"ସୋମନାଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୩୯ କ ଧାଡ଼ି:
ପୌରାଣିକ ମତେ ନକ୍ଷତ୍ରପତି ଚନ୍ଦ୍ରଦେବ ବା ସୋମ ପ୍ରଥମେ ଏହି ପ୍ରଭାସ ପତନରେ ନିଜ ଶ୍ୱଶୁର ଦକ୍ଷଙ୍କ ଅଭିଶାପରୁ ଜାତକ୍ଷୟ ବା ରାଜଯକ୍ଷ୍ମା ରୋଗରୁ ମୁକ୍ତି ପାଇବା ପାଇଁ ଭଗବାନ [[ଶିବ]]ଙ୍କର ଆରାଧନା କରି ଆରୋଗ୍ୟ ଲାଭ କରିଥିଲେ । ସେହିଦିନଠାରୁ ଏହି ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ନାମରେ ପ୍ରସିଦ୍ଧ । ପୌରାଣିକ ମତରେ ପ୍ରଥମେ ସୋମଦେବ ପ୍ରଭୁଙ୍କ ପାଇଁ ସୁନାରେ ମନ୍ଦିର ନିର୍ମାଣ କରିଥିଲେ । ପରବର୍ତ୍ତୀ ସମୟରେ [[ସୂର୍ଯ୍ୟ|ସୂର୍ଯ୍ୟଦେବ]] ମଧ୍ୟ ସୋମନାଥଙ୍କ ନିମନ୍ତେ ରୌପ୍ୟ ମନ୍ଦିର ନିର୍ମାଣ କରିଥିଲେ । ସମୟଚକ୍ରରେ ଏହିସବୁ ମନ୍ଦିର ଧ୍ଵଂସ ହୋଇଯାଇଥିବା ବେଳେ [[ଦ୍ଵାପର ଯୁଗ]]ରେ [[କୃଷ୍ଣ|ଶ୍ରୀକୃଷ୍ଣ]] ସୋମନାଥଙ୍କ ମନ୍ଦିର କାଠରେ ତିଆରି କରିଥିବାବେଳେ ଶେଷ ମନ୍ଦିରଟି ରାଜା ଭୀମଦେବଙ୍କ ଦ୍ଵାରା ପଥରରେ ନିର୍ମିତ ହୋଇଥିଲା । ହଜାର ହଜାର ବର୍ଷ ଧରି ଶ୍ରଦ୍ଧାଳୁ ଭକ୍ତମାନେ ସୋମନାଥଙ୍କ ମହିମାକୁ ଉପଲବ୍ଧି କରିଆସୁଛନ୍ତି ।
== ଇତିହାସ ==
ସୋମନାଥର ଅର୍ଥ ହେଉଛି [[ଚନ୍ଦ୍ର]]ଙ୍କ ସୁରାକ୍ଷାକରୀ। [[ଶିବପୁରାଣ]] ଅନୁସାରେ ସୃଷ୍ଟିକର୍ତା ବ୍ରହ୍ମା ଓ ପାଳନକର୍ତା [[ବିଷ୍ଣୁ]]ଙ୍କ ମଧ୍ୟରେ କଳହ ହେବାରୁ ସେମାନଙ୍କୁ ପରୀକ୍ଷା କରିବାକୁ ଶିବଙ୍କର ଏକ ଅଲୋକ ରଶ୍ମି ସ୍ଵର୍ଗ ମର୍ତ୍ୟ ଓ ପାତାଳ ଫୁଟି ବାହାରିଲା । ଏହି ଅଲୋକ ଶିଖାର ପ୍ରାନ୍ତକୁ ଠାବ କରିବା ଲାଗି ବିଷ୍ନୁ ଆସିଲେ ମର୍ତ୍ୟକୁ ଓ [[ବ୍ରହ୍ମା]] ଗଲେ ସ୍ଵର୍ଗକୁ । ବ୍ରହ୍ମା ଆଲୋକ ରଶ୍ମିର ପ୍ରାନ୍ତକୁ ଦେଖିଲେ ବୋଲି ମିଛ କହିଲେ, ଶେଷରେ ବିଷ୍ନୁ ପରାଜୟ ସ୍ଵୀକର କଲେ । ଶିବ ଏକଥା ଜାଣି ପାରି ଏକ ଦ୍ଵିତୀୟ ଅଲୋକ ସ୍ତମ୍ଭ ଭାବରେ ଆବିର୍ଭୂତ ହେଲେ ଏବଂ ବ୍ରହ୍ମାଙ୍କୁ ମିଛ କହିବାଲାଗି ଅଭିଶାପଦେଲେ ଯେ ମର୍ତ୍ୟରେ କୌଣସି ଉତ୍ସବ ରେ ସେ ପୂଜା ପାଇବେ ନାହିଁ । ସୃଷ୍ଟି ଥିବା ପର୍ଯ୍ୟନ୍ତ ସମସ୍ତେ ବିଷ୍ନୁଙ୍କୁ ପୂଜା କରିବେ ଏହି ଅଲୋକ ରଶ୍ମି ହେଉଛି ଜ୍ୟୋତିର୍ଲିଙ୍ଗ ଏହାର ଏକ ଅଂଶ ହେଉଛନ୍ତି ଭଗବାନ ଶିବ । ଜ୍ୟୋତିର୍ଲିଙ୍ଗ ପୀଠରେ ଶିବଙ୍କୁ ଏକ ଅଲୋକ ସ୍ତମ୍ଭ ବା ଲିଙ୍ଗ ରୂପରେ ପୂଜା କରାଯାଏ । ଏହି ସ୍ତମ୍ଭ ଭଗବାନ ଶିବଙ୍କ ପ୍ରତୀକ । ସଧାରଣତଃ ୬୪ ଜ୍ୟୋତିର୍ଲିଙ୍ଗ ଥିବା ବିଶ୍ଵାସ କରାଯାଏ ସେଥିମଧ୍ୟରୁ ୧୨ଟି ପୀଠ ହେଉଛି ଅତି ପବିତ୍ର ମଧ୍ୟରେ ସୋମନଥ ଅନ୍ୟତମ ।
 
== ମନ୍ଦିର ==
ଦ୍ଵାପର ଯୁଗରେ ଭଗବନ ଶ୍ରୀକୃଷ୍ନ ଚନ୍ଦନ କାଠରେ ସୋମନାଥ ମନ୍ଦିର ନିର୍ମାଣ କରିଥିବା ବିଶ୍ଵାସ କରଯାଏ । ଗୁଜୁରାଟର ଆଜିର ସୋମନାଥ ମନ୍ଦିର ଏଭଳି ନିର୍ମାଣ କରାଯାଇଛି ମନ୍ଦିର ନିକଟ ସମୁଦ୍ର କୂଳରୁ ଅଣ୍ଟାର୍କଟିକା ପର୍ୟନ୍ତ ସରଳ ରେଖାରେ କୌଣସି ଭୂଖଣ୍ଡ ନହିଁ । କେବଳ ରହିଛି ପାଣି [[ମୁସଲମାନ]]ଙ୍କ ଦ୍ଵରା ୧୬ ଥର ଲୁଣ୍ଠନ ହୋଇଥିବା ସୋମନାଥ ମନ୍ଦିର ୧୯୪୭ ରେ ପୁନଃନିର୍ମାଣ କରାଯାଇଛି ।<ref> [[ସମ୍ବାଦ]] ତା୧୯-୦୨-୨୦୧୩ </ref>
== ପୂଜା ଓ ପର୍ବପର୍ବାଣୀ ==
"https://or.wikipedia.org/wiki/ସୋମନାଥ"ରୁ ଅଣାଯାଇଅଛି