"ଚନ୍ଦନ ଯାତ୍ରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

୧,୩୩୧ ବାଇଟଗୁଡିକ ଯୋଡାଗଲା ,  ୭ ବର୍ଷ ପୂର୍ବେ
(ଅଧିକ ତଥ୍ୟ)
ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ [[ଶ୍ରୀମନ୍ଦିର]]ରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।
==ଚନ୍ଦନ ଯାତ୍ରାର ଇତିହାସ==
ଚନ୍ଦନ ଯାତ ନାମରେ ଏହା ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀରୁ ସୃଷ୍ଟିହୋଇ ଥିବାର ଅନୁମାନ କରାଯାଏ I ଭାରତରେ ଥିବା ସହସ୍ର ଦେବମନ୍ଦିରରେ ଗରମ ଦିନେ ଆଲଟ ପଡେ, ଚନ୍ଦନ ଲାଗି ହୁଅନ୍ତି, ମାତ୍ର ସ୍ୱତନ୍ତ୍ର ଯାତ୍ରା ତଥା ଦୈବପର୍ବ ରୂପେ ଏହା ସଂପୂର୍ଣ୍ଣ ଭାବେ ଓଡିଶାରେ ହିଁ ପ୍ରସିଦ୍ଧ I ବୈଶାଖ ଶୁକ୍ଳ ତୃତୀୟାଠାରୁ ସ୍ନାନପୂର୍ଣ୍ଣିମା ୪୨ଦିନ ଧରି ଆଚରିତ ହୁଏ I ଗନ୍ଧଯାତ୍ରା ଜଳକେଳି ଓ ଅନ୍ତରଙ୍ଗ ଚନ୍ଦନଲାଗି – ଏହିପରି ତିନିଭାଗରେ ବିଭକ୍ତ I ଏହି ଯାତ୍ରା ସମ୍ୱନ୍ଧରେ କବିସମ୍ରାଟ, ଦୀନବନ୍ଧୁ ଦାସ, ଅତିବଡି ଜଗନ୍ନାଥ ଦାସ, କବିସୂର୍ଯ୍ୟ, ବନମାଳୀ, ବୀରକିଶୋର ପ୍ରମୁଖ ରସିକ କବିମାନେ ନାନା ଗୀତ ସୁସ୍ୱରରେ ରଚନା କରିଯାଇଛନ୍ତି I ଓଡିଶାର ବିଭିନ୍ନ ସ୍ଥାନରେ ଏହି ଯାତ୍ରା ଦୀର୍ଘ ୫ଶହ ବର୍ଷ ମଧ୍ୟରେ ଦେବ ବିଗ୍ରହଙ୍କର ସଂପର୍କରେ ଆସି ଅନୁଷ୍ଠିତ ହୁଏ, ଯାହାର ମୂଳ ପୁରୁଷୋତ୍ତମ ପ୍ରଭୁଙ୍କୁ ନିଦାଘରେ ଶୀତଳ ଉପଚାର ଦେଇ ପ୍ରମୋଦିତ ରଖାଇବା ଏହାର ଉଦ୍ଦେଶ୍ୟ ବୋଲି ସ୍କନ୍ଦପୁରାଣ, ବାମଦେବ ସଂହିତା, ସୁଶ୍ରୁତସଂହିତା ବି କହନ୍ତି I ମାତ୍ର ‘ଜନମାନନ୍ଦ କାରଣାତ’ ଜନକୁ ଋତୁଗତ ଆନନ୍ଦ ଦେବା ପାଇଁ ଏହାର ସୃଷ୍ଟି, ସ୍ଥିତି ଓ ବ୍ୟାପ୍ତି I <ref>ସମାଜ ରବିବାର, ପୃଷ୍ଠା- ୭, ଏପ୍ରିଲ ୨୨-୨୮, ୨୦୧୨</ref>ଐତିହାସିକ ତଥ୍ୟରୁ ଜଣାଯାଏ, ଗଙ୍ଗବଂଶର ରାଜାମାନଙ୍କ ସମୟରୁ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ରାଜା ଦ୍ଵିତୀୟ ନରସିଂହଦେବଙ୍କ ଶାସନ ସମୟରେ ନଖପୋଡି ନରେନ୍ଦ୍ର ମହାପାତ୍ର ନରେନ୍ଦ୍ର ପୁଷ୍କରଣୀ ଖୋଳିଥିଲେ । ରାଜା ଚୋଡଗଙ୍ଗଦେବ ଜଗନ୍ନାଥ ବଲ୍ଲଭ ବେଣ୍ଟ ପୋଖରୀରେ ଠାକୁରଙ୍କର ନୌକାବିହାର କରାଉଥିଲେ । କୁହାଯାଏ ଗଜପତି କପିଳେନ୍ଦ୍ରଦେବଙ୍କ ଭାଇ ନରେନ୍ଦ୍ର ଦେବ ନିଜର ୧୪ପୁଅଙ୍କ ସହିତ ଯୁଦ୍ଧରେ ପ୍ରାଣବଳି ଦେଇଥିବାରୁ ସ୍ମୃତି ରୂପେ ନରେନ୍ଦ୍ର ସରୋବର ଖନନ ହୋଇଥିଲା । ପରେ ଏହିଠାରେ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥିଲା । <ref>ଆଦିତ୍ୟ ନାରାୟଣ ମିଶ୍ର, ସୂର୍ଯ୍ୟପ୍ରଭା, ପୃଷ୍ଠା- ୯, ମଙ୍ଗଳବାର, ଅପ୍ରେଲ ୨୪, ୨୦୧୨</ref>
 
== ବାହାର ଚନ୍ଦନଯାତ୍ରା ==
୫୪୫

ଗୋଟି ସମ୍ପାଦନା