"ରାବଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଆଧାର: ଦୁଇ ଧାଡ଼ି
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୧ କ ଧାଡ଼ି:
| Consort = [[ମନ୍ଦୋଦରୀ]]
}}
'''ରାବଣ''', ଲଙ୍କାର ରାଜା ଓ [[ରାମାୟଣ]]ର ଜଣେ ଚରିତ୍ର ବା ପାତ୍ର ।
== ଜନ୍ମ ଓ ମତବାଦ ==
ରାବଣ ଲଙ୍କାର ରାଜା ଥିବାରୁ ଅନେକ ଏବେକାର [[ଶ୍ରୀଲଙ୍କା|ଶ୍ରୀଲଙ୍କାରେ]] ତାର ଜନ୍ମ ବୋଲି ମତ ଦେଉଥିଲେ ମଧ୍ୟ ପ୍ରକୃତରେ ସେ [[ଭାରତ|ଭାରତରେ]] ଜନ୍ମ ବୋଲି ବିଭିନ୍ନ ସମୟରେ ଚର୍ଚ୍ଚା ହେଉଛି । କେତେକ ଗବେଷକ ରାବଣର ଜନ୍ମ [[ନୂଆ ଦିଲ୍ଲୀ|ଦିଲ୍ଲୀ]] ନିକଟସ୍ଥ ଗ୍ରେଟର ନୋଇଡା ଅନ୍ତର୍ଗତ ବିଶ୍ରାକ ଗ୍ରାମରେ କହନ୍ତି ।<ref>{{cite web |url= http://headlinesindia.mapsofindia.com/special-reports/rep-ravana.html |title=India News - Special Reports - India Special Report, Ravana, no less important ! |first= Prabhass |last= K Dutta |work=headlinesindia.mapsofindia.com |year=2009 |quote= the birth place of Ravana called 'Bisharakh' (Around 15 km from greater Noida, Uttar Pradesh) |accessdate=9 January 2013}}</ref>
ଏହି ଅଞ୍ଚଳରେ ୨୪ ନମ୍ବର ଜାତୀୟ ରାଜପଥର ହିଣ୍ଡର ନଦୀ କୂଳରେ ରାବଣର ବାପା ବିଶ୍ରବାଙ୍କ ଦ୍ଵାରା ପ୍ରତିଷ୍ଠିତ ଏକ [[ଶିବ]] ମନ୍ଦିର ରହିଛି । ଗ୍ରାମବାସୀ ପ୍ରତିବର୍ଷ [[ଦଶହରା]] ସମୟରେ ଏଠାରେ ରାବଣର ମୃତ୍ୟୁ ଦିବସ ପାଳନ କରନ୍ତି ।<ref>{{cite web |url= http://articles.timesofindia.indiatimes.com/2011-10-06/noida/30250279_1_ravana-dussehra-festivities-shiva-temple |title=Temple for demon in ‘native’ Bisrakh - Times Of India |first= Purusharth |last=Aradhak |work=indiatimes.com |year=2011 |quote=Bisrakh villagers mourn the death of Ravana. |accessdate=9 January 2013}}</ref>
ଏଠାରେ ରାବଣ ପୋଡ଼ି ପାଳନ କରାଯାଏ ନାହିଁ ।<ref>{{cite web |url= http://www.newsanalysisindia.com/118102007.htm |title=Welcome to newsanalysisindia.com newsanalysis views reviews on current affair No Burning of Ravan in his birth place Bisrakh and Laxamn’s Lucknow |first=Premendra |last= Agrawal |work=newsanalysisindia.com |year=2012|quote=Bisrakh near Greater Noida doesn't celebrate Dussehra because Ravan was born in the village. |accessdate=9 January 2013}}</ref>
 
ତେବେ ରାବଣର ଜନ୍ମ [[ଓଡ଼ିଶା]] ରେ ବୋଲି କେତେକ ପ୍ରମାଣ ଉପସ୍ଥାପନ କରନ୍ତି । ଅନେକ ବର୍ଷ ପୂର୍ବେ ଭଗବାନ ପତି '''ଓଡ଼ିଶାରେ ଲଙ୍କା''' ବୋଲି ପ୍ରମାଣ ଦେଇ ‘ ମୁକୁର’ ରେ ଲେଖା ପ୍ରକାଶ କରିଥିଲେ । [[ମଧ୍ୟ ପ୍ରଦେଶ]]ର ବସ୍ତରରେ ରାବଣର ଜନ୍ମସ୍ଥାନ ହୋଇପାରେ ବୋଲି [[ଇନ୍ଦୋର]]ର ପୂର୍ବତନ ପ୍ରଧାନମନ୍ତ୍ରୀ କାବେଙ୍କ ମତ । ରାବଣର ଜନ୍ମସ୍ଥାନ ସ୍ଵର୍ଣ୍ଣପୁର ହୋଇପାରେ କହିବା ପଛରେ ବହୁ ଯୁକ୍ତିପୂର୍ଣ୍ଣ ଗବେଷଣାମୂଳକ ପ୍ରମାଣ ଅଛି I ସହକାର ୧୨ଶ ଭାଗ ୧୦ମ ସଂଖ୍ୟାରେ ଲକ୍ଷ୍ମୀନାରାୟଣ ସାହୁ ଏମ୍.ଏ. ମହାଶୟଙ୍କର ‘ ରାବଣ ଜନ୍ମସ୍ଥାନ ’ ପଢି ତତ୍କାଳୀନ ଗବେଷକମାନେ ଆଲୋଚନା ଓ ଅନୁସନ୍ଧାନ ଦ୍ଵାରା ଅନେକ ତଥ୍ୟ ପାଇଥିଲେ । [[ବିଶ୍ରବା ଋଷି]] ସୁବଳୟାରେ ଆଶ୍ରମ କରି ରହିବା ସମୟରେ ରାବଣର ଜନ୍ମ ରାମାୟଣରେ ଉଲ୍ଲେଖ ଅଛି । ତେବେ ସୁବଳୟା ଗ୍ରାମ କେଉଁଠି ଥିବାର ଜଣାନାହିଁ । ଅଦ୍ୟାପି ସେହିଠାରେ କେହି କେହି ସ୍ତ୍ରୀଲୋକ କଥା ପ୍ରସଙ୍ଗରେ ‘ରାବଣର ଏନ୍ତୁଡିଶାଳ’ ବୋଲି ଉପମା ଦେଇଥାନ୍ତି । ସୁବର୍ଣ୍ଣପୁରୀ ବା ସ୍ଵର୍ଣ୍ଣପୁରୀ ବୋଲି ରାମାୟଣରେ ଉଲ୍ଲେଖ ଅଛି । ତାଙ୍କର ଗ୍ରାମଦେବତୀଙ୍କୁ ଲଙ୍କେଶ୍ଵରୀ କହିବା ଯୁକ୍ତିଯୁକ୍ତ । ସ୍ଵର୍ଣ୍ଣପୁରର ଅନ୍ୟତମ ଗ୍ରାମଦେବତୀ ଏହିନାମରେ ଅଭିହିତା । ଅଦ୍ୟାପି [[ମହାନଦୀ]] ଗର୍ଭସ୍ଥ ଲଙ୍କେଶ୍ଵରୀ ପାହାଡ଼ ଉପରେ ଲଙ୍କେଶ୍ଵରୀ ଓ ସୁବର୍ଣ୍ଣମେରୁଙ୍କୁ ଆରାଧନା କରି ରାବଣ ମହାବିକ୍ରମଶାଳୀ ଓ ଔଶ୍ଵର୍ଯ୍ୟବାନ୍ ହୋଇଥିଲା । ଆଶ୍ଚର୍ଯ୍ୟର ବିଷୟ ଯେ, ସୁବର୍ଣ୍ଣପୁର ସହରର ପୂର୍ବସୀମାରେ [[ତେଲନଦୀ]] ଓ ମହାନଦୀର ସଙ୍ଗମସ୍ଥଳୀରେ ରାମେଶ୍ଵର ମନ୍ଦିର ଅବସ୍ଥିତ । ରାବଣ ଯେ ଶକ୍ତି ଉପାସକ ଥିଲେ । ଅସଂଖ୍ୟ ପ୍ରାଚୀନ ଦେବଦେବୀ ମନ୍ଦିର ସ୍ଵର୍ଣ୍ଣପୁର (ସୁବର୍ଣ୍ଣପୁର)ରେ ଦେଖିବାକୁ ମିଳେ । ଏଥିରୁ ଅନୁମାନ କରାଯାଏ, ରାବଣର ବାସସ୍ଥାନ ଲଙ୍କା ସ୍ଵର୍ଣ୍ଣ ବା ସୁବର୍ଣ୍ଣପୁର ଛଡା ଅନ୍ୟତ୍ର ହୋଇନପାରେ । [[ବଲାଙ୍ଗୀର]] ‘ କଳିଙ୍ଗ ସାହିତ୍ୟ ସମିତି ’ ର ମୁଖପତ୍ର (ହାତଲେଖା)
 
[[କଳିଙ୍ଗ (ବହି)|କଳିଙ୍ଗ]]ର ୫ମ ସଂଖ୍ୟାରେ ବିସ୍ତୃତ ଭାବରେ ପ୍ରକାଶିତ ହୋଇଥିଲା ରାବଣର ଜନ୍ମସ୍ଥାନ ବିଷୟରେ । ଜଗବନ୍ଧୁ ସିଂହ [[ପ୍ରାଚୀନ ଉତ୍କଳ]] ର ଏକ ସ୍ଥାନରେ ଲେଖିଛନ୍ତି – ‘ ସୁବର୍ଣ୍ଣପୁର ନାମ ପ୍ରାଚୀନ ପରି ଜଣାଯାଏ; କାରଣ ମହାଭବ ଗୁପ୍ତଙ୍କ ତ୍ରାମ ଶାସନରେ ଏ ନାମ ଦେଖାଯାଏ । ମହାନଦୀ ଶଯ୍ୟାରେ ଗୋଟିଏ କ୍ଷୁଦ୍ର ପାହାଡ଼ ଅଛି, ସ୍ଥାନଟି ମହାରାଜାଙ୍କ ନଅରଠାରୁ ବେଶି ଦୂର ନୁହେଁ । ଏ ପାହାଡ଼ରେ ଖୋଦିତ ଲିପି ଅଛି । ନାବିକମାନେ ନୌକା ନେବା ବେଳେ ଏଠି ପୂଜା କରନ୍ତି । ଯୋଗେଶ୍ଵର ଦେବଙ୍କ ଅନୁଶାସନରେ ସୋନପୁର ରାଜ୍ୟ ଏକଦା ପଶ୍ଚିମ ଲଙ୍କା ବୋଲି କଥିତ ଅଛି’ । ( ୫୪୨ – ୫୪୩ ପୃଷ୍ଠା ) । ଅନ୍ୟତ୍ର ସେ ଲେଖିଛନ୍ତି – ‘ ଅନ୍ୟ ଗୋଟିଏ ତାମ୍ର ଶାସନ ମିଳେ I ଏ ତାମ୍ରପଟା ସୋନପୁରର କୁମାର ସୋମେଶ୍ଵର ଦେବଙ୍କ ସମୟର । ଏଥିରୁ ପ୍ରକାଶ ଯେ ମହାଭବ ଗୁପ୍ତଙ୍କ ବଂଶଧର ଉଦ୍ୟତ କେଶରୀ ସୋନପୁର ରାଜ୍ୟକୁ ଅଭିମନ୍ୟୁ ଦେବଙ୍କୁ ଦାନ କରିଥିଲେ । ସମ୍ଭବତଃ ଅଭିମନ୍ୟୁ ଦେବ କେବଳ ପ୍ରଥମରେ ଶାସନକର୍ତ୍ତା ଥିଲେ ଏବଂ ସୁବିଧାସୁଯୋଗ ଦେଖି ନିଜେ ପଶ୍ଚିମ ଲଙ୍କାଧିପତି ହୋଇ ବସିଲେ । ସୋନପୁର କାହିଁକି ପୂର୍ବେ ପଶ୍ଚିମ ଲଙ୍କା କଥିତ ହେଉଥିଲା, ତାହା ଜଣାଯାଉନାହିଁ । ଐତିହାସିକ ବିଜୟ ଚନ୍ଦ୍ର ମଜୁମଦାର ‘ ଓରିଶା ଦି ମେକିଙ୍ଗ ’ ନାମକ ପୁସ୍ତକର ପୃଷ୍ଠା – ୧୭୯ରେ ଲେଖିଛନ୍ତି – ‘କୁମାରାଥିରାଜ ସୋମେଶ୍ଵର ଦେବ ସୋନପୁରର କୋଶଳ ରାଜାଙ୍କ ଅନୁଜ ଥିଲେ ଏବଂ ପରବର୍ତ୍ତୀ କାଳରେ ସେ ପଶ୍ଚିମ ଲଙ୍କାଧୀଶ ବୋଲି ବର୍ଣ୍ଣିତ ହେଲେ’ । ସ୍ଵର୍ଣ୍ଣପୁରକୁ ପୂର୍ବେ ପଶ୍ଚିମ ଲଙ୍କା କାହିଁକି କୁହାଯାଉଥିଲା, ସେ ସମ୍ବନ୍ଧରେ ଇତିହାସ ନିରବ । ଗବେଷକମାନେ ଅନୁମାନ କରନ୍ତି ଯେ ସ୍ଵର୍ଣ୍ଣପୁର ପୂର୍ବ ଦିଗରେ ରାବଣର ଉପନିବେଶ ଥିବ । ଲଙ୍କା ସମ୍ବନ୍ଧରେ ବିଭିନ୍ନ ଐତିହାସିକମାନଙ୍କର ଅଭିମତ –
# କୀବେ - ମଧ୍ୟପ୍ରଦେଶ (ବସ୍ତର)<ref>{{cite web |url= http://archive.org/stream/locationoflanka035096mbp/locationoflanka035096mbp_djvu.txt |title=Full text of 'Location Of Lanka' |first= |last=|work=archive.org |quote=Recently, however, some scholars are inclined to place it in the Chhattisgarh District of the Central Provinces. |accessdate=9 January 2013}}</ref>
# ଅପୂର୍ବକୁମାର ମଲ୍ଲିକ - [[ଅଷ୍ଟ୍ରେଲିଆ]] (ସାହିତ୍ୟ ସମ୍ବାଦ, ୧୮୧ ପୃଷ୍ଠା )
୨୫ କ ଧାଡ଼ି:
# ପ୍ରଫେସର ଏସ୍ . ଏନ୍ . ଅଧିକାରୀ -ସୁମାତ୍ରା ।<ref name="Ramakrishnan2003">{{cite book|author=R.K. Ramakrishnan|title=Ravana And Lanka|url=http://books.google.com/books?id=os1wPNHRrbEC&pg=PA82|accessdate=9 January 2013|date=1 August 2003|publisher=Global Vision Publishing Ho|isbn=978-81-87746-79-9|pages=82–}}</ref>
 
ଲଙ୍କା ସମ୍ବନ୍ଧରେ ବିଭିନ୍ନ ପ୍ରକାର ମତ ମିଳୁଥିଲେ ସୁଦ୍ଧା ସ୍ଵର୍ଣ୍ଣପୁର ବିଷୟ ପ୍ରଣିଧାନଯୋଗ୍ୟ । ଲଣ୍ଡନରୁ ଜନ୍ ହାଇଡ ଟେଲର ସାହେବ ଓଡ଼ିଶାର ରାବଣ ରାଜ ଏବଂ ଯିଶୁଖ୍ରୀଷ୍ଟଙ୍କ ସମ୍ବନ୍ଧରେ ଯେଉଁ ପତ୍ର ଦେଇଥିଲେ, ‘ସହକାର’ର ପାଠକ ପାଠିକାମାନଙ୍କ ଅବଗତି ପାଇଁ ଲକ୍ଷ୍ମୀନାରାୟଣ ସାହୁ ଏମ୍ . ଏ . ‘ରାବଣର ଜନ୍ମସ୍ଥାନ’ ନାମକ ପ୍ରବନ୍ଧରେ ତାହା ପ୍ରକାଶ କରିଥିଲେ ।
 
କେଉଁଯୁଗର ରାବଣ ସହିତ କେଉଁ ଯୁଗର ଯିଶୁଙ୍କ ସମ୍ବନ୍ଧ ଥିଲା, ତାହା ବ୍ରହ୍ମବିଦ୍ୟାବିତ୍ ମାନେ ସ୍ଥିର କରିପାରିବେ । ରାମାୟଣ ବର୍ଣ୍ଣିତ ରାବଣ ବିଷୟରେ ଗବେଷକମାନଙ୍କ ମତ ରାବଣର ଭଉଣୀ ସୂର୍ପଣଖା ବନବିହାର ଉଦ୍ଦେଶ୍ୟରେ ପଞ୍ଚବଟୀ (ମଧ୍ୟପ୍ରଦେଶାନ୍ତର୍ଗତ ଜଙ୍ଗଲ) ଭ୍ରମଣ କରି ଯାଇଥିବା ବେଳେ ବ୍ରହ୍ମଚାରୀ [[ଲକ୍ଷ୍ମଣ]]ଙ୍କ ରୂପ ଯୌବନରେ ବିମୋହିତା ହୋଇ ବିବାହ ପ୍ରସ୍ତାବ ଦେଇଥିଲେ । ଫଳରେ ନାସାକର୍ଣ୍ଣ ହରାଇ ଭାଇ ଖରାସୁରଙ୍କ ସାହାଯ୍ୟ ପ୍ରାର୍ଥନା କଲେ । ଖରାସୁର ସ୍ଵଆଳୟରୁ (ଖରାଳୟ – ଖଳିଆଳ) ପ୍ରତିଶୋଧ ନେବାକୁ ପଞ୍ଚବଟୀ ଯାଇ ପ୍ରାଣ ହରାଇଲେ । ତତ୍ପରେ ସୀତାଙ୍କ ରୂପଲାବଣ୍ୟ ରାବଣଙ୍କଠାରେ ସୂର୍ପଣଖା ଜ୍ଞାପନ କରାଇଥିଲେ । ତହୁଁ ରାବଣ ପୁଷ୍ପକ ବିମାନରେ ପଞ୍ଚବଟୀ ଯାଇ ସୀତାଙ୍କୁ ହରଣ କରି ଆଣିଲେ । [[ରାମ]] ଲକ୍ଷ୍ମଣ ଦକ୍ଷିଣାଭିମୁଖରେ ବନ ମଧ୍ୟରେ ସୀତାଙ୍କୁ ଅନ୍ଵେଷଣ କରୁକରୁ ବାଳୀ ନଗର (ବଲାଙ୍ଗୀର)ରେ ସୁଗ୍ରୀବଙ୍କ ସହ ମିତ୍ରତା ସ୍ଥାପନ କରି ହନୁମାନଙ୍କୁ ସୀତାଙ୍କ ଠାବ ପାଇଁ ପଠାଇଲେ । ଅପେକ୍ଷାକୃତ ସଂକୀର୍ଣ୍ଣ ସ୍ରୋତ ବିଶିଷ୍ଟା ମହାନଦୀ (ସମ୍ଭବତଃ ରାମାୟଣ ବର୍ଣ୍ଣିତ ସାଗର) ଲମ୍ଫ ପ୍ରଦାନପୂର୍ବକ ପାର ହୋଇ ମହାବଳୀ ହନୁମାନ ଅଶୋକ ବନରେ ସିତାଙ୍କ ସନ୍ଧାନ କରି ଫେରିଆସିଲେ । ବଲାଙ୍ଗୀର ପାଟନା ଅଞ୍ଚଳରେ ହନୁମାନ, ପୋଢ଼, ବାଘ ଇତ୍ୟାଦି ଉପାଧି ବିଶିଷ୍ଟ ବହୁ ଆଦିମ ଜାତି ଅଦ୍ୟାପି ବାସ କରି ଆସୁଛନ୍ତି । କିଛିକାଳ ପୂର୍ବେ ଏଠାରେ କନ୍ଧ, ବିଞ୍ଛାଳ ପ୍ରଭୃତି ଆଦିମ ଜାତିମାନେ ଧନୁ ତୀର, ବର୍ଚ୍ଛା ଇତ୍ୟାଦି ଅସ୍ତ୍ରଶସ୍ତ୍ର ବିଦ୍ୟାରେ ଧୁରନ୍ଧର ଥିବାର ପ୍ରମାଣ ଅଭାବ ନାହିଁ । ଧନୁଶର ଦ୍ଵାରା ବିଶାଳ ତରୁ, ପ୍ରକାଣ୍ଡ ପ୍ରସ୍ତରମାନ ବିଦୀର୍ଣ୍ଣକରୁଥିବାର ଦାମ୍ଭିକତା ସେମାନଙ୍କ ବଂଶଧରମାନଙ୍କ ମୁଖରୁ ଅଦ୍ୟାପି ଶୁଣାଯାଏ । ଶାସନ ଓ ଶୃଙ୍ଖଳା ନିମିତ୍ତ ଜଙ୍ଗଲ ଆଇନ ପ୍ରଣୟନ ଓ ଜାରିହେବା ପରେପରେ ବୋଧହୁଏ ସେମାନେ ଏହାର ବ୍ୟବହାର ଛାଡିଦେଇଛନ୍ତି । କିନ୍ତୁ କେହି କେହି ବୃଦ୍ଧ ସେହି ମହାବିଦ୍ୟା ଭୁଲିପାରି ନାହାନ୍ତି । ରାମଚନ୍ଦ୍ର ବୋଧହୁଏ ଏହି ଆଦିମ ହନୁମାନ (କାଳ୍ପନିକ ବାନର ସେନା) ପ୍ରଭୃତିଙ୍କ ଦ୍ଵାରା ଲଙ୍କା (ସ୍ଵର୍ଣ୍ଣପୁର) ଜୟ କରିଥିବେ । ଲକ୍ଷ୍ମଣ ଶକ୍ତିଭେଦ ପରେ ବିକ୍ରମୀ ହନୁମାନ ପ୍ରାୟ ୪୫ କୋଶ ଦୂରବର୍ତ୍ତୀ ପାଟଣା ସୀମାନ୍ତ ଗନ୍ଧମାର୍ଦ୍ଦନ ପର୍ବତରୁ ବିଶଲ୍ୟକରଣୀ ଆଣିଥିବା ଭିତ୍ତିହୀନ ନୁହେଁ । ପ୍ରୋକ୍ତ ଗନ୍ଧମାର୍ଦ୍ଦନ ପର୍ବତରେ ଏକ ପ୍ରକାର ଗୁଳ୍ମ ମିଳେ । ତାହାର ପ୍ରୟୋଗରେ କ୍ଷତ ଆରୋଗ୍ୟ ହୋଇଯାଏ । ଏବେ ମଧ୍ୟ ଏହି ଔଷଧ ଲୋକେ ବ୍ୟବହାର କରୁଛନ୍ତି । ଗନ୍ଧମାର୍ଦ୍ଦନସ୍ଥ ନୃସିଂହନାଥରେ ରାମ ଲକ୍ଷ୍ମଣ ମୂଷିକ ଦୈତ୍ୟକୁ ବଧ କରିଥିବା ବିଷୟ ‘ନୃସିଂହ ମାହାତ୍ମ୍ୟ’ ରେ ମିଳେ । ଗଙ୍ଗାଧର ମିଶ୍ର ବି. ଏ. ‘ହରିଶଙ୍କର ଦର୍ଶନ’ ପ୍ରବନ୍ଧରେ ‘ସହକାର’ ରେ ଏ ବିଷୟଟି ବର୍ଣ୍ଣନା କରିଥିଲେ । ବୋଧହୁଏ ରାମଚନ୍ଦ୍ର ପଞ୍ଚବଟୀରେ (ମଧ୍ୟ ପ୍ରଦେଶରେ) ବାସ କରୁଥିବା ସମୟରେ ନୃସିଂହନାଥରେ ଉକ୍ତ ଦୈତ୍ୟକୁ ବଧ କରିଥିଲେ । ଆର୍ଯ୍ୟଋଷି ଅଗସ୍ତି ଏବଂ ବ୍ରାହ୍ମଣବୀର [[ପର୍ଶୁରାମ]] ପ୍ରଥମେ ଦକ୍ଷିଣାତ୍ୟରେ ଆର୍ଯ୍ୟୋପନିବେଶ ସ୍ଥାପନ କରିଥିଲେ । ତାତ୍ରତ୍ୟ ପ୍ରାକୃତିକ ଶୋଭା ନିଶ୍ଚୟ ପ୍ରାଚୀନ ଋଷିମାନଙ୍କର ମନ ଆକର୍ଷିତ କରିଥିବ I ବାସ୍ତବିକ ମହାନଦୀ ତୀରବର୍ତ୍ତୀ ଅରଣ୍ୟ ଓ ଝରଣାର ନୈସର୍ଗିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ । ଆର୍ଯ୍ୟ ସଭ୍ୟତା ଉଚ୍ଚତମ ସୋପାନ ଆରୂଢ ହେବା ପରେ ପରେ ଆର୍ଯ୍ୟମାନେ ସରଳ ଭାବରେ ଜୀବନଯାପନ କରି ମହତି ଭାବନାରେ କାଳାତିପାତ କରିବାକୁ ଭଲ ପାଉଥିବେ I ତେଣୁ ଏହି ସବୁ ସ୍ଥାନ ସେମାନଙ୍କର ନିତାନ୍ତ ଅନୁକୂଳ ଥିଲା । ବିଶ୍ରବା ଋଷି ପ୍ରଭୃତି ଏହି ସମୟର ଲୋକ । ବିଶ୍ରବା ପୁତ୍ର ରାବଣ ଆର୍ଯ୍ୟ ଶିକ୍ଷା ସଭ୍ୟତା ଗୁଣରେ କ୍ଷିତି, ଅପ, ତେଜ, ମରୁତ ଓ ବ୍ୟୋମ ଏହି ପଞ୍ଚଭୂତ ଉପରେ ନିଜର କ୍ଷମତା ଯଥେଷ୍ଟ ପ୍ରସାର କରିଥିଲେ I ସେ କାଳର ଆର୍ଯ୍ୟମାନଙ୍କର ସରଳତାର ସୀମା ଅତିକ୍ରମ କରି ରାବଣ ରାଜ୍ୟାଭିମାନ ଓ ରାଜବ୍ୟସନରେ ମତ୍ତ ହୋଇ ଆସୁରିକ ବୃତ୍ତିପ୍ରାପ୍ତ ହୋଇଥିଲେ । [[ସୀତା]] ହରଣ ଆଦି ଚରିତ୍ରହୀନତାର ବିଷୟ ଏହାର ଉଦାହରଣ । ମାତ୍ର ରାଜନୀତିରେ ରାବଣ ଅତିଶୟ ଦକ୍ଷ ଥିଲେ । ଦାକ୍ଷିଣାତ୍ୟରେ ଏ ପ୍ରକାର ରାଜନୀତିକୁଶଳ ବିକ୍ରମଶାଳୀ ରାବଣଙ୍କ ରାଜ୍ୟ ବେଦ ପରବର୍ତ୍ତୀ ବ୍ରାହ୍ମଣ ଯୁଗରେ ମହାନଦୀ ନିକଟବର୍ତ୍ତୀ ସୋନପୁର ହେବା ନିତାନ୍ତ ଅଯୌକ୍ତିକ ନୁହେଁ । <ref>[[ସମାଜ ସାପ୍ତାହିକ]], ଅଗଷ୍ଟ ୨୪ – ୩୦, ୨୦୦୫, ପୃଷ୍ଠା: ୩୪-୩୫</ref>
== ଆହୁରି ଦେଖନ୍ତୁ ==
* [[ରାମାୟଣ]]
== ଆଧାର ==
{{ଆଧାର|2}}
== ଅଧିକ ତଥ୍ୟ ==
{{Commons category|Ravana|ରାବଣ}}
* [http://varanasiview.blogspot.com/2009/10/ravan-vadh-at-dlw-ground.html Ranan Vadh in Varanasi]
* [http://www.nationmultimedia.com/2006/11/21/headlines/headlines_30019533.php The importance of being earnest with Thotsakan's death]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ar:رافانا]]
[[bn:রাবণ]]
Line ୪୯ ⟶ ୫୦:
[[id:Rahwana]]
[[it:Ravana]]
[[ja:ラーヴァナ]]
[[jv:Rahwana]]
[[kn:ರಾವಣ]]
[[ml:രാവണൻ]]
[[mr:रावण]]
[[nl:Ravana]]
[[ne:रावण]]
[[new:इरावणऩ् (सन् १९९४या संकिपा)]]
[[janl:ラーヴァナRavana]]
[[no:Ravana]]
[[pl:Rawana]]
"https://or.wikipedia.org/wiki/ରାବଣ"ରୁ ଅଣାଯାଇଅଛି