"ତରାଜୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଇଂରାଜୀ ନାମ
୭ କ ଧାଡ଼ି:
===ଦୁଇପଲା ତରାଜୁ===
[[File:Tunisia662.jpg|thumb|Tunisia662|right|ଦୁଇପଲା ବିଶିଷ୍ଟ ତରାଜୁ]]
ସର୍ବପ୍ରଥମେ ବ୍ୟବହୃତ ତରାଜୁ ସମବାହୁ ଦୁଇପଲା ବିଶିଷ୍ଟ ଥିଲା । ଏହା ମାନବ ଆବିଷ୍କୃତ ପ୍ରଥମ ମାପକ ଯନ୍ତ୍ର।<ref>Sanders, L. A Short History of Weighing. Birmingham, England: W. & T. Avery, Ltd. (1947, revised 1960) (http://www.averyweigh-tronix.com/download.aspx?did=6249</ref> କାଷ୍ଠ ନିର୍ମିତ ଏକ ମସୃଣ ଦଣ୍ଡର ଦୁଇ ଅଗ୍ରରେ ଦୁଇଟି ରନ୍ଧ୍ର ଦେଇ ରଜ୍ଜୁଦ୍ଵାରା ଦୁଇଟି ପଲା ଝୁଲାଇ ରଖିବା ଏବଂ କେନ୍ଦ୍ରରେ ଅନ୍ୟ ଏକ ରନ୍ଧ୍ର ଦେଇ ରଜ୍ଜୁ ସାହାଯ୍ୟରେ ତରାଜୁକୁ ଟେକି ଧରିବା ପାଇଁ ବ୍ୟବସ୍ଥା ଥିଲା । ପରବର୍ତ୍ତୀ ସମୟରେ କାଷ୍ଠ ପରିବର୍ତ୍ତେ ପିତ୍ତଳ ବା ଲୁହାଦଣ୍ଡ ଏବଂ ରଜ୍ଜୁ ପରିବର୍ତ୍ତେ ଲୁହା ଶିକୁଳିର ବ୍ୟବହାର ସହିତ ଦଣ୍ଡର କେନ୍ଦ୍ରରେ ଏକ ସୂଚକର ଉପଯୋଗ କରାଗଲା । ସୂଚକଟି ଏକ ଲୌହ ବନ୍ଧନୀର ମଧ୍ୟଭାଗରେ କେବଳ ପଲା ଦ୍ଵୟର ସମତୁଲ ଅବସ୍ଥାରେ ଭୂଲମ୍ବ ଭାବେ ରହିପାରେ । ଇପ୍ସିତ ପଦାର୍ଥର ବସ୍ତୁତ୍ଵ ନିର୍ଣ୍ଣୟ ପାଇଁ ଲୁହା ବଟକରାର ବ୍ୟବହାର ହେଲା । ଏହା ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁର ଓଜନ ପାଇଁ ଏବେ ମଧ୍ୟ ବ୍ୟବହୃତ ହେଉଅଛି । ଏପରି ତରାଜୁ କ୍ଷୁଦ୍ରାତିକ୍ଷୁଦ୍ର ପଦାର୍ଥର ଓଜନ ମାପରେ ମଧ୍ୟ ବ୍ୟବହାର କରାଯାଏ କାରଣ ପୃଥିବୀର ବିଭିନ୍ନ ଜାଗାରେ ରହି ମାଧ୍ୟାକର୍ଷଣ ଶକ୍ତିର ବିଭିନ୍ନତା (ଯାହା ପ୍ରାୟ ୦.୫%ବଦଳିଥାଏ) ଉପରେ ଏହା କମାନୀ ନିକିତି ପରି ପ୍ରଭାବିତ ହୁଏ ନାହିଁ। <ref>{{cite book
| last = Hodgeman
| first = Charles, Ed.
| authorlink =
| coauthors =
| title = Handbook of Chemistry and Physics, 44th Ed.
| publisher = Chemical Rubber Publishing Co.
| year = 1961
| location = Cleveland, USA
| pages =
| url =
| doi =
| isbn = }} p.3480-3485</ref>
 
===କମାନୀ ତରାଜୁ===
୧୭୭୦ ଖ୍ରୀଷ୍ଟାବ୍ଦରେ ରିଚାର୍ଡ ସଲଟର ଏହି ତରାଜୁକୁ ଗଠନ କରିଥିଲେ । ସେ ଏକ ନିର୍ଦ୍ଧାରିତ ବୃଦ୍ଧି ସ୍ଥିରାଙ୍କ (streching constant ) ବିଶିଷ୍ଟ କମାନୀର ଶୀର୍ଷ ଅଗ୍ରରେ ଏକ ସୂଚକ ଓ ନିମ୍ନ ଅଗ୍ରରେ ଗୋଟିଏ ଆଙ୍କୁଡ଼ି (hook) ସଂଯୁକ୍ତ କରି କମାନୀର ଶୀର୍ଷ ଅଗ୍ରକୁ ଦୃଢ଼ଭାବେ ଏକ ପାତ ସହିତ ଢଳେଇ କରି ରଖିଲେ ଯେପରିକି ଦୁଇପଲା ତରାଜୁ କମାନୀ ତରାଜୁ କମାନୀଟି ପାତ ଉପରେ ମୁକ୍ତଭାବେ ପ୍ରସାରିତ ହୋଇପାରେ, ପାତଟିର ପୃଷ୍ଠଦେଶରେ କିମ୍ବା ପାତ ସହିତ ସଂଯୁକ୍ତ ଅନ୍ୟ ଏକ ଅର୍ଦ୍ଧଗୋଲାକାର ପାତର ପୃଷ୍ଠରେ ଅଂଶାଙ୍କିତ (calibrated) ମାପକ ରଖିଲେ । କମାନୀଟିର ଆଙ୍କୁଡିରେ କୌଣସି ପଦାର୍ଥକୁ ଝୁଲାଇ ରଖିବା ଦ୍ଵାରା କମାନୀଟି ପ୍ରସାରିତ ହୋଇଥାଏ ଏବଂ ସୂଚକଟି କମାନୀ ସହିତ ତଳକୁ ଟାଣି ହୋଇ ମାପକ ଉପରେ ଗତିକରି ପଦାର୍ଥର ଓଜନକୁ ଦର୍ଶାଇଥାଏ । ସୁତରାଂ କୌଣସି ସ୍ଥାନର ମାଧ୍ୟାକର୍ଷଣ ବଳ ଉପରେ ପଦାର୍ଥର ଓଜନ ଭିନ୍ନ ଭିନ୍ନ ହୋଇପାରେ । ଏକାଧିକ କି.ଗ୍ରା. ଓଜନର ପଦାର୍ଥ ପାଇଁ ଏହାର ବ୍ୟବହାର ସହଜସାଧ୍ୟ ହୋଇଥାଏ କାରଣ ଏହାକୁ ସାଙ୍ଗରେ ନେଇଯିବାରେ ଅସୁବିଧା ନ ଥାଏ ।
"https://or.wikipedia.org/wiki/ତରାଜୁ"ରୁ ଅଣାଯାଇଅଛି