"ମାଣବସା ଗୁରୁବାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅନ୍ୟ ଉଇକିପ୍ରସଙ୍ଗ ସହ ସଂଯୋଗ
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧ କ ଧାଡ଼ି:
{{ଛୋଟ|Manabasa}}
[[ଫାଇଲ:Jhoti.JPG|thumb|ମାଣବସା ଗୁରୁବାର ଓଷାରେ କଳସିରେ ଅଙ୍କିତ ଝୋଟିଚିତା]]
'''ମାଣବସା ଗୁରୁବାର ଓଷା''' ବା ''ମାଣବସା''ରେ ମା'ଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ପୂଜା କରାଯାଏ । ମାର୍ଗଶିର ମାସ ମା'ଙ୍କର ପ୍ରିୟ ମାସ । ଏହିମାସ ଆସିଲେ ପ୍ରତ୍ୟେକ ଓଡ଼ିଆ ହିନ୍ଦୁନାରୀ ଭକ୍ତିର ସହିତ ଏହି ଓଷା ପାଳନ କରିଥାନ୍ତି । ଏହିପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ । ମାର୍ଗଶିର ମାସରେ ପାଞ୍ଚଗୁରୁବାର ପାଳନ କେବଳ ଓଡ଼ିଆ ଜାତିରେ ପ୍ରଚଳିତ । ମାଣବସା ଓଷାକୁ ଲକ୍ଷ୍ମୀପୂଜା କୁହାଯାଏ । ଏହି ଓଷାକୁ ଆଚାଣ୍ଡାଳ ବ୍ରାହ୍ମଣ, ସମସ୍ତେ ପାଳନ କରିଥାନ୍ତି । ଘରମାନଙ୍କରେ ଟିକେ ଭୁଲ ହେଲେ ବୁଢୀମା' ମାନେ ଲକ୍ଷ୍ମୀଛଡା ବା ଅଲକ୍ଷଣୀ ବୋଲି ଗାଳି ଦିଅନ୍ତି । ସେଥିପାଇଁ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ମା'ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇଛି । ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର ପରିଚ୍ଛନ୍ନତା ହେଉଛି ଏହି ପର୍ବର ବୈଶିଷ୍ଟ । <ref>ସୂର୍ଯ୍ୟପ୍ରଭା, ପୃଷ୍ଠା-୯, ୬.୧୨.୧୨</ref>
[[ମାର୍ଗଶିର]] ମାସରେ ପ୍ରତି ଓଡ଼ିଆ ପୂଜା ଘରେ ଧାନ ମେଣ୍ଟା ବା ଧାନବେଣୀ ଶୋଭା ପାଇଥାଏ । ମା' [[ଲକ୍ଷ୍ମୀ|ଲକ୍ଷ୍ମୀଙ୍କର]] ପୂଜା ପାଇଁ ଧାନକେଣ୍ଡା କୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଏ ।
[[Fileଫାଇଲ:Dhana Menta.JPG|thumb|ଧାନ ମେଣ୍ଟା/ ଧାନ ଗହଣି]]
 
ମାର୍ଗଶିର ମାସଟି ଏକ ପ୍ରାଚୁର୍ଯ୍ୟର ମାସ । ନୂଆ ଫସଲ, ଅର୍ଥାତ୍ ଧାନ ଫସଲ ଅମଳର ମାସ । ମୁଣ୍ଡଝାଳ ତୁଣ୍ଡରେ ମାରି, ଦେହର ରକ୍ତକୁ ପାଣିକରି, ଖରାବର୍ଷା ସହି ଚାଷୀ ବର୍ଷସାରା କ୍ଷେତରେ ଯେଉଁ ହାଡଭଙ୍ଗା ପରିଶ୍ରମ କରିଥାଏ, ସେହି ପରିଶ୍ରମର ଫଳସ୍ୱରୂପ ନୂଆ ଫସଲ ଆମଦାନୀ କରି ଆନନ୍ଦ ଉଲ୍ଲସିତ ହୁଏ । ଏଇ ମାସରେ ହିଁ ପ୍ରଥମ ଅମଳ ଆରମ୍ଭ ହୁଏ । ଚାଷୀ ତା’ ର ଖଳାକୁ ଧାନହଳା ଆଣେ I ଅମଳ ପରେ ଖଳାରେ ସେହି ସ୍ତୁପିକୃତ ଧାନକୁ ଦେଖି ଅନ୍ନ ଓ ଧନର ଦେବୀ ମା'ଲକ୍ଷ୍ମୀଙ୍କର ଆଶିଷ ବୋଲି ଭାବେ ।
<ref>{{cite web |url= http://www.puribeachresorts.com/festivals-in-puri/manabasa-gurubar.html |title=Manabasa Gurubar Lakshmi puja , Manabasa Gurubar Festival, Manabasa Gurubar Festivals of Orissa |first= |last= |work=puribeachresorts.com |quote=a pot made of bamboo canes used in the olden days for measuring paddy (known as mana) is filled up to the brink with freshly harvested paddy. |accessdate=6 December 2012}}</ref>
== ପୂଜାବିଧି ==
ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ଵାର ଲିପାପୋଛା କରି ସୁନ୍ଦରଭାବେ ଚିତା ପକାନ୍ତି । ଗୁରୁବାର ଦିନ ବଡିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ମା'ଙ୍କ ପୂଜାରେ ଲାଗିପଡନ୍ତି । ଗାଁମାନଙ୍କରେ ମହିଳାମାନେ ମାଟିଘରକୁ ଗୋବରରେ ଲିପାପୋଛା କରି ନୂତନ ଚାଉଳର ପିଠଉରେ ଝୋଟି ଏବଂ ଲକ୍ଷ୍ମୀପାଦରେ ପୂର୍ଣ୍ଣ କରଦିଅନ୍ତି । ଧାନଖଳାକୁ ମଧ୍ୟ ସେଦିନ ଝୋଟିଚିତାରେ ଚିତ୍ରିତ କରାଯାଇଥାଏ । ମା'ଲକ୍ଷ୍ମୀଙ୍କର ସ୍ଥାପନା ପାଇଁ ଠାକୁରଘରର ଏକ ସ୍ଵତନ୍ତ୍ର ସ୍ଥାନ ନିରୂପଣ କରାଯାଏ । ପୂଜାସ୍ଥାନରେ ପିଠଉରେ କୋଠି କରି ଷୋହଳ ପାଖୁଡା ପଦ୍ମଫୁଲ ଅଙ୍କାଯାଏ । ପୂଜା ପାଇଁ ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଥାଏ ଅମଳ ହୋଇଥିବା ଶୁକ୍ଳଧାନ , ମାଣ, ଗୁଆ, କଉଡି, ନଡିଆ, ଦୁବ, ବରକୋଳି ପତ୍ର, ସିନ୍ଦୁର, ଧୂପଦୀପ ଓ ନୈବେଦ୍ୟ । ମାଣ ବସାଇବା ପୂର୍ବରୁ ସେହିମାଣକୁ ହଳଦୀ ପାଣିରେ ଧୋଇ ଖରାରେ ଶୁଖିଯିବା ପରେ ସିନ୍ଦୁର ବୋଳାଯାଏ । ପ୍ରଥମେ ଏକ ଖଟୁଲିରେ କିଛି ନୂଆଧାନ ରଖାଯାଏ । ସିନ୍ଦୁର ବୋଳାଯାଇଥିବା ମାଣକୁ ଲକ୍ଷ୍ମୀ ଦେବୀଙ୍କର ପ୍ରତୀକ ସ୍ଵରୂପ ନୂଆଧାନରେ ପୂର୍ଣ୍ଣକରି ତା' ଉପରେ ଗୁଆ ରଖାଯାଏ । ସେହି ମାଣକୁ ଖଟୁଲି ଉପରେ ବସାଇ ତା'ଉପରେ ଧାନବେଣୀ ରଖି ନୂତନ ଛିଟ (ବସ୍ତ୍ର)ରେ ଆବୃତ କରାଯାଇଥାଏ । ମା'ଙ୍କୁ ଏକ ନବବଧୂ ବେଶରେ ସଜାଯାଇ ଚନ୍ଦନ ସିନ୍ଦୁର ଆଦି ଦେଇ ସ୍ଥାପନା କରାଯାଏ । ବିଧି ଅନୁଯାୟୀ ଖଟୁଲି ଉପରେ ମା'ଙ୍କର କାଠରେ ନିର୍ମିତ ପ୍ରତିମା, ପାନିଆ, ଆଇନା, କଜ୍ଜଳ ଏବଂ ଖଟୁଲି ପାଖରେ ଆଖୁ, ମୂଳା ନିକଟରେ ରଖାଯାଇଥାଏ ।
== ଭୋଗ ନୈବେଦ୍ୟ ==
ଧୂପଦୀପ ନୈବେଦ୍ୟ ଆଦି ଅର୍ପଣ କରାଯାଏ ମା'ଙ୍କ ପାଖରେ । ପିଠାପଣା ଓ ଫଳମୂଳ ଭୋଗ ([[କଦଳୀ]], ଛେନା, [[ନଡ଼ିଆ]], ଗୁଡ଼, ଗୋଲମରିଚ ଓ ଅନ୍ୟାନ୍ୟ ଫଳ ) ମା'ଙ୍କ ପାଖରେ ଲଗାଯାଏ । ମାଣବସା ଭୋଗ ଆମ ଓଡିଆମାନଙ୍କର ନିଜସ୍ଵ ରାନ୍ଧଣାର ନିଦର୍ଶନ । ଭଜା, ରାଇ, ଆମ୍ବିଳ, ଶାକର, କଖାରୁ, ମଧୁରୁଚି, ଦହିପଖାଳ, ମୂଳାଶାଗ, ଚିତ୍ତଉ, ଚକୁଳି, ଖିରିଷାପାଣି, ସରପୁଳି, ଦୁଧପୁଳି, ବଡ଼ିପକା ମହୁର, ବେସର, ମହୁର, କର୍ପୂରଛେନା, ପଡିଆ ଚକଡା କାକରା ପିଠା, ଆରିଷା ପିଠା, ମୁଗପୁଳି ଭଳି ରାନ୍ଧଣା ଓଡିଆଙ୍କ ଛଡା ଅନ୍ୟ କେଉଁଠି ହୁଏନାହିଁ । <ref>{{cite web |url= http://www.traveladda.com/east_india/orissa/fairs_and_festivals/lakshmi_puja.html |title=Orissa Lakshmi Puja, Lakshmi Puja in Orissa, Manabasa Gurubar in orissa |first= |last=|work=traveladda.com |quote=the floors are bedecked with stunning floral designs. These unique designs are known as Jhoti. |accessdate=6 December 2012}}</ref>
 
== ଆହୁରି ଦେଖନ୍ତୁ ==
* [[ସୁଦଶା ବ୍ରତ]]
== ଆଧାର ==
{{ଆଧାର}}
== ଅଧିକ ତଥ୍ୟ ==
* [http://www.odishahaalchaal.com/manabasa-gurubar-festival-of-odisha.html Manabasa Gurubar Festival of Odisha]
{{ହିନ୍ଦୁ ପର୍ବ}}