"ତରାଜୁ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ →ବାହାର ଆଧାର: ସଜାଣି |
ଟିକେ →ଏକପଲା ତରାଜୁ: ସଜାଣି |
||
୧୧ କ ଧାଡ଼ି:
ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ କ୍ଷୁରଧାର (knife edge)ର ଆବିଷ୍କାର ଦ୍ଵାରା ଗବେଷଣା ଓ ବିଜ୍ଞାନଗାରରେ ମାତ୍ରାତ୍ମକ ବିଶ୍ଳେଷଣ ପାଇଁ, ବିଶେଷକରି ଖୁବ୍ ଅଳ୍ପ ପରିମାଣର ପଦାର୍ଥର ବସ୍ତୁତ୍ଵ ନିର୍ଣ୍ଣୟ କରିବା ପାଇଁ, ଆବଶ୍ୟକ ତରାଜୁର ବିକାଶ ସମ୍ଭବ ହେଲା । ଊନବିଂଶ ଶତାବ୍ଦୀର ଶେଷଆଡ଼କୁ ଏ ପ୍ରକାର ତରାଜୁର ଗଠନ ଇଉରୋପରେ ହିଁ ହୋଇଥିଲା । ତରାଜୁର ପିତ୍ତଳ ନିର୍ମିତ ଦଣ୍ଡର (beam) କେନ୍ଦ୍ରରେ ଗୋଟିଏ 'V' ଆକୃତିର କ୍ଷୁରଧାର ଖଚିତ ଥାଏ । କ୍ଷୁରଧାରଟି ଏକ ସହାୟକ ସ୍ତମ୍ଭ ଉପରିସ୍ଥ ମସୃଣ ପାତ ଉପରେ ରହି କେନ୍ଦ୍ରଠାରୁ ସମଦୂରତାରେ ସହାୟକ ସ୍ତମ୍ଭର ବାହୁଦ୍ଵୟ ଉପରେ ସ୍ଥିତ ଦୁଇଟି କୀଳକ ଉପରେ, ଦଣ୍ଡଟିକୁ ଦୃଢ଼ ଭାବେ ଭୂସମାନ୍ତର ଅବସ୍ଥାରେ ରହିବାରେ ସାହାଯ୍ୟ କରେ । ଦଣ୍ଡଟିର ଦୁଇଅଗ୍ରରେ ଖଚିତ ଆଉ ଦୁଇଟି "ʌ" ଆକୃତିର କ୍ଷୁରଧାର ଉପରେ ପଲା ଝୁଲାଇବା ପାଇଁ ଦୁଇଟି ଝୁଲଣ (hanger) ଥାଏ । ସହାୟକ ସ୍ତମ୍ଭର ପାଦ ଦେଶରେ ଥିବା ଏକ ନବ (knob) ସାହାଯ୍ୟରେ ସହାୟକ ଏବଂ ତାହାର ବାହୁଦ୍ଵୟକୁ ଅବନମିତ କରି ଦଣ୍ଡଟିକୁ କୀଳକଦ୍ଵୟ ଉପରୁ ମୁକ୍ତ କରାଯାଏ । ଏହି ମୁକ୍ତ ଅବସ୍ଥାରେ ଦଣ୍ଡର କେନ୍ଦ୍ର ସହିତ ସଂଲଗ୍ନ ସୂଚକର ଅଗ୍ର ଏକ ସ୍କେଲ ଉପରେ ଗତି କରିଥାଏ । ପଲାସ୍ଥିତ ପଦାର୍ଥ ଓ ବ୍ୟବହୃତ ବଟକରାର ସ୍ଥୂଳ ସମତୁଲତା ସୂଚକ ଦ୍ଵାରା ସ୍ଥିରୀକୃତ ହେବା ପରେ ସୂକ୍ଷ୍ମ ସମତୁଲତା ପାଇଁ ଅଂଶାଙ୍କିତ ଦଣ୍ଡ ଉପରେ ଏକ ୧୦ ମିଲିଗ୍ରାମର ରାଇଡର ବ୍ୟବହାର ଆବଶ୍ୟକ ହୋଇଥାଏ । ସଂପୂର୍ଣ୍ଣ ବ୍ୟବସ୍ଥାଟି ପଦାର୍ଥ ଓ ବଟକରା ରଖିବା ଏବଂ କାଢ଼ିବା ପାଇଁ ଦୁଇଟି ଦ୍ଵାର ଥିବା ଏକ ସ୍ଵଚ୍ଛ ବାକ୍ସ ମଧ୍ୟରେ ଥାଏ । ଏହା ବାୟୁ ପ୍ରବାହର ପ୍ରଭାବକୁ ଦୂର କରିଥାଏ ।
===ଏକପଲା ତରାଜୁ ===
ସମ୍ଭବତଃ ଦୁଇପଲା ତରାଜୁର ବ୍ୟବହାର ପୂର୍ବରୁ ଭାରତରେ ଏକ ଏକପଲା ବିଶିଷ୍ଟ ତରାଜୁର ପ୍ରଚଳନ ଥିଲା ଯାହାକୁ
===ଡିଜିଟାଲ ତରାଜୁ ===
[[Image:Digi-keukenweegschaal1284.JPG|thumb|right|ଡିଜିଟାଲ କିଚେନ ତରାଜୁ, ଏକପ୍ରକାରର ଷ୍ଟ୍ରେନଗେଜ ତରାଜୁ]]
|