"ଗାମୁଛା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Migrating 3 interwiki links, now provided by Wikidata on d:q3350596 (translate me)
ଓଡି଼ଆ ଢଗ ଢମାଳିରେ ଗାମୁଛା
୨ କ ଧାଡ଼ି:
[[ଫାଇଲ:GAMUCHA.jpg|thumb|ଗାମୁଛା]]
ଗାମୁଛା ଏକ ଛୋଟ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତ୍ର । <ref>http://www.orissa.gov.in/people/dress.htm</ref>ଏହା ର ଲମ୍ବ ସାଧାରଣତଃ ୧.୫ମି ରୁ ୨.୫ମି ଭିତରେ ହୋଇଥାଏ । ଏହା ସାଧାରଣତଃ ଗେରୁଆ ରଙ୍ଗର ହୋଇଥାଏ । ଏହାକୁ [[ଓଡ଼ିଶା]], [[ଆସାମ]], [[ପଶ୍ଚିମବଙ୍ଗ]] ଏବଂ [[ବିହାର]]ରେ ବହୁଳ ଭାବ ରେ ବ୍ୟବହାର କରାଯାଏ । ଆସାମ ରେ ଏହା ଗାମୋସା ବା ଗାମୋଛା ନାମରେ ପରିଚିତ । <ref>http://assamgovt.nic.in/culture.asp</ref>ଶସ୍ତା ତଥା ସୁଲଭ ହୋଇଥିବାରୁ ଏହା ଖୁବ ଲୋକପ୍ରିୟ । ହିନ୍ଦୁ ପୂଜା ପଦ୍ଧତି ରେ ଗାମୁଛା ର ପ୍ରମୁଖ ଭୁମିକା ରହିଛି । [[ପୂଜା (ଉପାସନା)|ପୂଜା]] କରିବା ସମୟ ରେ ମଧ୍ୟ ଏହା କୁ ପରିଧାନ କରାଯାଏ । ଗାମୁଛା ତିଆରି ପାଇଁ [[ଓଡ଼ିଶା]] ର [[ଖୋର୍ଦ୍ଧା ଜିଲ୍ଲା]] ପୃଥିବୀ ପ୍ରସିଦ୍ଧ । <ref>http://www.ordistricts.nic.in/district_profile/history.php</ref> ଆଜିକାଲି ଗାମୁଛା ଉପରେ ବିଭିନ୍ନ ପ୍ରୟୋଗ କରାଯାଇ ଏହାକୁ ଏକ ଫେଶନ ସାମଗ୍ରୀ ରୂପରେ ମଧ୍ୟ ବ୍ୟବହାର କରାଗଲାଣି । ଅଧୁନା ହାତବୁଣା ଗାମୁଛାର ଉତ୍ପାଦନ କମିଯାଇଛି ।<ref name="Dash1995">{{cite book|author=Satya Narayan Dash|title=Handloom Industry in India|url=http://books.google.com/books?id=a5xjc73xzqAC&pg=PA195|accessdate=5 June 2012|year=1995|publisher=Mittal Publications|isbn=978-81-7099-599-9|pages=195–}}</ref>
 
==ଓଡି଼ଆ ଢଗ ଢମାଳିରେ ଗାମୁଛା==
ଗାମୁଛା, ଓଡ଼ିଶାର ଜନଜୀବନ ସହିତ ଯେପରି ଅଙ୍ଗାଙ୍ଗୀ ଭାବେ ଜଡିତ, [[ଓଡି଼ଆ]] କଥା ସାହିତ୍ୟ, ଢଗ ଢମାଳିରେ ମଧ୍ୟ ସେହିପରି ବ୍ୟବହୃତ । ସେହିପରି କେତୋଟି ଉଦାହରଣ ହେଲା :
 
*ନଖି ନାନି ପୁଅ ଭଗିଆ,
ଶଗଡ଼ ଉପରେ ବଇଚି
ପାନ ଖିଲେ ଖିଲେ ଖାଉଚି,
ନାଲି ଗାମୁଛା କାନ୍ଧରେ ପକାଇ
ଗୀତ ପଦେ ପଦେ ଗାଉଚି ।।
 
*କଳାଚିତି ଯେବେ ମାରେ ଗାମୁଛା
ବ୍ରାହ୍ମଣ ହୋଇ ରଖେ ଗାଲମୁଚା
ଶୁଖିଲା ଭାତକୁ ଖାଆଣ ତୁଛା
ଖେତକୁ ନଯାଇ ବାରତା ପୁଛା
କୁଳନାରୀ ଯେବେ, ନ ମାରେ କଛା
ଯୋଗୀ ହୋଇ ଯାର ରମଣ ଇଛା
କହେ ଦନାଇ ଏ ବଡ ନିକୁଛା ।
 
== ଆଧାର ==
"https://or.wikipedia.org/wiki/ଗାମୁଛା"ରୁ ଅଣାଯାଇଅଛି