"ନବକୃଷ୍ଣ ଚୌଧୁରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ତଥ୍ୟ
ଟିକେ ରୋବଟ୍‌: ପ୍ରସାଧନ ବଦଳ
୪ କ ଧାଡ଼ି:
== ଜୀବନୀ ==
ସେ [[ଜଗତସିଂହପୁର ଜିଲ୍ଲା|ଜଗତସିଂହପୁର]]ର [[ଖେରସା]] ଗାଁରେ ଜନ୍ମ ନେଇଥିଲେ । ତାଙ୍କର ପିତା ଗୋକୁଳାନନ୍ଦ ଚୌଧୁରୀ ଜଣେ ଓକିଲ ଭାବରେ କାମ କରୁଥିଲେ । ନବକୃଷ୍ଣ [[ପ୍ୟାରୀମୋହନ ଏକାଡେମି]] ୧୪ ବର୍ଷ ବୟସରେ ଶିକ୍ଷା ସମାପନ କରିଥିଲେ । ନବକୃଷ୍ଣ ଶଶୈବରେ ଖେଳ-କସରତ ପ୍ରିୟ ଥିଲେ । ଆଉ ପିତା ତାଙ୍କୁ ଏହି ଦିଗରେ ଉତ୍ସାହିତ କରୁଥିଲେ , ସ୍ଵତନ୍ତ୍ର ଭାବେ ତାଲିମ ଦେବା ନିମନ୍ତେ ଏପରିକି ପ୍ରଶିକ୍ଷକ ନିଯୁକ୍ତ କରିଥିଲେ । ପରେ ପାଠ ପଢିବା ପାଇଁ ତାଙ୍କ ଆଗ୍ରହ ଦେଖି ତାଙ୍କୁ [[କଟକ]] ସ୍ଥିତ ପ୍ୟାରୀମୋହନ ଏକାଡେମୀରେ ଭର୍ତ୍ତିକରାଯାଇଥିଲା ।
ହାଇସ୍କୁଲ ପରୀକ୍ଷାରେ କୃତ୍ତିତ୍ଵର ସହ ଉତ୍ତିର୍ଣ୍ଣ ହୋଇ ଉଚ୍ଚ ଶିକ୍ଷା ପାଇଁ ସେ ରେଭେନ୍ସା କଲେଜରେ ନାମ ଲେଖାଇଥିଲେ । ହେଲେ ପରାଧୀନ [[ଭାରତ]]ର ଦୁରବସ୍ଥା ତାଙ୍କୁ ସର୍ବଦା ବିଚଳିତ କରୁଥିଲା ଏବଂ ଅଧାରୁ ପାଠପଢା ଛାଡି ସେ ସ୍ଵାଧୀନତା ଆନ୍ଦୋଳନରେ ଯୋଗ ଦେଲେ । [[ସାବରମତୀ ଆଶ୍ରମ]]ରେ ଦଶମାସର ରହଣି ତାଙ୍କୁ ସଚ୍ଚୋଟ ଲୋକସେବକ ହେବାରେ ସାହାର୍ଯ୍ୟ କରିଥିଲା ଏବଂ [[ଓଡ଼ିଶା]] ଫେରି ଆସି ସାଧାରଣ ଲୋକଙ୍କ ବିକାଶ କାର୍ଯ୍ୟରେ ଲାଗିଥିଲେ । ଅଧାରୁ ଛାଡିଥିବା ଉଚ୍ଚଶିକ୍ଷା ସମାପନ ପାଇଁ ସେ [[ଶାନ୍ତି ନିକେତନ]] ଯାଇ ସେଠାରେ ତାଙ୍କ [[ମାଳତୀ ସେନ]ଙ୍କ ସହ ପରିଚୟ ହୋଇଥିଲା ।<ref>http://www.indiaelections.co.in/chief-ministers/orissa/nabakrushna-choudhury/</ref> ବିବାହ ପରେ ଦୁହେଁ ଆସି ଜଗତସିଂହପୁର ଅନ୍ତର୍ଗତ ତରିକୁଦ ଗ୍ରାମରେ ବାସ କରିଥିଲେ । ସେଠାରେ ସେମାନେ ସାଧାରଣ ଲୋକଙ୍କ ସହ ମିଶି କୃଷି କାର୍ଯ୍ୟ କରୁଥିଲେ, ଶିକ୍ଷା ଦେଉଥିଲେ, ସ୍କୁଲ ଚଳଉଥିଲେ । କୃଷକ ଓ ସାଧାରଣ ଲୋକଙ୍କ ପାଇଁ ପ୍ରଥମେ '''ସାରଥୀ''' ଏବଂ ତା ପରେ '''କୃଷକ''' ନାମକ ପତ୍ରିକା ବାହାର କରିଥିଲେ ।
== ରାଜନୀତି ==
ସ୍ଵତନ୍ତ୍ର [[ଉତ୍କଳ]] ପ୍ରଦେଶ ଗଠନ ପରେ ହେଇଥିବା ନିର୍ବାଚନରେ ସେ [[ତିର୍ତ୍ତୋଲ]]-[[ଏରସମା]] ଆସନରୁ ଲଢି ବିଜୟୀ ହୋଇଥିଲେ । ସେହିପରି [[ଭାରତ]] ସ୍ଵାଧିନତା ପରେ [[କେନ୍ଦ୍ରାପଡ଼ା]] ଆସନରୁ ବିଜୟୀ ହୋଇ ରାଜସ୍ଵ ମନ୍ତ୍ରୀ ହୋଇଥିଲେ । ଏକ ମାତ୍ର ପୁତ୍ର ବିନାୟକଙ୍କ ଆତ୍ମହତ୍ୟା ତାଙ୍କୁ ବ୍ୟଥିତ କରିବାରୁ ସେ ସରକାରରୁ ଇସ୍ତଫା ଦେଇ ଜନସେବାରେ ବ୍ରତୀ ହୋଇଥିଲେ । ପରେ ନେହେରୁଙ୍କ ଉଦ୍ୟମରେ ରାଜ୍ୟର ଶାସନ ଭାର ସମ୍ଭାଳି ଥିଲେ । ନବକୃଷ୍ଣଙ୍କ ଶାସନ କାଳରେ [[ହୀରାକୁଦ ବନ୍ଧ]], [[ଓଡ଼ିଶା କୃଷି ଓ ପଶୁ ଚିକିତ୍ସା ମହାବିଦ୍ୟାଳୟ]] ଏବଂ [[ବୁର୍ଲା]] ବୈଷୟିକ ମହାବିଦ୍ୟାଳୟ ଆଦି ସ୍ଥାପିତ ହୋଇଥିଲା । ବହୁ ବିରୋଧ ସତ୍ତ୍ଵେ ତାଙ୍କ ଉଦ୍ୟମରେ [[ଓଡ଼ିଆ ଭାଷା]] ସରକାରୀ ଭାଷାରେ ପରିଣତ ହୋଇଥିଲା । ତାଙ୍କ ଉଦ୍ୟମରେ ମୃତ୍ୟୁଦଣ୍ଡ ପାଇଥିବା ନକ୍ସଲ ନେତା ନାଗଭୂଷଣ ପଟ୍ଟନାୟକଙ୍କୁ ରାଜକ୍ଷମା ପ୍ରଦାନ କରାଯାଇଥିଲା । ଜରୁରିକାଳୀନ ପରିସ୍ଥିତିରେ ଉତ୍ତିର୍ଣ୍ଣ ବୟସରେ ଥିଲେ ସୁଦ୍ଧା ସେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ସମର୍ଥନ ଦେଇ ଗିରଫ ହୋଇଥିଲେ । ଆଜୀବନ ଜନସେବା କରିଥିବା ଏହି ମହାନ ଓଡ଼ିଆ ନେତାଙ୍କର ୧୯୮୪ ଜୁନ ୨୪ ରେ ପରଲୋକ ହୋଇଥିଲା ।
== ଆଧାର ==