Content deleted Content added
|
|
କୃଷ୍ଣବତାରରେ ନନ୍ଦନନ୍ଦନ [[କୃଷ୍ଣ|ଶ୍ରୀକୃଷ୍ଣ]] କେତେବେଳେ ଓ କାହାଠାରୁ ବଂଶୀଟି ପାଇଲେ ଓ ବଜାଇବା ଶିକ୍ଷା କରିଥିଲେ ସେ ସଂପର୍କରେ ଶ୍ରୀମଦ୍ ଭାଗବତରେ କିଛି ଦେଖାଯାଏ ନାହିଁ I। ତେବେ ବୈଷ୍ଣବମାନଙ୍କ ମତରେ ସୃଷ୍ଟି ଆରମ୍ଭରେ ପିତାମହ [[ବ୍ରହ୍ମା]] ଦେବଗଣଙ୍କୁ ନେଇ ସହସ୍ର ବର୍ଷ ବ୍ୟାପୀ ଏକ ଯାଗ କରିଥିଲେ I। ଯାଗ ଶେଷରେ ସେହି ଯଜ୍ଞକୁଣ୍ଡରୁ ଏକ ବାଂଶ (ବାଉଁଶ ଗଛ) ସୃଷ୍ଟିହେଲା I। ପଚିଶ ପବ ଦୈର୍ଘ୍ୟ ବିଶିଷ୍ଟ ଏହି ବାଂଶରୁ ପ୍ରଥମେ ବିଭିନ୍ନ ଦେବତା ପାଇଁ ଧନୁ ତିଆରି ହେଲା I (୧)। * ନଅପବରେ କୋଦଣ୍ଡ ଧନୁ (୨) * ସାତପବରେ ପିନାକ ଧନୁ (୩) * ପାଞ୍ଚପବରେ ସାରଙ୍ଗ ଧନୁ (୪)ଓ * ତିନିପବରେ ଗାଣ୍ଡିବ ଧନୁ ନିର୍ମିତ ହେବାପରେ ଶେଷ ଏକପବରେ ବେଦବ୍ରହ୍ମା କୃଷ୍ଣାବତାର ପାଇଁ ଏହିବଂଶୀ ତିଆରି କରିଥିଲେ I। ବୈଷ୍ଣବୀୟ ସାହିତ୍ୟଗୋବିନ୍ଦ ଲୀଳାମୃତର ବର୍ଣ୍ଣନା ଅନୁଯାୟୀ ରାମକୃଷ୍ଣ ବେନିଭାଇ ଗୋଚାରଣ ପାଇଁ ଯିବାପୂର୍ବରୁ ଏ ସମ୍ପର୍କରେ ପ୍ରଶିକ୍ଷଣ ପାଇଁ ଗୋପର ବିଶିଷ୍ଟ ଗୋପାଳଗୋବର୍ଦ୍ଧନଗୋପାଳ ଗୋବର୍ଦ୍ଧନ ମହାମଲ୍ଲ ମହାଭୋଇଙ୍କ ନିକଟକୁ ଯାଇଥିଲେ I। ବଣରେ [[ଗାଈ]] ଚରାଇବାକୁ ହେବ ସେ ସମ୍ପର୍କରେ ପରାମର୍ଶ ଦେବା ସହ ମହାଭୋଇ କୃଷ୍ଣଙ୍କୁ ଗୋଟିଏ ଶିଙ୍ଗା, ହଳେ କଠଉ, ବାଘନଖୀ ମାଳି, ନଅପବ ଥିବା ଗୋଟିଏ ଲଉଡି ଓ ଏକ ବେଣୁ ପ୍ରଦାନ କରିଥିଲେ I। କିନ୍ତୁ ହରିବଂଶ ଓ ବ୍ରହ୍ମବୈବର୍ତ୍ତ ପୁରାଣ ମତରେ ପ୍ରଳୟ କାଳରେ ଏ ବେଣୁ ବରୁଣଙ୍କ ନିକଟରେ ସଂରକ୍ଷିତ ଥିଲା I। ବୃନ୍ଦାବନରେ ଗୋପୀଙ୍କ ସହିତ ରାସଲୀଳା ପାଇଁ ସମ୍ମୋହକ ଅସ୍ତ୍ରଭାବେ ବ୍ରହ୍ମା ଏହାକୁ କୃଷ୍ଣଙ୍କୁ ପ୍ରଦାନ କରିଥିଲେ I। ଏହିବଂଶୀ ପାଞ୍ଚପ୍ରକାର # – (୧) ମୁରଲୀ (୨) ସୁରଲୀ (୩) ବଂଶୀ (୪) ଅଳାବେଣୀ # (୫) ଖୁରଲୀ # I (୧)ମୁରଲୀ –: କବି ଗୌରାଙ୍ଗଚରଣଙ୍କ ଶ୍ରୀକୃଷ୍ଣ ଲୀଳାକାବ୍ୟରେ ବତିଶ ଅଙ୍ଗୁଳ ଷଡରନ୍ଧ୍ର ବିଶିଷ୍ଟ ଜମ୍ଭୁନଦ ରତ୍ନବନ୍ଧ ଜଡିତ ବଂଶୀକୁ ମୁରଲୀ କୁହାଯାଏ I (୨) # ସୁରଲୀ – ସୁରଲୀ ହେଉଛି: ବତିଶ ଅଙ୍ଗୁଳ ଦୈର୍ଘ୍ୟ ଓ ପଞ୍ଚରନ୍ଧ୍ର ବିଶିଷ୍ଟ I। ଦୁଇରନ୍ଧ୍ରରେ ଯନ୍ତ୍ରବନ୍ଧ ଦିଆଯାଇଥାଏ I। ଯମୁନାଘାଟରେ ନଟନାଗର ଏହି ମୁରଲୀ ବଜାଇ ହୁନ୍ଦର କରନ୍ତି I (୩) # ବଂଶୀ – ବଂଶୀ ହେଉଛି: ଷୋଳ ଅଙ୍ଗୁଳ ଓ ସପ୍ତରନ୍ଧ୍ରଯୁକ୍ତ ତିନିରନ୍ଧ୍ରରେ କଳକ ନଳି I। ବଶ କରୁଥିବାରୁ ତାର ନାମ ବଂଶୀ I। ତିନିସ୍ୱରରେ ବଂଶୀବାଦନ କଲେ ତ୍ରିଭୁବନବାସୀ ମଦନଜ୍ୱାଳାରେ ଘାରି ହୁଅନ୍ତି I। ଆଠ ଆଙ୍ଗୁଳ ବିଶିଷ୍ଟ ଖୁରଲୀରେ ଦଶଗୋଟି ମଣ୍ଡଳାକାର ରନ୍ଧ୍ର, ଯେତେବେଳେ କୃଷ୍ଣ ଗାଈ ନେଇ ଯାଆନ୍ତି ସେତେବେଳେ ଏହି ଖୁରଲୀ ବଜାନ୍ତି I। ପଞ୍ଚରନ୍ଧ୍ର ଦୁଇଯନ୍ତ୍ରଯୁକ୍ତ ଅଳାବେଣୁ ବଜାନ୍ତି ଗୋପାଳ ବାଳକଙ୍କ ସହ କ୍ରୀଡାକୌତୁକ ସମୟରେ I। ଭକ୍ତି ରସାମୃତ ସିନ୍ଧୁରେ କିନ୍ତୁ ଦ୍ୱାଦଶାଙ୍ଗୁଳ ଓ ଛଅଟି ଛିଦ୍ରଯୁକ୍ତକୁ ପରିକାଶ୍ୟ ବେଣୁ , ଦ୍ୱିହସ୍ତ ପରିମିତ ଚାରିରନ୍ଧ୍ରଯୁକ୍ତକୁ ମନୋହାରିଣୀ ମୁରଲୀ ଓ ସପ୍ତଦଶାଙ୍ଗୁଳ ନଅଟି ଛିଦ୍ରଯୁକ୍ତକୁ ବଶକାରିଣୀ ବଂଶୀ ବୋଲି କୁହାଯାଏ I। ବାଂଶରୁ ତିଆରି ବଂଶୀକୁ ଆନନ୍ଦିନୀ, ସ୍ୱର୍ଣ୍ଣନିର୍ମିତ ବଂଶୀକୁ ଆକର୍ଷଣୀ ଓ ମଣିମୟ ବଂଶୀକୁ ସମ୍ମୋହନୀ ବୋଲି କହିଛନ୍ତି I। ଶ୍ରୀକୃଷ୍ଣଙ୍କ ବଂଶୀସ୍ୱନ ଶୁଣି ଗୋପୀମାନଙ୍କ ମଧ୍ୟରେ ସ୍ତମ୍ବନ ମୋହନ, ବଶୀକରଣ ଆଦି ଭାବ ଜାଗ୍ରତ ହେଉଥିଲା ଏହି ବଂଶୀସ୍ୱନରେ ଶ୍ରୀକୃଷ୍ଣ ତ୍ରିଭୁବନକୁ ମୋହିତ କରିପାରୁଥିଲା I। <ref>ସମାଜ</ref>
==ଆଧାର==
{{ଆଧାର}}
|