"ପାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization; ପ୍ରସାଧନ ବଦଳ
ଟିକେ ରୋବଟ୍‌: ପ୍ରସାଧନ ବଦଳ
୨୯ କ ଧାଡ଼ି:
|-
|}-->
== ବିଭିନ୍ନ ନାମ ==
ପାନକୁ ତାମ୍ବୁଳ, ପୂର୍ଣ୍ଣ ତାମ୍ବୁଳ, ଭୁଜ୍ୟଲତା, ସପ୍ତଲତା, ଓ ନାଗବଲ୍ଲୀ ବୋଲି କୁହା ଯାଇଥାଏ। ନାଗବଲ୍ଲୀ ରସ ପାନ କରି ମୃତ ରାଜପୁତ୍ର ଜୀବନ ପାଇଥିବାର ପ୍ରବାଦ ରହିଛି। ତେଣୁ ଏହାକୁ ପ୍ରାଣ ବୋଲି କୁହାଯାଉଥିଲା। କାଳକ୍ରମେ ଏହା ଅପଭ୍ରଂଶ ହୋଇ ପାନ ନାମରେ ବିଦିତ ହୋଇଛି।
* ଓଡ଼ିଆ, ବଙ୍ଗଳା, ଅସମୀୟା, ହିନ୍ଦୀ, ଗୁଜରାଟୀ ଓ ପଞ୍ଜାବୀ ଭାଷା – ପାନ
୩୭ କ ଧାଡ଼ି:
* ତେଲୁଗୁ – ତମାଳପାକୁ
* ମାଲାୟଲମ୍ – ଭେଟିଲା କୋଡ଼ି
== ପାନର ଇତିହାସ ==
ପାନର ଜନ୍ମ ଦକ୍ଷିଣ ପୂର୍ବ ଏସିଆରେ, ଖ୍ରୀଷ୍ଟପୂର୍ବ ୩୪୦ରେ ହୋଇଥିଲା। ଗ୍ରୀକ୍ ଐତିହାସିକ ହେରୋଡଟସ୍ ପ୍ରଥମେ ପାନ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ। ତାଙ୍କ ହିସାବରେ ପାନର ଜନ୍ମ ମାଳୟ। କିନ୍ତୁ ମହାଭାରତ ଯୁଗ (ଖ୍ରୀ.ପୂ. ୮୦୦ ରୁ ୩୫୦ ଅବ୍ଦ)ରେ ପାନ ମୁଖବାସ ରୂପେ ବ୍ୟବହାର ହେଉଥିବାର ସୂଚନା ରହିଛି।</br>
ଏହାଛଡ଼ା [[ଜୟପୁର, କୋରାପୁଟ|ଜୟପୁର]] ଧାନର ଜନ୍ମସ୍ଥାନ ପରି [[ଗଞ୍ଜାମ ଜିଲ୍ଲା|ଗଞ୍ଜାମ]]ର [[ହିଞ୍ଜିଳିକାଟୁ]] ପାନର ଉତ୍ପତ୍ତି ସ୍ଥଳ ବୋଲି ଉଦ୍ଭିଦବିତ୍ ମାନେ ମତ ପୋଷଣ କରିଥାନ୍ତି।
== ପାନ ଗଛ ==
ପାନ ଏକ ଗ୍ରୀଷ୍ମ ମଣ୍ଡଳୀୟ ବହୁ ବର୍ଷୀୟ (୧୦-୫୦), ପୃଥକ୍ ଲିଙ୍ଗୀ ବା ଏକ ଲିଙ୍ଗୀ, ଚିର ହରିତ୍, କୋମଳ (ମାଂସଳ) ଆରୋହୀ ଲତା ବିଶେଷ।। ପ୍ରତିଟି ଗଣ୍ଠି(ଆଖି)ରୁ ଅଠାଯୁକ୍ତ ଆସ୍ଥାନିକ ଚେର (ଚେର ପରି ଏକ ପ୍ରକାରର ଡେମ୍ଫ) ବାହାରେ ଯାହା ରଞ୍ଜା ସାହାଯ୍ୟରେ ବା କୌଣସି ଆଧାରକୁ ଜାବୁଡ଼ି ଧରି ମାଡ଼ିଥାଏ। ପ୍ରତି ଗଣ୍ଠିରେ ଗୋଟିଏ ପତ୍ର ଓ ଗୋଟିଏ ଆସ୍ଥାନିକ ଚେର ରହିଥାଏ। ପାନର ପତ୍ର ହୃଦୟ ଆକାରର। ପତ୍ର ଗୁଡ଼ିକ ପରସ୍ପର ବିପରୀତ ଦିଗର ମାଡିଥାଏ। ପାନ ଫୁଲ ନେନ୍ଥା ଉପକର୍ଣ୍ଣ ଘେରରେ ରହିଥାଏ। ଏହି ନେନ୍ଥାର ମୂଳ ଭାଗରେ ଏକଲିଙ୍ଗୀ ମାଈ ଫୁଲ ଓ ଉପର ଭାଗରେ ଏକଲିଙ୍ଗୀ ଅଣ୍ଡିରା ଫୁଲ ରହିଥାଏ। ପାନ ମଞ୍ଜିଟି ଆକାରରେ ଛୋଟ ଓ ଏହାର ବାହାର ଭାଗରେ ଟାଣ ଆବରଣ ରହିଥିବାବେଳେ, ଭିତର ଅଂଶଟି ମାଂସଳ ହୋଇଥାଏ। ପାନ ଗଛରେ କ୍ୱଚିତ ଫୁଲ ଫଳ ଧରିବା କାରଣରୁ ଏହାର ବଂଶ ବିସ୍ତାର ମଞ୍ଜି ପରିବର୍ତ୍ତେ ଡଙ୍କରୁ ହୋଇଥାଏ।
== ପାନର କିସମ ==
(ଏଠାରେ କେବଳ ଓଡ଼ିଶାରେ ଉପଲବ୍ଧ ପାନର କିସମ ବିଷୟରେ ବର୍ଣ୍ଣନା କରାଯାଇଛି।) </br>
କିସମ ଭେଦରେ ପାନ ଦୁଇ ପ୍ରକାରର – “ଛାଚି ପାନ” ବା “ସାରୁଆ ପାନ” ଓ “ମେଳକ” (ଉନ୍ନତ) ପାନ ।
# '''ଛାଚି ପାନ''' ସ୍ୱାଦଯୁକ୍ତ ହେଲେ ବି କମ୍ ଅମଳକ୍ଷମ। ଏହି ଲତା ଗଛ ଛାଇରେ ପ୍ରାକୃତିକ ପରିବେଶରେ ବଢ଼େ। ସାଧାରଣତଃ ଅଗସ୍ତି ଗଛରେ ଲଟିଥାଏ। ଗଞ୍ଜାମ ଜିଲ୍ଲାର [[ଚିକିଟି]], ଗୋଳନ୍ଥରା, ଶିକିରି, ବୁରୁପୋଡ଼ା ଆଦି ଅଞ୍ଚଳରେ ଏହା ଦେଖିବାକୁ ମିଳେ।</br>
# '''ମେଳକ (ଉନ୍ନତ) ପାନ''' ତିନି ପ୍ରକାରର – “'''ନାଉଆ'''”, “'''ଆଳୁ ପତ୍ରିଆ'''” ଓ “'''ରାଶି ମେଳକ'''”। ଅଞ୍ଚଳ ଭେଦରେ ଏହାର ନାଁ ଅଲଗା ଅଲଗା ହୋଇଥାଏ। ଏମାନଙ୍କ ଭିତରୁ ରାଶି ପାନର ରଙ୍ଗ, ଆକାର, ସ୍ୱାଦ ଓ ରହିବାଗୁଣ ସବୁଠାରୁ ଅଧିକ। ମେଳକ ପାନକୁ [[ସାଲେପୁର]] ଅଞ୍ଚଳରେ “ପାଗା”, ମଧୁବନ ଓ ସିଙ୍ଗାପୁର ଅଞ୍ଚଳରେ “ରାଶି”, [[ବାଲେଶ୍ୱର]] [[ଭୋଗରାଇ]] ଅଞ୍ଚଳରେ “ବିରିକୋଳି”, “ମାଟିଆଳି”, ବାଲିଆପାଳ ଅଞ୍ଚଳରେ “ବାଲିପାନ” କହିଥାନ୍ତି। ନାଉଆ ଓ ଆଳୁ ପତ୍ରିଆ ପାନର ଆକାର ବଡ଼, ରଙ୍ଗ ଗାଢ଼ ସବୁଜ, ଡେମ୍ଫ ଲମ୍ବ, ସ୍ୱାଦ ରାଗୁଆ, ରସୁଆଳ ଓ ସାମାନ୍ୟ ପାରୁଆ। ଏହାକୁ ଚୋବାଇଲେ ପାରୁ ଦାନ୍ତରେ ଲାଗିରହେ। ଏହାର ରହିବା ଓ ରୋଗ ସହଣୀ ଗୁଣ କମ୍।
 
ଦେଶୀପାନ, ମିଠାପତ୍ର ପାନ, ମଘୀପାନ ଓ ଚନ୍ଦ୍ରକଣା ପାନ ଭେଦରେ ମଧ୍ୟ ପାନର ଚାରିଟି କିସମ ରହିଛି ।
୫୨ କ ଧାଡ଼ି:
# “'''ମିଠାପତ୍ର ପାନ'''” : ଏହା ଓଡ଼ିଶାର ଜଳବାୟୁରେ ଭଲ ହୁଏନାହିଁ, ତେଣୁ ପ୍ରାୟ ଚାଷ କରାଯାଏ ନାହିଁ ।
# “'''ମଘୀପାନ'''” : ଏହା ଓଡ଼ିଶାରେ ବିରଳ ।
# “'''ଚନ୍ଦ୍ରକଣା ପାନ'''” : ମଘୀପାନ ଓ ଚନ୍ଦ୍ରକଣାପାନ ଚାଷ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ସଫଳ ନ ହେବାରୁ ଏହି କିସମ ଗୁଡ଼ିକ ଓଡ଼ିଆ ବରଜୀମାନେ ସାଧାରଣତଃ ଚାଷ କରନ୍ତି ନାହିଁ ।
# “'''ବଙ୍ଗାଳିପାନ'''” ନାମରେ ଆଉ ଏକ କିସମ ମଧ୍ୟ ରହିଅଛି । ପାନଚାଷୀମାନଙ୍କ କହିବା ଅନୁସାରେ ଏହି ପାନର ମଞ୍ଜି ପ୍ରଥମେ ବଙ୍ଗଳାରୁ ଆସିଥିବାରୁ ଏହାର ନାମକରଣ ଏପରି ହୋଇଛି ।
 
ପାନ ପତ୍ର କଞ୍ଚା ଓ ପାଚିଲା ଉଭୟ ପ୍ରକାରରେ ବିକ୍ରି ହୋଇଥାଏ। ପାନକୁ ଝୁଡିରେ ସଜାଇ ତାକୁ ଏକ ଆବଦ୍ଧ କୋଠରୀରେ ରଖାଯାଏ। ଏହି କୋଠରୀର ତାପମାତ୍ରାକୁ ହିଟର ସାହାଯ୍ୟରେ ବାରମ୍ବାର ବଢାଇ ଦିଆଯାଏ ଓ ମଝିରେ ମଝିରେ କମ୍ କରିଦିଆଯାଏ। ଏହାଫଳରେ ଟୁକୁରିରେ ଥିବା ପାନ ପତ୍ର ଗୁଡ଼ିକ ପାଚି ହଳଦିଆ ପଡ଼ିଯାଏ। ଏହି ପାଚିଲା ପାନପତ୍ର ଗୁଡ଼ିକର ଦାମ୍ ବଜାରରେ ବେଶି ।
== ପାନଚାଷ ==
ଓଡ଼ିଆରେ ପ୍ରବାଦ ଅଛି “ଷୋହଳ ଚାଷେ ମୂଳା, ତା’ର ଅର୍ଦ୍ଧେକ ତୁଳା, ତା’ର ଅର୍ଦ୍ଧେକ ଧାନ, ବିନା ଚାଷେ ପାନ।“ ପୁରାକାଳରେ ଗଛ ଛାଇରେ, ଜଙ୍ଗଲର ଚିର ଉଷ୍ମ-ଆର୍ଦ୍ର ଜଳବାୟୁର ଉର୍ବର ଆର୍ଦ୍ର ମୃତ୍ତିକାରେ ପାନ ଜଙ୍ଗଲୀ ଲତା ରୂପେ ବଢୁଥିଲା। ଅନ୍ୟାନ୍ୟ ପତ୍ର ସହିତ ମିଶାଇ ଏହାକୁ ଆଗରୁ ଶାଗ ହିସାବରେ ଖିଆ ଯାଉଥିଲା। ଏହାର କଫ ଓ ଶ୍ଳେଷ୍ମା ନାଶକ ପ୍ରକୃତି କାରଣରୁ ଏହାକୁ ପରବର୍ତ୍ତୀ କାଳରେ ଚାଷ କରାଗଲା।</br>
ପାନଚାଷ ଏକ ସୂକ୍ଷ୍ମ କଳା। ଏଥିପାଇଁ ନିଗିଡ଼ା ବାଲିଆ ଦୋରସା ମାଟି ତଥା ସବୁଦିନିଆ ଜଳ ସେଚନ ବ୍ୟବସ୍ଥା ଆବଶ୍ୟକ। ବର୍ଷାଋତୁକୁ ଛାଡ଼ିଦେଲେ ଅନ୍ୟ ସବୁ ଋତୁରେ ପାନ ଚାଷ ଆରମ୍ଭ କରାଯାଇଥାଏ। ଶୀତଦିନେ ପାନ ଚାଷ କରିବା ବ୍ୟୟ ବହୁଳ। ବର୍ଷରେ ଦୁଇଥର ପାନ ଚାରା ରୋପଣ କରାଯାଏ। ନଭେମ୍ବର କିମ୍ବା ମାର୍ଚ୍ଚ ମାସରେ ପାନ ରୋପିଲେ ସହଜରେ ଗଛ ହୁଏ। ଗଛ ଲଗାଇବାର ପଚିଶ ଦିନ ପରେ ସାର ଦେବାକୁ ହୋଇଥାଏ। ସୋରିଷ, ରାଶି, ଚିନା ବାଦାମ ବା କରଞ୍ଜ ପିଡିଆ ଆଦି ପାନ ଗଛମୂଳେ ଦିଆ ଯାଇଥାଏ। ପାନ ଗଛ ୩୫ ରୁ ୪୫ ସେ.ମି. ହୋଇଗଲେ ଏହାର ଡଙ୍କକୁ ଖଡ଼ି କାଠି ବା ରଞ୍ଜାଦେହରେ ଜୁଣରେ ବାନ୍ଧି ଦିଆଯାଏ। ଏହିପରି ପାନଗଛ ଉପରକୁ ଉଠିଗଲେ, ମୂଳଆଡ଼ୁ ପାନ ତୋଳିନେଇ ମୁଳକୁ ମାଟିରେ ପୋତି ଦିଆଯାଏ। ଏହାକୁ ‘ଲ’ ଓହ୍ଲାଇବା ମଧ୍ୟ କୁହାଯାଏ।
=== ପାନର ରୋଗ ===
ପାନ ଗଛରେ ହେଉଥିବା ବିଭିନ୍ନ ପ୍ରକାର ରୋଗ ଭିତରେ ମୁଖ୍ୟ ରୋଗ କେତୋଟି ହେଲା : </br>
* “କଳାଦୋଷ” : ଅକସ୍ମାତ ଗଛମୂଳଆଡୁ ପ୍ରାୟ ଚାଖଣ୍ଡେ ଖଣ୍ଡ କଳା ପଡ଼ିଯାଏ ଓ ଗଛ ମରିଯାଏ।
୬୬ କ ଧାଡ଼ି:
* “ମଇନା” : ଏହି ରୋଗ ଧରିଲେ ଗଛ ଆଉ ନ ବଢ଼ି ମୁଣ୍ଡିଆ ହୋଇଯାଏ। ଫଳରେ ଆଉ ପତ୍ର କଅଁଳେ ନାହିଁ। ଏହାର କୌଣସି ପ୍ରତିଷେଧକ ଆଜିଯାଏ ଉପଲବ୍ଧ ହୋଇନାହିଁ। ଏମିତି ହେଲେ ଗଛର ତଳି ଉଠାଇ ନେଇ ସାନି(ପୁଣିଥରେ) ଗଛ ଲଗାଯାଏ।</br>
ଏହାଛଡ଼ା ବୈଶାଖ ଓ ଜ୍ୟେଷ୍ଠ ମାସରେ ପାନ ଗଛରେ “ଦହିଆ” ଓ “କଳାରୋଗ” ବ୍ୟାପକ ଭାବରେ ଦେଖାଯାଏ।
== ଓଡ଼ିଶାରେ ପାନଚାଷ ==
ଓଡ଼ିଶାରେ ପାନଚାଷ ଅତି ପ୍ରାଚୀନ। ଏହାର ଏକ ସ୍ୱତନ୍ତ୍ର ଐତିହ୍ୟ ଓ ପରମ୍ପରା ରହିଛି। ବଙ୍ଗୋପସାଗର ଉପକୂଳବର୍ତ୍ତୀ ଚାରୋଟି ଜିଲ୍ଲା, [[ବାଲେଶ୍ୱର]], [[କଟକ]], [[ପୁରୀ]] ଓ [[ଗଞ୍ଜାମ]]ର ପ୍ରାୟ ୨୦ରୁ ୩୦ କିଲୋମିଟର ଅଭ୍ୟନ୍ତର ସ୍ଥଳଭାଗରେ ପାଖାପାଖି ୮୦୦ ହେକ୍ଟର ଜମିରେ ଚାଷ ହୋଇ ଆସୁଛି। ପାନ ଚାଷପାଇଁ [[ବଙ୍ଗୋପସାଗର]] ଉପକୂଳବର୍ତ୍ତୀ ଏହି ଜଳବାୟୁ ପୃଥିବୀର ଅନ୍ୟ କୌଣସି ଜଳବାୟୁ ଠାରୁ ଉତ୍କୃଷ୍ଟ। </br>
 
ଓଡ଼ିଶାର ବାଲେଶ୍ୱର, ଗଞ୍ଜାମର ଶୋଳନ୍ଥରା, ଶିକିରି, ବୁରୁପୋଡ଼ା ଓ ଚିକିଟିରେ ପ୍ରାକୃତିକ ବନ ପରିବେଶରେ ପାନ ଲତା ମାଡ଼ୁଥିବାର ଦେଖା ଯାଇଥାଏ।
=== ପାନ ବରଜ ===
ପାନଚାଷ କରିବାପାଇଁ ମୂଳତଃ ବାଉଁଶରେ ତିଆରି କରାଯାଉଥିବା ସ୍ୱତନ୍ତ୍ର ପ୍ରକାରର ପ୍ରାକୃତିକ ଘର(ଆବଦ୍ଧ କ୍ଷେତ୍ର)କୁ “ପାନ ବରଜ” କୁହାଯାଏ। ବଙ୍ଗଳା ଭାଷାରେ ପାନ ବରଜକୁ ବରେଇ କୁହାଯାଏ। ଯେଉଁମାନେ ବରଜରେ ପାନଚାଷ କରନ୍ତି, ସେମାନଙ୍କୁ “ବରଜୀ” କୁହାଯାଏ। </br>
ଗୋଟିଏ ବରଜର କ୍ଷେତ୍ରଫଳ ପ୍ରାୟ ଦୁଇ ଡେସିମିଲ୍। ଏହାର ଚାରିପଟରେ ପଥରବନ୍ଧ ଓ ତା ଉପରେ ବାଲିମାଟି ଦିଆଯାଇ ବାଉଁଶ, କାଠ ଓ ଇକଡ଼ (ଖଡ଼ିକା) ଓ ପ୍ରାୟ ଦୁଇ କ୍ୱିଣ୍ଟାଲ ଜି.ଆଇ.ତାରଦ୍ୱାରା ବନ୍ଧାଯାଇ ତାକୁ ଏକ ମଞ୍ଚାର ରୂପ ଦିଆଯାଏ। ଏହାତଳେ ପାନ “କଡ଼ମା” (ପୁଆ) ଧାଡ଼ି ଧାଡ଼ିକରି ଲଗାଯାଏ। କଡ଼ମାଟି ଲଟେଇବା ଆରମ୍ଭ କଲାମାତ୍ରେ, ତାକୁ ଖଡ଼ିକା ଦେହରେ ବାନ୍ଧି ସିଧା ଉପରକୁ ଟୁଇ ପର୍ଯ୍ୟନ୍ତ ମଡ଼େଇ ଦିଆଯାଏ। ଗୋଟିଏ ଗଛ ଟୁଇ ପର୍ଯ୍ୟନ୍ତ ପହଞ୍ଚିବାକୁ ଶୀତ ଦିନରେ ପ୍ରାୟ ୩ ରୁ ୪ ମାସ ସମୟ ଲାଗେ। ଗୋଟିଏ ଛୋଟିଆ ସାଧାରଣ ବରଜ ତିଆରି ପାଇଁ ଖର୍ଚ୍ଚ ପ୍ରାୟ କୋଡ଼ିଏରୁ ପଚିଶି ହଜାର ଟଙ୍କା ହୋଇଥାଏ। </br>
୭୭ କ ଧାଡ଼ି:
ଓଡ଼ିଶାର [[ପୁରୀ]] ଜିଲ୍ଲାରେ [[ଚନ୍ଦନପୁର]], [[ପିପିଲି]], [[ନିମାପଡ଼ା]] ନିକଟବର୍ତ୍ତୀ ନୂଆହାଟ, କୁଣ୍ଢେଇ, ଓଥକା, ଉଦୟପୁର, ବାଙ୍ଗୁରିଗାଁ, ନାସିକେଶର, କଣିଆ, ତରପଦା, ତେନ୍ତୁଳିଆ, ବାଣିଆ, ତଣ୍ଡାହର, ସିରେଇ, ଇନାୟତପୁର, ତଇଆ, ଅସୁରଖଳା, ରତ୍ନପୁର, ଓଲା, କୋରଣା, କୁସୁମ୍ଭର, ଅସ୍ତରଙ୍ଗ, କେନ୍ଦ୍ରାପଟି, ଜୁନ୍ତୁ, କାକଟପୁର ଓ ପ୍ରାଚୀନଦୀ କୂଳର ବିଭିନ୍ନ ଗ୍ରାମ, ଜଳେଶ୍ୱରପଦା, ପାଣିଛତ୍ର, ବନ୍ତୀଳ ଆଦି ଗ୍ରାମ।</br>
କଟକ ଜିଲ୍ଲାର [[ନିଆଳୀ]], ମାଧବ ଏହାର ଆଖପାଖ ଗ୍ରାମ।</br>
ଉତ୍ତର ଓଡ଼ିଶାର ଅର୍ଥନୈତିକ ସମୃଦ୍ଧିଦିଗରେ ପାନଚାଷର ବହୁତ ବଡ଼ ଯୋଗଦାନ ରହିଛି। ବାଲେଶ୍ୱର ଜିଲ୍ଲାର ଭୋଗରାଇ ଓ [[ଜଳେଶ୍ୱର]], [[ଚନ୍ଦନେଶ୍ୱର]], [[ଲଙ୍ଗଳେଶ୍ୱର]] ଓ [[ବାଲିଆପାଳ]]ର [[ସିମୁଳିଆ]] ହାଟଠାରୁ ପ୍ରାୟ ଦଶ କିଲୋମିଟର ଦୂର ଚଉମୁଖ ଗ୍ରାମ, ଓ ନିକଟବର୍ତ୍ତୀ ଡଗରା, ଜମତକୁଲା, ଆମଚୁଆ, ଯୁଗଡିହା, ବେତଗଡ଼ିଆ, ଅଳାଡ଼ିହା, ରତାଇ, ନୂଆଗାଁ, ଜମ୍ଭିରାଇ, ନାରଣପୁରା ଓ ନାରାୟଣପୁର ତାନ୍ତା ଇତ୍ୟାଦି ପାନ ଚାଷ ସହିତ ପାନ, ଗୁଆ, ନଡ଼ିଆ, କାଜୁ ବାଦମ, ଚିନା ବାଦାମ, ମସିଣା, ସପକାଠି, ଓ ଖଡ଼ିକା ଚାଷ ପାଇଁ ମଧ୍ୟ ପ୍ରସିଦ୍ଧ। </br>
 
ଗଞ୍ଜାମ ଜିଲ୍ଲାର ଶୋଳନ୍ଥରା, ଶିକିରି, ବୁରୁପୋଡ଼ା ଓ ଚିକିଟି ଆଦି ସ୍ଥାନରେ ପାନ ବରଜ ରହିଛି।</br>
[[ଚନ୍ଦନପୁର]] ଅଞ୍ଚଳର ପାନ ପତଳା ଓ ସ୍ୱାଦିଷ୍ଠ। ଏ ଅଞ୍ଚଳରେ ଛାଚି ପାନର ଉତ୍ପାଦନ ବହୁତ କମ୍। [[ଭାର୍ଗବୀ]] ନଦୀ କୂଳେ କୂଳେ ବିସ୍ତୃତ ପାନ ବରଜ ହେଉଛି ଚନ୍ଦନପୁରର ଐଶ୍ୱର୍ଯ୍ୟ। ଭୁବନେଶ୍ୱରରୁ ପୁରୀ ବସରେ ଗଲା ବାଟରେ ରାସ୍ତାକଡ଼େ କଡ଼େ ମଧ୍ୟ ଅନେକ ପାନ ବରଜ ଦେଖିବାକୁ ମିଳିଥାଏ।
=== ପାନ ଚାଷର ସମସ୍ୟା ===
ପାନବରଜ ତିଆରି ପାଇଁ ଆନୁସଙ୍ଗିକ ଉପକରଣ, ବିଶେଷକରି ବାଉଁଶର ଅତ୍ୟଧିକ ଦରବୃଦ୍ଧି, ମୂଲ ମଜୁରୀ, ସାର ପିଡ଼ିଆ ଆଦିର ଦର ବୃଦ୍ଧି ହେତୁରୁ ପାନ ଚାଷ ଏବେ ଆଉ ଲାଭଜନକ ଚାଷ ହୋଇ ରହିନାହିଁ ବୋଲି ବରଜୀମାନେ ମତ ଦିଅନ୍ତି।
== ପାନ ବ୍ୟବସାୟ ==
[[ଫାଇଲ:ପାନ ବେପାରୀ.jpg|thumb|ବ୍ୟସ୍ତ ପାନ ବେପାରୀ ଓ ତା’ର ପାନର ପସରା]]
ଚାରା ରୋପଣର ଛଅ ମାସ ଭିତରେ ପାନ ଅମଳ ଆରମ୍ଭ ହୁଏ। ପ୍ରତି ପନ୍ଦର ଦିନରେ ପ୍ରାୟ ଥରେ ପାନ ତୋଳାଯାଏ ଓ ଡଙ୍କକୁ ମାଟି ପିନ୍ଧେଇ ଦିଆଯାଏ। ପାନ ପତ୍ର ସବୁକୁ ଭଲଭାବରେ ଧୋଇ ସାନ ବଡ଼ କ୍ରମେ ସଜାଇ ବାଉଁଶ ଝୁଡ଼ିରେ ୫୦ କିମ୍ବା ୧୦ଟି ଲେଖାଏଁ କ୍ରମରେ ସଜାଇ ବିଡ଼ା ବନ୍ଧାଯାଏ। ଓଦା ଅଖା, କଦଳୀ ପଟୁକା, ଓଦା କୁଟା, ନଡ଼ା କିମ୍ବା ଇଙ୍କଡ଼ ପତ୍ରରେ ଘୋଡେଇ ଝୁଡ଼ିରେ ଦୂରସ୍ଥାନକୁ ପଠାଇବାର ବ୍ୟବସ୍ଥା କରାଯାଏ। </br>
୯୪ କ ଧାଡ଼ି:
ରାସାୟନିକ ସାର ଓ କୀଟନାଶକ ଔଷଧ ପ୍ରୟୋଗଦ୍ୱାରା ପାନର ଗୁଣବତ୍ତା ହ୍ରାସ ପାଇବାରୁ ଓ ସ୍ୱାଦଯୁକ୍ତ ପାକଳ ପାନ ଉପଯୁକ୍ତ ପରିମାଣରେ ନ ମିଳୁଥିବାରୁ ଓଡ଼ିଶାର ପାନ, ଯାହା ବନାରସରେ ସବୁଠାରୁ ଅଧିକ ଲୋକପ୍ରିୟଥିଲା ତା’ର ଆଗ ଚାହିଦା ଆଉ ନାହିଁ।
 
== ପାନର ଉପଯୋଗ ==
=== ଔଷଧୀୟ ===
ପାନରସରେ ବହୁ ପରିମାଣରେ ଅମ୍ଳ, ଧତବ ଲବଣ, ଜୀବନିକା ରହିଥାଏ। ଆୟୁର୍ବେଦ ଚିକିତ୍ସାରେ ପାନରସର ବ୍ୟବହାର ଅତି ବ୍ୟାପକ। ପାନରସ ବାତ, ପିତ୍ତ ଓ କଫ ନାଶକ। ପାନ ତେଲ ଶ୍ଳେଷ୍ମା, ଆମାଶୟ, ଅତିସାର, [[ଯକ୍ଷ୍ମା]], ସନ୍ନିପାତ, କଣ୍ଠରୋଗ ଓ ଫୁସଫୁସ ରୋଗର ପ୍ରଶମକ। ପାନ ପତ୍ରକୁ ଚୋବାଇଲେ ମୁଖର ଦୁର୍ଗନ୍ଧ ଦୂର ହୋଇଥାଏ। <ref>[Naveen Pattnaik, ''The Tree of Life'']</ref>ପାନର କେତୋଟି ଔଷଧୀୟ ପ୍ରୟୋଗ ନିମ୍ନରେ ଦିଆଗଲା:
୧୧୪ କ ଧାଡ଼ି:
ସବୁଦେଶରେ, ସବୁକାଳରେ ଲୋକେ ସୌଖିନ ମୁଖବାସ, ଧର୍ମକର୍ମ ପୂଜାପଦ୍ଧତି, ଶାରୀରିକ କ୍ରିୟା, ଏକଲୟତା ଆଦିରେ ପାନକୁ ବ୍ୟବହାର କରିଥାନ୍ତି। ଗୁଆପାନ ଶ୍ରଦ୍ଧା, ସମ୍ମାନ ଓ ମଙ୍ଗଳ ସୂଚକ। ଚୂନପାନ ଗୋଦୁଗ୍ଧ ସମାନ ବୋଲି କୁହାଯାଏ। ବିଡ଼ିଆପାନ ବା ଖିଲପାନ ମୁଖ ମହକ, କଣ୍ଠ ସରଳ, ଖାଦ୍ୟ ପାଚକ ଓ ଅମ୍ଳ ନାଶକ। ପତ୍ରରେ ଥିବା ହରିତ କଣା ଜୀବନିକା ‘ଖ’ ଓ ‘ଗ’ରେ ଭରିଥାଏ । ଏହା ଦାନ୍ତ ମାଢିକୁ ମଜବୁତ କରିବା ସହିତ ମସ୍ତିସ୍କ, ଯକୃତ ଓ ହୃତପିଣ୍ଡକୁ ସତେଜ କରେ। ଦେହମନରେ ଉଲ୍ଲାସ ଓ ହରଷ ଆଣେ। ପୃଥିବୀରେ ପ୍ରାୟ ୪୦୦ନିୟୁତରୁ ଅଧିକ ଅଧିବାସୀ ଏକ ବା ଏକାଧିକ ଖିଲିପାନ ଚର୍ବଣ କରିଥାନ୍ତି ।
 
== ଆଧାର ==
{{ଆଧାର}}
== ଆହୁରି ପଢ଼ନ୍ତୁ ==
* ମାସିକ ଓଡ଼ିଆ ପତ୍ରିକା ସଚିତ୍ର ବିଜୟା, ଅପ୍ରେଲ ୧୯୯୯ ସଂଖ୍ୟା
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
"https://or.wikipedia.org/wiki/ପାନ"ରୁ ଅଣାଯାଇଅଛି