"ତରାଜୁ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ସଂଯୋଗ |
ଟିକେ ଇଂରାଜୀ ନାମ |
||
୧ କ ଧାଡ଼ି:
{{ଛୋଟ|Weighing scale}}
ତରାଜୁ, ନିକିତି, ତୁଳା ବା ଦଣ୍ଡି ହେଉଛି କୌଣସି ସ୍ଥୂଳ ପଦାର୍ଥର ଓଜନ ମାପକ ଯନ୍ତ୍ର ବିଶେଷ । ଶିଳ୍ପ ବାଣିଜ୍ୟ କ୍ଷେତ୍ରରେ ଏହାର ବହୁଳ ବ୍ୟବହାର ହେବା ସହିତ ଘରୋଇ କାମରେ ଯଥା ରୋଷେଇ ଘରେ, ଦେହର ଓଜନ ମାପିବା ଆଦିରେ ମଧ୍ୟ ଏହାର ବ୍ୟବହାର ହୋଇଥାଏ। ନ୍ୟାୟର ପ୍ରତୀକ ଭାବରେ ଦର୍ଶିତ ନାରୀମୂର୍ତ୍ତି ଆଖିରେ ଅନ୍ଧପୋଟଳି ବାନ୍ଧି ହାତରେ ଏକ ଦୁଇ ପଲା ବିଶିଷ୍ଟ ତରାଜୁ ଧରିଥିବାର ଦେଖାଯାଏ ଯାହା ଅପକ୍ଷପାତୀତାକୁ ଦର୍ଶାଇଥାଏ ।[[File:"К Фемиде в день 8 марта".png|thumb|"К Фемиде в день 8 марта"|right|ନ୍ୟାୟର ନିକିତି]]▼
[[File:"К Фемиде в день 8 марта".png|thumb|"К Фемиде в день 8 марта"|right|ନ୍ୟାୟର ନିକିତି]]
▲ତରାଜୁ, ନିକିତି, ତୁଳା ବା ଦଣ୍ଡି ହେଉଛି କୌଣସି ସ୍ଥୂଳ ପଦାର୍ଥର ଓଜନ ମାପକ ଯନ୍ତ୍ର ବିଶେଷ । ଶିଳ୍ପ ବାଣିଜ୍ୟ କ୍ଷେତ୍ରରେ ଏହାର ବହୁଳ ବ୍ୟବହାର ହେବା ସହିତ ଘରୋଇ କାମରେ ଯଥା ରୋଷେଇ ଘରେ, ଦେହର ଓଜନ ମାପିବା ଆଦିରେ ମଧ୍ୟ ଏହାର ବ୍ୟବହାର
==ଇତିହାସ==
ସର୍ବପ୍ରଥମେ ତୁଳାଯନ୍ତ୍ରର ବ୍ୟବହାର କେବେ ହେଲା ତାର ନିର୍ଦ୍ଦିଷ୍ଟ ପ୍ରମାଣ
==କ୍ରମବିକାଶ==
===ଦୁଇପଲା ତରାଜୁ===
[[File:Tunisia662.jpg|thumb|Tunisia662|right|ଦୁଇପଲା ବିଶିଷ୍ଟ ତରାଜୁ]]
ସର୍ବପ୍ରଥମେ ବ୍ୟବହୃତ ତରାଜୁ ସମବାହୁ ଦୁଇପଲା ବିଶିଷ୍ଟ ଥିଲା । କାଷ୍ଠ ନିର୍ମିତ ଏକ ମସୃଣ ଦଣ୍ଡର ଦୁଇ ଅଗ୍ରରେ ଦୁଇଟି ରନ୍ଧ୍ର ଦେଇ ରଜ୍ଜୁଦ୍ଵାରା ଦୁଇଟି ପଲା ଝୁଲାଇ ରଖିବା ଏବଂ କେନ୍ଦ୍ରରେ ଅନ୍ୟ ଏକ ରନ୍ଧ୍ର ଦେଇ ରଜ୍ଜୁ ସାହାଯ୍ୟରେ ତରାଜୁକୁ ଟେକି ଧରିବା ପାଇଁ ବ୍ୟବସ୍ଥା ଥିଲା ।
===କମାନୀ ତରାଜୁ===
୧୭୭୦ ଖ୍ରୀଷ୍ଟାବ୍ଦରେ ରିଚାର୍ଡ ସଲଟର ଏହି ତରାଜୁକୁ ଗଠନ କରିଥିଲେ । ସେ ଏକ ନିର୍ଦ୍ଧାରିତ ବୃଦ୍ଧି ସ୍ଥିରାଙ୍କ (streching constant ) ବିଶିଷ୍ଟ କମାନୀର ଶୀର୍ଷ ଅଗ୍ରରେ ଏକ
===ବୈଶ୍ଳେଷିକ ତରାଜୁ===
ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ କ୍ଷୁରଧାର (knife edge)ର ଆବିଷ୍କାର ଦ୍ଵାରା ଗବେଷଣା ଓ ବିଜ୍ଞାନଗାରରେ ମାତ୍ରାତ୍ମକ ବିଶ୍ଳେଷଣ ପାଇଁ, ବିଶେଷକରି ଖୁବ୍ ଅଳ୍ପ ପରିମାଣର ପଦାର୍ଥର ବସ୍ତୁତ୍ଵ ନିର୍ଣ୍ଣୟ କରିବା ପାଇଁ, ଆବଶ୍ୟକ ତରାଜୁର ବିକାଶ ସମ୍ଭବ ହେଲା । ଊନବିଂଶ ଶତାବ୍ଦୀର ଶେଷଆଡ଼କୁ ଏ ପ୍ରକାର ତରାଜୁର ଗଠନ [[ଇଉରୋପ|ଇଉରୋପରେ]] ହିଁ ହୋଇଥିଲା । ତରାଜୁର ପିତ୍ତଳ ନିର୍ମିତ ଦଣ୍ଡର (beam) କେନ୍ଦ୍ରରେ ଗୋଟିଏ 'V' ଆକୃତିର କ୍ଷୁରଧାର ଖଚିତ ଥାଏ । କ୍ଷୁରଧାରଟି ଏକ ସହାୟକ ସ୍ତମ୍ଭ ଉପରିସ୍ଥ ମସୃଣ ପାତ ଉପରେ ରହି କେନ୍ଦ୍ରଠାରୁ ସମଦୂରତାରେ ସହାୟକ ସ୍ତମ୍ଭର ବାହୁଦ୍ଵୟ ଉପରେ ସ୍ଥିତ ଦୁଇଟି କୀଳକ ଉପରେ, ଦଣ୍ଡଟିକୁ ଦୃଢ଼ ଭାବେ ଭୂସମାନ୍ତର ଅବସ୍ଥାରେ ରହିବାରେ ସାହାଯ୍ୟ କରେ । ଦଣ୍ଡଟିର ଦୁଇଅଗ୍ରରେ ଖଚିତ ଆଉ ଦୁଇଟି "ʌ" ଆକୃତିର କ୍ଷୁରଧାର ଉପରେ ପଲା ଝୁଲାଇବା ପାଇଁ ଦୁଇଟି ଝୁଲଣ (hanger) ଥାଏ । ସହାୟକ ସ୍ତମ୍ଭର ପାଦ ଦେଶରେ ଥିବା ଏକ ନବ (knob) ସାହାଯ୍ୟରେ ସହାୟକ ଏବଂ ତାହାର ବାହୁଦ୍ଵୟକୁ ଅବନମିତ କରି ଦଣ୍ଡଟିକୁ କୀଳକଦ୍ଵୟ ଉପରୁ ମୁକ୍ତ କରାଯାଏ । ଏହି ମୁକ୍ତ ଅବସ୍ଥାରେ ଦଣ୍ଡର କେନ୍ଦ୍ର ସହିତ ସଂଲଗ୍ନ ସୂଚକର ଅଗ୍ର ଏକ ସ୍କେଲ ଉପରେ ଗତି କରିଥାଏ । ପଲାସ୍ଥିତ ପଦାର୍ଥ ଓ ବ୍ୟବହୃତ ବଟକରାର ସ୍ଥୂଳ ସମତୁଲତା ସୂଚକ ଦ୍ଵାରା ସ୍ଥିରୀକୃତ ହେବା ପରେ ସୂକ୍ଷ୍ମ ସମତୁଲତା ପାଇଁ ଅଂଶାଙ୍କିତ ଦଣ୍ଡ ଉପରେ ଏକ ୧୦ ମିଲିଗ୍ରାମର ରାଇଡର ବ୍ୟବହାର ଆବଶ୍ୟକ ହୋଇଥାଏ । ସଂପୂର୍ଣ୍ଣ ବ୍ୟବସ୍ଥାଟି ପଦାର୍ଥ ଓ ବଟକରା ରଖିବା ଏବଂ କାଢ଼ିବା ପାଇଁ ଦୁଇଟି ଦ୍ଵାର ଥିବା ଏକ ସ୍ଵଚ୍ଛ ବାକ୍ସ ମଧ୍ୟରେ ଥାଏ । ଏହା ବାୟୁ ପ୍ରବାହର ପ୍ରଭାବକୁ ଦୂର କରିଥାଏ ।
===ଏକପଲା ତରାଜୁ ===
ସମ୍ଭବତଃ ଦୁଇପଲା ତରାଜୁର ବ୍ୟବହାର ପୂର୍ବରୁ ଭାରତରେ ଏକ ଏକପଲା ବିଶିଷ୍ଟ ତରାଜୁର ପ୍ରଚଳନ ଥିଲା ଯାହାକୁ "ବିଶା" କୁହାଯାଉଥିଲା । କାଠ ବା ପିତ୍ତଳ ନିର୍ମିତ ଦଣ୍ଡରେ ଗୋଟିଏ ଅଗ୍ରରେ ପଲା ବଦଳରେ ଏକ ସ୍ଥିରଭାର (fixed weight) ଓଜନର ପିଣ୍ଡ ଥାଏ । ପିଣ୍ଡଠାରୁ ବିଭିନ୍ନ ଦୂରତାରେ ଦଣ୍ଡ ଉପରେ ରେଖାଚିହ୍ନ ଥାଏ ଯାହା ଉପରେ ପଲାଟିକୁ ଝୁଲାଇ ରଖା ଯାଇପାରେ । ପିଣ୍ଡ ନିକଟବର୍ତ୍ତୀ ରେଖା ଉପରେ ଶୂନ୍ୟପଲାର ଭାର ପ୍ରତି ସନ୍ତୁଳିତ (moment) ଓ ନମୁନା ଭାରର ପଲାସହିତ ଆଘୂର୍ଣ୍ଣ ସମାନ ହେବା ନିୟମ ଉପରେ ତରାଜୁଟି ଆଧାରି ତ ଥିଲା । ସମ୍ଭବତଃ ପରବର୍ତ୍ତୀ ସମୟରେ ଯାନ୍ତ୍ରିକ କୌଶଳର ଉପଯୋଗ ଦ୍ଵାରା ଏହି ନିୟମକୁ ଆଧାର କରି ବିଭିନ୍ନ ଉନ୍ନତରୁ ଉନ୍ନତତର ତରାଜୁର ବିକାଶ ହେଲା । ଆଧୁନିକ ଏକ ପଲା ତରାଜୁ, ଦୁଇପଲା ତରାଜୁର ସହଜାତ
===ଡିଜିଟାଲ ତରାଜୁ ===
[[Image:Digi-keukenweegschaal1284.JPG|thumb|right|ଡିଜିଟାଲ କିଚେନ ତରାଜୁ, ଏକପ୍ରକାରର ଷ୍ଟ୍ରେନଗେଜ ତରାଜୁ]]
ମୋନୋବ୍ଲକ କୌଶଳରେ, ଷ୍ଟ୍ରେନଗେଜ ନିର୍ମିତ
===ଇଲେକ୍ଟ୍ରନିକ ତରାଜୁ===
କୌଣସି ସ୍ଥାୟୀ ଚୁମ୍ବକର ଦୁଇ ମେରୁ ମଧ୍ୟରେ ବିଦ୍ୟୁତ ସ୍ରୋତ ପ୍ରବାହିତ ହେଲେ ଏକ ବିଦ୍ୟୁତ ଚୁମ୍ବକୀୟ ବଳର ସୃଷ୍ଟି ହୁଏ, ଯାହା ସ୍ରୋତବାହକ କୁଣ୍ଡଳୀକୁ ଚୁମ୍ବକୀୟ କ୍ଷେତ୍ର ବାହାରକୁ ଠେଲିଥାଏ । ଏହି ନିୟମ ଉପରେ ଆଧାରିତ ସର୍ଭୋମୋଟର (servo motor) ବ୍ୟବହାରରେ ଇଲେକଟ୍ରନିକ ତରାଜୁ କାର୍ଯ୍ୟ କରିଥାଏ । ଏପରି ତରାଜୁରେ ପଲାଟି ମୋଡ଼କ ବଳକୁ ( torsional force) ପ୍ରତିହତ କରିବା ପାଇଁ ସିଧାସଳଖ ଏକ କଠିନ ସମାନ୍ତର ଚତୁର୍ଭୁଜ ଭାର ଅବରୋଧକ ( load constraint ) ସହିତ ସଂଯୁକ୍ତ ଥାଏ । ନମୁନା ପଦାର୍ଥର ପଲା ଉପରେ ସୃଷ୍ଟ ଚାପ ସର୍ଭୋମୋଟରର କୁଣ୍ଡଳୀକୁ ବିସ୍ଥାପିତ କରିଥାଏ । ବିସ୍ଥାପନ ଯୋଗୁଁ ଏକ ପ୍ରତିକାରକ ପରିପଥରେ (compensating circuit ) ସଂସାଧନ (correction) ବିଦ୍ୟୁତ ସ୍ରୋତ ପ୍ରବାହିତ ହୁଏ, ଯାହାର ଚୁମ୍ବକୀୟ ବଳ ଶୂନ୍ୟପରିଚୟକର (null detector ) ସୂଚକଟିକୁ ଶୂନ୍ୟସ୍ଥାନରେ ପୁନଃସ୍ଥାପିତ କରିଥାଏ । ଏହି ସଂସାଧିତ ସ୍ରୋତର ମାତ୍ରା ହିଁ ପଦାର୍ଥର ଓଜନକୁ ସୂଚାଇଥାଏ । (ସଂସାଧନ ସ୍ରୋତର ପରିମାଣ ନିର୍ଦ୍ଦିଷ୍ଟ ଓଜନମାନଙ୍କ ସାହାଯ୍ୟରେ ଅଂଶାଙ୍କିତ ହୋଇଥାଏ । <ref>[[ବିଜ୍ଞାନ ଦିଗନ୍ତ]], ୧୦ ଅଗଷ୍ଟ , ୨୦୧୨</ref>
==ଆଧାର==
{{ଆଧାର}}
==ବାହାର ଆଧାର==
{{Commons category|Weighing scales|ତରାଜୁ}}▼
▲{{Commons category|Weighing scales}}
|