"ତରାଜୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଛପା ଯୋଗ
ଟିକେ ଛପା ଯୋଗ
୧ କ ଧାଡ଼ି:
ତରାଜୁ, ନିକିତି, ତୁଳା ବା ଦଣ୍ଡି ହେଉଛି କୌଣସି ସ୍ଥୂଳ ପଦାର୍ଥର ଓଜନ ମାପକ ଯନ୍ତ୍ର ବିଶେଷ । ଶିଳ୍ପ ବାଣିଜ୍ୟ କ୍ଷେତ୍ରରେ ଏହାର ବହୁଳ ବ୍ୟବହାର ହେବା ସହିତ ଘରୋଇ କାମରେ ଯଥା ରୋଷେଇ ଘରେ, ଦେହର ଓଜନ ମାପିବା ଆଦିରେ ମଧ୍ୟ ଏହାର ବ୍ୟବହାର ହୋଇଥାଏ। ନ୍ୟାୟର ପ୍ରତୀକ ଭାବରେ ଦର୍ଶିତ ନାରୀମୂର୍ତ୍ତି ଆଖିରେ ଅନ୍ଧପୋଟଳି ବାନ୍ଧି ହାତରେ ଏକ ଦୁଇ ପଲା ବିଶିଷ୍ଟ ତରାଜୁ ଧରିଥିବାର ଦେଖାଯାଏ ଯାହା ଅପକ୍ଷପାତୀତାକୁ ଦର୍ଶାଇଥାଏ ।[[File:"К Фемиде в день 8 марта".png|thumb|"К Фемиде в день 8 марта"|right|ନ୍ୟାୟର ନିକିତି]]
[[File:Tunisia662.jpg|thumb|Tunisia662|right|ଦୁଇପଲା ବିଶିଷ୍ଟ ତରାଜୁ]]
==ଇତିହାସ==
ସର୍ବପ୍ରଥମେ ତୁଳାଯନ୍ତ୍ରର ବ୍ୟବହାର କେବେ ହେଲା ତାର ନିର୍ଦ୍ଦିଷ୍ଟ ପ୍ରମାଣ ମିଳିନାହିଁ। ପ୍ରତ୍ନତତ୍ତ୍ୱବିଦ୍ ମାନଙ୍କ ମତରେ କୃ ଷି ଭି ତ୍ତି କ ସମାଜର ପ୍ରତିଷ୍ଠା ସହି ତ ସମ୍ଭବତଃ କୃଷି ଉତ୍ପାଦର ବିନିମୟ ପାଇଁ ଖ୍ରୀପୂ ୨୪୦୦ ରୁ ୧୮୦୦ ମଧ୍ୟରେ ଏହାର ପ୍ରଥମ ବ୍ୟବହାର ହୋଇଥିଲା । ମସୃଣ ଘନୀକୃତ ପଥରଖଣ୍ଡମାନଙ୍କ ର ଆବିଷ୍କାର ଏବଂ ସେଗୁଡ଼ିକର ଓଜନ ଏକ ସାଧାରଣହାରର ଗୁଣିତକ ହୋଇଥିବାରୁ ଆପେକ୍ଷିକ ବସ୍ତୁତ୍ଵ ମାପିବା ପାଇଁ ତରାଜୁରେ ସେଗୁଡ଼ିକର ବ୍ୟବହାର ହେବା ମନେ କରାଯାଏ । ଖ୍ରୀ.ପୂ. ୧୮୭୯ ସମୟରେ ଇଜିପଟରେ ଭାରର ଚିହ୍ନଥିବା ପଥର ଖୋଦାଇ ଓ ପ୍ରାଚୀର ଚିତ୍ରାକ୍ଷରର ଆବିଷ୍କାରରୁ ମିଶରର ବଣିକମାନଙ୍କ ଦ୍ଵାରା ଏହାର ବ୍ୟବହାରର ପ୍ରମାଣ ମିଳେ । ଅନେକ ଐତିହାସିକଙ୍କ ମତରେ ତରାଜୁର ବ୍ୟବହାର ୫୦୦୦ ବର୍ଷ ପୁରାତନ ।
==କ୍ରମବିକାଶ==
===ଦୁଇପଲା ତରାଜୁ===
[[File:Tunisia662.jpg|thumb|Tunisia662|right|ଦୁଇପଲା ବିଶିଷ୍ଟ ତରାଜୁ]]
ସର୍ବପ୍ରଥମେ ବ୍ୟବହୃତ ତରାଜୁ ସମବାହୁ ଦୁଇପଲା ବିଶିଷ୍ଟ ଥିଲା । କାଷ୍ଠ ନିର୍ମିତ ଏକ ମସୃଣ ଦଣ୍ଡର ଦୁଇ ଅଗ୍ରରେ ଦୁଇଟି ରନ୍ଧ୍ର ଦେଇ ରଜ୍ଜୁଦ୍ଵାରା ଦୁଇଟି ପଲା ଝୁଲାଇ ରଖିବା ଏବଂ କେନ୍ଦ୍ରରେ ଅନ୍ୟ ଏକ ରନ୍ଧ୍ର ଦେଇ ରଜ୍ଜୁ ସାହାଯ୍ୟରେ ତରାଜୁକୁ ଟେକି ଧରିବା ପାଇଁ ବ୍ୟବସ୍ଥା ଥିଲା । ପରବର୍ତ୍ତୀସମୟରେ କାଷ୍ଠ ପରିବତ୍ତେର୍ ପିତ୍ତଳ ବା ଲୁହାଦଣ୍ଡ ଏବଂ ରଜ୍ଜୁ ପରିବତ୍ତେର୍ ଲୁହା ଶିକୁଳିର ବ୍ୟବହାର ସହିତ ଦଣ୍ଡର କେନ୍ଦ୍ରରେ ଏକ ସୂଚକର ଉପଯୋଗ କରାଗଲା । ସୂଚକଟି ଏକ ଲୌହ ବନ୍ଧନୀର ମଧ୍ୟଭାଗରେ କେବଳ ପଲା ଦ୍ଵୟର ସମତୁଲ ଅବସ୍ଥାରେ ଭୂଲମ୍ବ ଭାବେ ରହିପାରେ । ଇପ୍ସିତ ପଦାର୍ଥର ବସ୍ତୁତ୍ଵ ନିର୍ଣ୍ଣୟ ପାଇଁ ଲୁହା ବଟକରାର ବ୍ୟବହାର ହେଲା । ଏହା ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁର ଓଜନ ପାଇଁ ଏବେ ମଧ୍ୟ ବ୍ୟବହୃତ ହେଉଅଛି ।
===କମାନୀ ତରାଜୁ===
"https://or.wikipedia.org/wiki/ତରାଜୁ"ରୁ ଅଣାଯାଇଅଛି