"ଭଦ୍ରକ ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ରୋବଟ୍‌: ପ୍ରସାଧନ ବଦଳ
ଟିକେ (ଭୌଗଳିକ ଅବସ୍ଥାନ ପେଡ଼ି)
ଟିକେ (ରୋବଟ୍‌: ପ୍ରସାଧନ ବଦଳ)
| seat_type = [[ଓଡ଼ିଶାର ବିଧାନସଭା ନିର୍ବାଚନ ମଣ୍ଡଳି|ବିଧାନସଭା]]
| seat = ୫ଟି ଆସନ {{collapsible list|title={{nbsp}}|୧. ଭଣ୍ଡାରିପୋଖରି (୦୪୩)</br>୨. [[ଭଦ୍ରକ]] (୦୪୪)</br>୩. ବାସୁଦେବପୁର (୦୪୫)</br>୪. ଧାମନଗର (୦୪୬)</br>୫. [[ଚାନ୍ଦବାଲି]] (୦୪୭)}}
|subdivision_type = ଦେଶ
|subdivision_name = [[ଭାରତ]]
|subdivision_type1 = [[ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ|ରାଜ୍ୟ]]
|subdivision_name1 = [[ଓଡ଼ିଶା]]
|subdivision_type2 = [[ଓଡ଼ିଶାର ଲୋକସଭା ନିର୍ବାଚନ ମଣ୍ଡଳୀ ତାଲିକା|ଲୋକସଭା]]
|subdivision_name2 = [[ଭଦ୍ରକ (ଲୋକସଭା ନିର୍ବାଚନ ମଣ୍ଡଳି)|ଭଦ୍ରକ]]
| subdivision_type3 = ଭାଷା
| subdivision_name3 = [[ଓଡ଼ିଆ ଭାଷା|ଓଡ଼ିଆ]], [[ଇଂରାଜୀ ଭାଷା|ଇଂରାଜୀ]]
| established_title = ସ୍ଥାପନା
| established_date = ୧ ଅପ୍ରେଲ ୧୯୯୩
| area_total_km2 =
| population_total = ୧୫,୦୬,୫୨୨
| population_as_of = ୨୦୧୧
| population_rank = [[ଓଡ଼ିଶା]]ରେ ଦ୍ଵାଦଶ (୧୨/୩୦)
| population_density_km2 = 601
| population_urban = ୧,୮୫,୭୫୬
| population_rural = ୧୩,୨୦,୭୬୬
| sex_ratio = ୯୮୧
| child_sex_ratio = ୯୩୧
|population_blank1_title = ୬&nbsp;ବର୍ଷରୁ&nbsp;କମ&nbsp;ଶିଶୁ
|population_blank1 = ୧,୭୬,୭୯୩
| literacy_rate_total = ୮୩.୨୫%
| literacy_male = ୮୯.୯୨%
| temp_winter = ୧୭
| area_total_km2 = ୧୭୨୧
| area_blank1_title =
| area_blank1_km2 =
|timezone = [[ଭାରତୀୟ ମାନକ ସମୟ|IST]] (+୫.୩୦)
|postal_code_type = [[ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର|ଡାକ କୋଡ଼ (ପିନ୍)]]
|postal_code = ୭୬ xxx
| area_code_type = ତାର (ଏସ୍.ଟି.ଡ଼ି)
| area_code = ୦୬୭୮୪
| registration_plate = OD-22
|blank_name_sec1 = ଜିଲ୍ଲାପାଳ
|blank_info_sec1= ଅକ୍ଷୟ କୁମାର ପାଣି
| website = {{official|bhadrak.nic.in}}
}}
 
== ଭୂଗୋଳ ==
<!--lies between 20° 31 N & 21° 40 N latitude and 84° 15 E & 85° 23 E longitude-->
=== ମୁଖ୍ୟ ନଦୀ ଓ ଶାଖାନଦୀ ===
* ବୈତରଣୀ, ସାଳନ୍ଦୀ, ମନ୍ତେଇ, ଖରସ୍ରୋତା(ଖର୍ସୁଆ)
 
=== ଜନସଂଖ୍ୟା ===
୨୦୧୧ ଜନଗଣନା<ref>[http://www.censusindia.gov.in/2011-prov-results/data_files/orissa/Data%20Sheet-%20Orissa-Provisional.pdf Census 2011: Odisha: Provisional Population Totals]</ref> ଅନୁସାରେ, ଭଦ୍ରକ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୫,୦୬,୫୨୨ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୩,୨୦,୭୬୬ ଓ ସହରାଞ୍ଚଳରେ ୧,୮୫,୭୫୬ ଲୋକ ବାସ କରନ୍ତି <ref>[http://www.censusindia.gov.in/2011-prov-results/paper2/data_files/Orissa/Data-sheet-Orissa.pdf Census 2011: Odisha: Rural Urban Distribution]</ref> ।
* ପୁରୁଷ: ୭,୬୦,୫୯୧
* ମହିଳା: ୭,୪୫,୯୩୧
** ଛ ବର୍ଷରୁ କମ: ୧,୭୬,୭୯୩
* ସାକ୍ଷରତା ହାର ୮୩.୨୫%
[[ମୋଗଲ]] ଓ [[ମରହଟ୍ଟା]] ଶାସକମାନେ ସେମାନଙ୍କ ଶାସନ କାଳରେ ଭଦ୍ରକରେ ଅନେକ ଜନ ହିତକର କାର୍ଯ୍ୟ କରିଥିଲେ। [[ଇନ୍ଦୋର]]ର ରାଣୀ [[ଅହଲ୍ୟାବାଈ]] [[ପୁରୀ]] ଯାତ୍ରା କରିବାବେଳେ ଗୋସେଇଁ ଶାଶୁଙ୍କ ନିମିତ୍ତ ଏକ ବଡ଼ ପୋଖରୀ ଖୋଳାଇଥିଲେ। ଏହାକୁ ରାଣୀ ତଲାୱ କୁହାଯାଉଥିଲା। ଭଦ୍ରକ ନିକଟସ୍ଥ ଏବେକାର [[ରାଣୀତାଲ]] ସେହି ରାଣୀତଲାୱରୁ ଆସିଛି।
[[ଧାମନଗର]]ରେ ମହହଟ୍ଟା ଶାସକ ଜଗୁ ପଣ୍ଡିତଙ୍କ ନାମାନୁସାରେ ଜଗୁସାଗର ପୋଖରୀ ରହିଅଛି।<ref>ଡଃ ଦ୍ୱିଜେନ୍ଦ୍ର କୁମାର ବେହେରା, ‘ଯୁଗେ ଯୁଗେ ଭଦ୍ରକ’, ସ୍ମରଣିକା ଭଦ୍ରକ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ, ପୃଷ୍ଠା:୭</ref>
=== ହିନ୍ଦୁ ଧର୍ମ ===
[[ମିର୍ଜାପୁର]] ଓ [[ଛଡ଼ାକ]] ମହଲାରେ ରାଜା [[ପୁରୁଷୋତ୍ତମ ଦେବ]]ଙ୍କ ମନ୍ତ୍ରୀ [[ବିଦ୍ୟାଧର]] ଖୋଳାଇଥିବା ପୋଖରୀ ତାଙ୍କ ନାମାନୁସାରେ ବିଦ୍ୟାଧର ପୋଖରୀ ବୋଲି ପରିଚିତ।
୧୫୧୪ ଖ୍ରୀଷ୍ଟାବ୍ଦରେ [[ଶ୍ରୀଚୈତନ୍ୟ]] [[ପୁରୀ]]ରୁ ପ୍ରତ୍ୟାବର୍ତ୍ତନ କରି ବିଦ୍ୟାବାଚସ୍ପତି ନାମକ ଜଣେ ଧର୍ମଯାଜକଙ୍କ ଘରେ ପାଞ୍ଚଦିନ ଅବସ୍ଥାନ କରିଥିଲେ। ଏହି ସନ୍ଥଙ୍କ ମନେ ପକାଇବାପାଇଁ ଗାଁଟିର ନାମ [[ସନ୍ଥିଆ]] ହୋଇଛି। ସେ ଛାଡ଼ିଯାଇଥିବା କନ୍ଥାଟିକୁ ଶ୍ରଦ୍ଧାଳୁମାନେ ଏବେବି ସେହି ଗାଁରେ ରଖି ପୂଜା କରୁଛନ୍ତି। ଶ୍ରୀଚୈତନ୍ୟଙ୍କ ପାଦୁକା ନିକଟସ୍ଥ [[କୁଆଁସ]] ଗ୍ରାମରେ ଏବେ ବି ପୂଜା ପାଉଛି। ଏହା ଏ ଅଞ୍ଚଳର ଲୋକମାନଙ୍କର ସାଧୁ ସନ୍ଥମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନଭାବର ନିଦର୍ଶନ।
 
୧୮୮୮ ଖ୍ରୀଷ୍ଟାବ୍ଦ ନଭେମ୍ବର ୨୦ ତାରିଖରେ ମା [[ସାରଦା ଦେବୀ]] ଜଳପଥରେ [[ଚାନ୍ଦବାଲି]] ଆସିଥିଲେ। ପୁନର୍ବାର ୧୯୧୦ରେ ସେ [[ରାମେଶ୍ୱର]] ଯିବା ବାଟରେ ଭଦ୍ରକର [[କୋଠାର]]ଠାରେ ଦୁଇମାସ ଅବସ୍ଥାନ କରିଥିଲେ।
=== ଶିଖ ଧର୍ମ ===
ଷୋଡ଼ଶ ଶତାବ୍ଦୀରେ ଗୁରୁ [[ନାନକ]] ପୁରୀ ଯିବା ବାଟରେ ଭଦ୍ରକରେ ଅବସ୍ଥାନ କରି ସଂଘ (ସଙ୍ଘତ)ରେ ଭାଗ ନେଇଥିଲେ। ତଦନୁସାରେ ସେ ଅଞ୍ଚଳକୁ ସଂଗତ କହିବା ସହିତ [[ନାନକ ଡ଼ିହି]] ବୋଲି ମଧ୍ୟ କୁହାଯାଏ। ଏଠାରେ ଏକ [[ଗୁରୁଦ୍ୱାରା]] ମଧ୍ୟ ସ୍ଥାପନା କରା ଯାଇଅଛି।
=== ମୁସଲମାନ ଧର୍ମ ===
୧୫୭୫ ଖ୍ରୀଷ୍ଟାବ୍ଦ ଅପ୍ରେଲ ୧୨ ତାରିଖରେ [[ଆକବର]] ଭଦ୍ରକକୁ ଏକ ସ୍ୱତନ୍ତ୍ର ଡିଭିଜନ (ସର୍କାର) ହିସାବରେ ଘୋଷଣା କରିଥିଲେ। [[କଟକ]] ଡିଭିଜନଟି [[ଦାଉଦ]]ଙ୍କ ଅକ୍ତିଆରରେ ଥିଲାବେଳେ ଭଦ୍ରକ ଓ [[ବାଲେଶ୍ୱର]] ଡିଭିଜନ [[ମୋଗଲ]]ଙ୍କ ଅଧୀନରେ ଥିଲା। [[ତୋଦରମଲ୍ଲ]] ଭଦ୍ରକରେ ଛାଉଣି ପକାଇ ବନ୍ଦୋବସ୍ତ କାର୍ଯ୍ୟ ଚଳାଇଥିଲେ। [[ଆଉରଙ୍ଗଜେବ]]ଙ୍କ ସମୟରେ କଦମ୍ବବେଡ଼ା (କୁଆଁସ)ରେ ଇଦ୍​ଗାହ ନିର୍ମାଣ ହୋଇଥିଲା।
 
== ଐତିହ୍ୟ ==
* ଭଦ୍ରକର [[ଭଦ୍ରକାଳୀ ମନ୍ଦିର]], ଭଦ୍ରକର ମୁଖ୍ୟ ଶକ୍ତିପୀଠ।
* [[ଆରଡ଼ି]]ସ୍ଥିତ [[ଆଖଣ୍ଡଳମଣୀ ମନ୍ଦିର]], ଭଦ୍ରକର ମୁଖ୍ୟ ଶୈବପୀଠ।
* [[ପାଳିଆ]] ବିନ୍ଧାସ୍ଥିତ [[ବିରଞ୍ଚି ନାରାୟଣ]] ସୂର୍ଯ୍ୟ ମନ୍ଦିର ଭଦ୍ରକର ସୂର୍ଯ୍ୟୋପାସନାର ଏକ ପ୍ରସିଦ୍ଧ କ୍ଷେତ୍ର। କୁହାଯାଏ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇବାପାଇଁ ଏଠାରେ ସୂର୍ଯ୍ୟଙ୍କୁ ଉପାସନା କରିଥିଲେ। ସେଇ ବିଶ୍ୱାସର ନିଦର୍ଶନ ସ୍ୱରୂପ ଅଗିରା ପୁନେଇଁ ପରଦିନ ଏଠାରେ ଗୁଣ୍ଡୁଣିଯାତ୍ରା ଅନୁଷ୍ଠିତ ହୁଏ। ଚର୍ମରୋଗରୁ ରକ୍ଷାକରିବାକୁ ଲୋକେ ଠାକୁରଙ୍କୁ ଫୁଲଛତା ଓ ଫୁଲବିଞ୍ଚଣା ଦେଇ ପ୍ରାର୍ଥନା କରିଥାନ୍ତି। ଏଠି ସୂର୍ଯ୍ୟନାରାୟଣଙ୍କ ବିଗ୍ରହ ଚତୁର୍ମୂଖ ହୋଇଥିବାରୁ କେହି କେହି ଏହାଙ୍କୁ [[ବ୍ରହ୍ମା]] ବୋଲି କହିଥାନ୍ତି। ସମଗ୍ର ଭାରତରେ ଏମିତି ମନ୍ଦିର ବିରଳ।
* [[ଧାମରା]]ର [[ଧାମରେଈ ମନ୍ଦିର]] ବ୍ରାହ୍ମଣ, ବୌଦ୍ଧ ଓ ଶାବରୀ ସଂସ୍କୃତିର ସ୍ମୃତି ବହନ କରେ।
* ଏହାଛଡ଼ା ଦପାନାହାକାଣି ମନ୍ଦିର, କାଉପୁରର ସୀତାକୁଣ୍ଡ, ମଠସାହିର ଦକ୍ଷିଣେଶ୍ୱର ମନ୍ଦିର, [[ବାସୁଦେବପୁର]] ଥାନା ଅନ୍ତର୍ଗତ ପଢ଼ୁଆଁ ଗ୍ରାମରେ ଅଷ୍ଟଭୂଜା ଦୁର୍ଗାମଣ୍ଡପ, ବାସୁଦେବପୁରର ପ୍ରସନ୍ନଦେବ ଜୀଉ ମନ୍ଦିର, ରାଧାକୃଷ୍ଣ ମନ୍ଦିର [[ଚରମ୍ପା]]ର ହନୁମାନ ସାହି, ଏରେଇଁ ଓ ସାହାପୁରସ୍ଥିତ ହନୁମାନ ମନ୍ଦିର, ଆଦି ଭଦ୍ରକ ଅଞ୍ଚଳର ଧର୍ମ ଭାବନାର ବାର୍ତ୍ତା ବାହକ।
* ଭଦ୍ରକର [[କୁଆଁସ]]ଗ୍ରାମସ୍ଥ ଜଗନ୍ନାଥ ମନ୍ଦିରର ସ୍ୱତନ୍ତ୍ରତା ହେଉଛି ଯେ ଏହାକୁ [[ଲସ୍ ଏଞ୍ଜେଲସ୍]]​ର ଜୁଲିଆନ ପାର୍କର ନାମକ ଜଣେ ଅଣହିନ୍ଦୁ ବିଦେଶୀ ଏହାକୁ ସ୍ଥାପନ କରିଛନ୍ତି। ଜୁଲିଆନ ଆତ୍ମତତ୍ତ୍ୱ ଦାସ ଓ ମାଳିନୀ ଦାସଙ୍କର ପାଳିତ ପୁତ୍ର ହୋଇଥିଲେ। ଭାରତକୁ ଆସିବା ପରେ ସେ ଜାହ୍ନବୀ ନିତାଇ ଦାସ ନାମରେ ପରିଚିତ ହୋଇଥିଲେ। [[ପୁରୀ]] [[ଶ୍ରୀମନ୍ଦିର]]ରେ ଅଣହିନ୍ଦୁମାନଙ୍କର ପ୍ରବେଶ ନିଷେଧ ହୋଇଥିବାରୁ ସେ ଏଠାରେ ୧୬ଫୁଟ ଉଚ୍ଚର [[ଜଗନ୍ନାଥ]], ୧୫ ଫୁଟ ଉଚ୍ଚର [[ବଳଭଦ୍ର]] ଓ ୭ ଫୁଟ ଉଚ୍ଚର [[ସୁଭଦ୍ରା]] ବିଗ୍ରହ ବୈଦିକ ରୀତିରେ ୨୦୦୫ ମସିହା ମେ ୨୨ରେ ସ୍ଥାପନ କରାଇଥିଲେ। ଅଦ୍ୟାବତ୍ ସେହି ବିଗ୍ରହମାନେ ସେହି ମନ୍ଦିରରେ ଯଥାବିଧି ପୂଜିତ ହେଉ ଅଛନ୍ତି।
* ଓଡ଼ିଶାର [[ଭାଗବତ ଟୁଙ୍ଗୀ]] ପରମ୍ପରା ଅବଲୁପ୍ତ ହେଇଆସୁଥିଲା ବେଳେ ଏଠାକାର [[କିସ୍ମତ କୃଷ୍ଣପୁର]] ଗ୍ରାମରେ ଏ ପରମ୍ପରା ଏବେବି ଜୀବିତ ଅଛି।
 
== ଶିକ୍ଷା ==
ବର୍ତ୍ତମାନ ସୁଦ୍ଧା ଭଦ୍ରକରେ ୯୧୬ଟି ପ୍ରାଥମିକ ବିଦ୍ୟାଳୟ, ୫୦୫ଟି ମଧ୍ୟଇଂରାଜୀ ବିଦ୍ୟାଳୟ, ୩୦୫ଟି ଉଚ୍ଚବିଦ୍ୟାଳୟ, ୭ଟି ମହିଳା ମହାବିଦ୍ୟାଳୟ ସରକାରୀ ସ୍ୱୀକୃତି ଲାଭ କରିଛନ୍ତି।<ref>District Statistical Hand Book, Bhadrak, 2005, p.47-53</ref> ଏହା ବ୍ୟତୀତ ବହୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଏବେ ବି ସ୍ୱୀକୃତି ପାଇନାହିଁ।
 
== ପରମ୍ପରା ==
=== [[ଗୋପାଳଙ୍କ ଉଗାଳ]] ଓ [[ଲଉଡ଼ି ଖେଳ]] ===
ଗୋପାଳ ସମ୍ପ୍ରଦାୟର ଲୋକେ ଦୋଳ ପୂର୍ଣ୍ଣମୀର ପୂର୍ବଦିନରୁ କୁମ୍ଭ ପୂଜା କରି ରାଧାକୃଷ୍ଣ ଉପାସନା ସହିତ [[ଗୋପାଳଙ୍କ ଉଗାଳ]] ଓ [[ଲଉଡ଼ି ଖେଳ]] (ବାଡ଼ି ଖେଳ) ପ୍ରଦର୍ଶନ କରିଥାନ୍ତି। ଏଇ [[ବାଡ଼ିଖେଳ]] ଓଡ଼ିଶାର ଏକ ବିଲୁପ୍ତପ୍ରାୟ ସାମରିକ କଳା। ମହାପୁରୁଷ [[ଅଚ୍ୟୁତାନନ୍ଦ]]ଙ୍କ ରଚିତ ଗୋପାଳଙ୍କ ଉଗାଳରେ ଗୂଢ଼ ଆଧ୍ୟାତ୍ମିକ ପ୍ରଶ୍ନର ସରଳ ଉତ୍ତର ରସମୟ ସଙ୍ଗୀତ ଛନ୍ଦରେ ବେଶ୍ ଉପଭୋଗ୍ୟ। ଏହି ଉତ୍ସବ [[ସାବରଙ୍ଗ]], [[ଚୁଡ଼ଙ୍ଗପୁର]]ର ରଙ୍ଗଢ଼ାଉ, ବାସୁଦେବପୁର, କିସ୍ମତ କୃଷ୍ଣପୁର, ଧାମନଗର ଆଦି ଅଞ୍ଚଳରେ ଜାକଜମକରେ ପାଳିତ ହୋଇଥାଏ। ବାସୁଦେବପୁରର ‘ଶ୍ରୀଗୋପାଳ ଓଗାଳ ସମିତି’ ଓ ‘ରାଧାମାଧବ ଯାଦବ ସମିତି’ ଓଡ଼ିଶା ବାହାରେ ବିଭିନ୍ନ ସମୟରେ ଲଉଡ଼ିଖେଳ ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି।
=== ଗୁଣ୍ଡିଣି ଯାତ୍ରା ===
ବିରଞ୍ଚି ନାରାୟଣ ମନ୍ଦିର ପରିସରରେ ଅଗ୍ନିପୂର୍ଣ୍ଣିମା ଦିନ ଆୟୋଜିତ [[ଗୁଣ୍ଡୁଣିଯାତ୍ରା]] ଏକ ଭିନ୍ନ ମେଳା।
=== ଭୂତକେଳି ନାଟ ===
ଭଦ୍ରକ ସହରାଞ୍ଚଳର କୁଆଁସ ନିକଟବର୍ତ୍ତୀ ବାଲିଅରଡ଼ା ଗ୍ରାମରେ ପାଳିତ ହେଉଥିବା ‘[[ଭୂତକେଳି ନାଟ]]’ [[ପୁରାଣ]] ବର୍ଣ୍ଣିତ [[କୃଷ୍ଣଲୀଳା]]ର ଆଧାରରେ ପାଳନ କରାଯାଏ। କରେ। [[ରାଧା]] ଓ [[କୃଷ୍ଣ]]ଙ୍କ ମିଳନରେ ପ୍ରତିବନ୍ଧକ ହେଉଥିବା ଶାଶୁ ଓ ନଣନ୍ଦଙ୍କୁ ଡ଼ରାଇବା ପାଇଁ କୃଷ୍ଣ ମାୟା ଭୂତ ସୃଷ୍ଟି କରିଥାନ୍ତି। ରାଧା, କୃଷ୍ଣ ଓ [[ଗୋପୀ]]ମାନଙ୍କର ପ୍ରତିମୂର୍ତ୍ତିକୁ ବିରାଟ ଶୋଭାଯାତ୍ରାରେ ଲୋକମାନେ ନେଇଥାନ୍ତି। ଜଣେ ଲୋକ ମୁଣ୍ଡରେ ଭୂତ ଚିତ୍ରିତ ହାଣ୍ଡି ରଖି [[ଢ଼ୋଲ]] [[ମହୁରୀ]]ର ତାଳେ ତାଳେ ଉଦ୍ଦଣ୍ଡ ନୃତ୍ୟ ପରିବେଷଣ କରିଥାଏ। ଏପରି ନାଟ ସମଗ୍ର ଓଡ଼ିଶାରେ ବିରଳ।<ref>ଡଃ ମନୀନ୍ଦ୍ର ମହାନ୍ତି, ସାଂସ୍କୃତିକ ନାନ୍ଦିମୁଖ : ଲୋକସଂସ୍କୃତି, ସାଳନ୍ଦୀ ତୀରର ସଂସ୍କୃତି </ref>
=== [[ମୁନି ପୂଜା]] ===
ସଂସାରତ୍ୟାଗୀ ଅଥଚ ସଂସାରର ହିତୈଷୀ ଓ ହିତାନ୍ୱେଷୀ ମୁନି ଋଷିମାନଙ୍କୁ ପୂଜା କରିବାର ନିଆରା ପରମ୍ପରା ଭଦ୍ରକର ବିଭିନ୍ନ ଗ୍ରାମାଞ୍ଚଳରେ ଅତି ପ୍ରାଚୀନ। [[ମକର ସଂକ୍ରାନ୍ତି]] ଏହାର ନିଧାର୍ଯ୍ୟ ତିଥି। ଏରେଇଁ ଗ୍ରାମ ପଞ୍ଚାୟତର କୁନ୍ତଳାଠାରେ ଏହା ମହାସମାରୋହରେ ପାଳନ କରାଯାଏ।
=== ବାଲିଯାତ୍ରା ===
କାର୍ତ୍ତିକ ପୂର୍ଣ୍ଣିମାରେ [[ଚାନ୍ଦବାଲି]], [[ଚୂଡ଼ାମଣି]] ଓ [[ବାଉଦପୁର]]ରେ ସାଧବ ପୁଅର ସ୍ମୃତିକୁ ମନେ ପକାଇବାପାଇଁ [[ବାଲିଯାତ୍ରା]] ସାତଦିନବ୍ୟାପି ପାଳନ କରାଯାଏ।
=== ରାସଯାତ୍ରା ===
[[କାର୍ତ୍ତିକ]] ପୂର୍ଣ୍ଣିମାଠାରୁ ସାହାଡ଼ାଗ୍ରାମରେ [[ରାସଯାତ୍ରା]] ପାଳନ କରାଯାଏ। [[ରାସଲୀଳା]] ଓ ନାବକେଳି ଆଦି ଏଇ ଯାତ୍ରାର ମୁଖ୍ୟ ଅଙ୍ଗ।
=== [[ଚଢ଼େଇଆ ନାଚ|ଚଢ଼େୟା ଚଢ଼େୟାଣୀ ନାଚ]] ===
ଗ୍ରାମୀଣ ଚରିତ୍ର ଚିତ୍ରଣ ପୂର୍ବକ ଗଦ୍ୟ ଓ ପଦ୍ୟମୟ ସଂଳାପରେ ହାସ୍ୟରସ ପରିବେଷଣ କରାଯାଏ। ସେହିପରି ନିଜକୁ ଏକ ପୌରାଣିକ ଚରିତ୍ରରୂପେ ଚିତ୍ରିତ କରି କଳାକାର ମାନେ ବହୁରୂପା ନାଚ ପ୍ରସ୍ତୁତ କରିଥାନ୍ତି।
 
=== [[କଣ୍ଢେଇ ନାଚ]] ===
କଣ୍ଢେଇରେ କଳାସୂତା ଲଗାଇ ଆଙ୍ଗୁଳି ଚାଳନାଦ୍ୱାରା ଅନେକ ପ୍ରକାରର ପ୍ରସଙ୍ଗକୁ ଚିତ୍ରଣ କରାଯାଏ। ମୁଖ୍ୟତଃ [[ବୈଷ୍ଣବ]]ମାନେ ଘାଟ ପାର ହୋଇ ରାଧା [[ମଥୁରା]]କୁ ଯିବା, କୃଷ୍ଣ ଘାଟ ସଉଦା ମାଗିବା, ରାଧାକୃଷ୍ଣଙ୍କର ମିଳନ ହେବା ପ୍ରଭୃତି ଏଇ ନାଟର ମୁଖ୍ୟ ବିଷୟ।
=== ତାମସା ===
[[ତାମସା]] ହେଉଛି ଓଡ଼ିଶାର ସଂସ୍କୃତିକୁ ଭଦ୍ରକର ନିଜସ୍ୱ ଅବଦାନ। କବି [[ବଂଶୀବଲ୍ଲଭ ଗୋସ୍ୱାମୀ]] ଏଇ ତାମସାର ସ୍ରଷ୍ଟା। ଏହା ହେଉଛି [[ମୋଗଲ]] ଶାସନ କାଳର ସାମାଜିକ ଅବସ୍ଥାର ନିଛକ ଚିତ୍ରଣ। ମୋଗଲ ତାମସା, ଭୀଲ ତାମସା, ଫକିର ତାମସା, ଲୋଲିନ ବାଈ ତାମସା ଆଦି ସେ ରଚନା କରିଥିଲେ। ଏଥି ମଧ୍ୟରୁ ମୋଗଲ ତାମସା ଓଡ଼ିଶା ପ୍ରସିଦ୍ଧ। [[ଚୈତ୍ର]] ମାସରେ [[ଶିବ]] [[ମନ୍ଦିର]]ରେ ଏହି ତାମସା ଅଭିନୀତ ହେଉଥିବାରୁ ଏହାକୁ ଚଇତି ତାମସା ମଧ୍ୟ କୁହାଯାଏ।
* '''''[[ମୋଗଲ ତାମସା]]:''''' ଏଥିରେ ମୋଗଲ ମାନଙ୍କର ଶୋଷଣ, ଅତ୍ୟାଚାର, ବିଳାସ ବ୍ୟସନର ଚିତ୍ରଣ ହୋଇଛି।
* '''ଭୀଲ ତାମସା :''' ଜଣେ ବ୍ରାହ୍ମଣ ତୀର୍ଥାଟନରେ ଯିବା ସମୟରେ ବାଟରେ ଏକ ଭୀଲକୁ ଭେଟନ୍ତି। ସେ ବ୍ରାହ୍ମଣଙ୍କୁ ଲୁଟ କରିବାକୁ ପ୍ରଥମେ ଚେଷ୍ଟା କଲେ ମଧ୍ୟ ପରବର୍ତ୍ତୀ ସମୟରେ ତାଙ୍କ ସଂସ୍ପର୍ଶରେ ଆସି ପୁଣ୍ୟାତ୍ମାରେ ପରିଣତ ହୋଇଛି।
* '''ଫକିର ତାମସା :''' ଜଣେ [[ମୁସଲମାନ]] [[ଫକିର]]ଙ୍କର କାହାଣୀ, ଯେ ବିଭିନ୍ନ ସ୍ଥାନ ଭ୍ରମଣ କରି ଅନେକ କଥା ଶିଖିଛନ୍ତି ଓ ପରିଶେଷରେ ନିଜ ପତ୍ନୀ ସହିତ ମିଳିତ ହୋଇଛନ୍ତି।
* '''ଯୋଗୀ ତାମସା :''' ଜଣେ ଯୋଗୀର ଜୀବନକୁ ପ୍ରାଞ୍ଜଳ ଭାବରେ ଚିତ୍ରିତ କରାଯାଇଛି।
* '''ରାଧାକୃଷ୍ଣ ତାମସା :''' ମୂରଲୀ ହରଣ ଓ ବସ୍ତ୍ର ହରଣ ଆଦି ପ୍ରସଙ୍ଗର ବର୍ଣ୍ଣନା କରାଯାଇଛି।
* '''ଚଉଡ଼ା ତାମସା :''' ମେହେନ୍ତର ମାନଙ୍କର ନିଶାସେବନ ଓ ମେହେନ୍ତରାଣୀମାନଙ୍କ ସହିତ ମିଳିତ ହେବାର ବିଷୟ।
* '''ଲୋଲିନ ବାଈ ତାମସା ବା ଲୋଲିନ ମଜାବାଇ ତାମସା:''' ଦୁଇ ଜଣ ଗଣିକାଙ୍କ ସହିତ ମୋଗଲ ମାନଙ୍କର ସମ୍ପର୍କର ବର୍ଣ୍ଣନା।
 
== ଓଷାବ୍ରତ ==
* '''କୋଇଲି ଓଷା :''' [[ସୁଆଁ]] ଗ୍ରାମରେ ପାଳନ କରାଯାଏ। ଚୈତ୍ରମାସ ଶୁକ୍ଳପକ୍ଷରେ ସାତଦିନ ବ୍ୟାପି [[କୋଇଲି]]ର ଦୁଇଟି ମାଟି ମୂର୍ତ୍ତିକୁ କୁଆଁରୀମାନେ ପୂଜା କରିଥାନ୍ତି ଓ [[ମାର୍କଣ୍ଡ ଦାସ]]ଙ୍କ [[କେଶବ କୋଇଲି]] ଗାନ କରିଥାନ୍ତି।
* '''ସୁଆଙ୍ଗ ବୁଡ଼:''' କୁମାରୀ ମାନେ ପାଳନ କରିଥାନ୍ତି। [[ଦୋଳସାହି]], [[ଝାଡ଼ପଡା]], [[କୁଆଁରପୁର]], ମୁଡସାହି, ବଢେଇବାଡ, ନୂଆଶାସନ, ଶଙ୍କରପୁର ଓ ଖଣ୍ଡପଡ଼ା ପ୍ରଭୃତି ଗାଁରେ ଏହା ପାଳନ କରାଯାଇଥାଏ। କୁମାରୀମାନେ ସାଙ୍ଗହୋଇ ବାଲୁକା ସ୍ଥାପନ କରି [[ଗୌରୀ]] ପୂଜା କରିଥାନ୍ତି।
ଅନ୍ୟାନ୍ୟ ଅଞ୍ଚଳ ପରି ଭଦ୍ରକରେ [[ଖୁଦୁରୁକୁଣୀ ଓଷା]], [[ଜହ୍ନି ଓଷା]], [[ଅକ୍ଷୟ ତୃତୀୟା]], [[ସାବିତ୍ରୀ ଅମାବସ୍ୟା]], [[ବାଟଓଷା]] ଆଦି ପାଳନ କରାଯାଏ।
* '''[[ଦ୍ୱିତୀୟା ଓଷା]]''' ବା [[ଦୂତୀ ବାହନ ଓଷା]] ଭଦ୍ରକର ବିଭିନ୍ନ ସ୍ଥାନରେ ପାଳିତ ହୋଇଥାଏ। ଏହି ଓଷାରେ ସନ୍ତାନ ମାନଙ୍କର ଦୀର୍ଘଜୀବନ କାମନା କରି ମହିଳାମାନେ ଉପବାସ କରିଥାନ୍ତି। [[ଭାଦ୍ରବ]]ମାସ [[ମୂଳାଷ୍ଟମୀ]]ରେ ପୋଖରୀ ତୁଠରେ ବାଲିଲେ [[କୁମ୍ଭୀର]] କରି ପୂଜାର୍ଚ୍ଚନା କରିଥାନ୍ତି।
[[ନରେନ୍ଦ୍ରପୁର]] ଗ୍ରାମରେ ଚୈତ୍ର ପୂର୍ଣ୍ଣିମା ଦିନ ପାଟଣ ମଙ୍ଗଳାଙ୍କ ନିକଟରେ [[ପାଟୁଆ ନାଚ]], [[ଘୋଡାନାଚ]] ଆଦି ଅନୁଷ୍ଠିତ ହୁଏ। [[ରାମ]], [[ସୀତା]] ଓ [[ଲକ୍ଷ୍ଣଣ]]ଙ୍କୁ ନୌକାରେ ବସାଇ ନାବପୂଜା କରାଯାଏ। ଭଦ୍ରକର ପ୍ରାୟ ସବୁ ଗାଁରେ ଘୋଡ଼ାନାଚ, ପାଟୁଆ ନାଚ ଓ ଉଡ଼ାଣ ପର୍ବ (ଯାହା [[ଚଡ଼କପର୍ବ]]ପରି) (ନିଜ ଦେହରେ କଣ୍ଟା ଫୋଡ଼ି ଝୁଲିବା) ଆଦି ପାଳନ କରାଯାଏ।
=== ପାଲା ଓ ଦାସ କାଠିଆ ===
 
== ଆଶ୍ରମ ଓ ଅନୁଷ୍ଠାନ ==
* [[ହରେକୃଷ୍ଣ ମହତାବ]]ଙ୍କଦ୍ୱାରା ୧୯୩୧ ମସିହାରେ ଆଗରପଡ଼ାଠାରେ [[ଗାନ୍ଧୀ କର୍ମମନ୍ଦିର]]
* [[ଗୁଜରାଟ]]ର ବିଶିଷ୍ଟ ଗାନ୍ଧିବାଦୀ [[ଜୀବନରାମ କଲ୍ୟାଣଜୀ କୋଠାରୀ]]ଙ୍କ ଦାନରେ [[ଗରଦ]]ପୁରର [[ଗାନ୍ଧୀ ବାଳାଶ୍ରମ]]
* [[ଭଣ୍ଡାରୀପୋଖରୀ]]ର [[କୁମ୍ଭାରିଆ ଆଶ୍ରମ]]
* '''ସାହିତ୍ୟ ସଂସ୍କୃତି ଓ କଳାର ବିକାଶ ପାଇଁ ଗଢ଼ି ଉଠିଥିବା ଅନ୍ୟାନ୍ୟ ଅନୁଷ୍ଠାନ''': ଚାନ୍ଦବାଲିର ପୂଜ୍ୟପୂଜା ସଂସଦ, ଭଦ୍ରକ ପୂଜ୍ୟପୂଜା ସଂସଦ, ଭଦ୍ରକ ସାହିତ୍ୟ ସଂସ୍କୃତି ପରିଷଦ, ରାମେଶ୍ୱର ସାହିତ୍ୟ ସଂସଦ, ରାନ୍ଦିଆ, ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚ, ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦ, ଚିନ୍ତା ଓ ଚେତନା, ଶାରଦା ବିହାର ଟ୍ରଷ୍ଟ, ଭଦ୍ରକ ଲେଖକ ସାମ୍ମୁଖ୍ୟ, ଭଦ୍ରକ ଗବେଷଣା ପରିଷଦ ଇତ୍ୟାଦି।
 
== ପର୍ଯ୍ୟଟନ ସ୍ଥଳ ==
* ରକ୍ତ ତୀର୍ଥ [[ଇରମ]], [[ବାସୁଦେବପୁର]], ଏହାକୁ ଓଡ଼ିଶାର ଜାଲିଆନାୱାଲାବାଗ ବୋଲି ମଧ୍ୟ କୁହାଯାଏ।
:ଏଠାରେ ପାଖାପାଖି ୩୦ ଜଣ ସ୍ୱାଧୀନତା ସଂଗ୍ରାମୀ ବ୍ରିଟିଶ ସରକାର ବିରୋଧରେ ଲଢ଼ି ସ୍ଵାଧୀନତା ପାଇଁ ପ୍ରାଣ ବଳି ଦେଇଥିଲେ ।
* [[ପ୍ରସନ୍ନ ଖେମେଶ୍ଵର ମନ୍ଦିର]], [[ବାସୁଦେବପୁର]]
 
== ଶିଳ୍ପ ==
* ଫେକର: ଏହା ଦେଶର ଏକ ପ୍ରମୁଖ ଫେରୋକ୍ରୋମ ଉତ୍ପାଦନ କରୁଥିବା କାରଖାନା।
=== ଭବିଷ୍ୟତ କାର୍ଯ୍ୟ ଯୋଜନା ===
* ଭଦ୍ରକ ଜିଲ୍ଲାର [[ଧାମରା]]ର [[ଚାରିଡ଼ିହା]]ଠାରେ ଓଡ଼ିଶାର ପ୍ରଥମ ଜାହାଜ ତିଆରି କାରଖାନା ପ୍ରତିଷ୍ଠିତ ହେବାର ଅଛି। ଏହା ପୂର୍ବଭାରତେର ପ୍ରଥମ ପ୍ରାଇଭେଟ ସଂସ୍ଥା ହେବ। ଅପିଜୟ ସୁରେନ୍ଦ୍ର ଗ୍ରୁପ ଓ ଭାରତ ସିପୟାର୍ଡ ଲିମିଟେଡ୍ ଏହି ଆଧୁନିକତମ ଜାହାଜ ତିଆରି କାରଖାନାକୁ ୨୨୦୦କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରି ମିଳିତ ଭାବେ ଗଢିବେ। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ୯୦୦ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଅଟକଳ ହୋଇଛି।
* ଭଦ୍ରକରେ ୪୮୦୦ କୋଟି ଟଙ୍କାର ୧୧୦୦ ମେଗାୱାଟ୍ ଶକ୍ତି ସମ୍ପନ୍ନ କାରଖାନା ପ୍ରସ୍ତୁତି ପାଇଁ ବିଶାଖା ପ୍ରସ୍ତାବ ଦେଇଛି।
* ୱେଲସ୍ପନ ପାୱାର ଏଣ୍ଡ ଷ୍ଟିଲ୍ ଲିଃ. ଧାମରାଠାରେ ଏକ ଲୌହ ପରିଶୋଧନ କେନ୍ଦ୍ର ପ୍ରତିଷ୍ଠା କରିବାର ପ୍ରସ୍ତାବ ଦେିଇଛନ୍ତି। ଏହି କମ୍ପାନୀ ଆଗରୁ ୬୧୦୩.୮୦ କୋଟି ଟଙ୍କାର ଏକ ଇଷ୍ପାତ କାରଖାନା ଟାଙ୍ଗୀଠାରେ ପ୍ରତିଷ୍ଠା କରିବାପାଇଁ ଆଗରୁ ମଞ୍ଜୁରି ପାଇ ସାରିଛନ୍ତି।
== ମହାନ ବ୍ୟକ୍ତିବିଶେଷ ==
==== ସାଧୁସନ୍ଥ ====
* ନାମାଚାର୍ଯ୍ୟ ବୈଷ୍ଣବ [[ନଣ୍ଡା ବାବା]], ଯାହାଙ୍କ ଜୀବନ ଅନେକ ଅଲୌକିକ କିମ୍ବଦନ୍ତୀରେ ପରିପୂର୍ଣ୍ଣ। [[ପଞ୍ଚୁଟିକ୍ରି]] ଓ [[ଉଗ୍ରତରା]ରେ ତାଙ୍କର ଦୁଇଟି ଆଶ୍ରମ ରହିଛି। ସେ [[ଶ୍ରୀଚୈତନ୍ୟ]] ଓ ପ୍ରଭୁ [[ନିତ୍ୟାନନ୍ଦ]]ଙ୍କ ସମ୍ପ୍ରଦାୟର।
* ଗୋବିନ୍ଦଦାସ ବାବାଜୀ
=== ସ୍ୱାଧୀନତା ସଂଗ୍ରାମୀ ===
ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ମାନେ ହେଲେ- [[ହରେକୃଷ୍ଣ ମହତାବ]], [[ମହମ୍ମଦ ହନିଫ୍]], [[ନୀଳମଣି ରାଉତରାୟ]], [[ଗୋକୁଳାନ୍ଦ ମହାନ୍ତି]], [[ଚକ୍ରଧର ବେହେରା]], [[ଭାଗବତ ସାହୁ]], [[ମୂରଲୀଧର ଜେନା]], [[ରାମଚନ୍ଦ୍ର ବେହୁରା]], [[ହୃଦାନନ୍ଦ ମଲ୍ଲିକ]], [[କମଳାକାନ୍ତ କର]], [[ଗୌରଚନ୍ଦ୍ର ମହାପାତ୍ର]], [[ଗୌରାଙ୍ଗ ଚରଣ ମହାନ୍ତି]]।
=== କଳାକାର ===
ବିଭିନ୍ନ କଳା କ୍ଷେତ୍ରରେ ଭଦ୍ରକ ଅଧିବାସୀମାନଙ୍କର ଦାନ ଅତୁଳନୀୟ। ଏ ଦିଗରେ କେତେକ ବିଶେଷ ବ୍ୟକ୍ତି ବିଶେଷଙ୍କ ନାମ ନିମ୍ନରେ ଦିଆଗଲା:
* [[ମୋହନ ସୁନ୍ଦର ଦେବ ଗୋସ୍ଵାମୀ]]: [[ଓଡ଼ିଶା]]ର ପ୍ରଥମ କଥାଚିତ୍ର [[ସୀତା ବିବାହ]] (୧୯୩୪-୩୬)ର ପ୍ରଯୋଜକ।
* [[ଉଦୟନାଥ ସାହୁ]] : ଏକକ ଅଭିନୟ।
* [[ସୁବାଷ ଦାସ]] : ସଙ୍ଗୀତ କ୍ଷେତ୍ରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ।
* ସୁବାସରାମ ସଙ୍ଗୀତକାର ଓ ପଞ୍ଚାନନ ନାୟକ : ଆଧୁନିକ ଗୀତିକାର।
* ମନମୋହନ ସାବତ, ଜଗବନ୍ଧୁ ସାହୁ, ମୁରଲୀଧର ଗିରି, ବନମାଳୀ ସେଠୀ, ପ୍ରଫୁଲ୍ଲ ନାୟକ, ରୁଦ୍ରମାଧବ ବାରିକ :
==== ସଂଗୀତ ସାଧକ ====
* ନିରଞ୍ଜନ ନାୟକ : ନୃତ୍ୟ
* ରାମହରି ମହାନ୍ତି: ସିତାର
* ନାରାୟଣ ଚନ୍ଦ୍ର ସାହୁ : ତବଲା
* ହରିହର ସାହୁ : ବେହେଲା
==== ଚିତ୍ରଶିଳ୍ପୀ ====
* ରବିନାରାୟଣ ନାୟକ – ଧର୍ମପଦ ପୁରସ୍କାର ପ୍ରାପ୍ତ
* ଅନ୍ୟାନ୍ୟ ଚିତ୍ର ଶିଳ୍ପୀ ମାନେ ହେଲେ ନିଜାମ, କଳାଶିକ୍ଷକ ଅଶୋକ କୁମାର ମହାନ୍ତି, ସୁଶାନ୍ତ କୁମାର ନାୟକ ଓ ଚୁଡ଼ାମଣି।
* ଦିଲ୍ଲୀପ ଖୁଣ୍ଟିଆ: ବ୍ୟଙ୍ଗଚିତ୍ର ଶିଳ୍ପୀ
==== ସାହିତ୍ୟିକ ====
* ଗୋଟିଏ ନାଟକରେ ହିନ୍ଦୀ, ଉର୍ଦ୍ଦୁ ଓ ବଙ୍ଗଳା ଭାଷା ପ୍ରୟୋଗ କରି ସମଗ୍ର ଭାରତରେ ଅଦ୍ୱିତୀୟ କବି ଭାବରେ ପରିଚିତ '''[[ବଂଶୀ ବଲ୍ଲଭ ଗୋସ୍ୱାମୀ]]'''।
* ଆଉ କେତେଜଣ ଆଗଧାଡ଼ିର ସାହିତ୍ୟ କାରମାନେ ହେଲେ, କବିଶେଖର [[ଚିନ୍ତାମଣି ମହାନ୍ତି]], ଚାରଣକବି [[ବାଞ୍ଛାନିଧି ମହାନ୍ତି]], କାନ୍ତକବି [[ଲକ୍ଷ୍ମୀକାନ୍ତ ମହାପାତ୍ର]], [[ନିତ୍ୟାନନ୍ଦ ମହାପାତ୍ର]], [[ଗୌରଚନ୍ଦ୍ର ମହାପାତ୍ର]], [[ହରେକୃଷ୍ଣ ମହତାବ]], ପୋଥି ବିଶାରଦ [[ନୀଳମଣି ମିଶ୍ର]], [[କୃଷ୍ଣ ଚରଣ ବେହେରା]]।
* ଉର୍ଦ୍ଦୁ ସାହିତ୍ୟରେ ପ୍ରବୀଣ ସଂସ୍କାରବାଦୀ ଓ ଇଶ୍ୱରବିଶ୍ୱାସୀ କବି [[ହାଜିମୌଲା ବଖସ୍]] (ଖ୍ରୀ:୧୮୫୮) ଲେଖିଛନ୍ତି, ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଈଶ୍ୱର ସମସ୍ତଙ୍କୁ ପ୍ରେମ କରନ୍ତି ଓ ସମସ୍ତଙ୍କଠାରୁ ପ୍ରେମ ଚାହାନ୍ତି । ତାଙ୍କ ଭାଷାରେ – ‘ଖୁଦା କା ଇଶ୍ମ ହୈ ଇଶ କେ ରସୁଲିଲ୍ଲା ହାଃ କହତେ ହୈ ୟେ ୱହ ମଞ୍ଜିଲ ହୈ ସବ୍ ଜିସ୍କୁ ଫନାଫିଲ୍ଲା କହତେ ହୈ।’ ସେ [[ଉର୍ଦ୍ଦୁ]] ଅକ୍ଷରରେ ପୁସ୍ତକ ପ୍ରକାଶନ ପାଇଁ ପ୍ରଥମେ ଛାପାଖାନା ସ୍ଥାପନ କରିଥିଲେ।
===== ବେତାର ଗୀତିକାର =====
* ନରସିଂହ ମହାପାତ୍ର, ଭଗବାନ ନାୟକ ବର୍ମା, ଡଃ କୀର୍ତ୍ତନ ନାରାୟଣ ପାଢ଼ୀ, ଡଃ ଖଗେନ୍ଦ୍ରନାଥ ମଲ୍ଲିକ, ଅପୂର୍ବ ରଞ୍ଜନ ରାୟ, ଇଂ ଅରୁଣ କୁମାର ପାତ୍ର, ନିର୍ମଳ ରାଉତ, ପିତାମ୍ବର ମିଶ୍ର, ଇଂ ଅଭୟ ସୂତାର।
 
==== ନାଟକ ଓ ଅଭିନୟ ====
* ଶ୍ୟାମସୁନ୍ଦର ମହାପାତ୍ର, ଗଣକବି [[ବୈଷ୍ଣବ ପାଣି]], ପଲ୍ଲୀ କବି କୃଷ୍ଣପ୍ରସାଦ ବେହେରା, ନାଟ୍ୟାଚାର୍ଯ୍ୟ [[ରଘୁନାଥ ପଣ୍ଡା]], ନାଟ୍ୟ ଭୁଷଣ ଉମାକାନ୍ତ ବେହେରା, ନବ କିଶୋର ବେହେରା, ସୁଧାଂଶୁ ଶେଖର ନାୟକ ଇତ୍ୟାଦି ଏ ଦିଗରେ ଅଗ୍ର ସ୍ମରଣୀୟ।
==== ରାଜନୀତିଜ୍ଞ ====
* [[ମୌଲବି ଅବଦୁସ୍ ଶୋଭନ୍ ଖାଁ]], ଭଦ୍ରକରୁ ପ୍ରଥମ ମନ୍ତ୍ରୀ ଯିଏକି ଏକ ସମୟରେ ରାଜସ୍ୱ, ସ୍ୱାସ୍ଥ୍ୟ, ଆଇନ ଓ ବାଣିଜ୍ୟ ବିଭାଗ ପାଇଥିଲେ।
* ଡଃ [[ହରେକୃଷ୍ଣ ମହତାବ]] – [[ଓଡ଼ିଶା]]ର ପ୍ରଥମ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ।
* [[ନୀଳମଣି ରାଉତରାୟ]] ଓ [[ନବକୃଷ୍ଣ ଚୌଧୁରୀ]] – ପୂର୍ବତନ ମୁଖ୍ୟମନ୍ତ୍ରୀ
* [[ଭାଗବତ ସାହୁ]] – ଜାତୀୟ ରାଜନୀତିରେ ଅଂଶଗ୍ରହଣ କରିବାରେ ଭଦ୍ରକରୁ ପ୍ରଥମ।
 
== ଆଧାର ==
{{ଆଧାର|2}}
 
== ଅଧିକ ତଥ୍ୟ ==
* [http://bhadrak.nic.in/ ଭଦ୍ରକ ଜିଲ୍ଲାର ସରକାରୀ ସାଇଟ]
* ଉତ୍କଳ ପ୍ରସଙ୍ଗ ମଇ ୨୦୧୧ - ଓଡ଼ିଶାର ସଂସ୍କୃତି ଓ ଭଦ୍ରକ-ଡଃ ନରହରି ବେହେରା
{{ଭଦ୍ରକ ଜିଲ୍ଲା}}
{{ଓଡ଼ିଶା}}
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ଓଡ଼ିଶାର ଜିଲ୍ଲା]]
[[ଶ୍ରେଣୀ:ଭଦ୍ରକ ଜିଲ୍ଲା]]
 
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[ar:منطقة بادراك]]
[[en:Bhadrak district]]
୧୨,୮୯୭

ଗୋଟି ସମ୍ପାଦନା