"ସରସ୍ୱତୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
ଅଧିକ ତଥ୍ୟ
୩୧ କ ଧାଡ଼ି:
ସରସ୍ଵନ୍ତମିତ ପ୍ରାଣୋ ବାଚଂ / ପ୍ରାଦୁଃ ସରସ୍ଵତୀମ୍ ।

ଅର୍ଥାତ୍ ବାକ୍ ଏବଂ ପ୍ରାଣର ମାତା ଏବଂ ପୁତ୍ର ସମ୍ଵନ୍ଧ । ପ୍ରସାରଣଶୀଳ ପ୍ରାଣ(ନିଶ୍ଵାସ)ର ନାମ ସରସୂତ୍ ଏବଂ ଭାଷାର ନାମ ସରସ୍ଵତୀ । ପୁରାଣକାରମାନେ ସରସ୍ଵତୀଙ୍କୁ କନ୍ୟା ଏବଂ ବ୍ରହ୍ମାଙ୍କୁ ପିତା ରୂପେ ପରିକଳ୍ପନା କରିଛନ୍ତି । କଥିତ ଅଛି ବ୍ରହ୍ମା ସୃଷ୍ଟିର ଆଦ୍ୟପର୍ବରେ ବାକ୍‌ଦେବୀ ବା ସରସ୍ଵତୀଙ୍କୁ ଜନ୍ମ ଦେଲେ । ସେଇ କନ୍ୟା ମାଧ୍ୟମରେ ସେ ବିଶ୍ଵ ବ୍ରହ୍ମାଣ୍ଡର ସମସ୍ତ ଜୀବ ତଥା ସ୍ଥାବରଜଙ୍ଗମ ସର୍ଜନା କଲେ । <ref>ସମାଜ ରବିବାର, ପୃଷ୍ଠା- ୭, ୨୨- ୨୮. ୧. ୨୦୧୨</ref>
କିନ୍ତୁ ବ୍ରହ୍ମବୈବର୍ତ୍ତ ପୁରାଣ ଅନୁଯାୟୀ ସୃଷ୍ଟି କାଳରେ ଈଶ୍ଵରଙ୍କ ଇଚ୍ଛାରୁ ଆଦ୍ୟାଶକ୍ତି ନିଜକୁ ପାଞ୍ଚ ଭାଗରେ ବିଭକ୍ତ କରି ନେଇଥିଲେ । ସେ ରାଧା, ପଦ୍ମା, ସାବିତ୍ରୀ, ଦୁର୍ଗା ଏବଂ ସରସ୍ଵତୀଙ୍କ ରୂପରେ ଭଗବାନ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଅଙ୍ଗରୁ ସୃଷ୍ଟି ହୋଇଥିଲେ । ସେ ସମୟରେ ଶ୍ରୀକୃଷ୍ଣଙ୍କ କଣ୍ଠରୁ ଦେବୀ ସରସ୍ଵତୀ ଉତ୍ପନ୍ନ ହୋଇଥିଲେ ।

''ଆବିର୍ଭୂତ ତତ୍‌ପଶ୍ଚାତ୍ ମୁଖତଃ

ପରମାତ୍ମନଃ, ଏକାଦେବୀ ଶୁକ୍ଳବର୍ଣ୍ଣା

ବୀଣାପୁସ୍ତକ ଧାରିଣୀ, ବାଗଧିଷ୍ଠାତୃ

ଦେବୀସାକବିନା ମିଷ୍ଟଦେବତା, ସା ଚ ଶକ୍ତିଃ

ସୃଷ୍ଟିକାଳେ ପଞ୍ଚମା ଚେଶ୍ଵରେଚ୍ଛାୟା, ରାଧାପଦ୍ମା

ଚ ସାବିତ୍ରୀ ଦୁର୍ଗାଦେବୀ ସରସ୍ଵତୀ,

ବାଗଧିଷ୍ଠାତୃ ଯା ଦେବୀ ଶାସ୍ତ୍ରଜ୍ଞାନ ପ୍ରଦାସଦା,

କୃଷ୍ଣ କଣ୍ଠୋଦ୍ଭବା ସା ଚ ଯା ଚ ଦେବୀ ସରସ୍ଵତୀ।''
<ref>ହୟଗ୍ରୀବ ତ୍ରିପାଠୀ,ଅନୁପମ ଭାରତ, ପୃଷ୍ଠା- ୫, ଶୁକ୍ରବାର ୧୫ ଫେବୃଆରୀ ୨୦୧୩</ref>

== ଧର୍ମ ଓ ପୂଜା ==
ଜୋରୋଆଷ୍ଟର ଧର୍ମରେ ସରସ୍ୱତୀଙ୍କୁ ସରୋଶା ନାମରେ ଜଣାଯାଏ, ଯିଏ ଏଇ ପୃଥିବୀର ରକ୍ଷା କାରିଣୀ। ସରୋଶା(ଆଜ୍ଞାବହତା) ହେଉଛନ୍ତି ଆହୁରା ମଜଦାଙ୍କର ପତ୍ନୀ ଓ ଦୂତୀ, ଯାହାଙ୍କର କାମ ହେଲା ଡାଇନାଙ୍କୁ ଶିକ୍ଷାଦେବା। ଡାଇନା ହେଉଛନ୍ତି ବିବେକ ଓ ଧର୍ମର ସଙ୍ଗମ । ମୃତ୍ୟୁ ଉପରାନ୍ତ ଜୀବନରେ ସେ [[ଆତ୍ମା]]ମାନଙ୍କୁ ଆଗର ଦିଗ୍ଦର୍ଶନ ଦେଇଥାନ୍ତି। ତାଙ୍କର ଏକ ଚିହ୍ନ [[ମୟୁର]]ର ଡ଼ାକ ପୂତାତ୍ମାମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ବିଷୟରେ ସଚେତନ କରାଇଦିଏ। [[ବୌଦ୍ଧ ଧର୍ମ]]ରେ ମଧ୍ୟ ସେ ଭିକ୍ଷୁମାନଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି ଓ [[ବୁଦ୍ଧ]]ଙ୍କର ଶିକ୍ଷାକୁ ରକ୍ଷା କରିଥାନ୍ତି ବୋଲି ମାନ୍ୟତା ରହିଛି। ବର୍ମିଜ ଭାଷାରେ ତାଙ୍କୁ ଥୁରାଥଡି (''Thurathadi''), ଥାଇ ଭାଷାରେ ସୁରାସୱଦୀ (''Surasawadee''), ଜାପାନୀ ଭାଷାରେ ବେଞ୍ଜାଇତେନ ବୋଲି ପରିଚିତା। ଭାରତର କେତେକ ରାଜ୍ୟ ଯଥା ଓଡ଼ିଶା, ବିହାର ଓ ପଶ୍ଚିମ ବଙ୍ଗରେ ସରସ୍ୱତୀଙ୍କୁ [[ଦୁର୍ଗା]]ଙ୍କର କନ୍ୟାବୋଲି ପୂଜା କରାଯାଏ। ସେଥିପାଇଁ [[ଦୁର୍ଗାପୂଜା]]ରେ ଦୁର୍ଗାଙ୍କ ସହିତ ସରସ୍ୱତୀ, [[ଲକ୍ଷ୍ମୀ]], [[ଗଣେଶ]] ଓ [[କାର୍ତ୍ତିକେୟ]]ଙ୍କର ମୂର୍ତ୍ତିକୁ ମଧ୍ୟ ପୂଜା କରାଯାଇଥାଏ। <ref>Kinsley, David (1988). ''[http://books.google.com/books?id=hgTOZEyrVtIC Hindu Goddesses: Vision of the Divine Feminine in the Hindu Religious Traditions].'' University of California Press. ISBN 0-520-06339-2. p. 95.</ref>
"https://or.wikipedia.org/wiki/ସରସ୍ୱତୀ"ରୁ ଅଣାଯାଇଅଛି