"ବାଲେଶ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
EmausBot (ଆଲୋଚନା | ଅବଦାନ)
ଟିକେ r2.7.3) (Robot: Modifying new:बलेश्वर to new:बालेश्वर
ଟିକେ ରୋବଟ୍‌: ପ୍ରସାଧନ ବଦଳ
୬୫ କ ଧାଡ଼ି:
== ଇତିହାସ ==
[[ଫାଇଲ:StateLibQld 1 148311 Monongamela (ship).jpg|thumb|150px|ମନଁଗମେଳା, ନଉବଣିଜ କାଳର ଏକ ଡଚ ଜାହାଜ]]
ଅତୀତରେ ବାଲେଶ୍ଵର ଥିଲା ଓଡ଼ିଶାର ଏକ ନୌବାଣିଜ୍ୟ ବନ୍ଦର । ଫିରିଙ୍ଗି, ଫ୍ରେଞ୍ଚ ଓ ଓଲନ୍ଦାଜ ମାନଙ୍କ ଜାହାଜ ସବୁ ଏଠାକୁ ଆସୁଥିଲା । ତେବେ ପରେ ୧୯୬୪ରେ ବାଲେଶ୍ଵର ଫିରିଙ୍ଗି ମାନଙ୍କ ହାତକୁ ଗଲା ।
 
୧୭୬୩ରେ ବାଲେଶ୍ଵର ଡାନିସ ମାନଙ୍କ ଅଧିକାରରେ ଥିଲା, ତା ପରେ କମ ଗହୀର ବନ୍ଦର ପାଇଁ ଡାନିସ ମାନେ ଏହାକୁ ଆଉ ବ୍ୟବହାର ନ କରିବାକୁ ଭାବିଲେ । ଆଉ ତାପରେ ଫିରିଙ୍ଗି ମାନେ ଏଠାରେ ନିଜର ପତିଆରା ବଢେଇବାକୁ ଲାଗିଲେ ।
 
ବାଲେଶ୍ଵର ଦୁଇହଜାର ବର୍ଷର ନଗରୀ । ବହୁ ପୁରାତନ କାଳରୁ ବାଲେଶ୍ଵର ଏକ ଉନ୍ନତ ବନ୍ଦର ଥିଲା ଓ ଉତ୍କଳୀୟ ନୌବାଣିଜ୍ୟର ପେଣ୍ଠସ୍ଥଳ ଥିଲା । ପୌରାଣିକ କିମ୍ବଦନ୍ତୀ ଅନୁସାରେ ଅସୁର ରାଜା ବାଣାସୁରର ନାଆଁ ଅନୁସାରେ ଏହାର ନାମକରଣ ହୋଇଛି ବୋଲି ବିଶ୍ଵାସ କରାଯାଇଥାଏ । ପୁରାତନ ଓଡ଼ିଆ କବି ଶିଶୁ ଶଙ୍କର ଦାସଙ୍କ ‘ଉଷାଭିଳାଷ’ କାବ୍ୟରେ ବାଣାସୁରର ଝିଅ ଓ କାବ୍ୟନାୟିକା ‘ଉଷା’ର ଜନ୍ମସ୍ଥଳୀ ଥିଲା ବାଲେଶ୍ଵର । ବାଣାସୁରର ରାଜ୍ୟ [[ସୁବର୍ଣ୍ଣରେଖା]] ଠାରୁ [[ବୈତରଣୀ]] ଯାଏଁ ବ୍ୟାପୀଥିଲା ଓ ଏହି ରାଜ୍ୟର ରାଜଧାନୀ ଥିଲା ‘ଶୋଣିତପୁର’ ଯାହା ଆଜିର [[ସୁନହଟ]] । ଭଗବାନ ଶ୍ରୀକୃଷ୍ଣ ଓ ବାଣାସୁର ମଧ୍ୟରେ ହୋଇଥିବା ଯୁଦ୍ଧ ଏହିଠାରେ ସଙ୍ଘଟିତ ହୋଇଥିଲା । <ref>[[ଆର୍ତ୍ତବଲ୍ଲଭ ମହାନ୍ତି]], ମୁଖବନ୍ଧ, ''[[ଉଷାଭିଳାଷ]]'', [[ଶିଶୁ ଶଙ୍କର ଦାସ]]</ref>ଏଠାରେ କଳା ଓ ବାଣିଜ୍ୟର ସମାଗମ ଘଟିଥିଲା। [[ଓଡ଼ିଆ ସାହିତ୍ୟ]]ର ବହୁ ସମକାଳୀନ କବି ଓ ଲେଖକଙ୍କର ଜନ୍ମ ଏହିଠାରେ ହୋଇଅଛି । ଏହାର ପୁରାତନ ନାଆଁ “କୋଶମ୍ବ” ଥିଲା ବୋଲି ଗ୍ରୀକ ଭୌଗଳିକ ଟଲେମି ତାଙ୍କ ବହିରେ ଲେଖିଛନ୍ତି । ଏହାଛଡ଼ା ‘ପିପିଲି ବନ୍ଦର’ ଓଡ଼ିଆ [[ସାଧବ]] ପୁଅ ମାନଙ୍କ ବିଦେଶ ବେପାର ବଣିଜ କାଳରେ ଏକ ପ୍ରମୁଖ ବନ୍ଦର ଥିଲା । [[ଖରିଦପିପ୍ପଳ]], [[ଝାଡ଼ପିପ୍ପଳ]] ଭଳି ଗାଆଁ ସବୁ ଏହି ନାଆଁରୁ ଆସିଅଛି । ନବମରୁ ୧୨ସ ଶତାବ୍ଦୀମଧ୍ୟରେ ଯେଉଁ ନାଥ[[ସିଦ୍ଧ]] ଚାରଣ କବିମାନେ [[ଚର୍ଯାଗୀତିକା]] ରଚନା କରି ଓଡ଼ିଆ ସାହିତ୍ୟର ମୂଳଦୁଆ ପକାଇଥିଲେ ଯାହା କ୍ରମେ [[ବଙ୍ଗଳା ଭାଷା|ବଙ୍ଗଳା]], [[ଅସିମିୟା ଭାଷା|ଅସିମିୟା]] ଭାଷା ସାହିତ୍ୟକୁ ପୁଷ୍ଟ କରିଥିଲା ସେମାନଙ୍କ ମଧ୍ୟରୁ କେତେକଙ୍କ ଜନ୍ମ ବାଲେଶ୍ଵରରେ ହୋଇଥିଲା ।<ref name="Prahlad Mohanty"> ପ୍ର. ପ୍ରହଲାଦ ଚରଣ ମହାନ୍ତି</ref> ଏହାଛଡ଼ା ପୁରୀ ଗୋବର୍ଦ୍ଧନ ମଠର ଦଶମ ଶଙ୍କରାଚାର୍ଯ୍ୟ ତଥା ଭାଗବତର ଟୀକାକାର [[ଶ୍ରୀଧର ସ୍ଵାମୀ]] ଓ ବିକ୍ଷାତ ଦାର୍ଶନିକ [[ବଳଦେବ ବିଦ୍ୟାଭୂଷଣ]] ଏଠାରେ ଜନ୍ମ ନେଇଥିଲେ ଏହିଠାରେ ଜନ୍ମ ନେଇଥିଲେ ।।<ref name="Prahlad Mohanty" />
 
ରୀତିଯୁଗର ପ୍ରଥିତଯଶା କବି [[ଦୀନକୃଷ୍ଣ ଦାସ]] ବାଲେଶ୍ଵରର [[ରାଇବଣିଆ]]ରେ ଥିବା [[ମୁଣତୁଣିଆ]] ଗାଆଁରେ ଜନ୍ମଲଭ କରିଥିଲେ । ତାଙ୍କର ‘ରସକଲ୍ଲୋଳ’, ‘ରସବିନୋଦ’ ଓଡ଼ିଆ କାବ୍ୟଧାରାର ଏକ ମହାନ କୃତି । ସେହି ସମୟରେ [[ଖୁଲୁଡ଼ା]] ଠାରେ କବି କେଶବ ଚନ୍ଦ୍ର ଚଣ୍ଡ ମଧ୍ୟ ଓଡ଼ିଆ ସାହିତ୍ୟକୁ ନିଜ ରଚନାରେ ପୁଷ୍ଟ କରିଅଛନ୍ତି । କବିବର [[ରାଧାନାଥ ରାୟ]], ବ୍ୟାସକବି [[ଫକୀର ମୋହନ ସେନାପତି]] ଓ [[ଅବିଭକ୍ତ ବାଲେଶ୍ଵର ଜିଲା]] ଓ ଏବେକାର [[ଭଦ୍ରକ ଜିଲା]]ର ମହାନ କବି କାନ୍ତକବି [[ଲକ୍ଷ୍ମୀକାନ୍ତ ମହାପାତ୍ର]], ଚାରଣ କବି [[ବାଞ୍ଛାନିଧି]], [[ଚିନ୍ତାମଣି]], [[କୃଷ୍ଣକାନ୍ତ]], [[ପଦ୍ମଚରଣ]] ପ୍ରମୁଖଙ୍କ ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ଅନେକ ।
 
== ଭୂଗୋଳ ==
ଓଡ଼ିଶାର ପୂର୍ବରେ ଥିବା ଜିଲ୍ଲା ବାଲେଶ୍ଵର । [[ଭାରତ]]ର ଦକ୍ଷିଣ ପୂର୍ବ ଉପକୂଳରେ ବଙ୍ଗୋପସାଗର କଡ଼ରେ ଏହା ଅଛି । ଏହା ୨୧°୩୦`ଉତ୍ତର, ୮୬°୫୬` ପୂର୍ବ ରେ ଅଛି । ବାଲେଶ୍ଵର ୩୦୭୬&nbsp;କିମିର ଜାଗାରେ ବ୍ୟାପିଛି ।
 
୮୦ କ ଧାଡ଼ି:
ବାଲେଶ୍ଵରରେ ସମୁଦ୍ର ମୁହାଣକୁ ଛୁଇଁଥିବା ଅନେକ ନଇ ଓ ଶାଖାନଇ ରହିଅଛି । ବାଲେଶ୍ଵରର ଜଳସେଚନ ଚାରିଆଡ଼େ ବ୍ୟାପିଛି । ବାଲେଶ୍ଵରକୁ ବାଲିର ସହର ମଧ୍ୟ କୁହାଯାଏ ।
 
== ଲୋକଗଣନା ==
[[ଫାଇଲ:Balasoretraffic.jpg|thumb|right|250px|ବାଲେଶ୍ଵର ଷ୍ଟେସନ ଛକ]]
୨୦୧୧ ଜଣଗଣନା ଅନୁସାରେ,<ref>[http://censusindia.gov.in/towns/ori_towns.pdf Alphabetical list of towns and their population], ଭାରତୀୟ ଜନଗଣନା, ୨୦୧୧</ref> ବାଲେଶ୍ଵରର ଲୋକସଂଖ୍ୟା ୧,୫୬,୪୩୦ । ପୁରୁଷ ସଂଖ୍ୟା ୮୨,୧୦୬ ଓ ମହିଳା ସଂଖ୍ୟା ୭୪,୩୨୪ ।
ବାଲେଶ୍ଵରର ସାକ୍ଷରତା ହାର ୮୬%, ଯାହାକି ଜାତୀୟ ସାକ୍ଷରତା ହାର ୫୯.୫% ରୁ ବେଶି | ଲୋକସଖ୍ୟାର ୧୧% ଛ ବର୍ଷରୁ କମ | ଏହା [[ଓଡ଼ିଶା]]ର ସବୁଠୁ ବେଶି ସାକ୍ଷର ସହର ।
 
== ସହର ନଜର ==
ବାଲେଶ୍ଵରର '''[[ଗଜା]]''' ସାରା [[ଓଡ଼ିଶା]]ରେ ଜଣାଶୁଣା । ବାଲେଶ୍ଵର ସହରରେ ଅନେକ ପୁରୁଣା ଓ ଖାଣ୍ଟି [[ଓଡ଼ିଆ ଖାଦ୍ୟ|ଓଡ଼ିଆ ମିଠା]] ସବୁ ମିଳିଥାଏ ।
 
୧୯୮୯ଠାରୁ ବାଲେଶ୍ଵରର [[ଚାନ୍ଦିପୁର]] ଠାରେ ଗୋଲାବାରୁଦ ଓ କ୍ଷେପଣାସ୍ତ୍ର ପରିକ୍ଷଣ ଘାଟି ରହିଅଛି. ଅଗ୍ନି, ପୃଥିବି, ନାଗ, ତ୍ରିଶୁଳ, ବହ୍ମୋସ ଆଦି ଅନେକ କ୍ଷେପଣାସ୍ତ୍ର ପର ପରିକ୍ଷଣ ଏଠାରେ କରାଯାଇଛି .
 
== ବେପାର ବଣିଜ ==
ବାଲେଶ୍ଵର ସହର ବାଲେଶ୍ଵର ଜିଲା ସବୁଠୁ ବଡ଼ ସହର । ଚାଷବାସ, କଳକାରଖାନା, ମାଛଧରା ଅଦି ଏଠାକାର ମୁଳବେଉସା।
 
୧୦୧ କ ଧାଡ଼ି:
ଏଠାରେ ବିରଳା ଟାୟାର୍ସ, ଇମାମି କାଗଜ କଳ, ଅରିପ୍ଳାସ ପ୍ଳାସଟିକ କାରଖାନା ଓ ଆହୁରି ଢେରେ କାରଖାନା ଅଛି ।
 
== ଗମନାଗମନ ==
ବାଲେଶ୍ଵର ରେଳ ଷ୍ଟେସନ [[ଚେନାଇ]]ରୁ [[କଲିକତା]] ଯାଏଁ ଲମ୍ବିଥିବା ଦକ୍ଷିଣ-ପୂର୍ବ ରେଳପଥରେ ପଡେ . ଜାତୀୟ ରାଜପଥ-୫/ଜଗନ୍ନାଥ ସଡ଼କ କଲିକତାରୁ ଚେନ୍ନାଇ ଯାଇଛି ଓ ଚାରି ଲେନବାଲା ଜାତୀୟ ରାଜପଥ-୬୦ ବାଲେଶ୍ଵରରୁ କଲିକତା ଯାଇଛି.
 
ପାଖରେ ଥିବା ବିମାନଘାଟି ହେଲା [[ଭୁବନେଶ୍ୱର]] (୧୯୮ କି.ମି.) ଓ କଲିକତା (୨୪୭ କି.ମି.) ।
 
[[ଭଦ୍ରକ]], [[ଯାଜପୁର]], [[କଟକ]], [[ଭୁବନେଶ୍ୱର]], [[କୋରାପୁଟ]], [[ରାଉରକେଲା]], [[ସମ୍ବଲପୁର]], [[ବରଗଡ଼]] ଓ [[ଓଡ଼ିଶା]]ର ବାକି ସହର ମାନଙ୍କ ସହ ବାଲେଶ୍ଵର ବସ ଓ କାର ଆଦିରେ ଭଲ ଭାବେ ଜୋଡ଼ା । ବାଲେଶ୍ଵରଠୁ ୬୦କିମି ଦୁରରେ [[ବାରିପଦା]] |
 
== ପର୍ଯ୍ୟଟନ ==
* [[ଚାନ୍ଦିପୁର ବେଳାଭୂମି]]: ଏହା [[ବାଲେଶ୍ଵର]]ର ଏକ ସୁନ୍ଦର ବେଳାଭୁଇଁ । ଏହା ବାକି ବେଳାଭୁଇଁ ଠାରୁ ଅଲଗା, ଏଠାରେ ଲହଡ଼ି କେବଳ ଭୋର ଓ ରାତିରେ ଦେଖିବାକୁ ମିଳେ । ଦିନସାରା ସମୁଦ୍ରର ୩-୪ ମାଇଲ ଜାଏଁ କେବେ ଲହଡି଼ ଆସେ ନାହିଁ । ପିକନିକ ଓ ବୁଲାବୁଲି ପାଇଁ ଏକ ସୁନ୍ଦର ଜାଗା ।
* [[ବାଲିଘାଟ ବନ୍ଦର]]: ଏହା ସହରର ଏକ ମୁଣ୍ଡରେ ଥିବା ଏକ ପୁରାତନ ବନ୍ଦର ।
୧୨୬ କ ଧାଡ଼ି:
ବାଲେଶ୍ଵର ଠାରେ [[ଓଡ଼ିଆ ସାହିତ୍ୟ]]ର ବ୍ୟାସକବି, ପ୍ରଥମ କ୍ଷୁଦ୍ର ଗଳପର ଲେଖାଳି ଓ [[ଓଡ଼ିଆ ଭାଷା]] ଆନ୍ଦୋଳନର ପୁରୋଧା [[ଫକିର ମୋହନ ସେନାପତି]], କବିବର [[ରାଧାନାଥ ରାଏ]], ଭକ୍ତ କବି [[ଦିନକୃଷ୍ଣ ଦାସ]] ଓ ଔପନ୍ୟାସିକ ତଥା ଗାଳ୍ପିକ [[ମନୋଜ ଦାସ]] ଜନ୍ମ ନେଇଥିଲେ ।
 
== ଶିକ୍ଷା ==
=== କଲେଜ ଓ ବିଶ୍ଵବିଦ୍ୟାଳୟ ===
* [http://www.fmuniversity.nic.in ଫକିର ମୋହନ ବିଶ୍ଵବିଦ୍ୟାଳୟ, ବ୍ୟାସବିହାର, ବାଲେଶ୍ଵର]
* [http://www.rjsms.org/ ଆର.ଜେ ସ୍କୁଲ ଅଫ ମାନେଜମେଣ୍ଟ]
* [http://www.bcetOdisha.org ବାଲେଶ୍ଵର କଲେଜ ଅଫ ଇଞ୍ଜିନିଅରିଙ୍ଗ ଆଣ୍ଡ ଟେକନୋଲୋଜି]
* [http://abaindia.com/ ଏକାଡେମି ଅଫ ବିଜନେସ ମାନେଜମେଣ୍ଟ]
* [http://www.fmcollege.nic.in/ ଫକିର ମୋହନ ସ୍ଵୟଂଶାସିତ କଲେଜ, ବାଲେଶ୍ଵର]
୧୩୮ କ ଧାଡ଼ି:
* [http://www.bsebalasore.org/ ବାଲେଶ୍ଵର ସ୍କୁଲ ଅଫ ଇଞ୍ଜିନିଅରିଙ୍ଗ]
 
=== ସ୍କୁଲ ===
* ବାଲେଶ୍ଵର ଜିଲା ସ୍କୁଲ
* ପବ୍ଲିକ ହାଇସ୍କୁଲ
୧୫୫ କ ଧାଡ଼ି:
* ରତ୍ନାକର ତାଉନ ହାଇସ୍କୁଲ, ବାଲିଗୋହିରି
* ରେମୁଣା ହାଇସ୍କୁଲ, ରେମୁଣା ବଜାର୍
* ମହାପାତ୍ର ହାଇ ସ୍କୁଲ, ରୂପସା
 
== ଆହୁରି ଦେଖନ୍ତୁ ==
* [[ଚାନ୍ଦିପୁର]] (ବାଲେଶ୍ଵର)
* {{Wikitravel|ଚାନ୍ଦିପୁରରେ ବୁଲାବୁଲି}}
୧୬୬ କ ଧାଡ଼ି:
* [[କ୍ଷୀରଚୋରା ଗୋପୀନାଥ ମନ୍ଦିର]]
 
== ଆଧାର ==
{{ଆଧାର}}
 
== ବାହାର ଆଧାର ==
* [http://balasorecity.com/ ବାଲେଶ୍ଵରର ଅନଲାଇନ ପୋର୍ଟାଲ]
* [http://baleswar.nic.in/ ବାଲେଶ୍ଵର ଜିଲ୍ଲା ସରକାରୀ ପୋର୍ଟାଲ]
"https://or.wikipedia.org/wiki/ବାଲେଶ୍ୱର"ରୁ ଅଣାଯାଇଅଛି