ୍ଷାପାଇଁ ସେ ‘ପ୍ରତ୍ନତତ୍ତ୍ୱ ବିଭାଗ’ ଓ ‘ଐତିହାସିକ ଅନୁସନ୍ଧାନ ସୋସାଇଟି’ ନାମକ ଦୁଇଟି ସଂସ୍ଥା ଗଠନ କରିଥିଲେ। କେଦାରନାଥ ମହାପାତ୍ର ଓ ପୂର୍ଣ୍ଣଚନ୍ଦ୍ର ରଥଙ୍କ ପରି ଐତିହାସିକ ତାଙ୍କ ପୃଷ୍ଠପୋଷକତା ଲାଭ କରିଥିଲେ ।
୫୮ କ ଧାଡ଼ି:
ପ୍ରଜାମାନଙ୍କ ସ୍ୱାସ୍ଥ୍ୟର ସୁବିଧା ପାଇଁ ସେ ଅନେକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ କରିଥିଲେ । ବଲାଙ୍ଗୀର ଚିକିତ୍ସାକେନ୍ଦ୍ରରେ ପ୍ରଥମ କରି ରଞ୍ଜନ ରଶ୍ମୀ ସ୍ଥାପନ କରାଇଥିଲେ। ସ୍ୱାଧୀନତା ପରେ ଏହା କଟକକୁ ସ୍ଥାନାନ୍ତରିତ ହୋଇ ଯାଇଥିଲା । ସେଠାରେ ଅଭିଜ୍ଞ ଚିକିତ୍ସକଙ୍କୁ ନିୟୋଜିତ କରିବା ସହିତ ବଲାଙ୍ଗୀରରେ ଏକ ଆୟୁର୍ବେଦିକ ଚିକିତ୍ସାଳୟ ମଧ୍ୟ ସ୍ଥାପନା କରାଇଥିଲେ। ରାମକୃଷ୍ଣ ପରମହଂସଙ୍କ ସହଧର୍ମିଣୀ ଶାରଦା ଦେବୀଙ୍କ ନାମ ଅନୁସାରେ ଏହି ଚିକିତ୍ସାଳୟର ନାମ ଶାରଦେଶ୍ୱରୀ ରଖାଯାଇଥିଲା। ବଲାଙ୍ଗୀର ସହରରେ ଏକ ଗୋପାଳନ କେନ୍ଦ୍ର ସ୍ଥାପନ କରିବା ସହିତ ସେଠାରେ ଉନ୍ନତ ଗୋ ମହିଷାଦି ପାଳନର ବ୍ୟବସ୍ଥା କରାଇଥିଲେ ।
=== ଧାର୍ମିକତା ଓ ସମାଜ ସଂସ୍କାର ===
ସେ ଜଣେ ଧର୍ମପ୍ରାଣ ମଣିଷ ଥିଲେ। ନିଜ ମାଆ କିଶୋରୀ ମୋହନ ଦେବୀଙ୍କ ସ୍ମୃତିରେ ସେ ରାଜପ୍ରାସାଦ ଭିତରେ ଦୁଇଟି ପୁଷ୍କରିଣୀ ମଝିରେ ନୀଳକଣ୍ଠେଶ୍ୱର ମନ୍ଦିର ଓ ଶ୍ରୀରଘୁନାଥ ମନ୍ଦିର ସ୍ଥାପନ କରାଇଥିଲେ। ସେ ୧୯୩୯ରେ ସାତ ଦିନିଆ ‘ବିଷ୍ଣୁ ମହାଯଜ୍ଞ’ କରାଇଥିଲେ। ପଣ୍ଡିତ ଅର୍ଜ୍ଜୁନ ହୋତାଙ୍କ ପରାମର୍ଶ କ୍ରମେ ସେ ଅନେକ ମନ୍ଦିରରୁ ବଳିପ୍ରଥା ଦୂର କରିବାରେ ସମର୍ଥ
=== ନିର୍ମଳ ଶାସନ ===
ବଲାଙ୍ଗୀର ପାଟଣା ଗଡ଼ଜାତରେ ସେ ସମୟରେ ଏକ ସ୍ୱତନ୍ତ୍ର ବିଚାର ବ୍ୟବସ୍ଥା
=== କୃଷିର ବିକାଶ ===
୧୯୩୯ ଫେବ୍ରୁଆରୀ ୨୬ ତାରିଖରୁ ୧୦ ଦିନ ପର୍ଯ୍ୟନ୍ତ କୃଷିଜାତ ପଦାର୍ଥ ଓ ଗୃହପାଳିତ ପଶୁମାନଙ୍କର ଏକ ପ୍ରଦର୍ଶନୀ ବଲାଙ୍ଗୀରରେ ଆୟୋଜନ କରିଥିଲେ। କୃଷିର ଉନ୍ନତି ପାଇଁ ଜଳସେଚନ ବ୍ୟବସ୍ଥାରେ ସୁଧାର କରିବା ସହିତ କୁଟୀର ଶିଳ୍ପର ଉନ୍ନତି ପାଇଁ ଅଭିଜ୍ଞ ଶିଳ୍ପୀ ଓ ତାଲିମଦାତାଙ୍କୁ ଅଣାଇ ସେ ଲୋକମାନଙ୍କୁ ପ୍ରଶିକ୍ଷିତ
କ୍ରୀଡାପ୍ରତି ତାଙ୍କ ପ୍ରେମର ନିଦର୍ଶନ ସ୍ୱରୂପ ‘ରମାଇ ଫୁଟବଲ ଟୁର୍ଣ୍ଣାମେଣ୍ଟ’ ଆୟୋଜନ
=== ପାରଦର୍ଶୀ ବ୍ୟକ୍ତିତ୍ୱ ===
ତାଙ୍କର ସୁଶାସନ ପାଇଁ ଅନ୍ୟାନ୍ୟ ଗଡ଼ଜାତରେ ପ୍ରଜା ଆନ୍ଦୋଳନ ହୋଇଥିଲା ବେଳେ ତାଙ୍କ ରାଜ୍ୟରେ ଶାନ୍ତି ଥିଲା। ଗଡ଼ଜାତ ମିଶ୍ରଣ ଚୁକ୍ତିରେ ସ୍ୱାକ୍ଷର କରି ସେ ବଲାଙ୍ଗୀର ଗଡ଼ଜାତକୁ [[ଓଡ଼ିଶା]] ରାଜ୍ୟ ସହିତ ମିଶାଇଥିଲେ । ମିଶ୍ରଣ ସମୟରେ ରାଜକୋଷରୁ ଅନ୍ୟ ରାଜାଙ୍କ ପରି ଅର୍ଥ ଆତ୍ମସାତ ନ କରି ବହୁଜନହିତାୟର ଆଦର୍ଶ ନେଇ ସେ ସର୍ବାଧିକ ରାଜସ୍ୱ ଓଡ଼ିଶା ସରକାରଙ୍କୁ ପ୍ରଦାନ କରିଥିଲେ।
== ରାଜନୀତିରେ ଯୋଗଦାନ ଓ ଶେଷ ଜୀବନ ==
ପରବର୍ତ୍ତୀ କାଳରେ ସେ ବିରୋଧି ଦଳର ନେତା, ଉପମୁଖ୍ୟ ମନ୍ତ୍ରୀ, ଅର୍ଥମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ସାଂସଦରୂପେ ନିଜ ଭୂମିକା ସୁଚାରୁରୂପେ ନିଭାଇଥିଲେ । ସେ [[କଳାହାଣ୍ଡି]] ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ<ref>{{cite web|url=http://eci.nic.in/eci_main/StatisticalReports/LS_1951/VOL_1_51_LS.PDF|title=Statistical Report on General elections, 1951 to the 1st Lok Sabha, Volume I|publisher=Election Commission of India website|page=17|accessdate=21 May 2010}}</ref> ଓ ୧୯୫୧ରେ [[ଟିଟିଲାଗଡ଼
== ଆଧାର ==
Line ୮୫ ⟶ ୮୪:
{{ଓଡ଼ିଶାର ମୁଖ୍ୟମନ୍ତ୍ରୀ}}
[[ଶ୍ରେଣୀ:ଓଡ଼ିଶାର ମୁଖ୍ୟମନ୍ତ୍ରୀ]]▼
[[ଶ୍ରେଣୀ:୧୯୧୨ ଜନ୍ମ]]
[[ଶ୍ରେଣୀ:୧୯୭୫ ମୃତ୍ୟୁ]]
▲[[ଶ୍ରେଣୀ:ଓଡ଼ିଶାର ମୁଖ୍ୟମନ୍ତ୍ରୀ]]
|