"ପପୁ ପମ ପମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization; ପ୍ରସାଧନ ବଦଳ
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧ କ ଧାଡ଼ି:
'''ପପୁ ପମ ପମ''' (ଅନ୍ୟନାମ "ପପୁ", ''ତତ୍ଵ ପ୍ରକାଶ ଶତପଥୀ'' ନାମରେ ଜନ୍ମିତ) ଜଣେ ଓଡ଼ିଆ କଥାଚିତ୍ର, ଟେଲିଭିଜନ ଓ ମଞ୍ଚ ହାସ୍ୟ ଅଭିନେତା । ସେ ୧୫ ଟି [[ଓଡ଼ିଆ ସିନେମା ଜଗତ|ଓଡ଼ିଆ କଥା ଚିତ୍ର]]ରେ ଅଭିନୟ କରିସାରିଛନ୍ତି ।
 
== ପ୍ରାରମ୍ଭିକ ଜୀବନ ==
'''ପପୁ''' [[ମୟୂରଭଞ୍ଜ ଜିଲ୍ଲା]]ର କପ୍ତିପଦା ଠାରେ '୧୯୭୮ ମସିହା ମଇ ୨୬' ତାରିଖରେ ଏକ କଳାକାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ । କିନ୍ତୁ ସେ 'ଯାଦୁବିଦ୍ୟା' ପାଇଁ [[ଭାରତର ରାଷ୍ଟ୍ରପତି|ରାଷ୍ଟ୍ରପତି]]ଙ୍କ ଠାରୁ ପୁରସ୍କାର ପାଇଥିଲେ । '''ପପୁ''' ପିଲା ଦିନରୁ ଓଡ଼ିଆ ଯାତ୍ରା, ଗୀତ, ନୃତ୍ୟ ଆଦି ପରିବେଷଣ କରି ଜିଲ୍ଲା ଓ ରାଜ୍ୟ ସ୍ତରରେ ଅନେକ ପୁରସ୍କାର ଜିତିଥିଲେ । ବର୍ତ୍ତମାନ ସୁଦ୍ଧା ସେ ୧୦୦ ରୁ ଅଧିକ ମଞ୍ଚରେ ନିଜର ଚମତ୍କାର ଅଭିନୟ ଦେଖାଇସାରିଛନ୍ତି । ସେ ଉଦଳା କଲେଜରୁ ରସାୟନ ବିଜ୍ଞାନରେ ସ୍ନାତକ ଶିକ୍ଷା ଲାଭ କରିଛନ୍ତି । ସେ ଉଦଳା ମହବିଦ୍ୟାଳୟର ନାଟ୍ୟସଂସଦର ସମ୍ପାଦକ ମଧ୍ୟ ଥିଲେ ।
 
== ବୃତ୍ତି ==
ପପୁ ଜଣେ ତାଲିମ୍ ପ୍ରାପ୍ତ ହିନ୍ଦୁସ୍ଥାନୀ ଗାୟକ । ସ୍ନାତକ କରିବା ପରେ ଗାୟନ ଓ ଅଭିନୟରେ ନିଜର ବୃତ୍ତି କରିବା ଲାଗି ସେ [[ଭୁବନେଶ୍ଵର]] ଚାଲି ଆସିଲେ । ପ୍ରଥମେ ସେ କାମ ପାଇବା ପାଇଁ ଅସମର୍ଥ ହେଲେ । ପ୍ରଥମେ ପପୁ ଓଡ଼ିଆ ଆଲବମ ଗୀତରେ ଗାଇଥିଲେ ଏବଂ ୬୦ ଟି ଆଲବମ ଗୀତ ରେ ନିଜର ସ୍ଵର ଦେଇଥିଲେ ଯାହା ସଫଳତା ପାଇଲା ନାହିଁ । ସେ ୨୦୦୨ ମସିହାରେ ନିଜ ପରିବାରର ଇଛା ବିରୁଦ୍ଧରେ ବାହା ହୋଇଥିଲେ ଓ ଏହାପରଠାରୁ ତାଙ୍କ ଘରର କବାଟ ସବୁଦିନଧରି ତାଙ୍କ ପାଇଁ ବନ୍ଦ ହୋଇଗଲା । ୨୦୦୭ ମସିହାରେ ତାଙ୍କ ପୁଅ ଜନ୍ମ ହେଲାପରେ ପରିବାର ତାଙ୍କୁ ଆପଣେଇଥିଲେ । ଏହାପରେ ସେ ଏକ ଘରୋଇ ରେଡ଼ିଓ ଚ୍ୟାନେଲ୍ '''ରେଡିଓ ଚକୋଲେଟ୍ ୧୦୪''' ରେ '''ପପୁ ପମ୍ ପମ୍''' ନାମରେ ଉପସ୍ତାପକ ଭାବେ କିଛିଦିନ କାମ କରିଥିଲେ । ଏହାପରେ ତାଙ୍କ ଭାଗ୍ୟ ଭଲ ମୋଡ଼ ନେଲା ଓ ତାପରଠାରୁ ସେ ଆଉ ପଛକୁ ବୁଲି ଚାହିନାହାନ୍ତି । ୨୦୦୯ ମସିହାରେ [[ତରଙ୍ଗ ଟିଭି]] ସହିତ କମେଡି ଧାରାବାହିକ ରେ ଅଭିନୟ କରିବାପାଇନ୍ ସେ ଚୁକ୍ତି କରିଥିଲେ । ଏହାପରଠାରୁ ସେ [[ତରଙ୍ଗ ଟିଭି]] ଓ [[ତରଙ୍ଗ ମ୍ୟୁଜିକ]]ର ଅନେକ ଧାରାବାହିକରେ କମେଡି ଭୁମିକାରେ ଅଭିନୟ ସାଙ୍ଗକୁ '''ତୋ ଆଖିରେ ମୁ''', [[ସଞ୍ଜୁ ଆଉ ସଞ୍ଜନା]], ''' ଦିୱାନା''', '''ବାଳୁଙ୍ଗାଟୋକା''' ଏପରି ଅନେକ ଚଳଚ୍ଚିତ୍ରରେ ନିଜ ଅଭିନୟ ଦକ୍ଷତା ଦେଖାଇଛନ୍ତି । [[ତରଙ୍ଗ ଟିଭି]] ଦ୍ଵାରା ଆୟୋଜିତ '''ତରଙ୍ଗ ସିନେ ଆୱାର୍ଡସ୍''' ରେ ମଧ୍ୟ ସେ ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ ।
 
== ଆଧାର ==
{{ଆଧାର}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
"https://or.wikipedia.org/wiki/ପପୁ_ପମ_ପମ"ରୁ ଅଣାଯାଇଅଛି