"ତରାଜୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଏକପଲା ତରାଜୁ: ସଜାଣି
ଟିକେ ସଂଯୋଗ
୧୬ କ ଧାଡ଼ି:
[[Image:Digi-keukenweegschaal1284.JPG|thumb|right|ଡିଜିଟାଲ କିଚେନ ତରାଜୁ, ଏକପ୍ରକାରର ଷ୍ଟ୍ରେନଗେଜ ତରାଜୁ]]
ମୋନୋବ୍ଲକ କୌଶଳରେ, ଷ୍ଟ୍ରେନଗେଜ ନିର୍ମିତ ଲୋଡ ସେଲ, ଟ୍ରାନସ ଡ୍ୟୁସର, ଗେନ ଆଂପ୍ଲିଫ।ୟାର, ଡିଜିଟାଲ ଫିଲଟର ଓ ମାଇକ୍ରୋକଣ୍ଟ୍ରୋଲର ସଂଯୋଗ ଦ୍ଵାରା ଏହା ଗଠିତ । ନମୁନା ପଦାର୍ଥର ଭାରକୋଷ (load cell ) ଉପରେ ସୃଷ୍ଟ ଚାପକୁ ଟ୍ରାନସଡୁ୍ୟସର ସାମାନ୍ୟ କିଛି ମିଲିଭୋଲଟର ବୈଦୁ୍ୟତିକ ସଙ୍କେତକୁ ପରିବର୍ତ୍ତିତ କରିଥାଏ । ସଙ୍କେତ ପ୍ରବର୍ଦ୍ଧକ (amplifier) ଉତ୍ପନ୍ନ ଆନାଲଗ ସଙ୍କେତକୁ ଡିଜିଟାଲ କନଭର୍ଟର ଦ୍ଵିଆଧାରୀ ସଙ୍କେତକୁ ପରିବର୍ତ୍ତନ କରିଥାଏ ଯାହାକୁ ମାଇକ୍ରୋକଣ୍ଟ୍ରୋଲର ସଂସାଧିତ କରି ବସ୍ତୁର ଓଜନକୁ ଏକ ତରଳ ସ୍ଫଟିକ ପ୍ରଦର୍ଶନ ଫଳକରେ ସଂଖ୍ୟା ଆକାରରେ ପ୍ରଦର୍ଶିତ କରିଥାଏ ।
===ଇଲେକଟ୍ରନିକଇଲେକ୍ଟ୍ରନିକ ତରାଜୁ===
କୌଣସି ସ୍ଥାୟୀ ଚୁମ୍ବକର ଦୁଇ ମେରୁ ମଧ୍ୟରେ ବିଦ୍ୟୁତ ସ୍ରୋତ ପ୍ରବାହିତ ହେଲେ ଏକ ବିଦ୍ୟୁତ ଚୁମ୍ବକୀୟ ବଳର ସୃଷ୍ଟି ହୁଏ, ଯାହା ସ୍ରୋତବାହକ କୁଣ୍ଡଳୀକୁ ଚୁମ୍ବକୀୟ କ୍ଷେତ୍ର ବାହାରକୁ ଠେଲିଥାଏ । ଏହି ନିୟମ ଉପରେ ଆଧାରିତ ସର୍ଭୋମୋଟର (servo motor) ବ୍ୟବହାରରେ ଇଲେକଟ୍ରନିକ ତରାଜୁ କାର୍ଯ୍ୟ କରିଥାଏ । ଏପରି ତରାଜୁରେ ପଲାଟି ମୋଡ଼କ ବଳକୁ ( torsional force) ପ୍ରତିହତ କରିବା ପାଇଁ ସିଧାସଳଖ ଏକ କଠିନ ସମାନ୍ତର ଚତୁର୍ଭୁଜ ଭାର ଅବରୋଧକ ( load constraint ) ସହିତ ସଂଯୁକ୍ତ ଥାଏ । ନମୁନା ପଦାର୍ଥର ପଲା ଉପରେ ସୃଷ୍ଟ ଚାପ ସର୍ଭୋମୋଟରର କୁଣ୍ଡଳୀକୁ ବିସ୍ଥାପିତ କରିଥାଏ । ବିସ୍ଥାପନ ଯୋଗୁଁ ଏକ ପ୍ରତିକାରକ ପରିପଥରେ (compensating circuit ) ସଂସାଧନ (correction) ବିଦ୍ୟୁତ ସ୍ରୋତ ପ୍ରବାହିତ ହୁଏ, ଯାହାର ଚୁମ୍ବକୀୟ ବଳ ଶୂନ୍ୟପରିଚୟକର (null detector ) ସୂଚକଟିକୁ ଶୂନ୍ୟସ୍ଥାନରେ ପୁନଃସ୍ଥାପିତ କରିଥାଏ । ଏହି ସଂସାଧିତ ସ୍ରୋତର ମାତ୍ରା ହିଁ ପଦାର୍ଥର ଓଜନକୁ ସୂଚାଇଥାଏ । (ସଂସାଧନ ସ୍ରୋତର ପରିମାଣ ନିର୍ଦ୍ଦିଷ୍ଟ ଓଜନମାନଙ୍କ ସାହାଯ୍ୟରେ ଅଂଶାଙ୍କିତ ହୋଇଥାଏ । <ref>ବିଜ୍ଞାନ ଦିଗନ୍ତ ୧୦ ଅଗଷ୍ଟ , ୨୦୧୨</ref>
==ଆଧାର==
୨୩ କ ଧାଡ଼ି:
#Encyclopedia Britannica, P 820-821.
#Quantitativ e Analysis : Day & Underwood;Prentice Hall India Ltd.
{{Commons category|Weighing scales}}
"https://or.wikipedia.org/wiki/ତରାଜୁ"ରୁ ଅଣାଯାଇଅଛି