"ସୂର୍ଯ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
EmausBot (ଆଲୋଚନା | ଅବଦାନ)
ଟିକେ r2.7.2+) (Robot: Adding pcd:Solel
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧ କ ଧାଡ଼ି:
{{ଛୋଟ|Sun}}
'''ସୂର୍ଯ୍ୟ''' ହେଉଛି ଏକ ନକ୍ଷତ୍ର, ଏହା ସୌର ଜଗତ ର ମଧ୍ୟ ଭାଗରେ ଅବସ୍ତିତ. ଏହା ପାଖା ପାଖି ବ୍ରୁତ ଆକାର ର, ଓ ବହୁତ୍ ଗୁଡିଏ ଉତପ୍ତ ପ୍ଲାଜମା କୁ ନେଇ ଗଠିତ. ଏହାର ପରିସର ୧୩୯୨୦୦୦ କିମି., ପୃଥିବି ର ୧୦୯ ଗୁଣ. ଏହାର ଓଜନ ପ୍ରାୟ ୨x୧୦<sup>୩୦</sup> କିଗ୍ରା, ଯାହା ପୃଥିବୀ ର ୩୩୦୦୦୦ ଗୁଣ. ସମ୍ପୁର୍ଣ ସୌର ଜଗତ ର ୯୯.୮୬% ଓଜନ ସୂର୍ଯ୍ୟ ର. ସୂର୍ଯ୍ୟ ୪ ଭାଗ ରୁ ପ୍ରାୟ ୩ ଭାଗ ''ଉଦଜାନ'' ଓ ବଳକା ଅଧିକାଂଶ ଭାଗ ''ହିଲିଅମ'' ଓ ଓଜନିଆ କଣିକା ଯଥା ''ଅମ୍ଳଜାନ'', ''ଅଂଗାରକାମ୍ଲ'', ''ଲୌହ'' , ''ନିଅନ୍'' ଆଦି କୁ ନେଇ ଗଠିତ. <ref>{{cite news |url=http://science.nasa.gov/science-news/science-at-nasa/2008/02oct_oblatesun/ |title=How Round is the Sun? |publisher=NASA |date=2 October 2008 |accessdate=7 March 2011}}</ref>
 
== ଆମେ ବାସି ସୂର୍ଯ୍ୟ ଦେଖୁ ==
[[ଫାଇଲ:Sun01.jpg|thumb|ସୂର୍ଯ୍ୟ]]
କୌଣସି ବସ୍ତୁଠାରୁ ଆଲୋକ ଆସି ଆମ ଆଖିରେ ପଡିଲେ ଆମେ ସେହି ବସ୍ତୁକୁ ଦେଖିପାରୁ ୤ ବସ୍ତୁ ଉପରୁ ଆଲୋକ ଆସି ଆମ ପାଖରେ ପହଁଞ୍ଚିବା ପାଇଁ କିଛି ସମୟ ଲାଗେ ୤ କାରଣ ଆଲୋକର ନିର୍ଦ୍ଦିଷ୍ଟ ବେଗ ରହିଛି ୤ ଆମେ ଚାଲି ଚାଲି ଗଲେ ଏକ ଘଣ୍ଟାରେ ଯିବା ୧୦ କି ୧୨ କିଲୋମିଟର ୤ ସାଇକେଲ ଚଢି ଗଲେ ଏକ ଘଣ୍ଟାରେ ଯିବା ୨୦ କିଲୋମିଟର ୤ ବସ୍ ରେ ଗଲେ ଏକ ଘଣ୍ଟାରେ ଯିବା ୫୦ କିଲୋମିଟର ୤ ଟ୍ରେନ୍ ଏକ ଘଣ୍ଟାରେ ଯାଏ ୧୦୦ କିଲୋମିଟର ୤ ଉଡାଜାହାଜ ଏକ ଘଣ୍ଟାରେ ଯାଏ ୫୦୦ କିଲୋମିଟର ୤ କିନ୍ତୁ ଆଲୋକ ମାତ୍ର ଏକ ସେକେଣ୍ଡରେ ଯାଏ ୩ ଲକ୍ଷ କିଲୋମିଟର ୤ ସତ କହିଲେ [[ଆଲବର୍ଟ ଆଇନଷ୍ଟାଇନ|ଆଲବର୍ଟ ଆଇନଷ୍ଟାଇନଙ୍କ]] ମତରେ ଆଲୋକର ବେଗ ସର୍ବାଧିକ ୤ ତଥାପି ଆଲୋକର ବେଗ ଯେତେ ହେଉନା କାହିଁକି ଅସୀମ ନୁହେଁ ୤ ଅର୍ଥାତ୍ ଆଲୋକ କିଛି ଦୂରତା ଅତିକ୍ରମ କରିବା ସକାଶେ ସମୟ ଦରକାର ୤ ସେଇୟା ହୁଏ ୤ ସୂର୍ଯ୍ୟଠାରୁ କିରଣ ଆସି ଆମ ପାଖରେ ପହଁଞ୍ଚିବା ପାଇଁ କିଛି ସମୟ ଲାଗେ ୤
୮ କ ଧାଡ଼ି:
ସୁର୍ଯ୍ୟଠାରୁ ଆମ ପୃଥିବୀର ଦୂରତା ୧୫ କୋଟି କିଲୋମିଟର ୤ ସୂଯ୍ୟପୃଷ୍ଠରୁ କିରଣ ଆସି ଆମ ପାଖରେ ପହଁଞ୍ଚିବା ପାଇଁ ପ୍ରାୟ ୫୦୦ ସେକେଣ୍ଡ ବା ୮ ମିନିଟ୍ ୨୦ ସେକେଣ୍ଡ ସମୟ ଲାଗେ ୤ ତେଣୁ ଯେଉଁ ସୁର୍ଯ୍ୟକୁ ଆମେ ଦେଖୁ, ତାହା ସେତେବେଳର ସୁର୍ଯ୍ୟ ନୁହେଁ ୤ ବରଂ ୮ ମିନିଟ୍ ୨୦ ସେକେଣ୍ଡ ତଳର ସୁର୍ଯ୍ୟ ୤ ସକାଳ ୮ଟା ବେଳେ ସୂର୍ଯ୍ୟପୃଷ୍ଠରୁ ବାହାରିଥିବା ଆଲୋକ ୮ ମିନିଟ୍ ୨୦ ସେକେଣ୍ଡ ପରେ ଅର୍ଥାତ୍ ୮ଟା ୮ ମିନିଟ୍ ୨୦ ସେକେଣ୍ଡ ବେଳେ ଆସି ଆମଠାରେ ପହଁଞ୍ଚେ ୤ ତେଣୁ ଆମେ ସବୁବେଳେ ୮ ମିନିଟ୍ ୨୦ ସେକେଣ୍ଡ ତଳର ବାସି ସୂର୍ଯ୍ୟ ଦେଖୁ ୤ ପୃଥିବୀରେ ରହି ବର୍ତ୍ତମାନର ସୂର୍ଯ୍ୟକୁ ବର୍ତ୍ତମାନ ଦର୍ଶନ କରିବାର ଭାଗ୍ୟ ଆମର ନାହିଁ ୤ ବର୍ତ୍ତମାନର ସୂର୍ଯ୍ୟକୁ ଦର୍ଶନ କରିବା ସକାଶେ ଆମକୁ ପୁଣି ୮ ମିନିଟ୍ ୨୦ ସେକେଣ୍ଡ ଅପେକ୍ଷା କରିବାକୁ ପଡିବ ୤
 
== କୋଟି କୋଟି ସୂର୍ଯ୍ୟ ==
ଆମେ ଯାହାକୁ ସୂର୍ଯ୍ୟ ବୋଲି କହୁ, ତାହା ବାସ୍ତବରେ ଗୋଟିଏ ବିଶାଳ ନିଆଁପେଣ୍ଡୁ ୤ ତେବେ ସେହି ନିଆଁପେଣ୍ଡୁ ଆମ ପାଇଁ ସବୁକିଛି ୤ ଆମ ଜୀବନ, ଆମର ପ୍ରାଣ ୤ କାହିଁକି ନା, ସୂର୍ଯ୍ୟର ଆଲୋକ ଓ ଉତ୍ତାପ ବିନା ଆମେ ବଞ୍ଚିରହିବା ଅସମ୍ଭବ ୤ ତେଣୁ ସୂର୍ଯ୍ୟ ନଥିଲେ ଆମର ଅସ୍ଥିତ୍ଵ ନଥାନ୍ତା ୤ ସୂର୍ଯ୍ୟ ସହିତ ପୃଥିବୀ ଭଳି ଆହୁରି ୭ଟା ଗ୍ରହ, ବାମନ ଗ୍ରହ, ଧୂମକେତୁ, ଗ୍ରହାଣୁ ଓ ଉପଗ୍ରହମାନଙ୍କୁ ନେଇ ଗଠିତ ପରିବାରକୁ କୁହାଯାଏ 'ସୌରଜଗତ' ୤ ଆମ ସୌରଜଗତର ମୁଖ୍ୟ ହେଉଛି ସୂର୍ଯ୍ୟ୤ ସମୁଦାୟ ସୌରଜଗତରେ ଏକମାତ୍ର ନକ୍ଷତ୍ର ହେଉଛି ସୂର୍ଯ୍ୟ ୤ କିନ୍ତୁ, ସତ କହିଲେ, ଆମ ବିଶ୍ଵରେ କୋଟି କୋଟି ସୂର୍ଯ୍ୟ ଅଛନ୍ତି୤ କିନ୍ତୁ ସେଗୁଡ଼ିକ ଆମଠାରୁ ଅନେକ ଅନେକ ଦୂରରେ ରହିଥିବାରୁ ସେମାନଙ୍କର ଉତ୍ତାପ ଓ ଆଲୋକକୁ ଆମେ ଅନୁଭବ କରିପାରୁ ନାହିଁ ୤ ରାତିରେ ଆକାଶରେ ମିଞ୍ଜି ମିଞ୍ଜି କରୁଥିବା ତାରାଗୁଡ଼ିକ ମଧ୍ୟ ଆମର ସୂର୍ଯ୍ୟ ପରି ଗୋଟିଏ ଗୋଟିଏ ନକ୍ଷତ୍ର ୤ ଆମେ ୭ ପରେ ଗୋଟିଏ ଶୂନ ଲେଖିଲେ ହେବ ସତୁରୀ ୤ ଆମେ ୭ ପରେ ଦୁଇଟା ଶୂନ ଲେଖିଲେ ହେବ ସାତଶହ ୤ ସେହିପରି ଆମେ ୭ ପରେ ୨୨ ଟା
ଶୂନ ଲେଖିଲେ ଯେଉଁ ବିଶାଳ ସଂଖ୍ୟା ହେବ, ବିଶ୍ଵରେ ଅତି କମ୍ ରେ ସେତିକି ସଂଖ୍ୟକ ସୁର୍ଯ୍ୟ ଥିବାର ପ୍ରମାଣ ମିଳିଛି ୤ ସେମାନଙ୍କ ଭିତରୁ କେତେକ ସୁର୍ଯ୍ୟ ଆମ ସୁର୍ଯ୍ୟ ତୁଳନାରେ ଛୋଟ ୤ କିନ୍ତୁ ଅନେକ ସୂର୍ଯ୍ୟ ଆମ ସୂର୍ଯ୍ୟ ତୁଳନାରେ ଢେର୍ ବଡ଼ ବଡ଼ ୤ ବିଶ୍ଵରେ ଅନେକ ସୂର୍ଯ୍ୟ ଅଛନ୍ତି, ଯାହାର ଆକାର ଆମ ସୂର୍ଯ୍ୟର ଆକାରର ପ୍ରାୟ ୪୦୦ ଗୁଣ ହେବ ୤
== ଆଧାର ==
{{ଆଧାର}}
 
{{ସୌର ଜଗତ}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ମହାକାଶ ବିଜ୍ଞାନ]]
[[ଶ୍ରେଣୀ:ସୌରଜଗତ]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
{{Link FA|da}}
{{Link FA|hu}}
"https://or.wikipedia.org/wiki/ସୂର୍ଯ୍ୟ"ରୁ ଅଣାଯାଇଅଛି