"ଇଲିଆନା ସିତାରିଷ୍ଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଓଡ଼ିଶୀ ଏବଂ ଛଉ ନାଚ ନୃତ୍ୟଶିଳ୍ପୀ
Content deleted Content added
"{{ଛୋଟ|Ileana Citaristi}} '''ଇଲିଆନା ସିତାରିଷ୍ଟ''' ଜଣେ ଇଟାଲୀରେ ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୧୯:୧୯, ୧୯ ଫେବୃଆରୀ ୨୦୧୩ ଅନୁସାରେ କରାଯାଇଥିବା ବଦଳ

ଇଲିଆନା ସିତାରିଷ୍ଟ ଜଣେ ଇଟାଲୀରେ ଜନ୍ମିତ ଓଡ଼ିଶୀ ଏବଂ ଛଉ ନୃତ୍ୟଶିଳ୍ପୀ । ସେ ବର୍ତ୍ତମାନ ଭୁବନେଶ୍ୱରରେ ରହୁଛନ୍ତି । ୧୯୯୫ ମସିହାରେ ମୃଣାଳ ସେନଙ୍କ ନିର୍ମିତ ଯୁଗାନ୍ତ ଚଳଚ୍ଚିତ୍ରରେ ତାଙ୍କୁ ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା ପାଇଁ ୪୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଏହା ବ୍ୟତୀତ ୨୦୦୬ରେ ଓଡ଼ିଶୀ ନୃତ୍ୟକୁ ବିଶେଷ ଅବଦାନ ପାଇଁ ସେ ପଦ୍ମଭୂଷଣ ଉପାଧୀରେ ସମ୍ମାନିତ ।

ପ୍ରାରମ୍ଭିକ ଜୀବନ

ଇଲିଆନା ଇଟାଲୀର ବେରଗ୍ରାମୋରୁ ଆସିଛନ୍ତି ।[୧] ଇଟାଲୀରେ ପାଞ୍ଚବର୍ଷ ଧରି ପାରମ୍ପାରିକ ନୃତ୍ୟକଳା ଏବଂ ପରୀକ୍ଷାମୂଳକ ଅଭିନୟ ଶିଖିବା ପରେ କଥକଳି ନୃତ୍ୟ ଶିଖିବାକୁ ମନସ୍ତ କରିଥିଲେ ।[୨] ଓଡ଼ିଶା ଆସିବା ପୂର୍ବରୁ ସେ ୩ ବର୍ଷ ଧରି କେରଳରେ କଥକଳି ଗୁରୁ କ୍ରିଷ୍ଣନ ନାମ୍ବୁଦରୀଙ୍କ ତତ୍ତ୍ୱାବଧାନରେ ନୃତ୍ୟ ଶିକ୍ଷା କରିଥିଲେ ଏବଂ ତାଙ୍କରି ଉପଦେଶରେ ଓଡ଼ିଶୀ ଶିଖିଥିଲେ ।[୩] ୧୯୭୯ ମସିହାରୁ ସେ ଓଡ଼ିଶାରେ ଅବସ୍ଥାନ କରୁଛନ୍ତି[୪] ଏବଂ "ସାଇକୋଆନାଲିସିସ ଏଣ୍ଡ ଇଷ୍ଟର୍ଣ୍ଣ ମାଇଥୋଲୋଜି" ସନ୍ଦର୍ଭରେ ଗବେଷଣା କରି ଡକ୍ଟରେଟ ଡିଗ୍ରୀ ପ୍ରାପ୍ତ କରିଛନ୍ତି ।[୫]

ନୃତ୍ୟ ଜୀବନୀ

ଇଲିଆନା ଗୁରୁ କେଳୁଚରଣ ମହାପାତ୍ରଙ୍କ ପାଖରେ ଓଡ଼ିଶୀ ଶିଖିବା ଆରମ୍ଭ କରିଥିଲେ ଏବଂ ୧୯୯୪ ରୁ ନିଜର ନୃତ୍ୟ ବିଦ୍ୟାଳୟର ସ୍ଥାପନା କରିଛନ୍ତି ।[୧] ସେ ମଧ୍ୟ ମୟୂରଭଞ୍ଜ ଛଉ ନୃତ୍ୟରେ ପ୍ରବୀଣା, ଯାହାକୁ ଗୁରୁ ହରି ନାୟକଙ୍କ ଠାରୁ ଶିକ୍ଷା କରିଥିଲେ । ସେ ଭୁବନେଶ୍ୱର ସଙ୍ଗୀତ ମହାବିଦ୍ୟାଳୟରୁ ଛଉ ନୃତ୍ୟ ପାଇଁ ଆଚାର୍ଯ୍ୟ ଉପାଧୀ ପାଇଛନ୍ତି ।[୬] ୧୯୯୬ ମସିହାରେ ସେ ଆର୍ଟ ଭିଜନ ଏକାଡ଼େମୀର ପ୍ରତିଷ୍ଠା କରିଥିଲେ, ଯାହା ବିଭିନ୍ନ ପ୍ରକାର ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ଅଭିନୟ କଳାକୁ ପ୍ରୋତ୍ସାହନ ଦେବା ସହ ଓଡ଼ିଶୀ ଏବଂ ଛଉ ନୃତ୍ୟ ଶିକ୍ଷଣ ପାଇଁ ଉଦ୍ଦିଷ୍ଟ ।[୭]

ବହି ଓ ଚଳଚ୍ଚିତ୍ର

ମୃଣାଳ ସେନଙ୍କ ଯୁଗାନ୍ତ ବ୍ୟତୀତ, ଏମ. ଏଫ. ହୁସେନ ଙ୍କ "ମିନାକ୍ଷୀ : ଏ ଟେଲ ଅଫ ଥ୍ରୀ ସିଟିଜ"(୨୦୦୩)[୮], ଗୌତମ ଘୋଷଙ୍କ "ଏବାର ଅରଣ୍ୟେ"(୨୦୦୪)[୯] ରେ ସେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ୨୦୦୧ରେ "ଦି ମେକିଙ୍ଗ ଅଫ ଏ ଗୁରୁ : କେଳୁଚରଣ ମହାପାତ୍ର, ହିଜ ଲାଇଫ ଏଣ୍ଡ ଟାଇମ୍ସ"(ISBN 81-7304-369-8.) ତଥା ୨୦୧୨ରେ "ଟ୍ରାଡ଼ିଶନାଲ ମାର୍ଶିଆଲ ପ୍ରାକ୍ଟିସେସ ଇନ ଓଡ଼ିଶା" ଶୀର୍ଷକରେ ଦୁଇଟି ପୁସ୍ତକ ଲେଖିଛନ୍ତି ।[୪][୭]

ପୁରସ୍କାର ଓ ସମ୍ମାନ

ଇଲିଆନା ଦୂରଦର୍ଶନର ଜଣେ "କ" ବର୍ଗର କଳାକାର । ୧୯୯୨ରେ ନୃତ୍ୟକଳା ପାଇଁ ଋଷୀୟ "ଲେଓନିଡ଼ ମାସିନ" ଉପାଧୀ ମିଳିଥିଲା । ୧୯୯୬ରେ ମୃଣାଳ ସେନଙ୍କ ଯୁଗାନ୍ତ ଚଳଚ୍ଚିତ୍ର ପାଇଁ ୪୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶିକା ଭାବେ ସମ୍ମାନିତ ହୋଇଥିଲେ ।[୧୦][୧୧]

ସେ ମଧ୍ୟ ମୁମ୍ବାଇର ସୁର ସିଙ୍ଗର ସଂସଦରୁ "ରାସେଶ୍ୱର ସମ୍ମାନ"ରେ ଭୂଷିତ ।[୫][୭] ୨୦୦୬ରେ ଓଡ଼ିଶୀ ନୃତ୍ୟକୁ ବିଶେଷ ଅବଦାନ ପାଇଁ ଭାରତ ସରକାରଙ୍କ ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ "ପଦ୍ମଭୂଷଣ" ମିଳିଛି ।[୧୨] ୨୦୦୮ରେ ଇଟାଲୀ ସରକାର ତାଙ୍କୁ "ଅର୍ଡର ଅଫ ଦି ଷ୍ଟାର ଅଫ ଇଟାଲୀଆନ ସୋଲିଡ଼ାରିଟୀ"ର ସଭ୍ୟ ରୂପେ ଗ୍ରହଣ କରିଛନ୍ତି ।[୨]

ଆଧାର

  1. ୧.୦ ୧.୧ "Odisha is now my home: Ileana Citaristi". The Times of India. March 29, 2012. Retrieved 6 November 2012.
  2. ୨.୦ ୨.୧ "Ileana Citarista - Curriculum Vitae". Retrieved 6 November 2012.
  3. "Ladies who love Indian rhythm". The Pioneer. 23 October 2012. Retrieved 6 November 2012.
  4. ୪.୦ ୪.୧ "Finding her own idiom". The Hindu. August 18, 2011. Retrieved 6 November 2012.
  5. ୫.୦ ୫.୧ "Ileana Citaristi - Bio Data". Retrieved 6 November 2012.
  6. "Padmashri Ileana Citaristi". SPICMACAY. Retrieved 6 November 2012.
  7. ୭.୦ ୭.୧ ୭.୨ "Dr. Ileana Citaristi: My karma is to break new ground". Retrieved 6 November 2012.
  8. ଇଣ୍ଟରନେଟ ମୁଭି ଡାଟାବେସରେ ଇଲିଆନା ସିତାରିଷ୍ଟ
  9. "A blend of spaghetti and saag". The Tribune. April 11, 2004. Retrieved 6 November 2012.
  10. "43rd National Film Awards". International Film Festival of India.
  11. "43rd National Film Awards (PDF)" (PDF). Directorate of Film Festivals.
  12. "Padma Awards Directory (1954-2009)" (PDF). Ministry of Home Affairs (India). ..state:orissa;Country India {{cite web}}: Text "Ministry of Home Affairs" ignored (help)

ବାହ୍ୟ ଆଧାର