"ବାସୁଳାଇ ମନ୍ଦିର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ନୂତନ: ବାସୁଳାଇ ମନ୍ଦିର |
ଟିକେ ରୋବଟ୍: ପ୍ରସାଧନ ବଦଳ |
||
୨ କ ଧାଡ଼ି:
[[କେନ୍ଦ୍ରାପଡ଼ା ଜିଲ୍ଲା]]ର ରାଜକନିକା ବ୍ଳକ ଅନ୍ତର୍ଗତ ଜୟନଗର ପଞ୍ଚାୟତର ବଜରପୁରରେ ମା ବାସୁଳାଇଙ୍କ ମନ୍ଦିର ଅବସ୍ଥିତ ବ୍ରାହ୍ମଣୀ ଓ ବୈତରଣୀର ସଙ୍ଗମସ୍ଥଳରେ ଅବସ୍ଥିତ ବଜରପୁର ପୂର୍ବେ ବଜରଗଡ଼ ଭାବେ ପରିଚିତ ଥିଲା ବଜଗଗଡ଼ କନିକା ରାଜବଂଶର ପ୍ରଥମ ରାଜଧାନୀ ଥିଲା ମା’ ବାସୁଳାଇ କନିକା ରାଜାଙ୍କର ଇଷ୍ଟଦେବୀ ଥିଲେ
ଏହି ମନ୍ଦିରରେ ଅଗିରା ପୂର୍ଣ୍ଣିମାରେ ପାରମ୍ପରିକ ଭାବେ ଦେବୀ-ମାନବ ଶୁଭପରିଣୟ ଅନୁଷ୍ଠିତ ହୋଇଥାଏ
== କିମ୍ବଦନ୍ତୀ ==
ଦିନେ ଜଙ୍ଗଲ ମଧ୍ୟରେ ରାଜା ବଳି ନିଜ ଭାଇ ବିସୁଳି ସହିତ ମୃଗୟା ନିମନ୍ତେ ବୁଲୁଥିବା ବେଳେ ମାନବୀ ରୂପରେ ଭ୍ରମଣ କରୁଥିବା ମା’ ବାସୁଳାଇଙ୍କୁ ଦେଖିଲେ ମା’ଙ୍କ ଅପରୂପ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ବଳୀ ତାଙ୍କୁ ବିବାହର ପ୍ରସ୍ତାବ ଦେବା ମାତ୍ରେ ଦେବୀ ନିଜ ପରିଚୟ ଦେଲେ ମଧ୍ୟ ବଳୀ ଏହା ବୁଝିବା ପାଇଁ ରାଜି ହେଲେ ନାହିଁ ଦେବୀ ବିକଳ୍ପ ରୂପେ ସର୍ତ୍ତ ରଖିଲେ ନାମକୁ ମାତ୍ର ସେ ରାଜାଙ୍କୁ ବିବାହ କରିବେ, ତାଙ୍କୁ ଛୁଇଁବା ମାତ୍ରେ ବଳୀର ଜୀବନ ଆୟୁ ଶେଷ ହୋଇଯିବ ଅଜ୍ଞାନ ବଳୀ ଏହାର ପରିଣାମ ବୁଝିବା ପୂର୍ବରୁ ଦେବୀଙ୍କୁ ଛୁଇଁବାରୁ ମୃତ୍ୟୁବରଣ କରିଥିଲା ସେଦିନ ଅଗିରା ପୂର୍ଣ୍ଣିମା ଥିଲା ଦେବୀଙ୍କ ସ୍ଵପ୍ନାଦେଶ ପରେ ସେବେଠାରୁ ପ୍ରତିବର୍ଷ ଏହି ଶାକ୍ତପୀଠରେ ଦେବୀମାନବର ଶୁଭ ପରିଣୟ ହୋଇ ଆସୁଛି କୁମ୍ଭାର ରାଜା ବଳୀର ବଂଶଧରମାନେ ବଳୀ ଓ ବିସୁଳୀର ପ୍ରତିମୁର୍ତ୍ତି ଧରି ବାଜା ରୋଷଣୀ ସହ ବଜରପୁରରେ ପହଞ୍ଚିବା ପରେ ସେମାନଙ୍କୁ ସ୍ବାଗତ କରାଯାଇଥାଏ ପୂଜକ ମା ବାସୁଳୀଙ୍କର ପିତା ହୋଇ ଏହି ବିବାହରେ କନ୍ୟାଦାନ କରିଥାନ୍ତି ସାଧରଣ ବିବାହ ଉତ୍ସବର ରୀତିନୀତି ଓ ପରମ୍ପରା ଅନୁଯାୟୀ ଏହି ବିବାହ ଉତ୍ସବ ସମ୍ପନ୍ନ ହୋଇଥାଏ ସମ୍ବଲପୁରର ପବିତ୍ର ଶୀତଳଷଷ୍ଠିରେ ହରପାର୍ବତୀଙ୍କ ବିବାହ ପରି ସମଗ୍ର କନିକା ଅଞ୍ଚଳରେ ଏହି ବିବାହ ଏକ ସ୍ବତନ୍ତ୍ର ମାନ୍ୟତା ରଖିଥାଏ ମା ବାସୁଳାଇ ଅଞ୍ଚଳବାସୀଙ୍କ ଜ୍ୟେଷ୍ଠା କନ୍ୟା ଭାବେ ବିବେଚିତ ହୋଇଥାନ୍ତି ଏହି ବିବାହପୂର୍ବରୁ ଏହାକୁ ଲାଗିଥିବା ଆଖପାଖ ୨୨ଖଣ୍ଡ ଗ୍ରାମର ଲୋକମାନେ ନିଜ ପୁତ୍ରକନ୍ୟାଙ୍କ ବିବାହ ଉତ୍ସବ କରନ୍ତି ନାହିଁ
ପ୍ରବାଦ ଅଛି ଯେ ଦେବୀଙ୍କ ବିବାହ ପରଦିନଠାରୁ ସାତଦିନ ପର୍ଯ୍ୟନ୍ତ ଅର୍ଥାତ ଅଷ୍ଟମଙ୍ଗୁଳି ପର୍ଯ୍ୟନ୍ତ ଦେବୀଙ୍କ ଆସ୍ଥାନ ନିକଟକୁ ତଥା ପରିସୀମା ମଧ୍ୟକୁ କେହି ଯାଆନ୍ତି ନାହିଁ ଏହି ନିଷେଧ ସମ୍ପର୍କୀୟ ଲୋକକଥାଟି ହେଲା : ଥରେ ଜଣେ ବୃଦ୍ଧ ନିଜର ହଜିଯାଇଥିବା ବଳଦଟିକୁ ବଜରପୁର ତଥା ଏହାର ଆଖପାଖରେ ଖୋଜୁଥିଲେ ସେ ଦେବୀଙ୍କ ଦର୍ଶନ ନିମନ୍ତେ ଯିବାକୁ ଉଦ୍ୟତ ହେବାରୁ ଦେବୀଙ୍କର ବାହାଘର ସରିଥିଲେ ମଧ୍ୟ ଅଷ୍ଟମଙ୍ଗୁଳା ଯାଇନଥିବାରୁ ଲୋକମାନେ ତାଙ୍କୁ ବାରଣ
{{ହିନ୍ଦୁ ମନ୍ଦିର}}
|