"ଓଡ଼ିଶୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ବୈଶିଷ୍ଟ ଓ ପୁନରୁଦ୍ଧାରର ତଥ୍ୟ
୨୨ କ ଧାଡ଼ି:
==ବୈଶିଷ୍ଟ ==
ଓଡ଼ିଶୀ ନୃତ୍ୟର ବୈଶିଷ୍ଟ ହେଲା ଅଙ୍ଗଭଙ୍ଗୀ ଓ ଲାଳିତ୍ୟ ଓ ଏହାର ପାଞ୍ଚଗୋଟି ପର୍ଯ୍ୟାୟ ହେଲା : ମଙ୍ଗଳାଚରଣ,ବଟୁ,ପଲ୍ଲବୀ,ଅଭିନୟ ଓ ମୋକ୍ଷ । ନୃତ୍ୟ ଆରମ୍ଭରେ ନର୍ତ୍ତକୀ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପାଞ୍ଜଳୀ ଦ୍ଵାରା ପ୍ରଣାମ ନିବେଦନ କରେ ଓ ଶେଷରେ ମୋକ୍ଷ ଲାଭ କାମନା କରି ପ୍ରଣତି ଜଣାଏ । ଏହି ନୃତ୍ୟରେ ପଖଉଜ,[[ବେହେଲା]],[[ଗିନି]],[[ଝାଞ୍ଜ]],[[ବଂଶୀ]] ଇତ୍ୟାଦି ବାଦ୍ୟଯନ୍ତ୍ର ବ୍ୟବହାର କରାଯାଏ । ଆଜି ଓଡ଼ିଶୀ ନୃତ୍ୟ ସମଗ୍ର ଭାରତ ବର୍ଷ ଓ ପୃଥିବୀରେ ବିଶେଷଭାବେ ଆଦୃତ ହୋଇପାରିଛି ।
=== ଆରମ୍ଭ ଓ ଇତିହାସ ===
[[ଫାଇଲ:Temple-Jagannath.jpg|thumb|୫୦୦px|[[ଜଗନ୍ନାଥ ମନ୍ଦିର]] ନୀତିରେ ଓଡ଼ିଶୀ]]
[[ଖାରବେଳ]]ଙ୍କ ସମୟରେ ଅଙ୍କାଯାଇଥିବା [[ଉଦୟଗିରି]]ର ମଞ୍ଚପୁରି ଗୁମ୍ଫାରେ ସବୁଠୁ ପୁରୁଣା ଓଡ଼ିଶୀ ନାଚର ଛବି ଦେଖିବାକୁ ମିଳିଥାଏ । ନାରୀମାନଙ୍କ ବାଦ୍ୟଯନ୍ତ୍ର ବାଜଣା ସହ ଓଡ଼ିଶୀ ନର୍ତ୍ତକୀମାନଙ୍କର ନାଚକୁ [[ଖାରବେଳ]] ଉପଭୋଗ କରୁଥିଲେ । ତେଣୁ ଆରମ୍ଭରେ ଏହା ଧର୍ମ ସହ ଯୋଡ଼ା ନଥିଲା, ପରେ ଏହା ମନ୍ଦିର ଚଳଣିରେ ଯୋଡ଼ିହେଲା । [[ଜଗନ୍ନାଥ ମନ୍ଦିର]]ରୁ ପ୍ରଥମେ ଆରମ୍ଭ କରି ତା ପରେ ବାକି ଶିବ ଓ ବିଷ୍ନୁ ମନ୍ଦିର ମାନଙ୍କରେ ଆରମ୍ଭ ହେଲା । ଗୋଟିଏ ପୁରୁଣା ପୋଥି ଦେବଦାସୀମାନେ ଜୈନ ଓ ବୌଦ୍ଧ ସଙ୍ଘ ମାନଙ୍କରେ ନାଚିବାର ପ୍ରମାଣ ଦିଏ । ଓଡ଼ିଶୀ, ପ୍ରଥମେ ମନ୍ଦିର ମାନଙ୍କରେ 'ମାହାରି' ମାନେ ନିଜ ଜୀବନ ଭଗବାନଙ୍କ ପାଖରେ ଅର୍ପଣ କରିବାର ଚଳଣି ଆରମ୍ଭ କରିଥିଲେ ଯାହା [[ଓଡ଼ିଶା]]ର ମନ୍ଦିର କାନ୍ଥରେ ଥିବା ମୂର୍ତ୍ତୀରୁ ଜଣାପଡ଼େ ।<ref name="nadanam.com">[http://www.nadanam.com/odissi/o_index.htm ଓଡ଼ିଶୀ]</ref> ଖ୍ରୀଷ୍ଟପୂର୍ବ ଦ୍ଵିତୀୟର ଓଡ଼ିଶୀର ଇତିହାସ [[ଉଦୟଗିରି]]ର ରାଣୀଗୁମ୍ଫାରୁ ମିଳିଥିବା ପୋଥିରୁ ଜଣାଯାଏ । ତେଣୁ ଇତିହାସ, ରିତିନୀତି ଓ ଚଳଣିକୁ ଆଖିରେ ରଖି ଓଡ଼ିଶୀକୁ ସବୁଠୁ ପୁରୁଣା ଶାସ୍ତ୍ରୀୟ ନାଚର ମାନ୍ୟତା ଦିଆଯାଏ । ନାଟ୍ୟ ଶାସ୍ତ୍ରରେ ବି '''ଓଡ୍ର ମାଗଧି'''କୁ ଗୁରୁତ୍ତ୍ଵ ଦିଆଯାଇଛି ଆଉ ଓଡ୍ର ଓଡ଼ିଶାକୁ ହିଁ ସୂଚାଏ ।<ref>http://www.nadanam.com/odissi/o_history.htm</ref>
 
=== ମନ୍ଦିର ଇତିହାସ ===
[[ଫାଇଲ:Rahul-acharya.jpg|thumb|୫୦୦px|right||ରାହୁଳ ଆଚାର୍ଯ୍ୟଙ୍କ ଓଡ଼ିଶୀ ମୁଦ୍ରା]]
ଖ୍ରୀଷ୍ଟପୂର୍ବ ୨ୟ ଶତାବ୍ଦୀରେ ତିଆରି [[ଭୁବନେଶ୍ୱର]]ରେ ଥିବା [[ଖଣ୍ଡଗିରି]] ଓ [[ଉଦୟଗିରି]] ସେତେବେଳର ସମ୍ରାଟ [[ଖାରବେଳ]]ଙ୍କ ଦ୍ଵାରା ତିଆରି କରାଯାଇଥିଲା । ଗବେଷକମାନେ କହନ୍ତି ଗୁମ୍ଫାରେ ଅଙ୍କାଯାଇଥିବା ହେତୁ ଓ ଅନେକ ସେହିଭଳି ପୁରୁଣା ପ୍ରମାଣ ମିଳୁଥିବାରୁ ଓଡ଼ିଶୀ ସବୁଠୁ ବେଶି ପୁରୁଣା ନୃତ୍ୟକଳା । [[କୋଣାର୍କ]] ଓ [[ବ୍ରହ୍ମେଶ୍ଵର]] ମନ୍ଦିର କାନ୍ଥରେ ଅଙ୍କା ଚିତ୍ରରେ ବି ନାଚୁଥିବା ଓଡ଼ିଶୀ ନର୍ତ୍ତକ ଓ ନର୍ତ୍ତକୀ ଦେଖିବାକୁ ମିଳନ୍ତି ।<ref>http://www.jagannatha.net/dance.html</ref>
"https://or.wikipedia.org/wiki/ଓଡ଼ିଶୀ"ରୁ ଅଣାଯାଇଅଛି