"ସରସ୍ୱତୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସରସ୍ଵତୀ ପୂଜା ପ୍ରସଙ୍ଗରୁ ତଥ୍ୟ ଅଣାଗଲା
ଟିକେ ରୋବଟ୍‌: ପ୍ରସାଧନ ବଦଳ
୨୧ କ ଧାଡ଼ି:
ସରସ୍ୱତୀ ଶବ୍ଦ ସରସ (ପ୍ରବାହ) ଓ ବତୀ(...ମାନା) ଶବ୍ଦରୁ ଆସିଅଛି, ଏହାର ଅର୍ଥ ହେଉଛି ପ୍ରବହମାନା। ସେ ସ୍ରୋତସ୍ୱତୀ ପରି ପ୍ରବହମାନା, ଜ୍ଞାନର ଅଧିଷ୍ଠାତ୍ରୀ, ଦିବ୍ୟତେଜଯୁକ୍ତା, ସୁନ୍ଦରୀ, ଶୁକ୍ଳବର୍ଣ୍ଣା, ଶୁକ୍ଳ ବସ୍ତ୍ର ପରିହିତା, ଶୁକ୍ଲ ପଦ୍ମାସୀନା। ସେ ହେଉଛନ୍ତି ବାକ୍ୟର ଦେବୀ ବାଗ୍ଦେବୀ, ବାଣୀ, ଶାରଦା ।

ମା ଯୋଗମାୟା ଆଦ୍ୟାଶକ୍ତିଙ୍କ କଣ୍ଠରୁ ସରସ୍ଵତୀ ସମ୍ଭୁତା ୤ ମା ସରସ୍ଵତୀ, ମା ଲକ୍ଷ୍ମୀ ଓ ମା କାଳୀ ତିନୋଟି ସ୍ଵରୂପ ଆଦ୍ୟାଶକ୍ତିଙ୍କର୤ ମା ସରସ୍ଵତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧିଛନ୍ତି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ଵେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି । ମା ସରସ୍ଵତୀ ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରିଥାନ୍ତି ୤ ମା ସରସ୍ଵତୀ ବାଗ୍‌ଦେବୀ ସମସ୍ତଙ୍କୁ ସଦ୍‌ବୁଦ୍ଧି ସହ ସତବଚନର ଆଶୀର୍ବାଦ ଦେଇଥାନ୍ତି । ବେଦରେ ଦେବୀମାନଙ୍କର ବନ୍ଦନାରେ ଦେବୀ ସରସ୍ଵତୀଙ୍କର ବର୍ଣ୍ଣନା ପ୍ରଥମ ଏବଂ ପ୍ରଧାନ । ଋଗ୍ ବେଦରେ କୁହାଯାଇଛି ଯେ ସରସ୍ଵତୀ ମହାଶକ୍ତିଙ୍କର ଉତ୍ସ । ଏହି ଦେବୀ ନିରାକାର, ନିର୍ଗୁଣ, ନିର୍ମାୟା । ତାଙ୍କୁ ମାତା ଏବଂ ନଦୀ ରୂପରେ ସ୍ତୁତି କରି ଋଗ୍ ବେଦରେ କୁହାଯାଇଛି -

ଅମ୍ବି ତମେ ନଦୀ ତମେ/ଦେବୀ ତମେ ସରସ୍ଵତୀ,

ଅପ୍ରଶସ୍ତ ଇବ ସ୍ଵାମି/କ୍ରଶସ୍ତି ମମ ନିସ୍କୃତି ।

ଆର୍ଯ୍ୟ ଋଷିଗଣ ସ୍ତୁତି କରୁଛନ୍ତି, ହେ ଶ୍ରେଷ୍ଠ ମାତା, ହେ ଶ୍ରେଷ୍ଠ ନଦୀ, ହେ ଶ୍ରେଷ୍ଠ ଦେବୀ - ଆମେ ସବୁ ଅପ୍ରଶସ୍ତ ପ୍ରାଣୀ, ଆମକୁ ପ୍ରଶସ୍ତ ତଥା ବିସ୍ତାରିତ କରାଅ ।
ଏହି ଆଦ୍ୟାଶକ୍ତି - ଆଦିମାତାଙ୍କଠାରୁ ଭକ୍ତଭିକ୍ଷା କରି ଯୁଗେଯୁଗେ ଦେବତାମାନେ ଅସୁରଙ୍କ କବଳରୁ ରକ୍ଷା ପାଇଛନ୍ତି । ବ୍ରହ୍ମା ମଧୁକୈଟଭ ଜାତରୁ, ମହାଦେବ ତ୍ରିପୁରାସୁରଠାରୁ, ଇନ୍ଦ୍ର ଦୁର୍ବାସାଙ୍କ ଅଭିଶାପରୁ ରକ୍ଷା ପାଇଥିବା ବେଳେ ପ୍ରଭୁ ଶ୍ରୀରାମ ରାବଣଙ୍କ ଉପରେ ବିଜୟ ଲାଭ କରିଛନ୍ତି । କୁରୁକ୍ଷେତ୍ରରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜୟଲାଭ ପାଇଁ ଦେବୀ ସରସ୍ଵତୀଙ୍କର ସ୍ତୋତ୍ରପାଠ କରାଇଥିଲେ ।
ହିନ୍ଦୁଧର୍ମ ବ୍ୟତୀତ ବୌଦ୍ଧ, ଜୈନ ଧର୍ମରେ ମଧ୍ୟ ଦେବୀ ସରସ୍ଵତୀଙ୍କର ଆରାଧନା ରହିଛି । ଭାରତ ବାହାରେ ତିବ୍‌ବତ, ଚୀନ ଏବଂ ଜାପାନରେ ଦେବୀ ସରସ୍ଵତୀ ବୌଦ୍ଧଦେବୀ ଭାବେ ଜନାଦୃତ । ମଥୁରା ନିକଟସ୍ଥ କାଳୀତିକା ଜୈନ ସ୍ତୁପରୁ ଏକ ମନୋଜ୍ଞ ସରସ୍ଵତୀ ମୂର୍ତ୍ତି ମିଳିବା ଘଟଣାରୁ ଜୈନଧର୍ମରେ ସରସ୍ଵତୀଙ୍କର ପୂଜା ରହିଥିବା ସୂଚନା ଦିଏ । ବୌଦ୍ଧ ଧର୍ମଶାସ୍ତ୍ର 'ସାଧନମାଳା'ରେ ଉଲ୍ଲେଖ ଅଛି ଯେ ଦେବୀ ସରସ୍ଵତୀ ଭକ୍ତମାନଙ୍କୁ ଜ୍ଞାନ ଓ ବୁଦ୍ଧି ଦାନ କରନ୍ତି । ଏହି ଗ୍ରନ୍ଥରେ ସରସ୍ଵତୀ ଚତୁଃରୂପରେ ପୂଜିତା - ମହା ସରସ୍ଵତୀ, ବଜ୍ରବୀଣା ସରସ୍ଵତୀ, ବଜ୍ରଶାରଦା ଏବଂ ବଜ୍ର ସରସ୍ଵତୀ । ବୌଦ୍ଧ ଧର୍ମ ଉପରେ ପଡିଥିବା ତାନ୍ତ୍ରିକ ପ୍ରଭାବ ଯୋଗୁଁ ହିଁ ଜ୍ଞାନ ଏବଂ ବୁଦ୍ଧିମତାର ବୌଦ୍ଧଦେବୀ 'ପ୍ରଜ୍ଞା ପାରମିତା' ପରବର୍ତ୍ତୀ ସମୟରେ ସରସ୍ଵତୀ ରୂପେ ପରିଚିତ ହେଲେ ।
ବୃହଦ୍ ଦେବତା ଗ୍ରନ୍ଥରେ ଅଛି -

ମାତା ପୁତ୍ରୌ ତୁ ବାକ୍ ପ୍ରାଣୌ / ମାତା ବା ପିତରଃ ସୁତଃ ।

ସରସ୍ଵନ୍ତମିତ ପ୍ରାଣୋ ବାଚଂ / ପ୍ରାଦୁଃ ସରସ୍ଵତୀମ୍ ।

ଅର୍ଥାତ୍ ବାକ୍ ଏବଂ ପ୍ରାଣର ମାତା ଏବଂ ପୁତ୍ର ସମ୍ଵନ୍ଧ । ପ୍ରସାରଣଶୀଳ ପ୍ରାଣ(ନିଶ୍ଵାସ)ର ନାମ ସରସୂତ୍ ଏବଂ ଭାଷାର ନାମ ସରସ୍ଵତୀ । ପୁରାଣକାରମାନେ ସରସ୍ଵତୀଙ୍କୁ କନ୍ୟା ଏବଂ ବ୍ରହ୍ମାଙ୍କୁ ପିତା ରୂପେ ପରିକଳ୍ପନା କରିଛନ୍ତି । କଥିତ ଅଛି ବ୍ରହ୍ମା ସୃଷ୍ଟିର ଆଦ୍ୟପର୍ବରେ ବାକ୍‌ଦେବୀ ବା ସରସ୍ଵତୀଙ୍କୁ ଜନ୍ମ ଦେଲେ । ସେଇ କନ୍ୟା ମାଧ୍ୟମରେ ସେ ବିଶ୍ଵ ବ୍ରହ୍ମାଣ୍ଡର ସମସ୍ତ ଜୀବ ତଥା ସ୍ଥାବରଜଙ୍ଗମ ସର୍ଜନା କଲେ । <ref>ସମାଜ ରବିବାର, ପୃଷ୍ଠା- ୭, ୨୨- ୨୮. ୧. ୨୦୧୨</ref>
== ଧର୍ମ ଓ ପୂଜା ==
ଜୋରୋଆଷ୍ଟର ଧର୍ମରେ ସରସ୍ୱତୀଙ୍କୁ ସରୋଶା ନାମରେ ଜଣାଯାଏ, ଯିଏ ଏଇ ପୃଥିବୀର ରକ୍ଷା କାରିଣୀ। ସରୋଶା(ଆଜ୍ଞାବହତା) ହେଉଛନ୍ତି ଆହୁରା ମଜଦାଙ୍କର ପତ୍ନୀ ଓ ଦୂତୀ, ଯାହାଙ୍କର କାମ ହେଲା ଡାଇନାଙ୍କୁ ଶିକ୍ଷାଦେବା। ଡାଇନା ହେଉଛନ୍ତି ବିବେକ ଓ ଧର୍ମର ସଙ୍ଗମ । ମୃତ୍ୟୁ ଉପରାନ୍ତ ଜୀବନରେ ସେ [[ଆତ୍ମା]]ମାନଙ୍କୁ ଆଗର ଦିଗ୍ଦର୍ଶନ ଦେଇଥାନ୍ତି। ତାଙ୍କର ଏକ ଚିହ୍ନ [[ମୟୁର]]ର ଡ଼ାକ ପୂତାତ୍ମାମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ବିଷୟରେ ସଚେତନ କରାଇଦିଏ। [[ବୌଦ୍ଧ ଧର୍ମ]]ରେ ମଧ୍ୟ ସେ ଭିକ୍ଷୁମାନଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି ଓ [[ବୁଦ୍ଧ]]ଙ୍କର ଶିକ୍ଷାକୁ ରକ୍ଷା କରିଥାନ୍ତି ବୋଲି ମାନ୍ୟତା ରହିଛି। ବର୍ମିଜ ଭାଷାରେ ତାଙ୍କୁ ଥୁରାଥଡି (''Thurathadi''), ଥାଇ ଭାଷାରେ ସୁରାସୱଦୀ (''Surasawadee''), ଜାପାନୀ ଭାଷାରେ ବେଞ୍ଜାଇତେନ ବୋଲି ପରିଚିତା। ଭାରତର କେତେକ ରାଜ୍ୟ ଯଥା ଓଡ଼ିଶା, ବିହାର ଓ ପଶ୍ଚିମ ବଙ୍ଗରେ ସରସ୍ୱତୀଙ୍କୁ [[ଦୁର୍ଗା]]ଙ୍କର କନ୍ୟାବୋଲି ପୂଜା କରାଯାଏ। ସେଥିପାଇଁ [[ଦୁର୍ଗାପୂଜା]]ରେ ଦୁର୍ଗାଙ୍କ ସହିତ ସରସ୍ୱତୀ, [[ଲକ୍ଷ୍ମୀ]], [[ଗଣେଶ]] ଓ [[କାର୍ତ୍ତିକେୟ]]ଙ୍କର ମୂର୍ତ୍ତିକୁ ମଧ୍ୟ ପୂଜା କରାଯାଇଥାଏ। <ref>Kinsley, David (1988). ''[http://books.google.com/books?id=hgTOZEyrVtIC Hindu Goddesses: Vision of the Divine Feminine in the Hindu Religious Traditions].'' University of California Press. ISBN 0-520-06339-2. p. 95.</ref>

ଶ୍ରୀଦୁର୍ଗା ସପ୍ତସତୀରେ ଉଲ୍ଲେଖ ଅଛି, ଆଦ୍ୟା ଶକ୍ତି [[ଦୁର୍ଗା]] ତିନି ରୂପରେ ପ୍ରକାଶ ହୋଇ ତିନୋଟି ନବରାତ୍ରିରେ ପୂଜା ପାଆନ୍ତି । [[ଆଶ୍ଵୀନ]] ନବରାତ୍ରରେ ସ୍ଵୟଂ ମା' [[ଦୁର୍ଗା]] ପୂଜା ପାଆନ୍ତି। ମା ସରସ୍ଵତୀ ଶୁକ୍ଳ ବସ୍ତ୍ର ପରିହିତା, ବିଣା ପୁସ୍ତକ ହସ୍ତରେ ହଂସାରୁଢା । ମା' ଙ୍କର ବାହାନ ମୟୁର ବୋଲି କେତେକ ଶାସ୍ତ୍ରରେ ଉଲ୍ଲେଖ ଅଛି । ମା' ସରସ୍ଵତୀ ସତଗୁଣ ସ୍ଵରୂପା, ଆନନ୍ଦମୟ ସ୍ଵରୂପା, ବ୍ରହ୍ମାଙ୍କ ପୁତ୍ରୀ ।<ref>http://truereligiondebate.wordpress.com/2008/03/07/hindu-god-brahma-and-his-goddess-daughter-sarasvati-where-is-the-line-drawn-between-a-god-who-has-forced-sex-with-his-own-daughter-his-own-flesh-and-blood-and-runs-lusting-for-his-own-daughter-and/</ref> ମା' ଙ୍କୁ ଶବ୍ଦ ବ୍ରହ୍ମରେ ସ୍ତୁତି କଲେ ମା ପ୍ରସନ୍ନ ହୁଅନ୍ତି । ମା' ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରନ୍ତି । ମା' ସରସ୍ଵତୀ ବଗ୍ଦେବୀ, ସମସ୍ତଙ୍କୁ ସଦବୁଦ୍ଧି ସହ ସତବଚନର ଆଶିର୍ବାଦ ଦେଇଥାନ୍ତି । <ref>http://www.saiaustin.org/balvikas/lessons/Lesson%202%20-%20Saraswathi%20Devi.pdf</ref>

== ଆହୁରି ଦେଖନ୍ତୁ ==
* [[ସରସ୍ଵତୀ ପୂଜା]]
== ଗ୍ୟାଲେରୀ ==
<gallery widths="180px" heights="120px" perrow="5">
୫୪ କ ଧାଡ଼ି:
{{ହିନ୍ଦୁ ଦେବୀ ଦେବତା ଓ ଗ୍ରନ୍ଥ}}
{{ହିନ୍ଦୁ ଧର୍ମ}}

[[ଶ୍ରେଣୀ:ହିନ୍ଦୁ ଦେବୀ]]

[[af:Saraswati]]
[[als:Sarasvati]]
"https://or.wikipedia.org/wiki/ସରସ୍ୱତୀ"ରୁ ଅଣାଯାଇଅଛି