"ଭଦ୍ରକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
EmausBot (ଆଲୋଚନା | ଅବଦାନ)
ଟିକେ r2.7.3) (Robot: Adding ms:Bhadrak
ଟିକେ ରୋବଟ୍‌: ପ୍ରସାଧନ ବଦଳ
୨୪ କ ଧାଡ଼ି:
 
== ନାମକରଣ ==
* ଭଦ୍ରକ ଶବ୍ଦ ଭଦ୍ରୌକଃ ଶବ୍ଦର ଅପଭ୍ରଂଶ। ‘ଭଦ୍ର’ (ମଙ୍ଗଳ ବା ଉତ୍ତମ) ଓ ‘ଓକଃ’ (ବାସସ୍ଥାନ) ଏଇ ଦୁଇଟି ଶବ୍ଦକୁ ମିଶାଇ ତିଆରି ହୋଇଥିବା ଶବ୍ଦ ହେଲା ଭଦ୍ରୌକଃ। ଏହାର ଉଚ୍ଚାରଣ ସୁଗମ ନ ହୋଇଥିବାରୁ କାଳକ୍ରମେ ଏହା ଭଦ୍ରକ ଶବ୍ଦରେ ପରିଣତ ହୋଇଛି।
* ଆକବରଙ୍କ ଶାସନ କାଳରେ ଓଡ଼ିଶା ଯେଉଁ ତିନିଟି ଡିଭିଜନରେ ବିଭକ୍ତ ହୋଇଥିଲା ତନ୍ମଧ୍ୟରୁ ‘ବୃଦରକ’ ହେଉଛି ଗୋଟିଏ। ସେହି ବୃଦରକ ଆଧୁନିକ ଭଦ୍ରକ ବୋଲି କେହି କେହି ମତ ଦେଇଥାନ୍ତି।
* ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ନାମାନୁସାରେ ଏହାର ନାମକରଣ ହୋଇଛି ବୋଲି ବିଶିଷ୍ଟ ସାହିତ୍ୟିକ [[ନିତ୍ୟାନନ୍ଦ ମହାପାତ୍ର]] ତାଙ୍କ ସନ୍ଦର୍ଭ ‘ଜନ୍ମ ଓ ଜନ୍ମଭୂମି’ରେ ଉଲ୍ଲେଖ କରିଛନ୍ତି।
* ଭଦ୍ରକସ୍ଥ ଚରମ୍ପା ଖ୍ରୀ.ପୂ.୪୪୦ରେ ଚମ୍ପାନଗର ନାମକ ସମୃଦ୍ଧିଶାଳୀ ରାଜ୍ୟରୂପେ ପରିଚିତ ଥିଲା। ସେଠାକର ଶାସକ ଥିଲେ [[ଜୈନ ଧର୍ମ]] ଅବଲମ୍ବୀ ରାଜା ଦଧିବାମନ। ମଗଧ ରାଜାଙ୍କର ସେନାପତି ଭଦ୍ରିକ ତାଙ୍କୁ ପରାସ୍ତ କରିଥିଲେ। ଭଦ୍ରିକଙ୍କ ନାମାନୁସାରେ ଏହି ଜାଗାର ନାମକରଣ ହୋଇଛି ବୋଲି ମଧ୍ୟ ଜଣାଯାଏ।<ref>[[ରାମନାରାୟଣ ରାୟ - ମା ଭଦ୍ରକାଳୀ]], ପୃଷ୍ଠା:୭୩</ref>
== ଇତିହାସ ==
 
ଭଦ୍ରକ ପୌରାଣିକ ଯୁଗର ପୋଥିପତ୍ରରେ ଉଲ୍ଲିଖିତ ଏକ ପ୍ରାଚୀନ ସହର। ଓଡ଼ିଶାର ଉପକୂଳବର୍ତ୍ତୀ ଓ କୃଷିମୂଳକ ପ୍ରାଚୁର୍ଯ୍ୟ, ବାଣିଜ୍ୟ ଓ ପରମ୍ପରାକୁ ଭଦ୍ରକର ଦାନ ଆବୁଲ ଫାଜଲଙ୍କ ଆଇନ୍-ଇ-ଆକବରୀର ରଚନାଠାରୁ ଇତିହାସ ପୃଷ୍ଠାରେ ଲିପିବଦ୍ଧ। ଏହାର ପ୍ରାଚୀନତା ଧାମନଗରର ସପ୍ତମ ଓ ଅଷ୍ଟମ ଶତାବ୍ଦୀର ବୌଦ୍ଧ ଅବଶେଷରୁ ଜଣାପଡ଼େ। କୁପାରି ପାଖର ଶାରୀ-ଶୁଆ ବୌଦ୍ଧ ଗୁମ୍ଫା, ପାଳିଆର ରହସ୍ୟମୟ ବିରଞ୍ଚି ନାରାୟଣ ମନ୍ଦିର କୋଣାର୍କର ସୂର୍ଯ୍ୟ ମନ୍ଦିର ପରି ଅନ୍ୟ ଏକ ସୂର୍ଯ୍ୟପୂଜା ପୀଠ। ଧାମନଗର ନିକଟସ୍ଥ ଗେଙ୍ଗୁଟି ନଦୀ କୂଳର ଗୋହୀରାଟିକିରି ଆଜି ବି ସ୍ୱାଧୀନତାପାଇଁ ଓଡ଼ିଆ ମାନଙ୍କର ଶେଷ ସଂଗ୍ରାମର ଚିହ୍ନ ବହନ କରେ, ଯେଉଁଠି ପରାସ୍ତ ରାଜା ମୁକୁନ୍ଦଦେବ ସନ ୧୫୬୮ ମସିହାରେ ଇହଲୀଳା ସମ୍ବରଣ କରିଥିଲେ।
 
୧୫୭୫ରେ ରାଜା ମାନସିଂହଙ୍କଦ୍ୱାରା ଆଫଗାନମାନେ ପରାସ୍ତ ହେଲାପରେ ମୁସଲିମ୍ ସମ୍ପ୍ରଦାୟର ଲୋକେ ଭଦ୍ରକରେ ଅବସ୍ଥାପିତ ହୋଇଥିଲେ। ମୋଗଲ ଶାସନ କାଳରେ ଭଦ୍ରକ ବଙ୍ଗର ନବାବଙ୍କ ଅଧୀନରେ ଥିଲା। ମୋଗଲ ସତ୍ତାର ଅବସାନ ପରେ ଏ ଅଞ୍ଚଳ ହିନ୍ଦୁ କ୍ଷତ୍ରିୟ ମାନଙ୍କର ଶାସନାଧୀନ ହୋଇଥିଲା।
୪୦ କ ଧାଡ଼ି:
ସ୍ୱାଧୀନତାର ପରବର୍ତ୍ତୀ କାଳରେ ଭଦ୍ରକ ବହୁମୁଖୀ ଉନ୍ନତି ପଥରେ ଉତ୍ତରୋତ୍ତର ଅଗ୍ରଗତି କରିଚାଲିଛି। ଶିକ୍ଷା, ଶିଳ୍ପ, କୃଷି, ବାଣିଜ୍ୟ ଆଦି କ୍ଷେତ୍ରରେ ଭଦ୍ରକ ଏକବିଂଶ ଶତାବ୍ଦୀରେ ଏକ ଉଚ୍ଚତର ସ୍ଥାନରେ ପହଞ୍ଚି ପାରିଛି।
 
== ଜଳବାୟୁ ==
{{climate chart
|ଭଦ୍ରକ
୬୧ କ ଧାଡ଼ି:
{{clear}}
 
== ସଂସ୍କୃତି ==
 
ଦୀର୍ଘ ସାତଦିନବ୍ୟାପୀ ଚରମ୍ପାରେ ହେଉଥିବା କାଳୀପୂଜାପାଇଁ ଭଦ୍ରକ ପ୍ରସିଦ୍ଧ। ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ମନ୍ଦିର ଭଦ୍ରକ ରେଳଷ୍ଟେସନଠାରୁ ପ୍ରାୟ ୧୦ କି.ମି.ଦୂରରେ ଅବସ୍ଥିତ। ଆରଡ଼ିର ପ୍ରସିଦ୍ଧ ଆଖଣ୍ଡଳମଣୀ ମନ୍ଦିର ଭଦ୍ରକଠାରୁ ୪୦ କି.ମି. ଦୂରରେ ଅବସ୍ଥିତ। ମୁସଲିମ୍ ସୁଫି ସନ୍ଥ ମୁଜାହିଦ୍-ଇ-ମିଲ୍ଲାତଙ୍କର ସମାଧୀ (ମଜ୍ଜାର) ଉଭୟ ଭଦ୍ରକ ରେଳ ଷ୍ଟେସନ ଓ ବସ୍ଷ୍ଟାଣ୍ଡଠାରୁ ୨୨କି.ମି.ଦୂର ଧାମନଗରଠାରେ ରହିଅଛି। ଆଉଜଣେ ସୁଫିସନ୍ଥ, ସୟଦ ନାସିମ ଅଖତାର କ୍ୱାଦ୍ରି ଓରଫ ସରକାର ବାବାଙ୍କ ମସଜିଦ୍ ଭଦ୍ରକ ପୌରପରିଷଦ ଇଲାକାରେ ଅବସ୍ଥିତ ଯାହା ଉଭୟ ଭଦ୍ରକ ରେଳ ଷ୍ଟେସନ ଓ ବସ୍ଷ୍ଟାଣ୍ଡଠାରୁ ୩କି.ମି.ଦୂରରେ ରହିଛି । ସେ ଜଣେ ଜୀବନ୍ତ ମହାପୁରୁଷ ଓ ପ୍ରତିଦିନ ହଜାର ହଜାର ଭକ୍ତ ତାଙ୍କ ଆଶୀର୍ବାଦ ପାଇବାପାଇଁ ଏଠାକୁ ଆସିଥାନ୍ତି। ଶିଖ୍ ଗୁରୁଦ୍ୱାରା ପୁରୁଣା ବଜାରରେ ଅବସ୍ଥିତ ଯାହା ଭଦ୍ରକ ମୁଖ୍ୟ ବଜାରଠାରୁ ୫ କି.ମ. ଦୂରରେ ଅବସ୍ଥିତ।
ଧାମରାର ମା ଧାମରେଇ ମନ୍ଦିର ଭଦ୍ରକଠାରୁ ୮୦ କି.ମି. ଦୂର। ଏଠାରେ ଭାରତୀୟ ରକ୍ଷା ଅନୁସନ୍ଧାନ ଓ ବିକାଶ ଅନୁଷ୍ଠାନ ରହିଛି ତଥା ଏଠାରୁ ଭିତର କନିକାର କୁମ୍ଭୀର ଚାଷ ପ୍ରକଳ୍ପକୁ ଯାଇହୁଏ।
 
ଭଦ୍ରକର କଦମ ରସୁଲ ମୁସଲମାନମାନଙ୍କପାଇଁ ପ୍ରମୁଖ ଆକର୍ଷଣର କେନ୍ଦ୍ର। ସନ୍ଥ ହଜରତ ମୁଜାହିଦ-ଇ-ମିଲାତଙ୍କ ଦରଗାଠାରୁ ୨ କି.ମି. ଦୂରରେ ଅବସ୍ଥିତ ଏଇ ସ୍ଥାନ ଜଗତିରେ ଅବସ୍ଥିତ। ଏଠାରେ ମସିହା ମହମ୍ମଦଙ୍କର କଦମ ରସୁଲ, ମୁ-ଇ-ମୁବାରକ ମସିହା ମହମ୍ମଦ, ପାଞ୍ଜା ମୁବାରକ ହଜରତ ମୌଲା ଅଲି, ଦୁପଟ୍ଟା ମୁବାରକ ଖତୁମ-ଇ-ଜନ୍ନତ, କଦମ ପାକ ହଜରତ ଗୌସ ଉଲ-ଆଜମ ଦସ୍ତେଗିରଙ୍କର ସ୍ମୃତି ଚିହ୍ନ ରହିଛି।
ପ୍ରତିବର୍ଷ ଇଦ୍-ମିଲାଦୁନ-ନବିରେ ଭଦ୍ରକର ମୁସଲିମମାନେ ମହିହା ମହମ୍ମଦଙ୍କର ଜୟନ୍ତୀକୁ ବଡ଼ ଧୁମଧାମରେ ପାଳନ କରିଥାନ୍ତି। ସେମାନେ ଶଙ୍କରପୁରର ଏକ ପଡ଼ିଆରେ ଏକତ୍ର ହୁଅନ୍ତି ଯାହାକୁ ମଦିନା ମୈଦାନ କୁହାଯାଏ। JIMNC (ଜସନ ଇ ଇଦ୍-ମିଲାଦୁନ-ନବି କମିଟି) ଏଇ ପବିତ୍ର ପର୍ବର ଆୟୋଜନର ଦାୟିତ୍ୱ ନେଇଥାଏ।
 
ଆରଡି ରେ ସମସ୍ତ ପର୍ବ ପର୍ବାଣି ପାଳନ ଏବ୍ଂ ମହା ଶିବରାତ୍ରୀ ଧୁମ୍ ଧାମ ରେ ପାଳନ କରା ଯାଏ ।
 
ଦୋଳପୂର୍ଣ୍ଣିମାରେ ଗୁଆଁମାଳ, ଲୁଣିଆ, କାଳିମେଘା, ତିହିଡ଼ି, ବ୍ରାହ୍ମଣୀଗାଁ, ପାଟରାଜପୁରରେ ମେଲଣ ବଡ଼ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଏ। ଭଦ୍ରକ, ତିହିଡ଼ି ଗୁଆଁମାଳରେ ରଥଯାତ୍ରା ମଧ୍ୟ ପାଳନ କରାଯାଏ।
 
== ପର୍ଯ୍ୟଟନ ==
ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ମନ୍ଦିର ଭଦ୍ରକ ରେଳଷ୍ଟେସନଠାରୁ ପ୍ରାୟ ୧୦ କି.ମି.ଦୂରରେ ଅବସ୍ଥିତ। ଆରଡ଼ିର ପ୍ରସିଦ୍ଧ ଆଖଣ୍ଡଳମଣୀ ମନ୍ଦିର ଭଦ୍ରକଠାରୁ ୪୦ କି.ମି. ଦୂରରେ ଅବସ୍ଥିତ। ମୁସଲିମ୍ ସୁଫି ସନ୍ଥ ମୁଜାହିଦ୍-ଇ-ମିଲ୍ଲାତଙ୍କର ସମାଧୀ (ମଜ୍ଜାର) ଉଭୟ ଭଦ୍ରକ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡଠାରୁ ୨୨କି.ମି.ଦୂର ଧାମନଗରଠାରେ ରହିଅଛି। ଆଉଜଣେ ସୁଫିସନ୍ଥ, ସୟଦ ନାସିମ ଅଖତାର କ୍ୱାଦ୍ରି ଓରଫ ସରକାର ବାବାଙ୍କ ମସଜିଦ୍ ଭଦ୍ରକ ପୌରପରିଷଦ ଇଲାକାରେ ଅବସ୍ଥିତ ଯାହା ଉଭୟ ଭଦ୍ରକ ରେଳ ଷ୍ଟେସନ ଓ ବସ୍ଷ୍ଟାଣ୍ଡଠାରୁ ୩କି.ମି.ଦୂରରେ ରହିଛି । ସେ ଜଣେ ଜୀବନ୍ତ ମହାପୁରୁଷ ଓ ପ୍ରତିଦିନ ହଜାର ହଜାର ଭକ୍ତ ତାଙ୍କ ଆଶୀର୍ବାଦ ପାଇବାପାଇଁ ଏଠାକୁ ଆସିଥାନ୍ତି। ଶିଖ୍ ଗୁରୁଦ୍ୱାରା ପୁରୁଣା ବଜାରରେ ଅବସ୍ଥିତ ଯାହା ଭଦ୍ରକ ମୁଖ୍ୟ ବଜାରଠାରୁ ୫ କି.ମ. ଦୂରରେ ଅବସ୍ଥିତ। ଧାମରାର ମା ଧାମରେଇ ମନ୍ଦିର ଭଦ୍ରକଠାରୁ ୮୦ କି.ମି. ଦୂର। ଏଠାରେ ଭାରତୀୟ ରକ୍ଷା ଅନୁସନ୍ଧାନ ଓ ବିକାଶ ଅନୁଷ୍ଠାନ ରହିଛି ତଥା ଏଠାରୁ ଭିତର କନିକାର କୁମ୍ଭୀର ଚାଷ ପ୍ରକଳ୍ପକୁ ଯାଇହୁଏ।
 
== ଶିକ୍ଷା ==
ଭଦ୍ରକର ଶିକ୍ଷାନୁଷ୍ଠାନ ଗୁଡ଼ିକ ହେଲେ ଭଦ୍ରକ ଇନଷ୍ଟିଚ୍ୟୁଟ୍ ଅଫ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି (BIET), ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ ମହିଳା ମହାବିଦ୍ୟାଳୟ, ଜିଲ୍ଲାସ୍କୁଲ (ସ୍ଥାପିତ ୧୮୮୨), ଆର୍.ସି.ବି ହାଇସ୍କୁଲ, ଏନ୍.ସି. ହାଇସ୍କୁଲ, ମଞ୍ଜୁଳା ମଞ୍ଜରୀ ସରସ୍ୱତୀ ଶିଶୁ ମନ୍ଦିର, ନୂଆ ବଜାର, ଭଦ୍ରକ ବାଳିକା ବିଦ୍ୟାଳୟ, ବୀଣାପାଣି ହାଇସ୍କୁଲ ଗୁଆଁମାଳ, ଏସ୍.ବି.ଏମ୍. ହାଇସ୍କୁଲ ଗାରଦପୁର ଇତ୍ୟାଦି ଅନେକ ପୁରାତନ ଶିକ୍ଷାନୁଷ୍ଠାନ ଏଠାରେ ରହିଛି। ଭଦ୍ରକ ହାଇସ୍କୁଲ, ଯାହା ୧୮୮୨ରେ ସ୍ଥାପିତ ହୋଇଥିଲା, ତାହା ଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ହରେକୃଷ୍ଣ ମହତାବଙ୍କ ପରି ନେତା ମାନଙ୍କର ବିଦ୍ୟାୟତନ। ଦୁର୍ଗାପ୍ରସାଦ ସରାଫ ବିଦ୍ୟାପୀଠ, ହାପି ହୋମ ସ୍କୁଲ, ସନ ସାଇନ ମିସନ ସ୍କୁଲ, କାରମେଲ ସ୍କୁଲ, ସେଣ୍ଟ ଜାଭିଅର ସ୍କୁଲ ଆଦି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ମଧ୍ୟ ଏହି ସହରରେ ରହିଛି।
ବୈଷୟିକ ଶିକ୍ଷାରେ ଜିଲ୍ଲାର ଅଗ୍ରଗତିର ନିଦର୍ଶନ ସ୍ୱରୂପ ଏଠାରେ ଗୋଟିଏ ଡିପ୍ଲୋମା କଲେଜ ସାଙ୍ଗକୁ ୬ଟି ଆଇ.ଟି.ଆଇ (ITI) (ଇଣ୍ଡଷ୍ଟ୍ରିୟାଲ ଟ୍ରେନିଂ ସେଣ୍ଟର) ମଧ୍ୟ ରହିଛି। ବି.ଏସ୍.ଇ.ଟି.ନାମକ ଏକ ନୂଆ ଡ଼ିପ୍ଲୋମା ସ୍କୁଲ ଅସୁରାଳିଠାରେ ଖୋଲାଯାଇଅଛି।
 
== ରାଜନୀତି ==
ଭଦ୍ରକ ହେଉଛି ଲୋକ ସଭା ନିର୍ବାଚନ ମଣ୍ଡଳୀ (ନଂ.୭)। ବିଜୁ ଜନତା ଦଳର ଶ୍ରୀ ଅର୍ଜ୍ଜୁନ ସେଠୀ ହେଉଛନ୍ତି ଆଜିର ସାଂସଦ। ବିଜୁ ଜନତା ଦଳର ଶ୍ରୀ ଯୁଗଳ କିଶୋର ପଟ୍ଟନାୟକ ହେଉଛନ୍ତି ରାଜ୍ୟ ବିଧାନ ସଭାରେ ଆଜିର ବିଧାୟକ, ଯିଏ ୨୦୦୯ର ନିର୍ବାଚନ ଜିତିଛନ୍ତି। ପୂର୍ବତନ ବିଧାୟକ (MLA)ମାନେ ହେଲେ ନରେନ ପଲେଇ, ଭାରତୀୟ ଜାତୀୟ କଂଗ୍ରେସ (୨୦୦୪), ପ୍ରଫୁଲ୍ଲ ସାମଲ, ବିଜୁ ଜନତା ଦଳ(୧୯୯୫ ଓ ୧୯୯୦), ଯୁଗଳ କିଶୋର ପଟ୍ଟନାୟକ (୧୯୮୫ ଓ ୧୯୮୦ରେ ଭାରତୀୟ ଜାତୀୟ କଂଗ୍ରେସ ) ଓ ରତ୍ନାକର ମହାନ୍ତି (୧୯୯୭ ଜନତା ପାର୍ଟି).<ref>{{cite web
|url = http://archive.eci.gov.in/March2004/pollupd/ac/states/s18/Partycomp19.htm
୯୫ କ ଧାଡ଼ି:
}}</ref>
 
== ଆଧାର ==
{{ଆଧାର}}
== ବାହାର ଆଧାର ==
* ଉତ୍କଳ ପ୍ରସଙ୍ଗ ମଇ ୨୦୧୧ - ଓଡ଼ିଶାର ସଂସ୍କୃତି ଓ ଭଦ୍ରକ-ଡଃ ନରହରି ବେହେରା
 
"https://or.wikipedia.org/wiki/ଭଦ୍ରକ"ରୁ ଅଣାଯାଇଅଛି