"ଚୈତ୍ର ମଙ୍ଗଳବାର ଓଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"1. ଚୈତ୍ର ମାସରେ ଯେତୋଟି ମଙ୍ଗଳବାର ପଡେ ସେଦିନ ଚୈତ୍ର ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଟିକେ ଯୋଗସୂତ୍ର ପେଡ଼ି
୧ କ ଧାଡ଼ି:
1. [[ଚୈତ୍ର]] ମାସରେ ଯେତୋଟି [[ମଙ୍ଗଳବାର]] ପଡେ ସେଦିନ ଚୈତ୍ର ମଙ୍ଗଳବାର ଓଷା ପାଳିତ ହୁଏ I ପୋଥିର ବର୍ଣ୍ଣନା ଅନୁଯାୟୀ ଚଇତି ହାଡିଆଣୀ ଚୈତ୍ର ମାସର ପ୍ରତି ମଙ୍ଗଳବାର ଦିନ ଘରଦ୍ୱାର ଲିପାପୋଛା କରି ଝୋଟି ପକାଏ I ବିଭିନ୍ନ ପ୍ରକାର ଫଳ, ଫୁଲ, ମଦ, ମାଂସ ଓ ଭୋଗରେ ମଙ୍ଗଳାଙ୍କୁ ପୂଜା କରେ I ଦିନେ ରାଜନବର ଓଳାଇବାକୁ ଯାଇଥିଲା I ସକାଳୁ ରାଜାଙ୍କ ମୁହଁକୁ ଦେଖି ଅଶୁଭ ହେବ ବୋଲି ଚଇତି ହାଡିଆଣି ଆଶଙ୍କା କରିଛି, କାରଣ ରାଜା ହେଉଛନ୍ତି ଅପୁତ୍ରିକ I ଆଉ ନିଜକୁ ସଂଯତ କରି ନପାରି ରାଜାଙ୍କୁ ଆଣ୍ଠୁକୁଡା କହିଦେଲା I ଫଳରେ ରାଜା ଭୀଷଣ ରାଗିଗଲେ ଆଉ ଚଇତି ହାଡିଆଣିର ସାତପୁଅକୁ ଢିଙ୍କିରେ କୁଟାଇ କାଳୁଆ ଗଣ୍ଡରେ ଭସାଇଦେବାକୁ ଆଦେଶ ଦେଲେ I ପୁତ୍ରମାନଙ୍କୁ ହରାଇ ଥିଲେ ମଧ୍ୟ ଦୁଃଖରେ ଭାଙ୍ଗି ନପଡି ଚଇତି ମଙ୍ଗଳାଙ୍କୁ ମଦ ମାଂସ ଆଦି ଭୋଗ ଦେଇ ପୂଜାକଲା I ଦୁବ ପ୍ରସାଦ ନେଇ ମା ମଙ୍ଗଳାଙ୍କୁ ସ୍ମରଣ କରି କାଳୁଆ ଗଣ୍ଡରେ ପକାଇଲା I ମା’ଙ୍କ କୃପାରୁ ସବୁପୁଅ ବଞ୍ଚିଉଠିଲେ, କିଏ ଘୁମୁରା ବଜାଉଛି ଆଉକିଏ ଢୋଲ ବଜାଉଛି I ରାଜାଙ୍କୁ ଚଇତି ହାଡିଆଣୀ ଅନେକଥର ଆଣ୍ଠୁକୁଡା କହିଛି I ରାଜା କ୍ରୋଧିତ ହୋଇ ତାର ପୁଅମାନଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି I ପ୍ରତିଥର ଚଇତି ହାଡିଆଣି ଦୁବ ପ୍ରସାଦ ଛିଞ୍ଚି ସେମାନଙ୍କୁ ବଞ୍ଚାଇଛି I ଶେଷରେ ରାଜା ଚଇତି ହାଡିଆଣୀ ଠାରୁ ଚଇତି ମଙ୍ଗଳବାର ଓଷାର ମହିମା ଶୁଣିଛନ୍ତି I ତାଙ୍କର ଅନେଶତ ରାଣୀ ମଙ୍ଗଳା ଓଷା ବିଧି ଅନୁସାରେ କରିଛନ୍ତି ଓ ପୁତ୍ରବତୀ ହୋଇଛନ୍ତି I କିନ୍ତୁ ବଳରାମ ଦାସଙ୍କ ରଚିତ ଓଷା କଥାଟି ଏହାଠାରୁ ସାମାନ୍ୟ ଅଲଗା I ଦିନଟି ଥାଏ ମଙ୍ଗଳବାର I ମଙ୍ଗଳା ବୁଢୀ ବେଶ ଧରିଲେ I ବିକୃତ ଚେହେରା, ଆଖିରୁ ଲେଞ୍ଜରା ବୋହିଯାଉଥାଏ I
==ଆଧାର==
{{ଆଧାର}}
 
{{ହିନ୍ଦୁ ପର୍ବ}}