"ଲୁହା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.3) (Robot: Adding bi:Aean
ଟିକେ ରୋବଟ୍‌: ପ୍ରସାଧନ ବଦଳ
୫ କ ଧାଡ଼ି:
ଦୃଢ ଓ ଶସ୍ତା ହୋଇଥିବାରୁ ଏହାର ପ୍ରଚୁର ବ୍ୟବହାର ହୁଏ । ଇସ୍ପାତ୍ ତିଆରି କରିବା ପାଇଁ ଲୌହ ହେଉଛି ମୁଖ୍ୟ ବସ୍ତୁ । ଯେହେତୁ ଚୁମ୍ବକୀୟ, ଏହା ଚୁମ୍ବକ ତିଆରିରେ ବ୍ୟବହୃତ ହୁଏ ।
 
== ଗୁଣ ==
=== ଭୌତିକ ଗୁଣ ===
ଲୌହ ଏକ ଧୂଷର ରଙ୍ଗର ଧାତୁ । ଏହା ଚୁମ୍ବକୀୟ ଅଟେ । ଅତି ମଜବୁତ୍ ହୋଇଥିବାରୁ ଏହା ଅନେକ କାମରେ ଲାଗେ ।୤ବିଶୁଦ୍ଧ ଲୌହ ନମନୀୟ, କିନ୍ତୁ ଇସ୍ପାତ୍ (ଲୌହ ଏବଂ ଅଳ୍ପ ଅଙ୍ଗାରକର ମିଶ୍ରଧାତୁ) ଅଧିକ ମଜବୁତ୍ ୤ ଅଙ୍ଗାରକର ଅଧିକ ମାତ୍ରା ଲୌହକୁ ଦୃଢ କରେ, ହେଲେ ଅତ୍ୟଧିକ ଅଙ୍ଗାରକ ଭଙ୍ଗୁର କରିଦିଏ ।
 
=== ରାସାୟନିକ ଗୁଣ ===
ଲୌହ ଅତିମାତ୍ରାରେ ପ୍ରତିକ୍ରିୟାଶୀଳ । ସଲ୍‌ଫ୍ୟୁରିକ୍ ଅମ୍ଳ ପରି ଅଧିକାଂଶ ଅମ୍ଳ ସହିତ ଏହା ପ୍ରତିକ୍ରିୟା କରେ। ୤ସଲ୍‌ଫ୍ୟୁରିକ୍ ଅମ୍ଳ ସହିତ ମିଶି ଏହା ଫେରସ୍ ସଲ୍‌ଫେଟ୍ ତିଆରି କରେ ।୤ଏହି ପ୍ରତିକ୍ରିୟା ଧାତୁ ସଫା କରିବା ପାଇଁ ବ୍ୟବହୃତ ହୁଏ ।
 
୧୬ କ ଧାଡ଼ି:
ଲୌହ ଗୁଣ୍ଡ ସଲ୍‌ଫର୍ ସହ ମିଶି ଲୌହ ସଲ୍‌ଫାଇଡ୍ ନାମକ ଏକ କଳା କଠିନ ସୃଷ୍ଟି କରେ । ଲୌହ କ୍ଲୋରିନ୍ ସହ ମିଶି ଲୌହ କ୍ଲୋରାଇଡ୍ ମଧ୍ୟ ତିଆରି କରେ ।
 
=== ରାସାୟନିକ ଯୌଗିକ ===
ଅନ୍ୟାନ୍ୟ ମୌଳିକ ସହ ମିଶି ଲୌହ ଯୌଗିକ ତିଆରି କରେ। ସାଧାରଣତଃ ଲୌହ ଜାରିତ ହୁଏ । ଲୌହ ଦୁଇ କିମ୍ବା ତିନୋଟି ଇଲେକ୍ଟ୍ରନ୍ ତ୍ୟାଗ କରେ । ଦୁଇଟି ଇଲେକ୍ଟ୍ରନ୍ ତ୍ୟାଗ କରିଥିବା ଯୌଗିକକୁ ଫେରସ୍ ଯୌଗିକ କୁହାଯାଏ । ତିନୋଟି ଇଲେକ୍ଟ୍ରନ୍ ତ୍ୟାଗ କରିଥିବା ଯୌଗିକକୁ ଫେରିକ୍ ଯୌଗିକ କୁହାଯାଏ ।
 
୨୬ କ ଧାଡ଼ି:
</gallery>
 
== ମୃତ୍ତିକାରେ ଲୌହ ==
ଲୌହ ମୃତ୍ତିକାରେ କ୍ୱଚିତ୍ ମିଳେ । ମାଟି ତଳେ ସାଧାରଣତଃ ହେମାଟାଇଟ୍ ମିଳେ । ହେମାଟାଇଟ୍‌ରୁ ଲୌହ ନିଷ୍କାସନ କରାଯାଏ ୤
ମାଂସରେ ମଧ୍ୟ କିଛି ଲୌହ ମିଳେ । ରକ୍ତର ହିମୋଗ୍ଲୋବିନ୍‌ରେ ମଧ୍ୟ ଲୌହ ମିଳେ , କିନ୍ତୁ, ସବୁ ରକ୍ତରେ ହିମୋଗ୍ଲୋବିନ୍ ନଥାଏ ।
୩୪ କ ଧାଡ଼ି:
ବଡ଼ କାରଖାନା ମାନଙ୍କରେ ହେମାଟାଇଟ୍‌କୁ କୋକ୍ ସହ ତରଳାଇ ଲୌହ ତିଆରି କରାଯାଏ ।
 
== ବ୍ୟବହାର ==
=== ଧାତୁ ଭାବରେ ===
[[ଫାଇଲ:Znamensk most.jpg|thumb|right|200px|ଲୌହ ନିର୍ମିତ ପୋଲ]]
ଲୌହ ଅନ୍ୟ ଧାତୁମାନଙ୍କ ତୁଳନାରେ ସର୍ବାଧିକ ବ୍ୟବହୃତ ହୁଏ । କାରଣ ଏହା ମଜବୁତ୍ ଓ ଶସ୍ତା । ଲୌହ ଘର, ପୋଲ, କଣ୍ଟା, ପେଞ୍ଚ, ନଳ ଇତ୍ୟାଦି ତିଆରିରେ ବ୍ୟବହୃତ ହୁଏ । ଚୁମ୍ବକୀୟ ହୋଇଥିବାରୁ ଅନେକ ଚୁମ୍ବକରେ ମଧ୍ୟ ବ୍ୟବହୃତ ହୁଏ ।
 
=== ଯୌଗିକ ଭାବରେ ===
ଲୌହ ଯୌଗିକମାନେ ଅନେକ କାମରେ ଲାଗନ୍ତି । ଲୌହ କ୍ଲୋରାଇଡ୍ ଜଳକୁ ସଫା କରେ । ଲୌହ ସଲ୍‌ଫେଟ୍ ସିମେଣ୍ଟରେ ବ୍ୟବହୃତ ହୁଏ ।
 
=== ଖାଦ୍ୟରେ ବ୍ୟବହାର ===
ଅମ୍ଳଜାନକୁ ମାଂସପେଶୀରେ ପହଞ୍ଚାଇବା ପାଇଁ ଆମେ ଲୌହ ଲୋଡୁ, କାରଣ ଲୌହରେ ନିର୍ମିତ ହିମୋଗ୍ଲୋବିନ୍ ହିଁ ଅମ୍ଳଜାନ ବହନ କରିଥାଏ ୤।
 
== ସୁରକ୍ଷା ==
ଲୌହର ମାତ୍ରା ବଢିଲେ ଏହା ଶରୀର ପାଇଁ କ୍ଷତିକାରକ । ଲୌହ ଥିବା ଜୀବସାର ଅଧିକ ମାତ୍ରାରେ ଖାଇଲେ, ଆମେ ଅସୁସ୍ଥ ହୋଇ ପଡୁ ‌‌।
 
== ଅନ୍ୟାନ୍ୟ ପୃଷ୍ଟା ==
* ଲୌହ ଯୌଗିକ
 
== ଆଧାର ==
{{ଆଧାର}}
 
"https://or.wikipedia.org/wiki/ଲୁହା"ରୁ ଅଣାଯାଇଅଛି